ଏ ଉତ୍ସବ କ’ଣ ଶିଶୁସୁଲଭ

ଶୁଭନାରାୟଣ ଶତପଥୀ

ସନ୍ଧ୍ୟାବେଳ। କେହି ଜଣେ ବ୍ୟକ୍ତି ରମାକାନ୍ତବାବୁଙ୍କ ଦୁଆର ଠକ୍‌ଠକ୍‌ କଲେ। ରମାକାନ୍ତ ବାବୁଙ୍କ ସହଧର୍ମିଣୀ ରମାମଣୀ ମ୍ୟାଡାମ ଯାଇ ଦେଖନ୍ତି ତ ଜଣେ ଯୁବକ ତାଙ୍କ ଗେଟ୍‌ ସାମ୍ନାରେ ଠିଆ ହୋଇଛନ୍ତି। ଯୁବକଜଣକ ରମାମଣୀ ମ୍ୟାଡାମଙ୍କୁ ପଚାରିଲେ, ରମାକାନ୍ତ ମଉସା ନାହାନ୍ତି କି? ମ୍ୟାଡାମ ସଙ୍ଗେସଙ୍ଗେ ତାଙ୍କୁ ଘର ଭିତରକୁ ଡାକିଲେ ଓ ବସିବାକୁ କହିଲେ ମ୍ୟାଡାମ। ଯୁବକ ଜଣକ ଖଣ୍ଡେ ନିମନ୍ତ୍ରଣ କାର୍ଡ ମ୍ୟାଡାମଙ୍କ ହାତକୁ ବଢ଼ାଇଦେଇ କହିଲେ, ଆପଣମାନେ ସପରିବାରେ ଆମ ଘରକୁ ଯିବେ। ମ୍ୟାଡାମ କାର୍ଡଟିକୁ ଖୋଲି ପଢ଼ିଲେ। ସିଧା ଚାଲିଗଲେ ବେଡ୍‌ରୁମ ଆଡକୁ। ଶାଶୁ ପଚାରିଲେ ବୋହୂଙ୍କୁ ଆଲୋ କି ନିମନ୍ତ୍ରଣ? ଶାଶୁଙ୍କ କାନରେ ମ୍ୟାଡାମ କ’ଣ ଚୁପ୍‌ଚୁପ୍‌ କରି କହିଦେଲେ। ଶାଶୁ ତୁରନ୍ତ କହି ଉଠିଲେ, ଆରେ ନିଲଠା, ହଗିଗଲା ବେଳେ ପିନ୍ଧିଛୁ ମଠା? ସ୍ଥାନ କାଳ ନ ଜାଣି ଲୋକର ନିର୍ଲଜ୍ଜ ଫେସନକୁ ସମାଲୋଚନା କରୁଥିଲେ ଶାଶୁ। ସେ ଜାଣିଛନ୍ତି ଅଯଥା ଦାୟିତ୍ୱ ହିଁ ଦୁଶ୍ଚିନ୍ତାର କାରଣ। ଏହା ସମସ୍ତଙ୍କୁ ଅସୁବିଧାରେ ପକାଏ। କିଛି ସମୟ ପରେ ରମାକାନ୍ତ ବାବୁ ଆସି ପହଞ୍ଚତ୍ଲେ। ନିମନ୍ତ୍ରଣ କାର୍ଡଟି ତାଙ୍କ ହାତକୁ ବଢ଼ାଇଦେଲେ ମ୍ୟାଡାମ ରମାମଣୀ ଓ କହିଲେ ପଢ଼। କାର୍ଡଟି ପଢ଼ିବା ସମୟରେ ରମାକାନ୍ତ ବାବୁଙ୍କ ଝିଅ ସେହି ରୁମ୍‌କୁ ପଶିଆସିଲା। ହଠାତ୍‌ ବାପାଙ୍କ ହାତରୁ ନିମନ୍ତ୍ରଣ କାର୍ଡଟିକୁ ଆଣି ଦେଖି ଉତ୍ସୁକତାର ସହ ପଢ଼ିବାକୁ ଚେଷ୍ଟା କଲା। ପଢ଼ିସାରିବା ପରେ ସେହି ଘର ଟେବୁଲ ଉପରେ କାର୍ଡଟିକୁ ରଖିଦେଇ ସେଠାରୁ ଚାଲିଗଲା ଝିଅ। ରମାକାନ୍ତ ବାବୁ ଓ ତାଙ୍କ ସହଧର୍ମିଣୀ ପରସ୍ପରକୁ ଅବାକ୍‌ ହୋଇ ଚାହିଁ ରହିଥାନ୍ତି। ଏହି ସମୟରେ ଫୋନ୍‌ ବାଜିଉଠିଲା। ମ୍ୟାଡାମ କହିଲେ ଏଇ ନିଅ ସୀତାକାନ୍ତ ବାବୁ ଫୋନ୍‌ କରିଛନ୍ତି। ରମାକାନ୍ତବାବୁ ଗମ୍ଭୀର ସ୍ବରରେ ପଚାରିଲେ ଆରେ ଏ ଭୋଜି ପାଇଁ କେତେ ଲୋକଙ୍କୁ ନିମନ୍ତ୍ରଣ କରିଛୁ? ସେପଟୁ ଉତ୍ତର ଆସିଲା ପ୍ରାୟ ପାଞ୍ଚଶହ ହେବ। ରମାକାନ୍ତ ବାବୁ କହିଲେ ଏଥିପାଇଁ ଏମିତି କାର୍ଡ ବାଣ୍ଟିବା କ’ଣ ଦରକାର। ସମାଜର ସ୍ଥିତିକୁ ଦେଖି ତୁ କ’ଣ କିଛି ବୁଝିପାରୁନୁ। ଏସବୁ ଏମିତି କ’ଣ ଡାକବାଜି କରି ପାଳନ କରାଯାଏ? ଘର ଓ ପଡ଼ୋଶୀର କିଛି ମହିଳାଙ୍କୁ ନେଇ ସେ କାମ ସାରିଦେଇଥିଲେ କ’ଣ ହୋଇ ନଥାନ୍ତା? ସୀତାକାନ୍ତ ବାବୁ କହିଲେ- ହଁ ଯେ, କିନ୍ତୁ ମୋ ସ୍ତ୍ରୀର ଏକା ଜିଦ୍‌ ଆଜିକାଲି ଏମିତି ହେଲାଣି। ବାସ୍ତବରେ ନିମନ୍ତ୍ରଣ କାର୍ଡଟିରେ ଲେଖାଯାଇଥିଲା ‘ଆଗାମୀ ଅମୁକ ତିଥି ବାର ତାରିଖ ଦିନ ମୋ ଝିଅ ଅମୁକର ପ୍ରଥମ ରଜୋବତୀ ଉତ୍ସବ ଅନୁଷ୍ଠିତ ହେଉଛି। ଏଣୁ ସପରିବାରେ ଆପଣ ଯୋଗଦାନ କରି ମୋ ଝିଅକୁ ଆଶୀର୍ବାଦ ପ୍ରଦାନ କରିବାହେବେ।’ ଉତ୍ସବ ଦିନ ସୀତାକାନ୍ତବାବୁ ଓ ତାଙ୍କ ସ୍ତ୍ରୀ ସ୍ବାଗତ କରୁଥାନ୍ତି ଅତିଥି ଅଭ୍ୟାଗତଙ୍କୁ। ତେବେ ସେହି ସ୍ଥାନରେ କିଛି ସହଅତିଥି ପ୍ରଶ୍ନର ଉତ୍ତର ଦେଇପାରୁ ନ ଥାନ୍ତି ସେମାନଙ୍କ ଅଭିଭାବକ। ରମାକାନ୍ତବାବୁ ଓ ତାଙ୍କ ସହଧର୍ମିଣୀ ଏପରି ପରମ୍ପରାର ଘୋର ବିରୋଧୀ। ଏଣୁ ତାଙ୍କ ପିଲାମାନଙ୍କୁ ଏସବୁ ବିଷୟରେ କାହାରିକୁ ଜଣାଇବା ଉଚିତ ମଣିଲେ ନାହିଁ। ତାଙ୍କ ମତରେ ଏହା ଏକ ଶାରୀରିକ ଗଠନ ଓ ପରିବର୍ତ୍ତନ ପ୍ରକ୍ରିୟାର ଅଂଶବିଶେଷ। ଏହାକୁ ସାର୍ବଜନୀନ ଉତ୍ସବର ମାନ୍ୟତା ଦେବାର କୌଣସି ଆବଶ୍ୟକତା ନାହିଁ।
ବାସ୍ତବରେ ଆଜିକାଲି ଗଁାଠୁ ସହର ପର୍ଯ୍ୟନ୍ତ ଅନେକ ସ୍ଥାନରେ ନିମନ୍ତ୍ରଣ କାର୍ଡ ବାଣ୍ଟି ରଜୋବତୀ ଉତ୍ସବ ପାଳନ କରାଗଲାଣି। ଓଡ଼ିଆଘରର ରୀତିନୀତି ଚାଲିଚଳଣି, ସଂସ୍କୃତି ଅନୁସାରେ ଏପରି ଉତ୍ସବକୁ ସାମାଜିକ ସ୍ବୀକୃତି ମିଳିି ନ ଥିଲେ ମଧ୍ୟ ଆଧୁନିକ ସାମାଜିକ ପରିଦୃଶ୍ୟରେ ଏହାର ଗ୍ରହଣୀୟତା ଧୀରେ ଧୀରେ ବଢ଼ିବାକୁ ଲାଗିଛି। ଅନୁକରଣପ୍ରିୟଙ୍କ କ୍ଷେତ୍ରରେ ଏପରି ଉତ୍ସବ ପାଳନକୁ ଏଡାଇ ଦିଆଯାଇ ନ ପାରେ। ତେବେ ରକ୍ଷଣଶୀଳ ପରିବାର ଏହାକୁ ଗ୍ରହଣ କରିପାରୁ ନ ଥିବା