ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର

ବାଲେଶ୍ୱର ଅଫିସ,୧୪।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଳେଶ୍ୱର ଅଞ୍ଚଳର ଠିକାଦାର ଲୋକନାଥ ଜେନାଙ୍କ ଜମା ଟଙ୍କା ଫେରାଇ ଦେବା ପାଇଁ ସେ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ।
୧୨ଟି ବ୍ଲକରେ ଜଳସେଚନ ବିଭାଗର ଅନେକ କାମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟ ପାଇଁ ଠିକାଦାରମାନେ ମୁଖ୍ୟତଃ ବାଲେଶ୍ୱର ଜଳସେଚନ ବିଭାଗ ଉପରେ ନିର୍ଭର କରିଥାନ୍ତି। ଠିକାଦାରମାନେ ଟେଣ୍ଡର ପକାଇବାଠାରୁ କାର୍ଯ୍ୟ ଶେଷ କରିବା ପର୍ଯ୍ୟନ୍ତ କନିଷ୍ଠଯନ୍ତ୍ରୀଙ୍କଠାରୁ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପରେ ନିର୍ଭର କରନ୍ତି। ଟେଣ୍ଡର ପକାଇ ମନୋନୀତ ହେବା ପରେ କାର୍ଯ୍ୟ ପାଇଁ ଡିପୋଜିଟ୍‌ ହେଉଥିବା ଟଙ୍କା କାର୍ଯ୍ୟ ଶେଷ ହେବା ପରେ ଫେରାଇ ଦେବା ପାଇଁ ଅଧିକ ଟଙ୍କା ଲାଞ୍ଚ ମାଗିବାରୁ ଠିକାଦାର ଜେନା ଭିଜିଲାନ୍ସର ସହାୟତା ନେଇଥିଲେ। ଭିଜିଲାନ୍ସ ଯୋଜନା ଅନୁସାରେ ଜେନା କ୍ୟାଶିୟର ରାଉତଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ,...

୩ ମାସ ମିଳିନି କଳାକାର ଭତ୍ତା

ଭଞ୍ଜନଗର,୯।୧୦(ଡି.ଏନ.ଏ):ଗଞ୍ଜାମ ଜିଲାର ପ୍ରାୟ ୧୮ଶହ କଳାକାରଙ୍କୁ ୩ ମାସ ହେଲା କଳାକାର ଭତ୍ତା ମିଳିନାହିଁ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଉଥିବା ଏହି କଳାକାରମାନଙ୍କ...

ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜରିମାନା

ଭଞ୍ଜନଗର,୨୦।୪(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ...

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଲା, ସୁସ୍ଥ ହେଲେ ୫୬

ଭୁବନେଶ୍ୱର,୨ା୫(ବ୍ୟୁରୋ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଶନିବାର ଅପରାହ୍ନରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ପଜିଟିଭ୍‌...

କରୋନା ଆକ୍ରାନ୍ତରେ ଅର୍ଦ୍ଧଶତକ ଟପିଲା ପୁରୀ ଜିଲା

ପୁରୀ ଅଫିସ, ୧୩।୫: ପୁରୀ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ପୁଣି ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

ସ୍ବଚ୍ଛ ଭାରତ ଅଭିଯାନ ବାଟବଣା, ପାଇଖାନା ନିର୍ମାଣ ହୋଇଛି କାମରେ ଆସୁନି

ମାଲକାନଗିରି,୯ା୧୨(ଡି.ଏନ.ଏ.)-  ଚଳିତ ବର୍ଷ ଅକ୍ଟୋବର ୨ରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସ୍ବଚ୍ଛ ଭାରତ ମିଶନ ଅଭିଯାନ ମାଧ୍ୟମରେ ସମଗ୍ର ଦେଶକୁ ବାହ୍ୟ ମଳତ୍ୟାଗ...

ବେଆଇନ ପିଚୁ ପ୍ଲାଣ୍ଟକୁ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ

ଜେନାପୁର,୨୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ବାଲିସାହି ଛକ ନିକଟସ୍ଥ ମାଣ୍ଡିଆଗଡ଼ାଠାରେ ବହୁ ଦିନ ଧରି ଚାଲିଥିବା ବେଆଇନ...

ଦିଲ୍ଲୀରୁ ନାଇଜେରୀୟ ଦମ୍ପତି ଗିରଫ

ବାଲେଶ୍ୱର ଅଫିସ,୨୮।୮: ବାଲେଶ୍ୱର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ୩୦ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଏକ ନାଇଜେରୀୟ ଦମ୍ପତିଙ୍କୁ ସାଇବର ଥାନା...

Advertisement
Archives

Model This Week