ହିନ୍ଦୁ ରାଷ୍ଟ୍ର ସମ୍ଭବ କି

ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଏକ ସିଭିଲ ସୋସାଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଶ୍ନ ଉଠିଥିଲା ଯେ, ମୋଦିଙ୍କର ଆସନ୍ନ ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବାକୁ ଯାଉଛିି କି? ହିନ୍ଦୁରାଷ୍ଟ୍ର ସମ୍ଭବ କି ନାହିଁ ତାହା ଜାଣିବା ଦରକାର। ଏଥିପାଇଁ ପ୍ରଥମେ ଏହା କ’ଣ ଏବଂ ଏବକାର ସ୍ଥିତିରୁ ହିନ୍ଦୁରାଷ୍ଟ୍ର କିପରି ପୃଥକ୍‌ ହେବ ତାହା ଉପରେ ପ୍ରଶ୍ନ କରିବା ଦରକାର। ୨୦୦୮ ପର୍ଯ୍ୟନ୍ତ ଓ ଏହା ପରେ ମଧ୍ୟ ଆମ ଭଳି ଗଣତନ୍ତ୍ରରେ ପରିଣତ ହୋଇଥିବା ନେପାଳ ବିଶ୍ୱରେ ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା। ମନୁ ସ୍ମୃତିରେ ନିର୍ଦ୍ଦେଶିତ ଏକ କ୍ଷତ୍ରିୟ (ଛତ୍ରି) ରାଜାଙ୍କଠାରେ କାର୍ଯ୍ୟନିର୍ବାହୀ କ୍ଷମତା ରହିଆସୁଥିବାରୁ ଏହା ଏକ ହିନ୍ଦୁ ରାଷ୍ଟ୍ର ଥିଲା। ନେପାଳର ୧୯୫୯ ସମ୍ବିଧାନ ଆର୍ଯ୍ୟ ସଂସ୍କୃତି ଏବଂ ହିନ୍ଦୁଧର୍ମର ଜଣେ ଅନୁଗତଙ୍କୁ ରାଷ୍ଟ୍ର ମୁଖ୍ୟ ବୋଲି ସ୍ପଷ୍ଟ କରିଛି। ୧୯୬୨ ସମ୍ବିଧାନ ନେପାଳକୁ ଏକ ସ୍ବାଧୀନ, ଅବିଚ୍ଛେଦ୍ୟ ତଥା ସାର୍ବଭୌମ ହିନ୍ଦୁ ରାଷ୍ଟ୍ର ଭାବରେ ବ୍ୟାଖ୍ୟାକରେ ଏବଂ ରାଜା ଆର୍ଯ୍ୟ ଓ ହିନ୍ଦୁ ବୋଲି ଦୋହରାଇଛି। ରାଜସଭା କିମ୍ବା ଶାସକୀୟ ପରିଷଦରେ ମୁଖ୍ୟ ବ୍ରାହ୍ମଣ (ବଡ଼ ଗୁରୁଜୟୁ) ଏବଂ କାର୍ଯ୍ୟନିର୍ବାହୀ ପୁରୋହିତ (ମୋଲ୍‌ ପୁରୋହିତ)ଙ୍କୁ ଅନ୍ତର୍ଭୁକ୍ତ କରେ। ନେପାଳର ୧୯୯୦ ସମ୍ବିଧାନ ଦେଶକୁ ‘ବହୁରାଷ୍ଟ୍ରୀୟ, ବହୁଭାଷୀ, ଗଣତାନ୍ତ୍ରିକ, ସ୍ବାଧୀନ, ଅବିଭକ୍ତ, ସାର୍ବଭୌମ, ହିନ୍ଦୁ ଏବଂ ସାମ୍ବିଧାନିକ ରାଜତନ୍ତ୍ର’ ବୋଲି ଦର୍ଶାଏ। ଏହା ରାଜାଙ୍କର ‘ଆର୍ଯ୍ୟତା’ ଏବଂ ‘ହିନ୍ଦୁତା’ର ପୁନରାବୃତ୍ତି କରେ। ୧୯୫୯ ସମ୍ବିଧାନରେ ସେପରି କୌଣସି ଧାର୍ମିକ ସ୍ବାଧୀନତା ନ ଥିଲା। ଏଥିରେ ଦର୍ଶାଯାଇଛି ଯେ, କୌଣସି ବ୍ୟକ୍ତି ଅନ୍ୟକୁ ଧର୍ମାନ୍ତରୀକରଣକରି ନିଜ ଧର୍ମକୁ ଆଣିବାର ଅଧିକାର ନାହିଁ। ଜଣେ ନାଗରିକ କେବଳ ପ୍ରାଚୀନ କାଳରୁ ଚଳିଆସୁଥିବା ନିଜ ଧର୍ମର ଅଭ୍ୟାସ ଓ ପାଳନ କରିପାରେ। ଅର୍ଥାତ୍‌ କୌଣସି ପ୍ରଚାରକୁ ଅନୁମତି ଦିଆଯାଇ ନ ଥିଲା ଏବଂ ନେପାଳରେ ଏ ପର୍ଯ୍ୟନ୍ତ ଏହି ନୀତି ବଳବତ୍ତର ରହିଛିି। ତିନୋଟି କାରଣ ଯୋଗୁ ନେପାଳ ଏକ ହିନ୍ଦୁ ରାଷ୍ଟ୍ର ଥିଲା। ପ୍ରଥମେ, ନିୟମାନୁସାରେ ଏକ ବଂଶାନୁକ୍ରମିକ କ୍ଷତ୍ରିୟ ମାଧ୍ୟମରେ ଶାସନ ଜାତିଭିତ୍ତିକ ଥିଲା; ଦ୍ୱିତୀୟରେ, ରାଜାଙ୍କ କୋର୍ଟରେ ଜାତିଭିତ୍ତିକ ପରାମର୍ଶଦାତା ଥିଲେ; ତୃତୀୟରେ କୌଣସି ଧାର୍ମିକ ସ୍ବାଧୀନତା ନାହିଁ ଏବଂ ପ୍ରଚାରପ୍ରସାର ନିଷେଧ କରାଯାଇଛି। ଏଠାରେ ଭାରତ ତୁଳନାରେ ନେପାଳ ଅଧିକ ବାସ୍ତବ ଥିଲା ଓ ରହିଛି ମଧ୍ୟ। ଆମ ସମ୍ବିଧାନର ଧାରା ୨୫ରେ କୁହାଯାଇଛି ଯେ, ଧର୍ମକୁ ମୁକ୍ତ ଭାବରେ ପ୍ରଚାରକରିବା ହେଉଛି ଏକ ମୌଳିକ ଅଧିକାର। କିନ୍ତୁ ଭାରତର ଅନେକ ରାଜ୍ୟର ଆଇନରେ ଧର୍ମ ପ୍ରଚାରକୁ ଏକ ଅପରାଧ ଭାବେ ଗଣାଯାଇଛି। ତେଣୁ ଅଧିକାର ପ୍ରାୟତଃ କାଗଜରେ ହିଁ ରହିଛି।
ନେପାଳର ସମ୍ବିଧାନ ଅନୁଯାୟୀ ନିର୍ଦ୍ଦିଷ୍ଟ ଜାତି ବଂଶାନୁକ୍ରମ ଏବଂ ଜାତିଭିତ୍ତିକ ଭେଦଭାବ ମାନବ ଅଧିକାରର ବୈଶ୍ୱିକ ଘୋଷଣାନାମା ଏବଂ ବ୍ୟକ୍ତିବିଶେଷଙ୍କୁ ସ୍ବତନ୍ତ୍ରତା, ସମାନତା ଏବଂ ସ୍ବାଧୀନତା ଦେଉଥିବା ପ୍ରତ୍ୟେକ ଆଧୁନିକ ଆଇନ ଏବଂ ପାଳନର ବିରୋଧ କରେ। ଏହି କାରଣରୁ, ଭାରତରେ କିପରି