Posted inଜାତୀୟ

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ଏବଂ ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ କେବଳ ସିଂହ ଢିଲ୍ଲୋଙ୍କୁ ଭେଟିବାର ଥିଲା ଏବଂ ମଙ୍ଗଳବାର ସେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଗତକାଲି ସଞ୍ଜ ଆରମ୍ଭରେ ହିଁ ସେ ଦିଲ୍ଲୀ ଫେରି ଆସିଛନ୍ତି।

ପଞ୍ଜାବରେ ହୋଇଥିବା ଭାଜପାର ବୈଠକରେ ଭାଗ ନେବା ପାଇଁ ରାଘବ ଚଢା ମଧ୍ୟ ତାଙ୍କ ସହ ଯାଇଥିଲେ, କିନ୍ତୁ ସେ ମଧ୍ୟ ତାଙ୍କ ସହିତ ଦିଲ୍ଲୀ ଫେରି ଆସିଛନ୍ତି। ଅନ୍ୟପଟେ, ଭାଜପା ମହାସଚିବ ତରୁଣ ଚୁଘ ଏବଂ ରାଜ୍ୟ ସଭା ଏମପି ବିକ୍ରମଜିତ ସିଂହ ସାହନୀ ମଧ୍ୟ ଉଭୟଙ୍କ ସହ ଦିଲ୍ଲୀ ଆସିଛନ୍ତି। ଚାରିଜଣ ଯାକ ଲୁଧିଆନାର ହଲୱାରା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲେ।

କେନ୍ଦ୍ରୀୟ କ୍ୟାବିନେଟ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନଙ୍କ ଇସ୍ତଫା ପରେ, ଆସନ୍ତାକାଲି ସକାଳ ୧୧ଟାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଏବଂ ନୀତିଗତ ନିଷ୍ପତ୍ତି ଉପରେ ମୋହର ବାଜିପାରେ।

ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ଯେ ରାଘବ ଚଢାଙ୍କୁ କେନ୍ଦ୍ରୀୟ କ୍ୟାବିନେଟରେ ସାମିଲ କରାଯାଇପାରେ। ପଞ୍ଜାବ ବିଧାନସଭା ନିର୍ୱାଚନ ୨୦୨୭ ପାଇଁ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇପାରେ। ସେହିପରି ଚଢାଙ୍କୁ ମଧ୍ୟ କେନ୍ଦ୍ରୀୟ କ୍ୟାବିନେଟ କିମ୍ୱା ଭାଜପା ସଂଗଠନରେ ସ୍ଥାନ ମିଳିପାରେ। ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ଆଧିକାରିକ ସୂଚନା ମିଳିନାହିଁ, କିନ୍ତୁ ଆସନ୍ତାକାଲି ହେବାକୁ ଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ।

ସୂଚନାଯୋଗ୍ୟ ଯେ, ନିକଟରେ ଜୁନ ୯ ତାରିଖରେ ବିଜେପିର ଏକ ହାଇ-ଲେଭଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାନୁଆରୀ ୨୦୨୬ରେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ ଉପରେ ବିଚାର ବିମର୍ଶ କରାଯାଇଥିଲା, ଯାହାର ଘୋଷଣା ଏହି ମାସ ଶେଷ ସୁଦ୍ଧା ହେବାର ସମ୍ଭାବନା ରହିଛି। ବିଜେପି ନିକଟରେ ପଞ୍ଜାବ, ହରିୟାଣା, ତ୍ରିପୁରା ଏବଂ ଦିଲ୍ଲୀରେ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି। ଏବେ ବିଜେପି ସଂଗଠନ ଏବଂ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?