Posted inଜାତୀୟ

ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍‌ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍‌ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା ଦୁଇଟି ଆର୍‌ଡିଏକ୍ସ ବିସ୍ଫୋରଣ ଯଦିଓ ବିଶେଷ କ୍ଷୟକ୍ଷତି ଘଟାଇ ପାରିନାହିଁ, ତଥାପି ଭାରତର ଚିନ୍ତା ବଢ଼ାଇଦେଇଛି। କାରଣ ଏହା ପରେ ଉପତ୍ୟକାରେ ୬ ଦିନ ମଧ୍ୟରେ ୧୩ ଥର ଡ୍ରୋନ୍‌ ଦେଖିବାକୁ ମିଳିଲାଣି, ଯାହାକି ଦେଶର ଜାତୀୟ ସୁରକ୍ଷା ପ୍ରତି ଆସନ୍ନ ଏକ ବଡ଼ ବିପଦର ସଙ୍କେତ ଦେଉଛି। କେବଳ ଏତିକି ନୁହେଁ, ଏହି ଆକ୍ରମଣ ଦିନ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଅଫିସ ଉପରେ ମଧ୍ୟ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯେଉଁ ଅଞ୍ଚଳରେ ଭାରତୀୟ ହାଇକମିଶନଙ୍କ ଅଫିସ ଅବସ୍ଥିତ ସୁରକ୍ଷା ଦୃଷ୍ଟିରୁ ତାହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ। ସମ୍ପୃକ୍ତ ଅଞ୍ଚଳରେ ଅନେକ ଦେଶର ଦୂତାବାସ ରହିଥିବାରୁ ପାକିସ୍ତାନ ସରକାର ଓ ସେନାର ବିନା ଅନୁମତିରେ ପକ୍ଷୀ ମଧ୍ୟ ଉଡ଼ିପାରିବ ନାହିଁ। ତେଣୁ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଉଡ଼ାଣ ପଛରେ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହାତ ଥିବା ସନ୍ଦେହ କରାଯାଉଛି। ଏହାକୁ ପାକିସ୍ତାନର ଏକ ବଡ଼ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଉଚ୍ଚାୟୁକ୍ତଙ୍କ ଅଫିସ ଉପରେ ଡ୍ରୋନ୍‌ ଚକ୍କର କାଟିବା ଘଟଣାରେ ନୂଆଦିଲ୍ଲୀ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ଦେଖାଦେଇଥିବା ଏହି ସୁରକ୍ଷାଜନିତ ତ୍ରୁଟିର ଯେପରି ପୁନରାବୃତ୍ତି ନ ଘଟେ ତାହାର ତଦନ୍ତ କରିବା ପାଇଁ ପାକିସ୍ତାନକୁ କୁହାଯାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଶ୍ରୀନଗର ଗସ୍ତ କରି ସୁରକ୍ଷା ଅଧିକାରୀମାନଙ୍କ ସହ ଏକାଧିକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି।
ବାୟୁସେନା ଘାଟି ଉପରେ ଡ୍ରୋନ୍‌ରୁ ବୋମାମାଡ଼ କରାଯିବା ଘଟଣା ପରେ ଭାରତର ସୁରକ୍ଷା ପ୍ରତିଷ୍ଠାନ ଚିନ୍ତିତ ଥିବାବେଳେ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଠାବ ହେବାକୁ ନେଇ ନୂଆଦିଲ୍ଲୀ ଉଦ୍‌ବେଗ ପ୍ରକାଶ କରିଛି। ପାକିସ୍ତାନୀ ଆତଙ୍କବାଦୀମାନେ ଭାରତର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଉପରେ ଆକ୍ରମଣ ପାଇଁ ଡ୍ରୋନ୍‌ ମୁତୟନ କରିଥିବା ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ବାୟୁସେନା ଘାଟି ଉପରେ ବୋମାମାଡ଼ର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରୁଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୬ରେ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଉଡ଼ିଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ଗଣମାଧ୍ୟମକୁ କହିଛନ୍ତି। ଏହାସହ ପାକିସ୍ତାନ ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀ ଓ ପଠାନ୍‌କୋଟ୍‌ ବାୟୁସେନା ଘାଟି ଉପରେ ୨୦୧୬ରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡଙ୍କୁ ତୁରନ୍ତ ଆଇନର କାଠଗଡ଼ାକୁ ଟାଣି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବାଗ୍‌ଚି ଦାବି କରିଛନ୍ତି।
ଇତିମଧ୍ୟରେ ଅନ୍ୟ ଏକ ଘଟଣାରେ ଶୁକ୍ରବାର ଅନ୍ତର୍ଜାତୀୟ ସୀମା(ଆଇବି) ସଂଲଗ୍ନ ଭାରତୀୟ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଠାବ କରାଯିବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ଏହାକୁ ଗୁଳି କରାଯାଇଥିଲା। ଭୋର ୪ଟା ୨୫ ମିନିଟ୍‌ରେ ଜମ୍ମୁ ଉପକଣ୍ଠ ଆର୍ନିଆ ସେକ୍ଟରରେ ଯବାନମାନେ ଉକ୍ତ ଡ୍ରୋନ୍‌କୁ ଠାବ କରିଥିଲେ। ଡ୍ରୋନ୍‌କୁ ଖସାଇବା ପାଇଁ ସେମାନେ ଗୁଳି ଚଳାଇବାରୁ ତାହା ପାକିସ୍ତାନ ପାର୍ଶ୍ୱକୁ ପଳାଇଥିଲା। ବାୟୁସେନା ଘାଟି ଆକ୍ରମଣ ପରେ ଏହା ଥିଲା ୬ ଦିନ ମଧ୍ୟରେ ୧୩ତମ ଡ୍ରୋନ୍‌। ଭାରତର ସୀମାନ୍ତ ଅଞ୍ଚଳ ଉପରେ ନଜର ରଖିବା ଲାଗି ଉକ୍ତ ଡ୍ରୋନ୍‌କୁ ପଠାଯାଇଥିବା ସନ୍ଦେହ କରାଯାଉଛି। ବାୟୁସେନା ଘାଟି ଉପରେ ଡ୍ରୋନ୍‌ରୁ ବୋମାମାଡ଼ ଆତଙ୍କବାଦୀଙ୍କ କାମ। ସେମାନେ ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଟାର୍ଗେଟ କରିଥିବା ବାୟୁସେନା ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌. ଭଦୌରିଆ ଶୁକ୍ରବାର କହିଛନ୍ତି। ଏହି ଡ୍ରୋନ୍‌ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ଏବଂ ଏଥିରେ ଆର୍‌ଡିଏକ୍ସ ବ୍ୟବହାର ହୋଇଥିଲା ବୋଲି ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲ୍‌ବାଗ ସିଂ ସୂଚନା ଦେଇଛନ୍ତି।

୫ ଲଶ୍କର ଆତଙ୍କବାଦୀ ନିହତ, ଯବାନ ଶହୀଦ

ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଶୁକ୍ରବାର ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଜିଲା କମାଣ୍ଡରଙ୍କ ସମେତ ୫ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବଳ ପକ୍ଷରୁ ପୁଲ୍‌ଓ୍ବାମାର ରାଜପୋରା ଅନ୍ତର୍ଗତ ହାଞ୍ଜିନ୍‌ ଗ୍ରାମରେ ତଲାସି ଅଭିଯାନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ତଲାସି ଅଭିଯାନ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣେ ଯବାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ନିହତ ଆତଙ୍କବାଦୀମାନେ ଲଶ୍ମର ସଦସ୍ୟ ଓ ସେମାନଙ୍କ ମଧ୍ୟରେ ଜିଲା କମାଣ୍ଡର ନିଶାଜ ଲୋନ୍‌ ଓରଫ ଖିତାବ ରହିଥିବା କଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଜଣେ ଆତଙ୍କବାଦୀ ପାକିସ୍ତାନୀ ହୋଇଥିବାବେଳେ ତାଙ୍କ ପରିଚୟ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?