ଏହାର ନକଲ କରାଯାଇପାରିବ ତାହା ଦେଖିବା କଷ୍ଟକର। ନେପାଳରେ ବଂଶାନୁକ୍ରମିକ ରାଜା ଯେଭଳି ରହିଥିଲେ ତାହା ଆମର ନାହାନ୍ତି। କିନ୍ତୁ ଯଦି ଏହା ହିନ୍ଦୁ ରାଷ୍ଟ୍ର ନୁହେଁ ତେବେ ଭାଜପା ଓ ଆର୍‌ଏସ୍‌ଏସ୍‌ ଏ ବିଷୟରେ କ’ଣ କହୁଛନ୍ତି? ସେମାନେ ହିନ୍ଦୁ ରାଷ୍ଟ୍ର କଥା ବାରମ୍ବାର କହୁଥିଲେ ବି ତାହାକୁ ବ୍ୟାଖ୍ୟା କରିନାହାନ୍ତି। ଆର୍‌ଏସ୍‌ଏସ୍‌ କହୁଥିବା ହିନ୍ଦୁରାଷ୍ଟ୍ରର କୌଣସି ଡ୍ରାଫ୍ଟ କିମ୍ବା ସମ୍ବିଧାନ ନାହିଁ। ହିନ୍ଦୁରାଷ୍ଟ୍ର କହିବାର କାରଣ ହେଉଛି, ସେମାନଙ୍କ ନଜର କେବଳ ସଂଖ୍ୟାଲଘୁଙ୍କ ଉପରେ ରହୁଛି। ସେମାନେ ଯେଉର୍ଁ ପ୍ରକାର ହିନ୍ଦୁ ରାଷ୍ଟ୍ର କଥା କହୁଛନ୍ତି ତାହା ଆଇନ ଅନୁଯାୟୀ ନିଶ୍ଚିତ କରାଯାଇପାରେ ଯେ, କୌଣସି ଅଣ-ହିନ୍ଦୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଏବଂ କେବଳ ହିନ୍ଦୁମାନେ ଏହି ନିର୍ଦ୍ଦିଷ୍ଟ ପଦବୀରେ ରହିପାରିବେ। ଏଠାରେ ବିଚାରକରିବା ଉଚିତ ଯେ, ଆମର ଏପରି ନିୟମ ନାହିଁ, ଏହା ମଧ୍ୟ ଆବଶ୍ୟକ ନୁହେଁ। ଏହି ଦେଶରେ କୌଣସି ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି, କଶ୍ମୀର ବ୍ୟତୀତ କୌଣସି ରାଜ୍ୟରେ ମୁସଲମାନ ମୁଖ୍ୟମନ୍ତ୍ରୀ ଭାବରେ ପୂର୍ଣ୍ଣ ୫ବର୍ଷ କାର୍ଯ୍ୟ କରିନାହାନ୍ତି। ଅବଶ୍ୟ ଭାରତରେ ଏଯାବତ ମୁସଲମାନ ପ୍ରଧାନମନ୍ତ୍ରୀ ହୋଇପାରିନାହାନ୍ତି। ଏହି ପ୍ରକାର ହିନ୍ଦୁ ରାଷ୍ଟ୍ର ଏହାର ଧାର୍ମିକ ସଂଖ୍ୟାଲଘୁମାନଙ୍କ ବିରୋଧରେ ଅନ୍ୟ କିଛି ଭେଦଭାବପୂର୍ଣ୍ଣ ବିଷୟ ଗ୍ରହଣ କରିପାରେ। ୧୯୩୦ ଦଶକରେ ଜର୍ମାନୀ ଏକ ନିୟମ ପ୍ରଣୟନ କରିଥିଲା ଯାହା ସମ୍ପ୍ରଦାୟ ମଧ୍ୟରେ ଆନ୍ତଃ ବିବାହକୁ ରୋକିଥିଲା। ଭାରତରେ, ୨୦୧୮ ପରେ ୭ଟି ଭାଜପା