Posted inଜାତୀୟ

ମହିଳା ଆତଙ୍କବାଦୀ ସଂଗଠନ କରିବାକୁ ଚାହୁଁଛି ଆଇଏସଆଇ…

ଶ୍ରୀନଗର,୧୮।୪ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ସଂଗଠନରେ ମିଳିତ ଭାବେ ରାଜ୍ୟରେ ମହିଳା ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ କର୍ମୀଙ୍କ ନେଟୱାର୍କକୁ ସକ୍ରିୟ କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଏହା ସହିତ ଆଇଏସଆଇ ପିଓକେର ମୁରିଦକେ ନିକଟରେ ଏକ ଆତଙ୍କବାଦୀ ତାଲିମ ଶିବିର ଚଳାଉଛି। ଯେଉଁଠାରେ ମହିଳାମାନଙ୍କୁ ଆତଙ୍କବାଦ ଉପରେ ସ୍ବତନ୍ତ୍ର ତାଲିମ ଦିଆଯାଉଛି ।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଲଗାତାର ଦମନମୂଳକ କାର୍ଯ୍ୟକ୍ରମରେ ରାଗିଯାଇ ପାକିସ୍ତାନ ଆତଙ୍କବାଦକୁ ବିସ୍ତାର କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି ବୋଲି ଭାରତୀୟ ଗୁପ୍ତଚର ଏଜେନ୍ସି ପକ୍ଷରୁ କୁହାଯାଇଛି। ମହିଳାମାନଙ୍କ ମାଧ୍ୟମରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଜମ୍ମୁ-କଶ୍ମୀରରେ ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ ସଦସ୍ୟମାନେ ଆତଙ୍କବାଦୀଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନେ ଆତଙ୍କବାଦୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିଥାନ୍ତି । ରାଜ୍ୟରେ ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ ସମସ୍ୟ ଭାବେ ଆଇଏସଆଇ କେବଳ ସେହି ମହିଳାମାନଙ୍କୁ ପ୍ରାଥମିକତା ଦେଉଛି ଯେଉଁମାନଙ୍କର ପରିବାର ସଦସ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି କିମ୍ବା ଯେଉଁମାନେ ସିଧାସଳଖ ଆତଙ୍କବାଦୀଙ୍କ ସହ ଜଡିତ ଅଛନ୍ତି। ସୂତ୍ରରୁ ପ୍ରକାଶ ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ ସଦସ୍ୟଙ୍କ ମାଧ୍ୟମରେ ବର୍ତ୍ତମାନ ଆଇଏସଆଇ ଚାହୁଁଛି, ସେମାନେ ରାଜ୍ୟରେ ଆଇଇଡି ଷ୍ଟିକି ବୋମା ଲଗାନ୍ତୁ।

ସମ୍ପ୍ରତି ପାକିସ୍ତାନ କ୍ରମାଗତ ଭାବରେ ଡ୍ରୋନ ମାଧ୍ୟମରେ ଜମ୍ମୁ-କଶ୍ମୀରକୁ ଆଇଇଡି ଷ୍ଟିକି ବୋମା ପଠାଉଛି। ଏସବୁକୁ ସ୍ଥାପନ କରିବା ଅତି ସହଜ। ଡ୍ରୋନ ମାଧ୍ୟମରେ ପାକିସ୍ତାନ ଦ୍ୱାରା ପଠାଯାଇଥିବା ଏହି ବୋମା ଦୁଇଟି ତାରକୁ ସଂଯୋଗ କରି ସକ୍ରିୟ କରାଯାଇପାରିବ। ଯାହା ମହିଳାମାନେ ସହଜରେ କରିପାରିବେ।

ଏହି କାର୍ଯ୍ୟ ପାଇଁ ମହିଳାମାନେ ଆଇଏସଆଇର ପ୍ରଥମ ପସନ୍ଦ କାରଣ ସୁରକ୍ଷା ବାହିନୀ ସାଧାରଣତଃ ମହିଳାମାନଙ୍କୁ ସନ୍ଦେହ କରନ୍ତି ନାହିଁ। ଏହି ପ୍ରଶିକ୍ଷଣରେ, ମହିଳାମାନଙ୍କୁ ଧାର୍ମିକ ଶିକ୍ଷା ସହିତ ଅସ୍ତ୍ରଶସ୍ତ୍ର ପରିଚାଳନା ତାଲିମ ଏବଂ ଆଇଡି ସକ୍ରିୟ କରିବା ତଥା ଏହାକୁ ପ୍ରୟୋଗ କରିବା ଶିକ୍ଷା ମଧ୍ୟ ଦିଆଯାଉଛି। ଏହା ପଛରେ ପାକିସ୍ତାନର ଉଦ୍ଦେଶ୍ୟ ହେଉଛି ତାଲିମ ପରେ ଏହି ମହିଳାମାନଙ୍କୁ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ସ୍ତ୍ରୀ କିମ୍ବା ସମ୍ପର୍କୀୟ କରି ପଠାଇ ପାରିବ। ଯେଉଁଠାରେ ଏହି ମହିଳାମାନେ ନିଜର ନେଟୱାର୍କ ସ୍ଥାପନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?