ଗାଜା ଦଖଲ ଯୋଜନାକୁ ଇସ୍ରାଏଲ୍‌ର ମଞ୍ଜୁରୀ

ଜେରୁଜେଲମ୍‌,୯ା୮ : ଗାଜାର ଶାସକ ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ୨୨ ମାସ ଧରି ଯୁଦ୍ଧ ଚଳାଇଥିବା ଇସ୍ରାଏଲ୍‌ ଏବେ ଗାଜା ସିଟିକୁ ସମ୍ପୂର୍ଣ୍ଣ ସେନା ଅକ୍ତିଆରକୁ ନେବା ପାଇଁ ଯାଉଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଏହି ଯୋଜନାକୁ ଦେଶର ସୁରକ୍ଷା କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ଏଭଳି ନିଷ୍ପତ୍ତି ଫଳରେ ସେଠାରେ ଉତ୍ତେଜନା ଆହୁରି ବଢ଼ିବାକୁ ଯାଉଛି। ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ଗାଜାରେ ରହିଯାଇଥିବା ଅବଶିଷ୍ଟ ୫୦ ପ୍ରତିଶତ ପଣବନ୍ଦୀଙ୍କୁ ଫେରାଇଆଣିବା ଦାବିରେ ଇସ୍ରାଏଲ୍‌ରେ ସରକାର ବିରୋଧୀ ବିକ୍ଷୋଭ ବ୍ୟାପକ ରୂପ ନେଇଥିବା ସତ୍ତ୍ୱେ ଗାଜା ସିଟି ଅକ୍ତିଆର ପାଇଁ ନେତାନ୍ୟାହୁ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି। ନିର୍ଣ୍ଣାୟକ ସଂଖ୍ୟାଗରିଷ୍ଠ ସୁରକ୍ଷା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ବିଶ୍ୱାସ ଯେ, ବିକଳ୍ପ ଯୋଜନା ହମାସ୍‌କୁ ପରାଜିତ କରିବା କିମ୍ବା ପଣବନ୍ଦୀଙ୍କୁ ଫେରାଇଆଣିବାରେ ସଫଳ ହେବ ନାହିଁ। ତେବେ ବିକଳ୍ପ ଯୋଜନା କ’ଣ ତାହା ସ୍ପଷ୍ଟ ହୋଇନାହିଁ। ସୁରକ୍ଷା କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଯୋଜନାରେ ୫ଟି ସିଦ୍ଧାନ୍ତ ରହିଛି। ସେଗୁଡ଼ିକ ହେଲା ହମାସ୍‌କୁ ଅସ୍ତ୍ରଶୂନ୍ୟ କରିବା, ସମସ୍ତ ପଣବନ୍ଦୀଙ୍କୁ ଫେରାଇ ଆଣିବା, ଗାଜାକୁ ସାମରିକୀକରଣରୁ ମୁକ୍ତ କରିବା, ଗାଜାକୁ ଇସ୍ରାଏଲୀ ସୁରକ୍ଷା ନିୟନ୍ତ୍ରଣରେ ରଖିବା ଏବଂ ହମାସ୍‌ କିମ୍ବା ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ବିନା ଏକ ନାଗରିକ ପ୍ରଶାସନ ସ୍ଥାପନ କରିବା। ଗାଜା ସିଟିକୁ ନିୟନ୍ତ୍ରଣକୁ ନେବା ଲାଗି ଇସ୍ରାଏଲୀ ସେନା ପ୍ରସ୍ତୁତି ଚଳାଇଥିବା ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଗାଜା ନିୟନ୍ତ୍ରଣ ପାଇଁ ଇସ୍ରାଏଲ୍‌ର ନିଷ୍ପତ୍ତିକୁ ଜାତିସଂଘ ଦୃଢ଼ ବିରୋଧ କରିଛି। ତୁରନ୍ତ ଏହି ଯୋଜନା ପ୍ରତ୍ୟାହାର କରିନେବା ପାଇଁ ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲ୍‌କେର ଟୁର୍କ କହିଛନ୍ତି। ଏହା ବଦଳରେ ଇସ୍ରାଏଲ୍‌ ପୂରାଦମ୍‌ରେ ମାନବୀୟ ସହାୟତା ଯୋଗାଇ ଦେବା ସହ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ବିନା ସର୍ତ୍ତରେ ପଣବନ୍ଦୀଙ୍କୁ ମୁକ୍ତ କରିଦେବା ଉଚିତ ବୋଲି ସେ କହିଛନ୍ତି। ଚାଇନା ଏବଂ ଜର୍ମାନୀ ମଧ୍ୟ ଇସ୍ରାଏଲ୍‌ର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଗାଜା ବିରୋଧରେ ବ୍ୟବହାର ପାଇଁ ଜର୍ମାନୀର ସାମରିକ ସରଞ୍ଜାମ ରପ୍ତାନିକୁ ଅନୁମତି ଦେବ ନାହିଁ ବୋଲି ଏହାର ଚାନ୍‌ସେଲର ଫ୍ରେଡ୍‌ରିଚ୍‌ ମେର୍ଜ କହିଛନ୍ତି। ଗାଜା ସିଟି ଦଖଲ ସମ୍ପର୍କରେ ଇସ୍ରାଏଲୀ କ୍ୟାବିନେଟ୍‌ ଘୋଷଣା କରିବା ପରେ ବହୁ ଦଶନ୍ଧି ଧରି ଏହାକୁ ସମର୍ଥନ କରିଆସିଥିବା ଜର୍ମାନୀ ପ୍ରଥମେ ଅସ୍ତ୍ର ରପ୍ତାନି ବନ୍ଦ କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?