ଏ ଉତ୍ସବ କ’ଣ ଶିଶୁସୁଲଭ

ଶୁଭନାରାୟଣ ଶତପଥୀ

ସନ୍ଧ୍ୟାବେଳ। କେହି ଜଣେ ବ୍ୟକ୍ତି ରମାକାନ୍ତବାବୁଙ୍କ ଦୁଆର ଠକ୍‌ଠକ୍‌ କଲେ। ରମାକାନ୍ତ ବାବୁଙ୍କ ସହଧର୍ମିଣୀ ରମାମଣୀ ମ୍ୟାଡାମ ଯାଇ ଦେଖନ୍ତି ତ ଜଣେ ଯୁବକ ତାଙ୍କ ଗେଟ୍‌ ସାମ୍ନାରେ ଠିଆ ହୋଇଛନ୍ତି। ଯୁବକଜଣକ ରମାମଣୀ ମ୍ୟାଡାମଙ୍କୁ ପଚାରିଲେ, ରମାକାନ୍ତ ମଉସା ନାହାନ୍ତି କି? ମ୍ୟାଡାମ ସଙ୍ଗେସଙ୍ଗେ ତାଙ୍କୁ ଘର ଭିତରକୁ ଡାକିଲେ ଓ ବସିବାକୁ କହିଲେ ମ୍ୟାଡାମ। ଯୁବକ ଜଣକ ଖଣ୍ଡେ ନିମନ୍ତ୍ରଣ କାର୍ଡ ମ୍ୟାଡାମଙ୍କ ହାତକୁ ବଢ଼ାଇଦେଇ କହିଲେ, ଆପଣମାନେ ସପରିବାରେ ଆମ ଘରକୁ ଯିବେ। ମ୍ୟାଡାମ କାର୍ଡଟିକୁ ଖୋଲି ପଢ଼ିଲେ। ସିଧା ଚାଲିଗଲେ ବେଡ୍‌ରୁମ ଆଡକୁ। ଶାଶୁ ପଚାରିଲେ ବୋହୂଙ୍କୁ ଆଲୋ କି ନିମନ୍ତ୍ରଣ? ଶାଶୁଙ୍କ କାନରେ ମ୍ୟାଡାମ କ’ଣ ଚୁପ୍‌ଚୁପ୍‌ କରି କହିଦେଲେ। ଶାଶୁ ତୁରନ୍ତ କହି ଉଠିଲେ, ଆରେ ନିଲଠା, ହଗିଗଲା ବେଳେ ପିନ୍ଧିଛୁ ମଠା? ସ୍ଥାନ କାଳ ନ ଜାଣି ଲୋକର ନିର୍ଲଜ୍ଜ ଫେସନକୁ ସମାଲୋଚନା କରୁଥିଲେ ଶାଶୁ। ସେ ଜାଣିଛନ୍ତି ଅଯଥା ଦାୟିତ୍ୱ ହିଁ ଦୁଶ୍ଚିନ୍ତାର କାରଣ। ଏହା ସମସ୍ତଙ୍କୁ ଅସୁବିଧାରେ ପକାଏ। କିଛି ସମୟ ପରେ ରମାକାନ୍ତ ବାବୁ ଆସି ପହଞ୍ଚତ୍ଲେ। ନିମନ୍ତ୍ରଣ କାର୍ଡଟି ତାଙ୍କ ହାତକୁ ବଢ଼ାଇଦେଲେ ମ୍ୟାଡାମ ରମାମଣୀ ଓ କହିଲେ ପଢ଼। କାର୍ଡଟି ପଢ଼ିବା ସମୟରେ ରମାକାନ୍ତ ବାବୁଙ୍କ ଝିଅ ସେହି ରୁମ୍‌କୁ ପଶିଆସିଲା। ହଠାତ୍‌ ବାପାଙ୍କ ହାତରୁ ନିମନ୍ତ୍ରଣ କାର୍ଡଟିକୁ ଆଣି ଦେଖି ଉତ୍ସୁକତାର ସହ ପଢ଼ିବାକୁ ଚେଷ୍ଟା କଲା। ପଢ଼ିସାରିବା ପରେ ସେହି ଘର ଟେବୁଲ ଉପରେ କାର୍ଡଟିକୁ ରଖିଦେଇ ସେଠାରୁ ଚାଲିଗଲା ଝିଅ। ରମାକାନ୍ତ ବାବୁ ଓ ତାଙ୍କ ସହଧର୍ମିଣୀ ପରସ୍ପରକୁ ଅବାକ୍‌ ହୋଇ ଚାହିଁ ରହିଥାନ୍ତି। ଏହି ସମୟରେ ଫୋନ୍‌ ବାଜିଉଠିଲା। ମ୍ୟାଡାମ କହିଲେ ଏଇ ନିଅ ସୀତାକାନ୍ତ ବାବୁ ଫୋନ୍‌ କରିଛନ୍ତି। ରମାକାନ୍ତବାବୁ ଗମ୍ଭୀର ସ୍ବରରେ ପଚାରିଲେ ଆରେ ଏ ଭୋଜି ପାଇଁ କେତେ ଲୋକଙ୍କୁ ନିମନ୍ତ୍ରଣ କରିଛୁ? ସେପଟୁ ଉତ୍ତର ଆସିଲା ପ୍ରାୟ ପାଞ୍ଚଶହ ହେବ। ରମାକାନ୍ତ ବାବୁ କହିଲେ ଏଥିପାଇଁ ଏମିତି କାର୍ଡ ବାଣ୍ଟିବା କ’ଣ ଦରକାର। ସମାଜର ସ୍ଥିତିକୁ ଦେଖି ତୁ କ’ଣ କିଛି ବୁଝିପାରୁନୁ। ଏସବୁ ଏମିତି କ’ଣ ଡାକବାଜି କରି ପାଳନ କରାଯାଏ? ଘର ଓ ପଡ଼ୋଶୀର କିଛି ମହିଳାଙ୍କୁ ନେଇ ସେ କାମ ସାରିଦେଇଥିଲେ କ’ଣ ହୋଇ ନଥାନ୍ତା? ସୀତାକାନ୍ତ ବାବୁ କହିଲେ- ହଁ ଯେ, କିନ୍ତୁ ମୋ ସ୍ତ୍ରୀର ଏକା ଜିଦ୍‌ ଆଜିକାଲି ଏମିତି ହେଲାଣି। ବାସ୍ତବରେ ନିମନ୍ତ୍ରଣ କାର୍ଡଟିରେ ଲେଖାଯାଇଥିଲା ‘ଆଗାମୀ ଅମୁକ ତିଥି ବାର ତାରିଖ ଦିନ ମୋ ଝିଅ ଅମୁକର ପ୍ରଥମ ରଜୋବତୀ ଉତ୍ସବ ଅନୁଷ୍ଠିତ ହେଉଛି। ଏଣୁ ସପରିବାରେ ଆପଣ ଯୋଗଦାନ କରି ମୋ ଝିଅକୁ ଆଶୀର୍ବାଦ ପ୍ରଦାନ କରିବାହେବେ।’ ଉତ୍ସବ ଦିନ ସୀତାକାନ୍ତବାବୁ ଓ ତାଙ୍କ ସ୍ତ୍ରୀ ସ୍ବାଗତ କରୁଥାନ୍ତି ଅତିଥି ଅଭ୍ୟାଗତଙ୍କୁ। ତେବେ ସେହି ସ୍ଥାନରେ କିଛି ସହଅତିଥି ପ୍ରଶ୍ନର ଉତ୍ତର ଦେଇପାରୁ ନ ଥାନ୍ତି ସେମାନଙ୍କ ଅଭିଭାବକ। ରମାକାନ୍ତବାବୁ ଓ ତାଙ୍କ ସହଧର୍ମିଣୀ ଏପରି ପରମ୍ପରାର ଘୋର ବିରୋଧୀ। ଏଣୁ ତାଙ୍କ ପିଲାମାନଙ୍କୁ ଏସବୁ ବିଷୟରେ କାହାରିକୁ ଜଣାଇବା ଉଚିତ ମଣିଲେ ନାହିଁ। ତାଙ୍କ ମତରେ ଏହା ଏକ ଶାରୀରିକ ଗଠନ ଓ ପରିବର୍ତ୍ତନ ପ୍ରକ୍ରିୟାର ଅଂଶବିଶେଷ। ଏହାକୁ ସାର୍ବଜନୀନ ଉତ୍ସବର ମାନ୍ୟତା ଦେବାର କୌଣସି ଆବଶ୍ୟକତା ନାହିଁ।
ବାସ୍ତବରେ ଆଜିକାଲି ଗଁାଠୁ ସହର ପର୍ଯ୍ୟନ୍ତ ଅନେକ ସ୍ଥାନରେ ନିମନ୍ତ୍ରଣ କାର୍ଡ ବାଣ୍ଟି ରଜୋବତୀ ଉତ୍ସବ ପାଳନ କରାଗଲାଣି। ଓଡ଼ିଆଘରର ରୀତିନୀତି ଚାଲିଚଳଣି, ସଂସ୍କୃତି ଅନୁସାରେ ଏପରି ଉତ୍ସବକୁ ସାମାଜିକ ସ୍ବୀକୃତି ମିଳିି ନ ଥିଲେ ମଧ୍ୟ ଆଧୁନିକ ସାମାଜିକ ପରିଦୃଶ୍ୟରେ ଏହାର ଗ୍ରହଣୀୟତା ଧୀରେ ଧୀରେ ବଢ଼ିବାକୁ ଲାଗିଛି। ଅନୁକରଣପ୍ରିୟଙ୍କ କ୍ଷେତ୍ରରେ ଏପରି ଉତ୍ସବ ପାଳନକୁ ଏଡାଇ ଦିଆଯାଇ ନ ପାରେ। ତେବେ ରକ୍ଷଣଶୀଳ ପରିବାର ଏହାକୁ ଗ୍ରହଣ କରିପାରୁ ନ ଥିବା ସହ ସର୍ବସାଧାରଣଙ୍କ ଅବଗତିରେ ଏହି ଉତ୍ସବ ପାଳନ କରିବାକୁ ଚାହାନ୍ତି ନାହିଁ। ଯଦିଓ ଭାରତରେ ଓ ବିଦେଶରେ କେତେକ ସ୍ଥାନରେ ଏମିତି ଉତ୍ସବ ପାଳନ କରାଗଲାଣି, ତେବେ ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀରେ ଏହି ଉତ୍ସବ ସମ୍ବନ୍ଧରେ ସମସ୍ତେ ଜାଣିବା, ଜଣାଇବା, ଭୋଜିକୁ ଯିବା, ଉପହାର ନେବା ଆଦି କାର୍ଯ୍ୟରେ ଯୋଗଦେବାକୁ ଲଜ୍ଜାବୋଧ କରନ୍ତି ଲୋକେ। ବିଶେଷକରି ଏ ଖବର ଜାଣିଥିବା ସାଙ୍ଗସାଥୀ, ଯୁବତୀଯୁବକଙ୍କ ମଧ୍ୟରେ ଏହା ସେହି ସମୟରେ ପ୍ରମୁଖ ଆଲୋଚନାର ବିଷୟ ପାଲଟିଯାଏ। ତେଣୁ ଏହି ଘଟଣାକୁ ଏକ ବଡ଼ ଭୋଜି ଉତ୍ସବର ରୂପଦେବା ପରିବର୍ତ୍ତେ ସମ୍ପୃକ୍ତ ଝିଅଟିକୁ ମାନସିକ ସାନ୍ତ୍ବନା, ପରାମର୍ଶ ଦେବା, ସାଧାରଣ ଜୀବନଶୈଳୀର ଅଂଶ, ରଜୋବତୀ ହେବାର ଲକ୍ଷଣ ଓ ସ୍ବସ୍ବାସ୍ଥ୍ୟ ପରିଚାଳନା ବିଷୟରେ ସଚେତନ କରାଇବା ଅତି ଆବଶ୍ୟକ। ପୋଷକତତ୍ତ୍ୱଯୁକ୍ତ ଖାଦ୍ୟର ସୁବନ୍ଦୋବସ୍ତ ପାଇଁ ପରିବାର ଲୋକେ ଚେଷ୍ଟା କରିବା ଉଚିତ। ତା’ ମନରେ ଉଠୁଥିବା ଅନେକ ପ୍ରଶ୍ନର ସମାଧାନ କରି ଓ ଅନାବଶ୍ୟକ ଚାପ ସୃଷ୍ଟି କରିବା ପରିବର୍ତ୍ତେ ଏହି ଦିନକୁ ତା’ ପାଇଁ ସ୍ମରଣୀୟ ଦିନରେ ରୂପାନ୍ତରିତ କରାଯାଇପାରେ। ତେବେ ଝିଅଟି ଅପରିପକ୍ୱ ମାନସିକତାରେ ଉପହାର ଗ୍ରହଣ କରିବା ଓ ଅତିଥିମାନଙ୍କ ଆଗମନରେ ଖୁସିହେବା ସ୍ବାଭାବିକ କଥା। ଏଥିପାଇଁ ବାହାରର ଅତିଥି ନିମନ୍ତ୍ରଣ ବ୍ୟତୀତ ପଡ଼ୋଶୀ ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କ ଭିତରେ ଏ ଉତ୍ସବକୁ ସୀମିତ ରଖାଯାଇପାରେ, ଯାହା ଉକ୍ତ ଝିଅଟିର ମାନସିକ ବିକାଶରେ ସହାୟକ ହେବ। ଉତ୍ସବ ହେଉ, ଆଧୁନିକତାକୁ ଗ୍ରହଣ କରାଯାଉ, ସୁବ୍ୟବସ୍ଥିତ ପରମ୍ପରା ବି ବଞ୍ଚିରହୁ କିନ୍ତୁ ପୁରୁଣା ଚିନ୍ତାଧାରାର ଦ୍ୱାହିଦେଇ ଝିଅଟିର ପ୍ରତ୍ୟେକ ବିଷୟରେ ମାତାପିତା, ସମାଜ, ଅଭିଭାବକ, ସାଙ୍ଗସାଥୀ, ପଡ଼ୋଶୀ ନିଜନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ନ ଯାଆନ୍ତୁ , ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଏକ ବଡ଼ ବିପଦକୁ ଜନ୍ମ ଦେବ।
ତେବେ ପରିପକ୍ୱ ଚିନ୍ତାଧାରାରେ କିଛି ପ୍ରଶ୍ନ ଆନ୍ଦୋଳିତ କରେ ଯେପରିକି ଏ ସମ୍ବନ୍ଧରେ ଝିଅ ଓ ତା’ର ସାଙ୍ଗସାଥୀ, ସାନବଡ଼ ଭାଇଭଉଣୀଙ୍କ ମାନସିକତା ଓ ଏହାର ପ୍ରଭାବ ସମାଜ ଉପରେ କ’ଣ ପଡ଼ିବ? ଏ ଉତ୍ସବ ଆଡମ୍ବରପୂର୍ଣ୍ଣ ଓ ପ୍ରଦର୍ଶନଯୁକ୍ତ ହେବାର ଆବଶ୍ୟକତା କେତେ ଅଛି? ଏ ସମ୍ବନ୍ଧରେ ଗୋପନୀୟତା କିମ୍ବା ପ୍ରଚାରପ୍ରସାର, କେଉଁଟା ଆମ ପରମ୍ପରାକୁ ସୁସ୍ଥ ପ୍ରମାଣିତ କରିବ? ପରବର୍ତ୍ତୀ ସମୟରେ ଏହା ଖବରକାଗଜରେ ଜନ୍ମଦିନ, ସ୍ମୃତି ବିଜ୍ଞାପନ ଭଳି ଏହାର ପ୍ରକାଶନ ହେବ ନି ତ? ବୋଧହୁଏ, ଏପରି ଉତ୍ସବ ନିମନ୍ତେ ନିମନ୍ତ୍ରଣ କାର୍ଡ ବଣ୍ଟନ, ବାହ୍ୟ ଅତିଥି ନିମନ୍ତ୍ରଣ ସହ ଭବିଷ୍ୟତରେ ରଜୋବତୀ ବାର୍ଷିକୀ ପାଳନକୁ ମଧ୍ୟ ଏଡାଇ ଦେଇହେବ ନାହିଁ। ଏଣୁ ଗୋଟିଏ ଚିରାଚରିତ ପ୍ରଥାର ପରିବର୍ତ୍ତନ କରିବା ପୂର୍ବରୁ ଏହାର ସାମାଜିକ, ସାଂସ୍କୃତିକ, ଭାବଗତ ଓ ମନସ୍ତାତ୍ତ୍ୱିକ ପ୍ରଭାବ ଓ ଦିଗଗୁଡ଼ିକୁ ବିଶ୍ଳେଷଣ ବା ତର୍ଜମା କରିବା ଜରୁରୀ। ଲୋକଦେଖାଣିଆ ପରମ୍ପରାକୁ ଗ୍ରହଣ କରିବା ସମୟରେ ଶିଶୁକନ୍ୟାମାନଙ୍କର ଅଧିକାର, ଯତ୍ନ ଓ ସୁରକ୍ଷାକୁ କେତେ ଅଗ୍ରାଧିକାର ଦେଉଛେ ଏବଂ ସେମାନଙ୍କର ପରିବେଶକୁ କେତେ ମାତ୍ରାରେ ଶିଶୁ ସୁଲଭ କରିପାରୁଛେ ତାହାର ମୂଲ୍ୟାଙ୍କନ କରିବା ଜରୁରୀ। ଏହାର ସାମାଜିକ ଓ ଆଇନଗତ ପରିଧିକୁ ନିଶ୍ଚିତ କରି ସରକାରୀ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ଉତ୍ସବ ପାଳନର ପରିସର ଶିଶୁକନ୍ୟାଙ୍କ ପ୍ରତି ସାମାଜିକ ବା ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିପଦ ସୃଷ୍ଟି କରୁନାହିଁ ବୋଲି ମାତାପିତା ନିଶ୍ଚିତ ହେବା ଉଚିତ, ନଚେତ ଏହା ଆଗାମୀ ସମୟକୁ ଦୁଃସମୟରେ ପରିଣତ କରିବାର ସମ୍ଭାବନାକୁ ଜନ୍ମ ଦେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri