Posted inଖେଳ

ଆଇଏସଏଲ ୨୦୨୦: ଗୋଆ-ମୁମ୍ବାଇ ସିଟି ମୁକାବିଲା

ମାର୍ଗାଓ, ୨୫।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ରେ ବୁଧବାର ଏଫସି ଗୋଆ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ହାରିଥିବାରୁ ମୁମ୍ବାଇ ସଫଳ ପ୍ରତ୍ୟାବର୍ତ୍ତନ ପଥରେ ରହିଛି। ଅନ୍ୟପକ୍ଷରେ ମ୍ୟାଚର ଅର୍ଦ୍ଧାଧିକ ସମୟ ୦-୨ରେ ପଛୁଆ ରହିବା ସତ୍ତ୍ୱେ ବେଙ୍ଗାଲୁରୁ ଏଫସି ବିପକ୍ଷ ମ୍ୟାଚକୁ ଡ୍ର ରଖି ଗୋଆ ଏହାର ମନୋବଳ ଦୃଢ଼ କରିଛି। ତେଣୁ ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ବର୍ତ୍ତମାନ ମୁମ୍ବାଇ ଦଳର ମୁଖ୍ୟ କୋଚ୍‌ ଥିବା ସର୍ଗିଓ ଲୋବେରା ପୂର୍ବରୁ ଗୋଆ ଦଳର କୋଚ୍‌ ଥିଲେ। ଟୁର୍ନାମେଣ୍ଟରେ ଲୋବେରା ପ୍ରଥମଥରପାଇଁ ନିଜର ପୂର୍ବ ଦଳକୁ ଭେଟିବାକୁ ଯାଉଛନ୍ତି। ଗତ ସିଜନରେ ଗୋଆ ଲିଗ୍‌ ବିଜେତା ଶିଲ୍ଡ ହାସଲ କରିଥିବାବେଳେ ଏଏଫସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ ପର୍ଯ୍ୟାୟ ଖେଳିଥିଲା। ଆଗାମୀ ମ୍ୟାଚରେ ଅଧିକ ପାସ୍‌ ଦେଖିବାକୁ ମିଳିବା ସମ୍ଭାବନା ରହିଛି। କାରଣ ଲୋବେରା ନିଜ ଦଳର ଖେଳାଳିଙ୍କୁ ବଲ୍‌ ଅଧିକ ସମୟ ନିଜ ପାଖରେ ନ ରଖି ଗ୍ରାଉଣ୍ଡର ଯେ କୌଣସି ସ୍ଥାନରେ ହେଉ ନା କାହିଁକି ପାସ୍‌ ଦେବାକୁ ନିଜ ଖେଳାଳିଙ୍କୁ ପରାମର୍ଶ ଦେଇଥାନ୍ତି। ଏଫସି ଗୋଆ କୋଚ୍‌ ଥିବାବେଳେ ମ୍ୟାଚ ପିଛା ପାସ୍‌ହାର ଥିଲା ୫୩୫। ଲୋବେରା ଯଦିଓ ମୁମ୍ବାଇ ଟିମ୍‌ ସହିତ ଅଧିକ ସମୟ ବିତାଇପାରି ନାହାନ୍ତି ତେବେ ନିଜ ଆଭିମୁଖ୍ୟ ସହିତ ଖେଳାଳିଙ୍କୁ ଅଭ୍ୟସ୍ତ କରାଇଛନ୍ତି। ନର୍ଥଇଷ୍ଟ ନିକଟରୁ ପ୍ରଥମ ମ୍ୟାଚରେ ହାରିଥିଲେ ହେଁ ୧୦ ଜଣିଆରେ ପରିଣତ ହୋଇଥିବା ମୁମ୍ବାଇ ଦଳ ୬୦ ପ୍ରତିଶତରୁ ଅଧିକ ବଲ୍‌ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା ଏବଂ ୪୫୧ ପାସ୍‌ ଦେଇଥିଲା। ଯାହାକି ବର୍ତ୍ତମାନର ଟୁର୍ନାମେଣ୍ଟରେ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ସର୍ବାଧିକ। ନର୍ଥଇଷ୍ଟର ପାସ୍‌ ସଂଖ୍ୟା ଥିଲା ୨୧୭। ବେଙ୍ଗାଲୁରୁ ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିବା ଜୁଆନ ପେରାଣ୍ଡୋଙ୍କ ଏଫସି ଗୋରେ ୪୪୮ ପାସ୍‌ ଦେଇ ଏହାର ନିକଟତର ହୋଇଥିଲା।
ପ୍ରଥମ ମ୍ୟାଚରେ ପରାଜୟ ସତ୍ତ୍ୱେ ନିଜ ଦଳର ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ଲୋବେରା। ” ଅନ୍ୟ ଦଳ ଗୁଡ଼ିକ ତୁଳନାରେ ଆମ ଦଳର ଖେଳାଳିମାନେ ଅଧିକ ପାସ୍‌ ଦେଇଛନ୍ତି। କେବଳ ଶଟ୍‌ ଟାର୍ଗେଟ ପରିସଂଖ୍ୟାନକୁ ଦେଖିଲେ ହେବନାହିଁ। ଆମେ ଅନେକ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଛୁ। ଆମେ ୧୦ ଜଣିଆ ଦଳରେ ପରିଣତ ହୋଇଯାଇଥିଲେ ହେଁ ପ୍ରଭାବୀ ରହିଥିଲୁ। ତେବେ ଅନେକ କ୍ଷେତ୍ରରେ ଆମକୁ ଉନ୍ନତି କରିବାର ଅଛି“ ବୋଲି କୋଚ୍‌ କହିଛନ୍ତି। ନଭେମ୍ବର ୨୧ରେ ଅନୁଷ୍ଠିତ ଏହି ମ୍ୟାଚରେ ନର୍ଥଇଷ୍ଟର ଖାସା କାମାରାଙ୍କ ନିକଟରୁ ବିପଜ୍ଜନକଭାବେ ବଲ୍‌ ଛଡ଼ାଇବାକୁ ଉଦ୍ୟମରେ ମରକ୍କୋର ଜାହୋଉଙ୍କ ରେଫରି ସିଧାସଳଖ ରେଡ୍‌କାର୍ଡ ଦେଖାଇଥିଲେ। ଫଳରେ ମୁମ୍ବାଇ ଦଳ ୧୦ ଜଣରେ ପରିଣତ ହୋଇ ଯାଇଥିଲା। ଏଫସି ଗୋଆ କୋଚ୍‌ ଜୁଆନ ଫର୍ନାଣ୍ଡୋ କିନ୍ତୁ ପ୍ରତିପକ୍ଷ ଦଳ ସମ୍ପର୍କରେ ଭାବି ସମୟ ଅପଚୟ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେ କେବଳ ନିଜ ଟିମ୍‌ ଉପରେ ଫୋକସ କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ସକାରାତ୍ମକଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୩ ପଏଣ୍ଟ ହାସଲ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ହେଉ କି ଅନ୍ୟ ଦଳ ୩ ପଏଣ୍ଟ ହାସଲ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଫର୍ନାଣ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନମିତା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ନମିତା ଟପ୍ପୋ। ଏହା ବ୍ୟତୀତ ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଓ...