ରାଜ୍ୟ ଆଇନ ପ୍ରଣୟନ କରିଛନ୍ତି ଯାହା ମୁସଲମାନ ଏବଂ ହିନ୍ଦୁଙ୍କ ମଧ୍ୟରେ ବିବାହର ଅପରାଧୀକରଣ କରିଛି। ଜର୍ମାନୀ ଆଇନ ଇହୁଦୀମାନଙ୍କୁ ନାଗରିକତ୍ୱରୁ ବାଦ୍‌ ଦେଇଥିଲା ଏବଂ ଭାରତ ମୁସଲମାନଙ୍କୁ ବାଦ୍‌ ଦେଇ ସିଏଏ ଗ୍ରହଣ କରିଛି। ବିଶେଷକରି ୨୦୧୯ଠାରୁ ଭାରତ ଲକ୍ଷ୍ୟଭିତ୍ତିକ ଆଇନ ଓ ନୀତିରେ ଅନେକ କାର୍ଯ୍ୟ କରିଛି, ଯେଉଁଥିରେ ନମାଜ, ହିଜାବ, ଗୋମାଂସ, ବୁଲ୍‌ଡୋଜର, ତଲାକ ଇତ୍ୟାଦି ଭଳି ଏପରି ଅନେକ କିଛି ଆମେ ଏକ ନିର୍ଦ୍ଦିଷ୍ଟ ହିନ୍ଦୁ ରାଷ୍ଟ୍ରରେ ଦେଖିପାରିବା।
ତେବେ ପ୍ରଶ୍ନ ହେଉଛି, ଯଦି ଆମେ ମୁସଲମାନଙ୍କୁ ଭୁଲ୍‌ବଶତଃ ରାଜନୈତିକ କାର୍ଯ୍ୟାଳୟରୁ ବାଦ୍‌ ଦେଇସାରିଛୁ ଏବଂ ଯଦି ନାଜି ଜର୍ମାନୀ ଓ ପାକିସ୍ତାନ ଭଳି ଆଇନ ମାଧ୍ୟମରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରତିଦିନ ହଇରାଣ କରୁଛୁ, ତା’ହେଲେ ହିନ୍ଦୁ ରାଷ୍ଟ୍ର କାହିଁକି ଆବଶ୍ୟକ କରୁଛୁ କିମ୍ବା ବର୍ତ୍ତମାନର ଆଇନଗୁଡ଼ିକର ପରିବର୍ତ୍ତନ କରିବାକୁ ଚାହଁୁଛୁ? ବର୍ତ୍ତମାନର ସମ୍ବିଧାନ ଏବଂ ଆଇନ ଅଣ-ହିନ୍ଦୁମାନଙ୍କ ପ୍ରତି ଭେଦଭାବ ପ୍ରୟୋଗ କରିବାକୁ ଆମକୁ ଯଥେଷ୍ଟ ସ୍ବାଧୀନତା ଦେଉଥିବାବେଳେ ଆମେ ନିଜକୁ ବହୁବାଦୀ, ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ବୋଲି ଦର୍ଶାଉଛୁ। ଧର୍ମନିରପେକ୍ଷ ସାମ୍ବିଧାନିକ ତଥା ଆଇନଗତ ସ୍ଥିତିରୁ ହିନ୍ଦୁ ରାଷ୍ଟ୍ରକୁ ପରିବର୍ତ୍ତନ କରିବାରେ ଆମେ କୌଣସି ବିଶେଷ ସୁବିଧା କିମ୍ବା ଲାଭ ପାଇବା ଭଳି ମନେହେଉନାହିଁ। ତେବେ ତୃତୀୟ ପାଳି ଯଦି ଆସେ ସେଥିରୁ ଆମେ କ’ଣ ଆଶା କରିପାରିବା?


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri