ବିଡ଼ମ୍ବନା

ଉପେନ୍ଦ୍ର ବିଶ୍ୱାଳ

୫ ବର୍ଷ ପୂର୍ବର ଏକ ଘଟଣା। ବ୍ରିଟିଶ୍‌ ଶାସକଙ୍କ ଦ୍ୱାରା ଭାରତକୁ କ୍ଷମତା ହସ୍ତାନ୍ତରର ବିରୋଧ କରୁଥିଲେ ଉଇନ୍‌ଷ୍ଟନ ଚର୍ଚ୍ଚିଲ। ବିଦ୍ରୂପଭରା ସେ ଯେଉଁ ମନ୍ତବ୍ୟ ରଖିଥିଲେ ତାହାର ସଂକ୍ଷିପ୍ତ ସାରାଂଶ ହେଲା- ଇଣ୍ଡିଆକୁ ସ୍ବାଧୀନତା ଦେଲେ ଅବସ୍ଥା ଆହୁରି ବିଗିଡ଼ିଯିବ। ଦିନେ ଏମିତି ସ୍ଥିତି ଆସିବ, ସେ ଦେଶରେ ପାଣି, ପବନ ବି ବିକ୍ରି ହେବ। ସେ ଦିନର ସେ ମର୍ମଭେଦୀ କଟାକ୍ଷ ଏକପ୍ରକାର ସତ୍ୟ ସାବ୍ୟସ୍ତ ହୋଇଛି ଆଜି। ପାଣି ତ କେବେଠୁ ବିକ୍ରି ଚାଲିଛି ଆଉ ପବନ (ଅମ୍ଳଜାନ) ବି ଆଜି ବିକ୍ରି ହେଉଛି କଳା ବଜାରରେ। ବାସ୍ତବରେ ଚର୍ଚ୍ଚିଲଙ୍କ ଏମିତି ଏକ ଶକ୍ତ ଚଟକଣା ଯେମିତି ଅପମାନ ଓ ଅବସାଦଭରା, ସେମିତି ହୃଦୟବିଦାରକ ଓ ବିଡ଼ମ୍ବନା ମଧ୍ୟ। ସ୍ବାଧୀନତାର ସେ ସମୟ ଥିଲା ସମ୍ଭାବନାମୟ ବେଳାଟିଏ ଆଗକୁ ଆଗେଇ ଯିବାର। ସମୟ ଓ ସୁଯୋଗ ବି ହାତଠାରି ଆମକୁ ଡାକୁଥିଲା ଭାରତ ଓ ଭାରତୀୟତାକୁ ଉଦ୍ଭାସିତ କରିବାକୁ। କିନ୍ତୁ ଦୁର୍ଭାଗ୍ୟ, ଦେଶକୁ ମିଳିଲାନି ସଠିକ୍‌ ନେତୃତ୍ୱ ଓ ଦିଗ୍‌ଦର୍ଶନ। ଫଳତଃ ଦିଶାହୀନ ହେଲା ଦେଶ। ତା’ ନ ହୋଇଥିଲେ ସ୍ବାଧୀନତାର ୫୦ ବର୍ଷ ଭିତରେ ଦେଶରେ ୨ଟିରୁ ଅଧିକ ଏମ୍ସ କଲେଜ କ’ଣ ପ୍ରତିଷ୍ଠା ହୋଇ ପାରିନଥାନ୍ତା? ଦେଶର ଭବିଷ୍ୟତ ଯେମିତି ନିର୍ଭରକରେ ଲୋକ ଚରିତ୍ର ଉପରେ, ସେମିତି ବି ନିର୍ଭର କରେ ନେତୃତ୍ୱର ପରାକାଷ୍ଠା ଓ ପାରଦର୍ଶିତା ଉପରେ। ବରଂ ଦକ୍ଷ ଓ ଦୃଢ଼ମନା ନେତୃତ୍ୱ ସକ୍ଷମ ହୁଏ ଜନ ମାନସିକତା ତିଆରି କରିବାରେ। ତାଙ୍କ ଆଦର୍ଶ ଆଚରଣ ଅନେକଙ୍କ ପାଇଁ ଅନୁକରଣୀୟ ପାଲଟିଯାଏ।
