Posted inଫୁରସତ

ସ୍ମାର୍ଟଫୋନ୍‌ ହେଉଛି କି ହ୍ୟାଙ୍ଗ୍‌, ତେବେ କରନ୍ତୁ ଏପରି…

ନୂଆଦିଲ୍ଲୀ, ୨୨।୭: ବେଳେବେଳେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହୋଇଯାଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ନ ହୋଇ କେତେକ ଉପାୟ ଅବଲମ୍ବନ କରନ୍ତୁ। ମାତ୍ର ୨ ମିନିଟ୍‌ ମଧ୍ୟରେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହେବା ବନ୍ଦ ହୋଇଯିବ। ଏହା ପୂର୍ବଭଳି ସ୍ବାଭାବିକ ଭାବେ କାମ କରିବ। ପ୍ରଥମତଃ ଫୋନ୍‌ରେ କମ୍‌ ଆପ୍‌ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ସ୍ମାର୍ଟଫୋନ୍‌ ଆଉ ହ୍ୟାଙ୍ଗ୍‌ ହୋଇ ନ ଥାଏ। ସେହିପରି ଫୋନ୍‌କୁ ହ୍ୟାଙ୍ଗ୍‌ ହେବାରୁ ଦୂରେଇ ରଖିବା ପାଇଁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏହା ଉପରେ ଥିବା ୩ଟି ସମାନ୍ତରାଳ ଲାଇନ୍‌ରେ କ୍ଲିକ୍‌ କରନ୍ତୁ। ଏହାପରେ ସେଟିଂକୁ ଯାଇ ଡୁ ନଟ୍‌ ଅଟୋ ଅପଡେଟ୍‌ ଆପ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାଦ୍ୱାରା ଫୋନ୍‌ରେ ଥିବା ଆପ୍‌ ଅଟୋ ଅପଡେଟ୍‌ ହେବ ନାହିଁ। ଫଳରେ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ ହେବ ନାହିଁ। ସେହିପରି ମୋବାଇଲ୍‌ ସେଟିଂକୁ ଯାଇ ଏବାଉଟ୍‌ ଫୋନ୍‌ ଅପଶନ୍‌ ଉପରେ କ୍ଲିକ୍‌ କରନ୍ତୁ। ସେଠାରେ ଥିବା ସଫ୍ଟଓ୍ବେର ଇନଫରମେଶନ ଅପଶନ୍‌କୁ କ୍ଲିକ୍‌ କଲେ ବିଲ୍ଡ୍‌ ନମ୍ବର ଅପଶନ୍‌ ଆସିବ। ଏହାକୁ ୬-୭ ଥର କ୍ଲିକ୍‌ କଲେ ଡେଭଲପର ଅପଶନ୍‌ ଆସିବ। ଏହାକୁ ଅନ୍‌ କଲେ ବହୁ ଗୁଡ଼ିଏ ଅପଶନ୍‌ ଆସିବ। ସେଥିମଧ୍ୟରୁ ଓ୍ବିଣ୍ଡୋ ଆନିମେଶନ୍‌ ଜୁମ୍‌, ଟ୍ରାଞ୍ଜିଶନ୍‌ ଆନିମେଶନ୍‌ ସ୍କେଲ ଏବଂ ଆନିମେଟର ଡ୍ୟୁରେଶନ୍‌ ସ୍କେଲ ଆଦି ୩ଟି ଅପଶନ୍‌କୁ ବନ୍ଦ କରି ଦିଅନ୍ତୁ। ଏହାଧ୍ୱାରା ସ୍ମାର୍ଟଫୋନ୍‌ ଆଉ ହ୍ୟାଙ୍ଗ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri