Posted inଫୁରସତ

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB ଷ୍ଟୋରେଜ ପ୍ରଦାନ କରାଯାଇଥାଏ । ଇମେଲ ଆଟାଚମେଣ୍ଟ, ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ ଯୋଗୁଁ ଏହି ଷ୍ଟୋରେଜ ଶୀଘ୍ର ଫୁଲ ହୋଇଯାଏ । ଯେତେବେଳେ ଷ୍ଟୋରେଜ ଫୁଲ ହୋଇଯାଏ, ନୂଆ ଇମେଲ ପଠାଇବା ଏବଂ ଗ୍ରହଣ କରିବାରେ ସମସ୍ୟା ଦେଖାଯାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ମିନିଟ ମଧ୍ୟରେ ଆପଣ ଆପଣଙ୍କର Gmail କୁ ସହଜରେ ଖାଲି କରିପାରିବେ । ଆଉ ଆପଣ Storage Full ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ପ୍ରଥମେ ଆପଣଙ୍କର Gmailରେ ପ୍ରାୟତଃ ଏହିପରି ଅନେକ ଇମେଲଗୁଡିକ ଆସିଥାଏ ଯାହା ଅନାକଶ୍ୟକ ଅଟେ, ଯାହା କେଣସି ଦରକାରରେ ଲାଗେ ନାହିଁ । ଏହି ଅନାବଶ୍ୟକ ଇମେଲଗୁଡିକ ଡିଲିଟ କରି ଷ୍ଟୋରେଜ ଖାଲି କରିପାରିବେ ।

ସ୍ପାମ ଏବଂ ଟ୍ରାଶ ଫୋଲ୍ଡରଗୁଡିକରେ ଏମିତି ଇମେଲ ଗୁଡ଼ିକ ଥାଏ, ଯାହାକୁ ଆପଣ ପୂର୍ବରୁ ଡିଲିଟ କରିଛନ୍ତି । ସମୟ ସମୟରେ ସେମାନଙ୍କୁ ଖାଲି କରିବା ଜରୁରୀ, ଯାହାଫଳରେ ଷ୍ଟୋରେଜ ଖାଲି ହୋଇପାରିବ ।

Gmail କୁ ସ୍କିଡରେ ଚଲାଇବା ପାଇଁ ଆପଣଙ୍କର ଇମେଲରୁ ଲେବଲ ଏବଂ ଫୋଲ୍ଡରରେ ସଂଗଠିତ କରନ୍ତୁ । ଏହା କେବଳ ଷ୍ଟୋରେଜ ସଞ୍ଚୟ କରେ ନାହିଁ ବରଂ ଆପର ସ୍ପିଡ ମଧ୍ୟ ବଢାଇଥାଏ ।

ସେହି ଇମେଲଗୁଡିକୁ UnSuscribe କରନ୍ତୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ନୁହେଁ । ଏହା କେବଳ ଆପଣଙ୍କ ଇନବକ୍ସକୁ ସଫା ରଖିବ ନାହିଁ ବରଂ ଅନାବଶ୍ୟକ ଇମେଲଗୁଡିକ ଆସିବାକୁ ମଧ୍ୟ ରୋକିବ ।

Gmail ରେ ଅନେକ ଇମେଲ ଅଛି ଯାହାକୁ ଆପଣ କେବେ ପଢନ୍ତି ନାହିଁ । ଏଗୁଡିକ ଡିଲିଟ କରିବା ପାଇଁ Gmail ଖୋଲନ୍ତୁ । ସର୍ଚ୍ଚ ବାର୍‌ ରେ unread ଟାଇପ କରନ୍ତୁ । ସମସ୍ତ unread ଇମେଲଗୁଡିକ ସିଲେକ୍ଟ କରନ୍ତୁ ଏବଂ ସେଗୁଡ଼ିକୁ ଡିଲିଟ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?