Posted inଖେଳ

ଆଇଏସ୍‌ଏଲ୍‌ ୨୦୨୦: ପ୍ରଥମ ମ୍ୟାଚରେ ଓଡ଼ିଶା ଏଫସି ପରାସ୍ତ

ଭୁବନେଶ୍ୱର, ୨୪।୧୧: ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ଗତ ସଂସ୍କରଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଶା ଏଫସି ଏଥର ପ୍ରଥମ ମ୍ୟାଚରେ ପରାଜିତ ହୋଇଛି। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ଭିତ୍ତିକ ଏହି ଦଳ ୦-୧ ଗୋଲରେ ହାଇଦ୍ରାବାଦ ଏଫସି ନିକଟରୁ ହାରିଯାଇଛି। ଅନ୍ୟପକ୍ଷରେ ଗତ ସଂସ୍କରଣରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ହାଇଦ୍ରାବାଦ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧରେ ଆରିଡାନେ ସାଣ୍ଟାନାଙ୍କ ପେନାଲ୍ଟି ଗୋଲ ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଗତ ସଂସ୍କରଣରେ ଅନୁଷ୍ଠିତ ୨ଟି ଯାକ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା ଓଡ଼ିଶା। ମାତ୍ର ଏଥର ଦଳ ସେହି ପ୍ରଦର୍ଶନକୁ ଦୋହରାଇବାରେ ଅସଫଳ ହୋଇଛି। ଫଳରେ ମ୍ୟାଚରୁ ହାଇଦ୍ରାବାଦକୁ ୩ ପଏଣ୍ଟ ମିଳିଥିବାବେଳେ ଓଡ଼ିଶାକୁ ଖାଲିହାତରେ ଫେରିବାକୁ ପଡ଼ିଛି। ସାଣ୍ଟାନା ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାରଲାଭ କରିଛନ୍ତି।
ସିଜନରେ ନିଜର ପ୍ରଥମ ମ୍ୟାଚକୁ ଗୁରୁତ୍ୱ ଦେଇ ଏଥର ଯୋଜନାବଦ୍ଧଭାବେ ପଡ଼ିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ। ମ୍ୟାଚ ଆରମ୍ଭରୁ ଓଡ଼ିଶା ଏଫସି ଅପେକ୍ଷାକୃତ ରକ୍ଷଣାତ୍ମକ ଥିବାବେଳେ ଆକ୍ରମଣାତ୍ମକ ଖେଳିଥିଲା ହାଇଦ୍ରାବାଦ। ଏହି ଦଳ ପକ୍ଷରୁ ଏକାଧିକ ସୁଯୋଗ ସୃଷ୍ଟି କରାଯାଇଥିଲେ ହେଁ ଷ୍ଟିଭେନ ଟେଲରଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ଏହାର ସଫଳ ପ୍ରତିହତ କରିଥିଲା। ଅଧଘଣ୍ଟାଏରୁ ଊର୍ଦ୍ଧ୍ୱ ଖେଳ ଗୋଲଶୂନ୍ୟ ରହିଥିଲା। ତେବେ ୩୪ତମ ମିନିଟରେ ହାଇଦ୍ରାବାଦର ହଲିଚରନ ନାର୍ଜାରୀ ବଲ୍‌ ନେଇ ପ୍ରତିପକ୍ଷ ଗୋଲପୋଷ୍ଟ ବକ୍ସ ମଧ୍ୟରେ ପ୍ରବେଶ କରିଥିବାବେଳେ ତାଙ୍କର ଶଟ୍‌ ଟେଲରଙ୍କ ହାତରେ ବାଜିଥିଲା। ରେଫରିଙ୍କ ନଜରକୁ ଏହା ଆସିବାରୁ ସେ ଟେଲରଙ୍କୁ ହଳଦିଆ କାର୍ଡ ଦେଖାଇଥିଲେ। ହ୍ୟାଣ୍ଡବଲ ପାଇଁ ହାଇଦ୍ରାବାଦ ଏଫସିକୁ ପେନାଲ୍ଟି କିକ୍‌ ସୁଯୋଗ ମିଳିଥିଲା। ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ଆରିଡାନେ ସାଣ୍ଟାନା କୌଣସି ଭୁଲ ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ୩୫ତମ ମିନିଟରେ ସାଣ୍ଟାନା ଶଟ୍‌କୁ ପୋଷ୍ଟର ମଧ୍ୟଭାଗରେ ତଳୁଆ ମାରିଥିବାବେଳେ ଓଡ଼ିଶା ଗୋଲକିପର ଅର୍ଶଦୀପ ସିଂ ଡାହାଣକୁ ଡାଇଭ୍‌ ମାରିଥିଲେ। ଫଳରେ ସହଜରେ ବଲ୍‌ ନେଟ୍‌ ସ୍ପର୍ଶ କରିଥିଲା ଏବଂ ପ୍ରଥମାର୍ଦ୍ଧ ଶେଷ ବେଳକୁ ହାଇଦ୍ରାବାଦ ଏଫସି ୧-୦ ଗୋଲରେ ଅଗ୍ରଣୀଲାଭ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୫୩ତମ ମିନିଟରେ ବ୍ରାଜିଲିଆନ ଷ୍ଟ୍ରାଇକର ମାର୍ସେଲିନୋଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଲୈସରାମ ସିଂଙ୍କ ନେଇଥିଲେ କୋଚ୍‌ ଷ୍ଟୁଆର୍ଟ ବକ୍ସଟର। ଏଥିରେ କିନ୍ତୁ ଖୁସି ନ ଥିବା ଜଣା ପଡ଼ିଥିଲେ ଏହି ବ୍ରାଜିଲ ଫୁଟବଲର। ଦ୍ୱିତୀୟାର୍ଦ୍ଧରେ ଦୁଇ ଦଳ ଏକାଧିକ ଖେଳାଳିଙ୍କୁ ବଦଳ କରିଥିଲେ ହେଁ ନିର୍ଦ୍ଧାରିତ ୪୫ ମିନିଟ ଏବଂ ଇଞ୍ଜୁରି ୫ ମିନିଟରେ ଆଉ କୌଣସି ଗୋଲ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?