ସହ ସର୍ବସାଧାରଣଙ୍କ ଅବଗତିରେ ଏହି ଉତ୍ସବ ପାଳନ କରିବାକୁ ଚାହାନ୍ତି ନାହିଁ। ଯଦିଓ ଭାରତରେ ଓ ବିଦେଶରେ କେତେକ ସ୍ଥାନରେ ଏମିତି ଉତ୍ସବ ପାଳନ କରାଗଲାଣି, ତେବେ ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀରେ ଏହି ଉତ୍ସବ ସମ୍ବନ୍ଧରେ ସମସ୍ତେ ଜାଣିବା, ଜଣାଇବା, ଭୋଜିକୁ ଯିବା, ଉପହାର ନେବା ଆଦି କାର୍ଯ୍ୟରେ ଯୋଗଦେବାକୁ ଲଜ୍ଜାବୋଧ କରନ୍ତି ଲୋକେ। ବିଶେଷକରି ଏ ଖବର ଜାଣିଥିବା ସାଙ୍ଗସାଥୀ, ଯୁବତୀଯୁବକଙ୍କ ମଧ୍ୟରେ ଏହା ସେହି ସମୟରେ ପ୍ରମୁଖ ଆଲୋଚନାର ବିଷୟ ପାଲଟିଯାଏ। ତେଣୁ ଏହି ଘଟଣାକୁ ଏକ ବଡ଼ ଭୋଜି ଉତ୍ସବର ରୂପଦେବା ପରିବର୍ତ୍ତେ ସମ୍ପୃକ୍ତ ଝିଅଟିକୁ ମାନସିକ ସାନ୍ତ୍ବନା, ପରାମର୍ଶ ଦେବା, ସାଧାରଣ ଜୀବନଶୈଳୀର ଅଂଶ, ରଜୋବତୀ ହେବାର ଲକ୍ଷଣ ଓ ସ୍ବସ୍ବାସ୍ଥ୍ୟ ପରିଚାଳନା ବିଷୟରେ ସଚେତନ କରାଇବା ଅତି ଆବଶ୍ୟକ। ପୋଷକତତ୍ତ୍ୱଯୁକ୍ତ ଖାଦ୍ୟର ସୁବନ୍ଦୋବସ୍ତ ପାଇଁ ପରିବାର ଲୋକେ ଚେଷ୍ଟା କରିବା ଉଚିତ। ତା’ ମନରେ ଉଠୁଥିବା ଅନେକ ପ୍ରଶ୍ନର ସମାଧାନ କରି ଓ ଅନାବଶ୍ୟକ ଚାପ ସୃଷ୍ଟି କରିବା ପରିବର୍ତ୍ତେ ଏହି ଦିନକୁ ତା’ ପାଇଁ ସ୍ମରଣୀୟ ଦିନରେ ରୂପାନ୍ତରିତ କରାଯାଇପାରେ। ତେବେ ଝିଅଟି ଅପରିପକ୍ୱ ମାନସିକତାରେ ଉପହାର ଗ୍ରହଣ କରିବା ଓ ଅତିଥିମାନଙ୍କ ଆଗମନରେ ଖୁସିହେବା ସ୍ବାଭାବିକ କଥା। ଏଥିପାଇଁ ବାହାରର ଅତିଥି ନିମନ୍ତ୍ରଣ ବ୍ୟତୀତ ପଡ଼ୋଶୀ ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କ ଭିତରେ ଏ ଉତ୍ସବକୁ ସୀମିତ ରଖାଯାଇପାରେ, ଯାହା ଉକ୍ତ ଝିଅଟିର ମାନସିକ ବିକାଶରେ ସହାୟକ ହେବ। ଉତ୍ସବ ହେଉ, ଆଧୁନିକତାକୁ ଗ୍ରହଣ କରାଯାଉ, ସୁବ୍ୟବସ୍ଥିତ ପରମ୍ପରା ବି ବଞ୍ଚିରହୁ କିନ୍ତୁ ପୁରୁଣା ଚିନ୍ତାଧାରାର ଦ୍ୱାହିଦେଇ ଝିଅଟିର ପ୍ରତ୍ୟେକ ବିଷୟରେ ମାତାପିତା, ସମାଜ, ଅଭିଭାବକ, ସାଙ୍ଗସାଥୀ, ପଡ଼ୋଶୀ ନିଜନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ନ ଯାଆନ୍ତୁ , ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଏକ ବଡ଼ ବିପଦକୁ ଜନ୍ମ ଦେବ।
ତେବେ ପରିପକ୍ୱ ଚିନ୍ତାଧାରାରେ କିଛି ପ୍ରଶ୍ନ ଆନ୍ଦୋଳିତ କରେ ଯେପରିକି ଏ ସମ୍ବନ୍ଧରେ ଝିଅ ଓ ତା’ର ସାଙ୍ଗସାଥୀ, ସାନବଡ଼ ଭାଇଭଉଣୀଙ୍କ ମାନସିକତା ଓ ଏହାର ପ୍ରଭାବ ସମାଜ ଉପରେ କ’ଣ ପଡ଼ିବ? ଏ ଉତ୍ସବ ଆଡମ୍ବରପୂର୍ଣ୍ଣ ଓ ପ୍ରଦର୍ଶନଯୁକ୍ତ ହେବାର ଆବଶ୍ୟକତା କେତେ ଅଛି? ଏ ସମ୍ବନ୍ଧରେ ଗୋପନୀୟତା କିମ୍ବା ପ୍ରଚାରପ୍ରସାର, କେଉଁଟା ଆମ ପରମ୍ପରାକୁ ସୁସ୍ଥ ପ୍ରମାଣିତ କରିବ? ପରବର୍ତ୍ତୀ ସମୟରେ ଏହା ଖବରକାଗଜରେ ଜନ୍ମଦିନ, ସ୍ମୃତି ବିଜ୍ଞାପନ ଭଳି ଏହାର ପ୍ରକାଶନ ହେବ ନି ତ? ବୋଧହୁଏ, ଏପରି ଉତ୍ସବ ନିମନ୍ତେ ନିମନ୍ତ୍ରଣ କାର୍ଡ ବଣ୍ଟନ, ବାହ୍ୟ ଅତିଥି ନିମନ୍ତ୍ରଣ ସହ ଭବିଷ୍ୟତରେ ରଜୋବତୀ ବାର୍ଷିକୀ ପାଳନକୁ ମଧ୍ୟ ଏଡାଇ ଦେଇହେବ ନାହିଁ। ଏଣୁ ଗୋଟିଏ ଚିରାଚରିତ ପ୍ରଥାର ପରିବର୍ତ୍ତନ କରିବା ପୂର୍ବରୁ ଏହାର ସାମାଜିକ, ସାଂସ୍କୃତିକ, ଭାବଗତ ଓ ମନସ୍ତାତ୍ତ୍ୱିକ ପ୍ରଭାବ ଓ ଦିଗଗୁଡ଼ିକୁ ବିଶ୍ଳେଷଣ ବା ତର୍ଜମା କରିବା ଜରୁରୀ। ଲୋକଦେଖାଣିଆ ପରମ୍ପରାକୁ ଗ୍ରହଣ କରିବା ସମୟରେ ଶିଶୁକନ୍ୟାମାନଙ୍କର ଅଧିକାର, ଯତ୍ନ ଓ ସୁରକ୍ଷାକୁ କେତେ ଅଗ୍ରାଧିକାର ଦେଉଛେ ଏବଂ ସେମାନଙ୍କର ପରିବେଶକୁ କେତେ ମାତ୍ରାରେ ଶିଶୁ ସୁଲଭ କରିପାରୁଛେ ତାହାର ମୂଲ୍ୟାଙ୍କନ କରିବା ଜରୁରୀ। ଏହାର ସାମାଜିକ ଓ ଆଇନଗତ ପରିଧିକୁ ନିଶ୍ଚିତ କରି ସରକାରୀ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ଉତ୍ସବ ପାଳନର ପରିସର ଶିଶୁକନ୍ୟାଙ୍କ ପ୍ରତି ସାମାଜିକ ବା ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିପଦ ସୃଷ୍ଟି କରୁନାହିଁ ବୋଲି ମାତାପିତା ନିଶ୍ଚିତ ହେବା ଉଚିତ, ନଚେତ ଏହା ଆଗାମୀ ସମୟକୁ ଦୁଃସମୟରେ ପରିଣତ କରିବାର ସମ୍ଭାବନାକୁ ଜନ୍ମ ଦେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri