ଅନିୟମିତ ବର୍ଷା: ବିପଦରେ ଚାଷ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲ ନଷ୍ଟ ଓ ଗ୍ରୀନ୍‌ ହାଉସ ଗ୍ୟାସ ବୃଦ୍ଧି ଯୋଗୁ ଜଳବାୟୁରେ ବ୍ୟାପକ ଅସନ୍ତୁଳନ ଦେଖାଦେଲାଣି। ଗତ ଦୁଇ ଦଶନ୍ଧି ହେବ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ଅସ୍ବାଭାବିକତା ପରିଲକ୍ଷିତ ହେଉଛି। ଅନିୟମିତ ବର୍ଷା ଯୋଗୁ ଚାଷ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ବର୍ଷା ଉପରେ ନିର୍ଭର କରୁଥିବା ଦେଶଗୁଡିକ ଆଗାମୀ ଦିନରେ ଭୟଙ୍କର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ ବୋଲି ନିକଟରେ ପ୍ରକାଶିତ ଜାତିସଂଘ ଡିଜାଷ୍ଟର ରିସ୍କ ରିଡକ୍ସନ(ୟୁଡିଆରଆର) ରିପୋର୍ଟରେ ଚେତାବନୀ ଦିଆଯାଇଛି।
ଚଳିତବର୍ଷ ମୌସୁମୀ ଅନିୟମିତତା ଯୋଗୁ ରାଜ୍ୟରେ ଚାଷ ପ୍ରଭାବିତ ହୋଇଛି। ସ୍ବଳ୍ପ ବର୍ଷା ଯୋଗୁ ଖୋର୍ଦ୍ଧା, ବାଲେଶ୍ୱର, ପୁରୀ, ଗଜପତି ଆଦି ଜିଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଅଗଷ୍ଟରେ ଅଧିକ ବର୍ଷା ଯୋଗୁ ରାଜ୍ୟରେ ଯାଜପୁର, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଭଦ୍ରକ, ପୁରୀ ଜିଲାରେ ଅନେକ ଜମିର ଫସଲ ଉଜୁଡି ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ୧୭ ଜିଲାରେ ସାଧାରଣ ବୃଷ୍ଟିପାତ (୧୯ ପ୍ରତିଶତ)ଠାରୁ ଅଧିକ ହୋଇଥିବାବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିଲା। ସେଥିରୁ ୬ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୦୫ ପ୍ରତିଶତରୁ ୧୭୬ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ହୋଇଥିବାବେଳେ ନୂଆପଡା ଜିଲାରେ ୩୧.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଅଗଷ୍ଟରେ ୪ଟି ଲଘୁଚାପ ହୋଇଥିଲା। ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଏହି ବନ୍ୟାରେ ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା କ୍ଷତିଗ୍ରସ୍ତ ହୋଇଥିଲା। ଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନକୁ ଦେଖି ରାଜ୍ୟ ସରକାର ଅଣ ଧାନ ଫସଲ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାଛଡା ବିଭିନ୍ନ ବିଭାଗକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
ଅନିୟମିତ ବର୍ଷା ଯୋଗୁ ଫସଲରେ ପୋକ ଲାଗୁଛି। ଏଥିଯୋଗୁ ଅଧିକ କୀଟନାଶକ ବ୍ୟବହାର ହେଉଛି। ଏହାଦ୍ୱାରା ଫସଲ ଉତ୍ପାଦନ ହ୍ରାସ ପାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୫୧ ପ୍ରତିଶତ ଜମି ବର୍ଷା ଉପରେ ନିର୍ଭର କରେ, ଯାହା କି ଦେଶର ସମୁଦାୟ ଖାଦ୍ୟଶସ୍ୟ ୪୦ ପ୍ରତିଶତ ଉତ୍ପାଦନ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଉପରେ ପ୍ରଭାବ ପଡିବା ଆଶଙ୍କା ଅଧିକ ରହିଛି। ଜାତିସଂଘ ରିପୋର୍ଟରେ କୁହାଯାଇଛି, ଗତ ଦୁଇ ଦଶନ୍ଧି ମଧ୍ୟରେ ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ବିଶ୍ୱରେ ୭୦ ପ୍ରତିଶତ ଚାଷ ପ୍ରଭାବିତ ହେବା ସହ ୧.୩ ବିଲିୟନ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି। ୟୁଏନ୍‌ଡିଆରଆର ରିପୋର୍ଟ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ୦.୫୧ ନିୟୁତ ଲୋକଙ୍କର ଜୀବନ ଯାଇଥିବା ବେଳେ ୩.୯ ବିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିମାଣ ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଛି। ୧୯୮୦ରୁ ୧୯୯୯ ମଧ୍ୟରେ ସମଗ୍ର ବିଶ୍ୱରେ ୩୬୫୬ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବା ବେଳେ ୨୦୦୦ରୁ ୨୦୧୯ ମଧ୍ୟରେ ୬ ହଜାର ୬୮୧ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏଥିଯୋଗୁ କେବଳ ଭାରତ ଓ ଚାଇନାରେ ୨.୮ ବିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ବର୍ଷ ୨୦୦ ନିୟୁତ ଲୋକ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଛନ୍ତି। ବର୍ଷା ନ ହେବାରୁ ୧.୪ ବିଲିୟନ ଲୋକ ମରୁଡିର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଅଭାବରୁ ଜଳ ସଙ୍କଟ ସୃଷ୍ଟି ହେବା ସହ ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ଦାରିଦ୍ର୍ୟ, କ୍ଷୁଧା ଭଳି ସମସ୍ୟା ସୃଷ୍ଟି ହେବା ଯୋଗୁ ତାହା ଦୀର୍ଘ ସମୟ ଧରି ଅର୍ଥନୈତିକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri