Posted inଜାତୀୟ

ଭାଜପା କ’ଣ କେବଳ ହିନ୍ଦୁ ପ୍ରଦେଶର ଦଳ ଅଟେ? ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୨: ନିକଟରେ ସରିଥିବ ବିଧାନସଭା ନିର୍ବାଚନ ପରେ ଭାଜପା ଦକ୍ଷିଣର କୌଣସି ରାଜ୍ୟରେ କ୍ଷମତାରେ ନାହିଁ। ତେବେ କଣ ଭାଜପା କେବଳ ହିନ୍ଦୁ ପ୍ରଦେଶର ପାର୍ଟି ଅଟେ? ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ମୋଦି ଏପରି ଧାରଣାକୁ ଦୃଢ ମତରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏକ ଭୂଲ ଆକଳନ ଅଟେ। ଭାଜପା ପାର୍ଟି ଆରମ୍ଭ ହେବା ପରଠାରୁ ଆମେ କିଏ ଆଉ କେଉଁ ଧର୍ମକୁ ପ୍ରତିନିଧିତ୍ୱ କରୁଛୁ ଏପରି କଥା ଶୁଣିବାକୁ ପାଉଛୁ। କେବେ ଆମେ ବାହ୍ମଣ-ଧର୍ମୀ ପାର୍ଟି ହେଉଛୁ ତ କେବେ ଏପରି ପାର୍ଟି, ଯାହା କେବଳ ହିନ୍ଦୁ ରାଜ୍ୟମାନଙ୍କର କଥା କହୁଛି। ଏମିତି କି ଆମକୁ ଏପରି ଦଳ କୁହାଗଲା ଯାହାଙ୍କୁ କେବଳ ସହର ଇଲାକାରେ ସମର୍ଥନ ମିଳିଥାଏ। କିନ୍ତୁ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଏସବୁ ତଥ୍ୟକୁ ଆମେ ଭୁଲ ପ୍ରମାଣିତ କରିଛୁ।

ଉଦାହରଣ ଦେଇ ମୋଦି କହିଛନ୍ତି, ଦେଶରେ ଏବେ କୌଣସି ଇଲାକା ନାହିଁ ଯେଉଁଠି ଆମକୁ ସମର୍ଥନ ମିଳୁନାହିଁ। ସ୍ଥାନୀୟ ନିର୍ବାଚନ ଠାରୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହେବା ଯାଏଁ ଆମ ଦଳ ସବୁଠି ଭଲ ପ୍ରଦର୍ଶନ କରୁଛି। ବିହାର, ପଶ୍ଚିମବଙ୍ଗ, ଓଡିଶା ଓ ଝାଡଖଣ୍ଡରେ ଆମେ ପ୍ରମୁଖ ବିରୋଧି ଦଳ ଭାବେ ଉଭା ହୋଇଛୁ। ବିହାରରେ ଆମକୁ ବହୁଳ ଜନସମର୍ଥନ ଓ ଜନାଦେଶ ମିଳିଛି। ୬ମାସ ପୂର୍ବରୁ କର୍ନାଟକରେ ଆମର ସରକାର ଥିଲା ସେହିପରି ଆଜି ବି ପୁଦୁଚେରୀରେ ଆମର ସରକାର ଅଛି। କହିରଖୁଛୁ କି, ଦେଶରେ ୧୬ରାଜ୍ୟରେ ଆମେ କ୍ଷମତାସୀନ ଥିବାବେଳେ ୮ରାଜ୍ୟରେ ମୁଖ୍ୟ ବିରୋଧୀଦଳ ରହିଛୁ। ୨୦୧୪ ପୂର୍ବରୁ ଦେଶରେ ଆମର କୌଣସି ସ୍ଥିତି ନ ଥିଲା। କିନ୍ତୁ ପୂର୍ବର ୬ରାଜ୍ୟରେ ଏବେ ସରକାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?