ଜଗନ୍ନାଥଙ୍କ ଅବଢ଼ା ନିଲାମରେ ଅନିୟମିତତା

ନୟାଗଡ଼,୧୩।୬(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ଟେଣ୍ଡରରେ ଅନିୟମିତତା ହୋଇଛି । ନିଲାମଧାରୀଙ୍କ ଠାରୁ ୧ ଲକ୍ଷ ବା ତାଠାରୁ ଅଧିକ ଲାଞ୍ଚ ନେଇ ସେମାନଙ୍କୁ ନିଲାମ ଟଙ୍କା ନ ଦେବା ପାଇଁ ଅନୁକମ୍ପା ଦେଖା ଯାଉଛି । ଅବଧି ଗଲା ପରେ ବି ନିଲାମଧାରୀଙ୍କୁ ଅବଢ଼ା ତିଆରି କାର୍ଯ୍ୟରୁ ହଟା ଯାଉନି । ଅବଢ଼ା ନିଲାମରେ ଚାଲିଥିବା ଦୁର୍ନୀତିର ପ୍ରତିବାଦରେ ସେବାୟତଙ୍କ ଆନ୍ଦୋଳନ ପରେ ଅବଢ଼ା ପ୍ରସ୍ତୁତ ଚଳିତ ବର୍ଷ ବନ୍ଦ କରାଯାଇଛି । ତେବେ ନୂଆ ଅବଢ଼ା ପ୍ରସ୍ତୁତ ପାଇଁ ଦେବୋତ୍ତର ବିଭାଗ ଜାଣିଶୁଣି ଟେଣ୍ଡର କରୁନି । ଅବଢ଼ା ଟେଣ୍ଡର ହେଲେ ମନ୍ଦିରର ପାଣ୍ଠି ବଢ଼ିବାର ଥିଲେ ହେଁ ଲାଞ୍ଚ ଟଙ୍କାର ମୋହ ଦେବୋତ୍ତର ବିଭାଗ ଛାଡି ପାରୁନି ବୋଲି ଖୋଲାଖୋଲି ଅଭିଯୋଗ ଉଠିଥିଲା । ଯେଉଁମାନେ ଅବଢ଼ା ନିଲାମ ପ୍ରାପ୍ୟ ଦେଉ ନାହାନ୍ତି ସେମାନଙ୍କ ବିରୋଧରେ ସାର୍ଟିଫିକେଟ ମାମଲା କରା ନ ଯାଇ ସେମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ବୁଧବାର ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ନୟାଗଡ଼ ଜଗନ୍ନାଥ ମନ୍ଦିରର ସେବାୟତ ଓ ସାଧାରଣ ଲୋକ ଅଭିଯୋଗ କରି ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଅବଢ଼ା ନିଲାମରେ ଲକ୍ଷାଧିକ ଟଙ୍କା ଅନିୟମିତତାର ଦେବୋତ୍ତର ବିଭାଗ ସଂଶ୍ଲିଷ୍ଟ ରହିଥିବାର ଖୋଲାଖୋଲି ଅଭିଯୋଗ କରି ଦୁର୍ନୀତିର ପେଡି ଖୋଲି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଅବଢ଼ା ନିଲାମରେ ଜାଣି ଶୁଣି ଚଞ୍ଚକତା କରାଯାଉଛି । ଯେଉଁମାନେ ନିଲାମ ନେଉଛନ୍ତି ସେମାନେ କିଛି ଟଙ୍କା ଡିପୋଜିଟ କରି ଅବଶିଷ୍ଟ ଟଙ୍କା ଆଦୌ ପଇଠ କରୁ ନାହାନ୍ତି । ନିଲାମ ଟଙ୍କା ଦେଇ ନ ଥିବା ବ୍ୟକ୍ତିଙ୍କଠାରୁ ବକେୟା ଟଙ୍କା ଆଦାୟ ପାଇଁ ଦେବୋତ୍ତର ବିଭାଗର ପଦକ୍ଷେପ ନାହିଁ । ପୁଣି ସେମାନେ ନିଜର ଅନୁଗତଙ୍କ ଦ୍ୱାରା ଅବଢ଼ା ନିଲାମ ନେଉଛନ୍ତି॥ ଅବଢ଼ା ନିଲାମରେ ମନ୍ଦିର ପ୍ରଶାସନର ଲାଭ ହେଉନି। ବରଂ ଦେବୋତ୍ତର ବିଭାଗର କର୍ମଚାରୀ ଓ ଅଧିକାରୀ ଭଲ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି । ଅବଢ଼ା ନିଲାମ ଟଙ୍କାର ବାକି ତାଲିକା ଗଡି ଚାଲିଛି । ଅବଢ଼ା ନିଲାମରେ ଅନିୟମିତତା, ଲାଞ୍ଚ ନେଇ ନିଲାମଧାରୀଙ୍କୁ ସୁରକ୍ଷା, ବାକି ଟଙ୍କା ଦେଇ ନ ଥିବା ନିଲାମଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣାରେ ଦେବୋତ୍ତର ମ୍ୟାନେଜରଙ୍କ ସଫେଇ ସାଧାରଣ ଲୋକ ଓ ସେବାୟତଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ଦେବୋତ୍ତର ବିଭାଗର ମ୍ୟାନେଜର ବରଂ ଅପଦସ୍ତ ହୋଇଥିଲେ ।
ଦିନମଣି ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧େରେ ଅବଢ଼ା ନିଲାମ ହୋଇଥିଲା। ଯେଉଁ ବ୍ୟକ୍ତି ନିଲାମ ନେଇଥିଲେ ସ୍ବଳ୍ପ କିଛି ଟଙ୍କା ଦେଇ ୧ ବର୍ଷ ପର୍ଯ୍ୟନ୍ତ ଅବଢ଼ା ପ୍ରସ୍ତୁତ କଲେ । ଅବଧି ଶେଷ ପରେ ବି ତାଙ୍କୁ ଅବଢ଼ା ବନ୍ଦ କରାଯିବାକୁ କୁହା ଗଲାନି । ପୁଣି ତାଙ୍କଠାରୁ ବକେୟା ଟଙ୍କା ଆଦାୟ କରାଗଲାନି । ସେବାୟତଙ୍କ ବାରମ୍ବାର ଆନ୍ଦୋଳନ ପରେ ଅଣନିଲାମଧାରୀଙ୍କ ଅବଢ଼ା ପ୍ରସ୍ତୁତ ବନ୍ଦ ହୋଇଗଲା । ତେବେ ଦେବୋତ୍ତର ବିଭାଗ ନୂଆ ଟେଣ୍ଡର ଜାଣି ଶୁଣି କରୁନି । ଅବଢ଼ା ନିଲାମ ନେବାକୁ ଅନେକ ଇଛୁକ ଅଛନ୍ତି । ଖାଦ୍ୟର ମାନ ଭଲ ରହିବ ଓ ମନ୍ଦିର ପ୍ରଶାସନ ନିଲାମ ଅର୍ଥ ପାଇବାରେ ଅସୁବିଧା ହେବନି ।ତେବେ ସେମାନଙ୍କୁ ସୁଯୋଗ ନ ଦେଇ ମନ୍ଦିରରେ ଅବଢ଼ା ନ କରି ଭକ୍ତଙ୍କ ସହ ଖେଳ ଖେଳା ଯାଉଛି ବୋଲି ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ ଓ ଉପଜିଲାପାଳ କର୍ଣ୍ଣଦେବ ସମାଦାର ଅଭିଯୋଗକୁ ଶୁଣି ଏନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିମାନବନ୍ଦର