ଏବେ ଆସିବା ଆଜିର ସ୍ଥିତିକୁ। ଛୁଆକୁ ପଦାରେ ଶୁଆଇ ଡାହାଣୀକୁ ଦୋଷ ଦେବା ପରି ଆମ ସ୍ଥିତି ଆଜି ସେମିତି ନୁହଁ କି? ୧୩୫ କୋଟି ଲୋକସଂଖ୍ୟାର ବିଶାଳ ଭୂଖଣ୍ଡରେ କରୋନାକୁ ହରେଇବା ଯେ କେତେ କାଠିକର ପାଠ, ତାହା ଜାଣି ମଧ୍ୟ ସରକାରଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ନିଶ୍ଚିନ୍ତ ରହିଲେ। ଫଳତଃ ଦେଶ ଭୋଗୁଛି ନାହିଁନଥିବା ଦୁର୍ଦ୍ଦଶା। ଦିଲ୍ଲୀ ସମେତ ସବୁ ବଡ଼ ବଡ଼ ସହରରେ ଶୁଭୁଛି ଅମ୍ଳଜାନ ପାଇଁ ଆର୍ତ୍ତଡାକ। ଶରୀର ଆବଶ୍ୟକ କରୁଥିବା ଅମ୍ଳଜାନ ଯଦି ଠିକ୍‌ସେ ପାଉଥା’ନ୍ତା, ତେବେ ଆମେ କ’ଣ ଏମିତି ଅବସ୍ଥା ଭୋଗୁଥା’ନ୍ତୁ? ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ବୃଦ୍ଧି ସହିତ ଅମ୍ଳଜାନ ହ୍ରାସ ପାଇଁ ଦାୟୀ କିଏ? ବାୟୁମଣ୍ଡଳ ଧାରଣ କରୁଥିବା ପ୍ରକୃତିଦତ୍ତ ୨୦.୯୫ ଭାଗ ଅମ୍ଳଜାନ ତ ଜୀବଜଗତ ପାଇଁ ଯଥେଷ୍ଟ। ଗତ କେଇବର୍ଷ ଧରି ଦିଲ୍ଲୀ ପାଲଟିିିଛି ବିିଶ୍ୱର ପ୍ରମୁଖ ପ୍ରଦୂଷିତ ସହର। ଦିନବେଳା ବି ରାତି ଅନ୍ଧକାର ପରି ଆକାଶକୁ ଆଚ୍ଛନ୍ନ କରି ରଖୁଛି ଅଙ୍ଗାରକାମ୍ଳର ଗହଳ ଆସ୍ତରଣ, ଯେଉଁଥିପାଇଁ କି ଅନେକ ଥର ବାତିଲ ହୋଇଛି କ୍ରିକେଟ୍‌ ଖେଳ। ପୁନଶ୍ଚ ଦିଲ୍ଲୀ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକରେ ବିପୁଳ ପରିମାଣର ଜୀବାଶ୍ମ ଦହନ ଫଳରେ ଅଙ୍ଗରକାମ୍ଳ ବୃଦ୍ଧି ସହିତ ଅମ୍ଳଜାନର ସ୍ତରକୁ ହ୍ରାସ କରିଚାଲିଛି। କାରଣ ମାଇଲ ମାଇଲ ବ୍ୟାପୀ କ୍ଷେତର ନଡ଼ା ସବୁ ଦହନ ପାଇଁ ତ ଅମ୍ଳଜାନ ଜରୁରୀ। ଏହା ବିରୋଧରେ ସୁପ୍ରିମକୋର୍ଟ ବି ବିଷୋଦ୍‌ଗାର କରିଛନ୍ତି କେତେଥର। ପୁଣି କାର୍ଯ୍ୟାଳୟରୁ ଭାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟକ୍ତିଟିଏ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରି ଭିତରେ ଆବଦ୍ଧ ହୋଇ ରହିଲେ, ଆବଶ୍ୟକ ଅମ୍ଳଜାନ ପାଇବ କେଉଁଠୁ ଏ ଶରୀର। କାହିଁ ଦିଲ୍ଲୀ ପରି ପଲ୍ଲୀବାସିନ୍ଦା ତ ଭୋଗୁନାହାନ୍ତି ଏପରି ଦୁର୍ଦ୍ଦଶା? ଦୁନିଆକୁ ମଇଳା କରିବୁ ଆମେ, ତଜ୍ଜନିତ ସମସ୍ୟା ଦେଖାଦେଲେ ଦୋଷ ହେଉଛି ସରକାରଙ୍କର। ପାଦରେ ଜୋତା ନ ପିନ୍ଧି ଆମେ ରାସ୍ତା ଚାଲିବୁ। ପାଦକୁ କଷ୍ଟ ହେଲେ ସରକାରଙ୍କ ଉପରେ ବର୍ଷିବୁ। ଲାଲଝଣ୍ଡା ଧରି ବାହାରି ପଡ଼ିବୁ। ସରକାରଙ୍କଠାରେ ଦାବି କରିବୁ- ଘାସର ଗାଲିଚାରେ ରାସ୍ତାସବୁ ଆଚ୍ଛାଦିତ କର। ନହେଲେ ନିଆଁ (ଟାୟାର) ଜଳିବ।
ଏବେ ଆସିବା ଅନ୍ୟ ଏକ ମହତର ଦିଗକୁ। ଏଇଠି ଏକ ପ୍ରଶ୍ନଟିଏ। ବଞ୍ଚତ୍ବା ଆଗ ନା ବଢ଼ିବା ଆଗ। ବଞ୍ଚତ୍ ରହିଲେ ତ ଆଗକୁ ବଢ଼ିବା ପାଇଁ ବାଟ ଖୋଜିବା। କିଏ ଆମକୁ କହିଥିଲା ଯେଉଁ ଡାଳରେ ବସୁଛ, ସେଇ ଡାଳର ମୂଳକୁ ହାଣିବାକୁ? ବିକାଶ(?)ର ଦ୍ୱାହିଦେଇ କୋଟି କୋଟି ସଂଖ୍ୟାର ବୃକ୍ଷସମ୍ପଦ, ଯାହାକି ଆମ ଜୀବନନାଟିକା, ତାକୁ ଧ୍ବଂସ କରିବାର ମାନେ କ’ଣ? ଜଣେ ବ୍ୟକ୍ତି ବାର୍ଷିକ ଯେତିକି ଅମ୍ଳଜାନ ଗ୍ରହଣ କରେ, ୮ଟି ବଡ଼ ବଡ଼ ବୃକ୍ଷ ତାକୁ ଭରଣା କରିଥା’ନ୍ତି। ଗଛଟିଏ ନ ବଢ଼େଇ ତାକୁ ଗଡ଼େଇବା ମୂଢ଼ତା ନୁହଁକି? ଆମ ଶରୀରକୁ ଅମ୍ଳଜାନ ଯେତେ ଯିବ, ରକ୍ତ ସଞ୍ଚାଳନ ସେତେ ସୁଗମ ଓ ସ୍ବାସ୍ଥ୍ୟପ୍ରଦ ହେବ। ଅମ୍ଳଜାନସ୍ତର ହ୍ରାସ ପାଇ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବଢ଼ିଲେ ଫୁସ୍‌ଫୁସ୍‌ରେ ମଧ୍ୟ ଅଙ୍ଗାରକାମ୍ଳ ଗଚ୍ଛିତ ହୋଇଥାଏ। ଫଳତଃ ରକ୍ତପ୍ରବାହରେ ତାହା ଜମା ହୋଇଯାଏ। ଯେଉଁଥିପାଇଁ କି ରକ୍ତ ଜମାଟ, ହୃଦ୍‌ଘାତଜନିତ ସମସ୍ୟା ସହିତ ଶ୍ୱାସକ୍ରିୟାରେ ଭୀଷଣ ଅସୁବିଧା ହୁଏ, ଯାହାକୁ ଡାକ୍ତରୀ ଭାଷାରେ Hypercapnia କୁହନ୍ତି। ତା’ପରଠୁ ଆରମ୍ଭ ହୋଇଯାଏ ସାଂଘାତିକ ଫୁସ୍‌ଫୁସ୍‌ଜନିତ ରୋଗ (COPD)। ଏଭଳି ଭୟଙ୍କର ସଙ୍କଟରେ ପଡ଼ି ଆମେ ଯେମିତି କଲବଲ ନ ହେବୁ, ସେଥିପାଇଁ ଦୂରଦ୍ରଷ୍ଟା ଆମ ମୁନି ଋଷିମାନେ ଆମକୁ ଏପରି ବିପତ୍ତିଠାରୁ ଦୂରେଇ ରହିବାକୁ ବାଟ ବତେଇ ଯାଇଥିଲେ। କିନ୍ତୁ ବିଦେଶୀମୁହାଁ ଆମେ ଭାରତୀୟମାନେ ତାକୁ ବେଖାତିର କରିଚାଲିଲୁ। ଗଛ ଗୁଳ୍ମ ଆଦିକୁ ବି ଧର୍ମନିରପେକ୍ଷତାର ମାପଦଣ୍ଡରେ ବିଭକ୍ତ କରିଦେଲୁ। ତା’ ନ ହୋଇଥିଲେ ବର, ଅଶ୍ୱତ୍ଥ, ନିମ୍ବ, ଅଶୋକ, ଜାମୁ ଆଦି ଅତ୍ୟଧିକ ଉପଯୋଗୀ ଗଛଗୁଡ଼ିକୁ ଏଡ଼େଇ ଦେଇ ଆମ ଧର୍ମନିରପେକ୍ଷ ସରକାରମାନେ କ’ଣ ୟୁକାଲିିପଟାସ, ଆକାଶୀ ଆଦି ଗଛଗୁଡ଼ିକୁ ରୋପଣ କରିଥାଆନ୍ତେ କି? ବିଦେଶୀ ଅନୁରକ୍ତମାନେ ବୁଝିବାକୁ କେବେ ପ୍ରୟାସ କରିନାହାନ୍ତି ଆମ ପୂର୍ବଜ ଋଷି ବିଜ୍ଞାନୀଙ୍କର ବିଜ୍ଞତା ଓ ଦୂରଦର୍ଶିତାକୁ। ଆଜିର ଯେଉଁ ବିଜ୍ଞାନ ଜଗତ ତୁଳସୀ, ଅଶ୍ୱତ୍ଥ, ବର ଆଦି ଗଛକୁ ବାୟୁଶୋଧକ ଓ ଅମ୍ଳଜାନ ଉତ୍ପାଦକ ବୋଲି ଘୋଷଣା କରୁଛି, ତାହାର କାହିଁ କେଉଁ ଅନାଦି କାଳରୁ ଆମେ ଉପଲବ୍ଧି କରିଆସିଛୁ ତାହାର ଉତ୍କର୍ଷତାକୁ। ସେମାନେ ବି ଜାଣିଥିଲେ ଆଲୋକ ସଂଶ୍ଳେଷଣ ସମ୍ବନ୍ଧେ। ଉଦ୍ଭିଦ ଜଗତ ତିନିପ୍ରକାର (C୩, C୪, CAM) ଆଲୋକ ସଂଶ୍ଳେଷଣ ପଦ୍ଧତିରେ ଜୀବନ ଧାରଣ କରିବାରେ ସକ୍ଷମ ହୁଅନ୍ତି। ତନ୍ମଧ୍ୟରୁ CAM (Crassulacean Acid Metabolism) ଖୁବ୍‌ ମହତ୍ତ୍ୱପୂର୍ଣ୍ଣ। ଏହି ପ୍ରକ୍ରିୟା ଦ୍ୱାରା ସୂର୍ଯ୍ୟାଲୋକ ଅଭାବରେ ମଧ୍ୟ ତୁଳସୀ, ଅଶ୍ୱତ୍ଥ, ବର, ନିମ୍ବ, ଅଶୋକ, ଜାମୁ ଆଦି ୬ଟି ଗଛ ବାୟୁମଣ୍ଡଳକୁ ସର୍ବାଧିକ ସମୟ (୧୮ରୁ ୨୪ ଘଣ୍ଟା) ଅମ୍ଳଜାନ ଦାନ କରିଥାଆନ୍ତି। ତୁଳସୀ ତ ୨୦ ଘଣ୍ଟା ଅମ୍ଳଜାନ ଦେବା ସହିତ ୪ ଘଣ୍ଟା ସର୍ବାଧିକ ମୂଲ୍ୟବାନ୍‌, ଓଜୋନ ଗ୍ୟାସ ଛାଡ଼ିଥାଏ; ଯେଉଁଥିପାଇଁ କି ଜାତିସଂଘ ବି ସେପ୍ଟେମ୍ବର ୧୬, ଓଜୋନ ଦିବସରେ ତୁଳସୀଗଛ ରୋପିବାକୁ ପ୍ରେରିତ କରିଆସୁଛି। ବିଜ୍ଞାନର ଗୂଢ଼ ରହସ୍ୟକୁ ସମସ୍ତେ ବୁଝିପାରିବେ ନାହିଁ ବୋଲି ଉପରୋକ୍ତ ଗଛଗୁଡ଼ିକୁ ସେଥିପାଇଁ ଆମ ଧର୍ମୀୟ ବିଶ୍ୱାସ ଓ ଭାବନା ସହିତ ସେମାନେ ଯୋଡ଼ି ଯାଇଛନ୍ତି। ହେତୁବାଦୀମାନେ ଭାରତର ଏ ଭବ୍ୟ ଭାବଧାରାକୁ କେବେ ବୁଝିବେ କେଜାଣି? ଏକ ସୁଖମୟ ନିରାମୟ ବିଶ୍ୱ ଗଢ଼ିବାକୁ ସେମାନେ ସଦା ପ୍ରୟାସ ପ୍ରଯତ୍ନ ପ୍ରାର୍ଥନା କରୁଥିଲେ। ସେଥିପାଇଁ ଗାଇଲେ ”ୟଥଃ ନ ସର୍ମିଜଜଗଦ ଅଯକ୍ଷମ ସୁମନା{ଅସତ ବିଶ୍ୱଂପୁଷ୍ଟ ଗ୍ରାମେଅସ୍ମିନ ନାତୁରମ୍‌ (ଯଜୁର୍ବେଦ) ଅର୍ଥାତ୍‌ ସାରା ବିଶ୍ୱ ରୋଗଶୂନ୍ୟ ଏବଂ ସୁସ୍ଥ ହେଉ। ବିଶ୍ୱର ସମସ୍ତେ ହୃଷ୍ଟପୁଷ୍ଟ ତଥା ନୀରୋଗ ରୁହନ୍ତୁ“। ସେଇଥିପାଇଁ ତ ତାଙ୍କର ପରବର୍ତ୍ତୀ ପିଢ଼ି, ଅମୃତର ସନ୍ତାନମାନଙ୍କୁ ଆହ୍ବାନ ଦେଇ କହି ଯାଇଛନ୍ତି ”ହେ ବତ୍ସମାନେ! ତୁମେ ଏମିତି କାମ କର, ଯେମିତି କି ସମୀର ମଧୁରତା ବା ସୁଖ ଆଣିବା ହେବ। ଧାବମାନ ନଦୀଗୁଡ଼ିକ ସୁଖ ଆଣିବା ହେବେ। ଗୁଳ୍ମଲତା ଓ ବୃକ୍ଷରାଜି ଦିବାରାତ୍ର ସୁଖ ପ୍ରଦାନ କରିବେ। ଧରାପୃଷ୍ଠର ଧୂଳିକଣା ସମେତ ସ୍ବର୍ଗ ଓ ମର୍ତ୍ତ୍ୟ ଆମକୁ ସୁଖ ପ୍ରଦାନ କରିବେ। ସୂର୍ଯ୍ୟ ଦେବତା କୋମଳ କିରଣ ଦେଇ ଆମ ପ୍ରତି ସୁଖ ବୃଷ୍ଟି କରିବେ। ଗୋମାତା ଆମ ପାଇଁ ସୁଖ, ସମୃଦ୍ଧି ଆଣନ୍ତୁ“ (ମଧୁବାତା ରୂତାୟତେ …ଗାବୋ ଭବନ୍ତୁ ନଃ, ତ୍ରୈତେୟ ଆରଣ୍ୟକ)। ଯେଉଁକଥା କହି ବିଶ୍ୱର ବିଶିଷ୍ଟ ବୈଜ୍ଞାନିକ ଓ ଗବେଷକମାନେ ଆଜି ଆମକୁ ସତର୍କ କରାଉଛନ୍ତି। ଆନ୍ତର୍ଜାତିକ ବିଜ୍ଞାନ ଓ ଗବେଷଣା ମଞ୍ଚ IPBES ଅଧୀନରେ କାର୍ଯ୍ୟରତ ଗବେଷକ ପ୍ରଫେସର ଜୋଶେଫ ସିଟ୍ଟଲେ, ସାଣ୍ଡା ଡିିଆଜ୍‌, ଏଡ୍‌ୱାର୍ଡ ବ୍ରୋଣ୍ଡିଜିଓ ଓ ଡକ୍ଟର ପିଟର ଦାସଜାକ ଚେତାବନୀ ଦେଇଛନ୍ତି ଯେ, ଆମେ ଏବେଠୁ ସଚେତନ ନ ହେଲେ ଡାଇନୋସର ଭଳି ମଣିଷ ସମାଜ ବି ଦିନେ ଲୋପ ପାଇଯିବ। ଏଣୁ ସାବଧାନ।
ଗୋଡିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩,
unbiswal୦୫@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri