ଭାରତର ଗୁପ୍ତଚର ଓ କଶ୍ମୀର

ଆକାର ପଟେଲ

ସାଧାରଣତଃ ଭାରତର ଗୁପ୍ତଚର ଓ ଗୁପ୍ତ ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବନ ଏବଂ ଅନୁଭୂତି (ଜୀବନବୃତ୍ତ) ଲେଖନ୍ତି ନାହିଁ। କିନ୍ତୁ ୧୯୮୮-୯୦ରେ ଅନୁପ୍ରବେଶ ଆରମ୍ଭ ହେବାବେଳେ କଶ୍ମୀରରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ମୁଖ୍ୟ ଥିବା ଏ.ଏସ୍‌. ଦୁଲତ ଏକ ଉପାଦେୟ ପୁସ୍ତକ ଲେଖିଛନ୍ତି। ଦୁଲତ ମଧ୍ୟ ୧୯୯୯ରେ ଆଇସି-୮୧୪ ଅପହରଣ କରାଯିବା ସମୟରେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ(ର’)ର ମୁଖ୍ୟ ଥିଲେ। ତାଙ୍କ ଲିଖିତ ପୁସ୍ତକ ବିଶେଷକରି ବିଗତ ତିନି ଦଶନ୍ଧିର ବିକଶିତ ଗୋଇନ୍ଦା ସଂସ୍ଥାର ପରିବର୍ତ୍ତିତ ବିଚାରଧାରା ମଧ୍ୟରେ ଆମକୁ ପଥପ୍ରଦର୍ଶନ କରିଛି। ଏହି ପୁସ୍ତକ ବିଭିନ୍ନ ଅଧ୍ୟାୟରେ ବିଭକ୍ତ। ଗୋଟିଏ ଅଧ୍ୟାୟରେ ଜୀବନବୃତ୍ତ, ଆଉ ଗୋଟିଏରେ ଚରିତ୍ରର ସଂକ୍ଷିିପ୍ତ ରୂପରେଖ ଏବଂ ଅନ୍ୟଟିରେ ରହିଛି ନିଯୁକ୍ତି ସମ୍ପର୍କିତ ବିଷୟବସ୍ତୁ। ଗୁପ୍ତଚର କୌଶଳ, ଭାରତୀୟ ଗୋଇନ୍ଦା ସମୁଦାୟର ଦୂରଦୃଷ୍ଟି ଏବଂ ତାଙ୍କ କାର୍ଯ୍ୟର ନିଜସ୍ବ ଦୃଷ୍ଟିକୋଣକୁ ନେଇ ୫୦ ପୃଷ୍ଠାର ଏକ ସମୃଦ୍ଧ ଲେଖା ହେଉଛି ପୁସ୍ତକର ଆକର୍ଷଣ। ‘ଓ୍ବାଇଲ୍ଡରନେସ ଅଫ୍‌ ମିରର୍‌’ ‘ଶୀର୍ଷକରେ ଏହା ଲେଖାଯାଇଛି। ଦୁଲତ କହିଛନ୍ତି ଯେ, ଡେକ୍ସ ଓ୍ବର୍କ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ସେ ଫିଲ୍ଡରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ଓ ଏଭଳି କାମ କରୁଥିବା ବ୍ୟକ୍ତିଙ୍କୁ ଭଲ ପାଆନ୍ତି। କିନ୍ତୁ ଏହା ସ୍ପଷ୍ଟ ଯେ, ସେ ଅଧିକ ଜ୍ଞାନୀଙ୍କୁ ଗୁରୁତ୍ୱ ଦିଅନ୍ତି। ତାଙ୍କ ପସନ୍ଦର ଏଭଳି ଜଣେ ଜ୍ଞାନୀ ହେଉଛନ୍ତି ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଏମ୍‌.କେ. ନାରାୟଣନ ଯିଏ କି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ତାଙ୍କର ବରିଷ୍ଠ ଥିଲେ। ତାଙ୍କୁ ପୁସ୍ତକରେ ତିନୋଟି ସ୍ଥାନରେ ‘ଦି ଗ୍ରେଟ୍‌ ନାରାୟଣନ’ ଭାବେ ଦର୍ଶାଇଛନ୍ତି। ଉକ୍ତ ପୁସ୍ତକରେ ଏବକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମ୍ପର୍କରେ ସଂକ୍ଷେପରେ ଉଲ୍ଲେଖ କରିଛନ୍ତି। ଦୁଲାତ ଡୋଭାଲଙ୍କ କାର୍ଯ୍ୟ ଓ ବ୍ୟସ୍ତବହୁଳ କ୍ୟାରିୟର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ ମଧ୍ୟ ବ୍ୟକ୍ତିଗତ ଭାବେ ବଣ୍ଡସ୍‌ଙ୍କ ପରିବର୍ତ୍ତେ ସ୍ମିଲେସ୍‌ ଭଳି ବିଦ୍ୱାନଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥିବା ଜଣାପଡ଼ୁଛି। ଆଇବିରେ ତାଙ୍କ ପ୍ରାରମ୍ଭିକ ବର୍ଷଗୁଡ଼ିକ ସମ୍ପର୍କରେ ସେ କହିଛନ୍ତି ଯେ, ସେହି ସମୟ ଏଭଳି ଥିଲା ଯେତେବେଳେ ଆଇବି ଶାସ୍ତ୍ରୀୟ ପ୍ରଶିକ୍ଷଣକୁ ନେଇ ଗର୍ବ କରୁଥିଲା ଯାହା ପୋଲିସଙ୍କୁ ଗୋଇନ୍ଦା ଅଧିକାରୀରେ ପରିବର୍ତ୍ତନ କରିପାରୁଥିଲା, ଏପରି କି ଭଲ ଲେଖକ ସୃଷ୍ଟ କରିପାରୁଥିଲା। ସମ୍ଭବତଃ ଏବେ ଏହା ଆଉ ହେଉନାହିଁ। ଏହା ସହ ସମୟକ୍ରମେ ଅନ୍ୟ ବିଷୟଗୁଡ଼ିକ ମଧ୍ୟ ପରିବର୍ତ୍ତନ ହୋଇଛି। ଚାକିରିର ପ୍ରାରମ୍ଭିକ କାଳରେ କାଉଣ୍ଟର ଇଣ୍ଟେଲିଜେନ୍ସ (ବିଦେଶୀ ଗୁପ୍ତଚର ଖୋଜି ସେମାନଙ୍କୁ ଭାରତରେ କାର୍ଯ୍ୟରେ ଲଗାଇବା) ଗୁପ୍ତଚର କାର୍ଯ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା। ହେଲେ ଏବେ କାଉଣ୍ଟର ଇଣ୍ଟେଲିଜେନ୍ସର ସେଭଳି ଗୁରୁତ୍ୱ ନାହିଁ, କାରଣ କାଉଣ୍ଟରଟେରୋରିଜମ (ସନ୍ତ୍ରାସବାଦ ରୋକିବା ଲାଗି କାର୍ଯ୍ୟକଳାପ) ମୁଖ୍ୟ ସ୍ଥାନ ନେଇଛି। ତେବେ ଏହାର କିଛି ଭାଗ ଥିଲା ତ୍ରୁଟିଯୁକ୍ତ। କଶ୍ମୀରରେ ଅନୁପ୍ରବେଶ ଆରମ୍ଭ ହେଉଥିବାବେଳେ ଭାରତ ସରକାରଙ୍କ ପାଖରେ କିଛି ବି ତଥ୍ୟ ନ ଥିଲା। ସନ୍ତ୍ରାସବାଦୀଙ୍କ ନେଟ୍‌ଓ୍ବର୍କ ମଧ୍ୟରେ ଆମମାନଙ୍କ ଆଭ୍ୟନ୍ତରୀଣ ଯୋଗାଯୋଗ ଠିକ୍‌ ନ ଥିଲା। ଯେଉଁଥିପାଇଁ କଶ୍ମୀରରେ ଆରମ୍ଭରୁ ହିଁ ସନ୍ତ୍ରାସବାଦ ବଢିଚାଲିଲା ଏବଂ ଏହାକୁ କିଭଳି ରୋକିବୁ ଆମେ ଉପାୟଶୂନ୍ୟ ହୋଇଗଲୁ।
ଜାନୁୟାରୀ ୧୯୯୦ରେ ୩ ସପ୍ତାହ ମଧ୍ୟରେ ଆଇବିି ୪ ଜଣ ଅଧିକାରୀଙ୍କୁ ହରାଇଲା। ଦୁଲତଙ୍କୁ ତାଙ୍କ ଅଧିକାରୀମାନେ ଘେରିଗଲେ ଓ ସେମାନଙ୍କୁ ଘରକୁ ପଠାଇଦେବା ଲାଗି ଦାବି କରିଥିଲେ। ଏଭଳି ଏକ ସ୍ଥିତିରେ ଜଣେ ଗୋଇନ୍ଦା ଅଧିକାରୀଙ୍କ ଭୂମିକା କ’ଣ ହୋଇପାରେ? ଦୁଲତ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କୁ ବୁଝିବାକୁ ହେବ ଓ ସେମାନଙ୍କ ସହ ଜଡ଼ିତ ହେବାକୁ ପଡ଼ିବ, ଏହା ହିଁ ଗୁରୁତ୍ୱପୂର୍ଣ୍ଣ। ଆମେ ଶତ୍ରୁମାନଙ୍କ ମଧ୍ୟରେ ରହି ସେମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ଶିଖିଛୁ। କିନ୍ତୁ ୩୦ ବର୍ଷ ହେଲା ଭାରତ ସରକାର ଏହାର ବିପରୀତ ପଥ ଅନୁସରଣ କରିଛନ୍ତି। ଦୁଲତ କହନ୍ତି, ଉତ୍ତରପୂର୍ବ ଓ କଶ୍ମୀର ଭଳି ଜଟିଳ ଅଞ୍ଚଳଗୁଡ଼ିକରେ ଏହି ସ୍ଥିତି ଆମକୁ ସାହାଯ୍ୟ କରିନାହିଁ। ବିନା ସନ୍ଦେହରେ ମୁସଲମାନଙ୍କୁ ଆଣି ଗୋଇନ୍ଦା ସଂସ୍ଥାଗୁଡ଼ିକ କାମରେ ଲଗାଇବା ଉପରେ ଦୁଲାତ ବହୁ ବର୍ଷ ହେଲା କହି ଆସୁଥିଲେ ବି ଗୋଇନ୍ଦା ସଂସ୍ଥାଗୁଡ଼ିକ ତାହାକୁ ଅସ୍ବୀକାର କରୁଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ହୁରିୟାତ ସହ ଆଲୋଚନା ଏବଂ ସନ୍ତ୍ରାସବାଦୀ ଗୋଷ୍ଠୀଙ୍କ ସହ ବୈଠକକୁ ଏବେ ଭାରତ ସରକାର ଅଣଦେଖା କରୁଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଭାରତୀୟ ଗୋଇନ୍ଦାରେ ମୋର ଅଧିକାଂଶ ସହକର୍ମୀ ଏହି ବିଚାରକୁ ହାଲୁକା ଭାବେ ନେଇଆସିଛନ୍ତି। ଏହାର କାରଣ ପାକିସ୍ତାନ ବୋଲି ସେ କହିଛନ୍ତି। ଏହା ଭାରତ ସରକାରଙ୍କ ବ୍ୟବସ୍ଥାରେ ସୁବିଚାରର ରାସ୍ତା ବନ୍ଦ କରିଦେଇଛି।
ମାନସିକ ଉନ୍ମାଦ ଓ ଅବିଶ୍ୱାସର କେନ୍ଦ୍ରରେ ରହିଛି ପାକିସ୍ତାନ। ମୁକ୍ତ ଆଲୋଚନା କଲେ ତାହା କଶ୍ମୀରରେ ଗୁପ୍ତଚର କାର୍ଯ୍ୟକୁ ଅଧିକ ସଞ୍ଚାଳନ କରିବ। ଗୋଇନ୍ଦା କ୍ଷେତ୍ରରେ ୧୯୯୦ ପରେ ଜାତୀୟ ସୁରକ୍ଷା ଏବଂ ଅନୁପ୍ରବେଶ ରୋକିବାରେ ସେନା ମାନସିକତାରେ ପାକିସ୍ତାନ ଆମର ଏକମାତ୍ର ଶତ୍ରୁ ବୋଲି ରହିଛି। ଏହି ସିଦ୍ଧାନ୍ତ ତ୍ରୁଟିପୂର୍ଣ୍ଣ ବୋଲି ଜାଣି ସୁଦ୍ଧା ସରକାର କିମ୍ବା ଏହାର ସୁରକ୍ଷା ବ୍ୟବସ୍ଥା କିମ୍ବା ଏହାର ବ୍ୟକ୍ତିମାନେ ଶତ୍ରୁ ସହ ଆଲୋଚନା କରିବାକୁ ଚାହଁୁନାହାନ୍ତି। ଉଦାହାରସ୍ବରୂପ, ଆଇଏସ୍‌ଆଇ ମୁଖ୍ୟଙ୍କୁ ସମିଲ କରିବାରେ ଆମର ଅବିଶ୍ୱାସ ଅଛି। କାରଣ ସେ ପାକିସ୍ତାନୀ, କୁଟିଳ ଏବଂ ସେ ସମସ୍ୟା ସୃଷ୍ଟି କରିବେ। ଉଲ୍ଲେଖନୀୟ ଯେ, ଏଭଳି ପୁରୁଣାକାଳିଆ ବିଚାର ଦେଶର ସବୁ କ୍ଷେତ୍ରରେ ରହିଛି। ନୂଆ ବ୍ୟକ୍ତିଙ୍କୁ ସାମିଲ କରିବାକୁ ଆମର ଦକ୍ଷତା କିମ୍ବା ଇଚ୍ଛା ନ ଥିବାରୁ ଆମ କାର୍ଯ୍ୟ କେମିତି ସମ୍ଭବ ହେବ? ଅଧିକ ଉଚିତ ମନେ ହେଉଥିବା ଇଣ୍ଟେଲିଜେନ୍ସର ଏଭଳି ଏକ ବିଚାରକୁ ଛାଡ଼ିଦେବା ଅର୍ଥ ଏବେ କଶ୍ମୀରର ଦେଖା ଦେଇଥିବା ସ୍ଥିତିରେ ଲାଭଜନକ ହେବ ନାହିଁ। ର’ର ପୂର୍ବତନ ମୁଖ୍ୟ ତଥା ଆଇବିର ବରିଷ୍ଠ ଅଧିକାରୀ ଦୁଲତ ଯାହା ଲେଖିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ଗୁପ୍ତଚର ଓ ଲେଖକ ଜନ୍‌ ଲି କ୍ୟାରିଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି ଯେ, ଯଦି ତୁମେ କୌଣସି ଦେଶର ଗଭୀର ଭାବନାକୁ ଖୋଜୁଛ, ତେବେ ଏହାର ଗୁପ୍ତସେବାକୁ ଏକ ଅନୁଚିତ କ୍ଷେତ୍ର ଭାବେ ଦେଖିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?