ମ୍ୟାଚ୍‌ ଦିନ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ, ଜାଣିଲେ ହେବେ ଚକିତ

ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କ ଅଜବ ଅନ୍ଧବିଶ୍ୱାସ ରହିଛି। କିଏ ମ୍ୟାଚ୍‌ ଦିନ ଆମିଷ ଖାାନ୍ତି ନାହିଁ ତ ଆଉ କିଏ ଛିଡା ହୋଇ...

ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି

ତ୍ରିନିଦାଦ୍‌, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା...

ବିବିଏଲ ପାଇଁ ଏନ୍‌ଓସି ଦେଲା ନାହିଁ ପିସିବି

କରାଚୀ,୧୩।୧୨- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଲରାଉଣ୍ଡର ଫହିମ ଅଶରଫ ଓ ପେସର ଉସମାନ ଶିନଓ୍ବାରିଙ୍କୁ ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଖେଳିବାକୁ ଏନ୍‌ଓସି...

ଓଡ଼ିଶାରେ ପ୍ରଥମଥର ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ (ମହିଳା, ପୁରୁଷ) ପ୍ରତିଯୋଗିତା। ପ୍ରତିଯୋଗିତାର ଏହି ୬୮ତମ ସଂସ୍କରଣ କିଟ୍‌...

ସୁଧୀର ରଚିଲେ ଇତିହାସ: ପୁଣି ଭାରତକୁ ମିଳିଲା ସ୍ବର୍ଣ୍ଣ

ବର୍ମିଂହାମ,୫।୮: ବର୍ମିଂହାମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସୁଧୀର ପାରା ଭାରୋତ୍ତଳନରେ ସେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି।...

ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି

ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ...

ସିତ୍‌ପାସ୍‌ଙ୍କୁ ଏଟିପି ଫାଇନାଲ୍ସ ଟାଇଟଲ

ଲଣ୍ଡନ,୧୮।୧୧(ଏଏଫ୍‌ପି)- ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ୍‌ ପ୍ରଥମ ସେଟ୍‌ ହରିବା ପରେ ମଧ୍ୟ ଡୋମିନିକ ଥିଏମଙ୍କୁ ପରାସ୍ତ କରି ଚଳିତ ଏଟିପି ଫାଇନାଲ୍ସ ଟାଇଟଲ ହାତେଇଛନ୍ତି। ୨୧...

Advertisement
Archives

Model This Week