Posted inଖେଳ

ଆଇଏସ୍‌ଏଲ୍‌-୨୦୨୦: ଗୋଆକୁ ହରାଇଲା ମୁମ୍ବାଇ

ମାର୍ଗାଓ, ୨୬।୧୧: ଆଡାମ ଲି ଫନ୍‌ଡ୍ରେଙ୍କ ଇଞ୍ଜୁରି ଟାଇମ୍‌ ପେନାଲ୍ଟି ଗୋଲ ବଳରେ ମୁମ୍ବାଇ ସିଟି ଏଫ୍‌ସି ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଗତ ସଂସ୍କରଣର ଲିଗ୍‌ ପର୍ଯ୍ୟାୟ ବିଜେତା ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି। ଫଳରେ ମୁମ୍ବାଇ ପୁରା ୩ ପଏଣ୍ଟ ପାଇଥିବାବେଳେ ଗୋଆକୁ ନିରାଶ ହେବାକୁ ପଡ଼ିଛି। ନିଜ ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ପରାଜିତ ହୋଇଥିବା ମୁମ୍ବାଇର ଏହା ପ୍ରଥମ ବିଜୟ। ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଏଫସି ବିପକ୍ଷରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଗୋଆ ଏଠାରେ ମଧ୍ୟ ନିରାଶ ହୋଇଛି। ବିଶେଷ କରି ମ୍ୟାଚକୁ ଡ୍ର ଦ୍ୱାରରେ ଦଳ ପହଞ୍ଚତ୍ଥିବାବେଳେ ପରାଜୟ ବରଣ ଅଧିକ ନୈରାଶ୍ୟ ଆଣିଛି। ମୁମ୍ବାଇର ସି.ଓ୍ବାଇ. ଗୋଡାର୍ଡ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଫନ୍‌ଡ୍ରେ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।
ମ୍ୟାଚର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା। ଗତ ସଂସ୍କରଣର ଲିଗ୍‌ ବିଜେତା ଏଫସି ଗୋଆକୁ କଡ଼ା ଟକ୍କର ଦେଇଥିଲା ମୁମ୍ବାଇ ସିଟି। ଉଭୟ ଦଳ ଅନେକ ସୁଯୋଗ ପାଇଥିଲେ ହେଁ ଉପଯୁକ୍ତ ଫିନିଶିଂ ଅଭାବରୁ ଗୋଲ ହୋଇପାରି ନ ଥିଲା। ୩୯ତମ ମିନିଟରେ ଗୋଆର ରିଡିମ ଟ୍ଲାଙ୍ଗ୍‌ ବିପଜ୍ଜନକଭାବେ ପ୍ରତିପକ୍ଷ ଦଳର ହେର୍ନାନ ସାଣ୍ଟାନାଙ୍କୁ ଚ୍ୟାଲେଞ୍ଜ କରିଥିଲେ। ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ଟ୍ଲାଙ୍ଗ୍‌ ମୁମ୍ବାଇ ଖେଳାଳିଙ୍କୁ ଆଣ୍ଠୁରେ ଆଘାତ କରିଥିବା ରେଫରିଙ୍କ ନଜରକୁ ଆସିଥିଲା। ଫଳରେ ସେ ୪୦ତମ ମିନିଟରେ ରେର୍ଡ୍‌କାର୍ଡ ଦେଖାଇଥିଲେ। ଫଳରେ ଗୋଆ ମ୍ୟାଚର ଅର୍ଦ୍ଧାଧିକ ସମୟ ୧୦ ଜଣିଆ ହୋଇ ଯାଇଥିଲା। ମ୍ୟାଚରେ ଗୋଆ ପ୍ରଭାବୀ ଥିବାବେଳେ ଟ୍ଲାଙ୍ଗ୍‌ଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ହୋଇଥିଲେ କୋଚ୍‌ ଜୁଆନ ଫର୍ନାଣ୍ଡୋ।
ପ୍ରଥମାର୍ଦ୍ଧପରି ଦ୍ୱିତୀୟାର୍ଦ୍ଧ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେବେ ସମକକ୍ଷ ପ୍ରଦର୍ଶନ ଯୋଗୁ ୯୦ ମିନିଟ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ଶେଷ ୫ ମିନିଟ ଇଞ୍ଜୁରି ଟାଇମ୍‌ ମ୍ୟାଚରେ ରୋମାଞ୍ଚ ଆଣିଥିଲା। ୯୦+୩ ମିନିଟରେ ମୁମ୍ବାଇର ଇଂଲଣ୍ଡ ଜନ୍ମିତ ଜାପାନୀ ମିଡ୍‌ଫିଲ୍ଡର ସି.ଓ୍ବାଇ. ଗୋଡାର୍ଡ ଡାହାଣପଟରୁ ବଲ୍‌କୁ ନେଇ ଗୋଆର ଦୁଇ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ କ୍ରସ ଶଟ୍‌ ମାରିଥିବାବେଳେ ବିପିନ ସିଂ ହେଡ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବଲ୍‌ଟି ବକ୍ସ ଏରିଆ ମଧ୍ୟରେ ଲେନି ରୋଡ୍ରିଗ୍ବେଜଙ୍କ ହାତରେ ବାଜିଥିଲା। ହ୍ୟାଣ୍ଡବଲ ହେବାରୁ ରେଫରି ମୁମ୍ବାଇକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ୯୦+୪ତମ ମିନିଟରେ ଆଡାମ ଲି ଫନ୍‌ଡ୍ରେ ଏହାକୁ ଗୋଲରେ ପରିଣତ କରି ମୁମ୍ବାଇକୁ ବିଜୟୀ କରାଇଥିଲେ। ଚଳିତ ଆଇଏସ୍‌ଏଲ୍‌ରେ ପନ୍‌ଡ୍ରେଙ୍କର ଏହା ପ୍ରଥମ ଗୋଲ ଥିଲା। ଏହାର କିଛି ସମୟ ପରେ ରେଫରି ମ୍ୟାଚ ଶେଷ ସଙ୍କେତ ଦେଇଥିଲେ ଏବଂ ମୁମ୍ବାଇ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri