Posted inଜାତୀୟ

ପ୍ରଶ୍ନ କରି ଟାର୍ଗେଟ କଲେ ଓଓ୍ବାଇସି: କ’ଣ ଜିନପିଙ୍ଗଙ୍କୁ ମୋଦି ଡରୁଛନ୍ତି…

ନୂଆଦିଲ୍ଲୀ,୭।୧୦: ଜିନ୍‌ଜିଆଙ୍ଗରେ ଚାଇନା ସରକାରଙ୍କ ମାନବାଧିକାର ଉଲ୍ଲଂଘନ ମାମଲାରେ ୟୁଏନ୍‌ଏଚ୍‌ଆର୍‌ସିରେ ମତଦାନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଏହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ନେତା ମନୀଷ ତିଓ୍ବାରୀଙ୍କ ପରେ ଏବେ ଏହି ପ୍ରସଙ୍ଗରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଡରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ୟୁଏନ୍‌ଏଚ୍‌ଆର୍‌ସିରେ ଉଇଘର ମୁସଲମାନଙ୍କୁ ନେଇ ଆଗତ ପ୍ରସ୍ତାବରେ ଗୁରୁତ୍ୱପୂର୍ଣ୍ଣ ଭୋଟ ଦେବାଠାରୁ ଦୂରେଇ ରହିବା ଠିକ୍‌ ବୋଲି ବାଛିଛନ୍ତି। ଏହାର କାରଣ ମୋଦି ବାଖ୍ୟା କରିବେ କି? ସେ ଜିନ୍‌ପିଙ୍ଗଙ୍କୁ ଅପମାନିତ କରିବାକୁ ଏତେ ଭୟ କରୁଛନ୍ତି, ଯାହାଙ୍କୁ ସେ ୧୮ ଥର ଭେଟିଛନ୍ତି, କ’ଣ ଭାରତ ସତ୍ୟ ପାଇଁ ଛିଡ଼ା ହୋଇପାରିବ ନାହିଁ ବୋଲି ଓଓ୍ବାଇସି ପ୍ରଶ୍ନ କରିଛନ୍ତି।

ପ୍ରକାଶ ଯେ, ଚାଇନାରେ ଉଇଘର ମୁସଲମାନଙ୍କୁ ଗତ କିଛିବର୍ଷ ଧରି ଚରମ ନିର୍ଯାତନା ଦିଆଯାଉଛି। ଏପରିକି ପ୍ରାୟ ୧୦ ଲକ୍ଷରୁ ଅଧିକ ମୁସଲମାନଙ୍କୁ ବନ୍ଦି କରି ରଖାଯାଇଥିବା ଅଭିଯୋଗ ହୋଇଆସୁଛି। ଏହି ଘଟଣା ଉପରେ ମାନବ ଅଧିକାର ଗୋଷ୍ଠୀ ବର୍ଷ ବର୍ଷ ଧରି ସ୍ବର ଉତ୍ତୋଳନ କରିଆସୁଛନ୍ତି। ମାତ୍ର ଚାଇନା ଏହାକୁ ଅସ୍ବୀକାର କରୁଛି। ଶୁକ୍ରବାର ଏନେଇ ଆଗତ ପ୍ରସ୍ତାବକୁ ନେଇ ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ଭୋଟ ଆଗତ କରାଯାଇଥିଲା। ପ୍ରସ୍ତାବ ସପକ୍ଷରେ ୧୭ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୯ ଭୋଟ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?