ଭୁବନେଶ୍ୱର,୧୭ା୭: ମୟୂରଭଞ୍ଜ ଜିଲାସ୍ଥିତ ଅମର୍ଦା ରୋଡ୍‍ ରାସଗୋବିନ୍ଦପୁର ବିମାନବନ୍ଦରକୁ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି...

ଏହି ଅଧିକାରୀ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର,୧୭ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୨୦୧୧ ବ୍ୟାଚ୍ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ।...

ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ...

ମା’ ତାରିଣୀଙ୍କ ପୀଠରେ ଜିଭ କାଟିଲେ ଜଣେ ଭକ୍ତ, କାରଣ ଜାଣିଲେ…

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଜିଭକୁ ବ୍ଲେଡ୍‌ରେ କାଟି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର...

ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ…

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ଜଣେ ନାବାଳିକା ଛାତ୍ରୀ ବିଦ୍ୟାଳୟ ହଷ୍ଟେଲରୁ ରାଗି କି ଚାଲି ଆସିଥିଲେ। ତେବେ  ପ୍ରାୟ ୪୦ କିଲୋମିଟରରୁ ଅଧିକ ଚାଲି ଚାଲି ମୟୂରଭଞ୍ଜ...

ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୭: ରାଜ୍ୟରେ ଭାଜପା କ୍ଷମତାକୁ ଫେରିବା ପରେ ପୂର୍ବ ସରକାରରେ ଗଠନ ହୋଇଥିବା ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂର୍ବ...

ଶ୍ରୀଜିଉଙ୍କ ସୁନାବେଶ: ମହଣ ମହଣ ସୁନାରେ ହେଲେ ସଜେଇ

ପୁରୀ,୧୭ା୭: ବୁଧବାର ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି। ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ...

ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ବଡ଼ ଏକାଦଶୀ ତିଥିରେ କେନ୍ଦୁଝରର ଆରାଧ୍ୟଦେବ ଶ୍ରୀଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri