Posted inଜାତୀୟ

ଏଲଟିଟିଇକୁ ପୁଣି ସକ୍ରିୟ କରିବାକୁ ଆଇଏସଆଇ ରଚିଛି ଷଡ଼ଯନ୍ତ୍ର…

ଚେନ୍ନାଇ,୨୫।୧୨ : ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାମିଲନାଡୁର ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) କୁ ପୁଣି ସକ୍ରିୟ କରିବାକୁ ଷଡ଼ଯନ୍ତ୍ର ରଚିଛି। ଦ ଆଇଲାଣ୍ଡ ଅନଲାଇନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଳିତ ସପ୍ତାହ ଆରମ୍ଭରେଏଲଟିଟିଇ ପୁଣି ସକ୍ରିୟ ହେଉଥିବା ଷଡ଼ଯନ୍ତ୍ର ସହ ଜଡିତ ଏକ ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ମାମଲାରେ ନଅ ଜଣଙ୍କୁ ଗିରଫ କରିଥିଲା।

ଏକ ନୋଟରେ ଏନଆଇଏ କହିଛି ଯେ ଏହି ମାମଲା ଶ୍ରୀଲଙ୍କାର ଡ୍ରଗ ମାଫିଆର କାର୍ଯ୍ୟକଳାପ ସହ ଜଡିତ, ଗୁନାସେଖରନ ଏବଂ ପୁଷ୍ପରାଜଙ୍କ ଦ୍ୱାରା ପାକିସ୍ତାନ ଭିତ୍ତିକ ଡ୍ରଗ୍ସ ଏବଂ ଅସ୍ତ୍ର ଯୋଗାଣକାରୀ ହାଜି ସଲିମଙ୍କ ସହଯୋଗରେ ଏହା ନିୟନ୍ତ୍ରିତ। ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାମିଲନାଡୁର ତାମିଲ ଶରଣାର୍ଥୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପରୁ ନଅ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଥିଲା ବୋଲି ଏନଆଇଏ କହିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସି ଗୁନାସେଖରାନ ଛଦ୍ମନାମ ଗୁନା ଏବଂ ପୁଷ୍ପରାଜ ଛଦ୍ମନାମ ପୁକୁଟି କନ୍ନା ଅଛନ୍ତି। ଫେଡେରାଲ ଆତଙ୍କବାଦ ବିରୋଧୀ ଏଜେନ୍ସିର ମୁଖପାତ୍ର କହିଛନ୍ତି ଯେ ସେମାନେ ପାକିସ୍ତାନରେ ଅବସ୍ଥିତ ଡ୍ରଗ ଏବଂ ଅସ୍ତ୍ର ଯୋଗାଣକାରୀ ହାଜି ସଲିମଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।

ଜୁଲାଇ ୮ ରେ ଏଜେନ୍ସି ଦ୍ୱାରା ପଞ୍ଜୀକୃତ ହୋଇଥିବା ଏକ ସୁ ମୋଟୁ ମାମଲାରେ ଏହି ଗିରଫ କରାଯାଇଥିଲା ଯାହା ପରେ ଚେନ୍ନାଇ, ତିରୁପୁର, ଚେଙ୍ଗଲପାଟ୍ଟୁ ଏବଂ ତିରୁଚିରାପଲ୍ଲୀ ଜିଲାର ଅଭିଯୁକ୍ତ ତଥା ସନ୍ଦିଗ୍ଧଙ୍କ ଘରେ ଚଢ଼ାଉ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ମଡ୍ୟୁଲ ଭାରତ ଏବଂ ଶ୍ରୀଲଙ୍କାରେ କାର୍ଯ୍ୟ କରୁଛି ଏବଂ ଏଲଟିଟିଇକୁ ସକ୍ରିୟ କରିବା ପାଇଁ ପାଣ୍ଠି ସଂଗ୍ରହ କରିବା ଲାଗି ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଛି। ପାକିସ୍ତାନ ଦ୍ୱାରା ଦକ୍ଷିଣ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏକ ନୂଆ କଥା ନୁହେଁ। ୨୦୧୪ ରେ, ଏନଆଇଏ ଏକ ମଡ୍ୟୁଲର ପର୍ଦ୍ଦାଫାଶ୍‌ କରିଥିଲା ଯାହା କଲମ୍ବୋରେ ପାକିସ୍ତାନ ହାଇ କମିଶନ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ତାମିଲନାଡୁର କିଛି ଅପରେଟିଭଙ୍କ ଉପରେ ହାଇ କମିଶନ ତଦାରଖ କରୁଥିଲେ ଯେଉଁମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।

ରିପୋର୍ଟ ଅନୁଯାୟୀ, ସେହି ମଡ୍ୟୁଲ ମୂଳୋତ୍ପାଟନ ହେବା ପରେ ଆଇଏସଆଇ ତାମିଲନାଡୁ ଏବଂ ଶ୍ରୀଲଙ୍କାରେ ଏଲଟିଟିଇ ଆନ୍ଦୋଳନକୁ ସକ୍ରିୟ କରିବାକୁ ଚେଷ୍ଟା କରୁଛି ଯାହା ଦେଶର ଦକ୍ଷିଣ ଭାଗରେ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?