ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ

ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର। ଯେଉଁ ୨ ବର ସେଠାରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ କନ୍ୟାଙ୍କ ପ୍ରେମିକ ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ପରିବାର ସ୍ଥିର କରିଥିବା ଯୁବକ। ବିବାହ ସମାରୋହରେ ଦୁଇ ବରଙ୍କୁ ଦେଖି ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, କନୌଜର, କକଲାପୁର ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି। ପ୍ରଥମେ କନ୍ୟା ଘର ସ୍ଥିର କରିଥିବା ଯୁବକ ବରଯାତ୍ରୀ ଧରି ମଣ୍ଡପରେ ପହଞ୍ଚତ୍ଥିଲେ। ତାଙ୍କ କନ୍ୟାଘର ଲୋକେ ଜୋରଦାର ସ୍ବାଗତ କରୁଥିବାବେଳେ କନ୍ୟାଙ୍କ ପ୍ରେମିକ ମଧ୍ୟ ବରଯାତ୍ରୀ ଧରି ସେଠାରେ ପହଞ୍ଚିଥିଲେ। ଏହାପରେ କନ୍ୟା ନିଜ ପ୍ରେମିକଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଘଟଣା ବିଗିଡିବା ପୂର୍ବରୁ କିଛି ଲୋକ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ସମ୍ପୃକ୍ତ କନ୍ୟା ଏବଂ ତାଙ୍କ ପ୍ରେମିକଙ୍କୁ ଥାନାକୁ ନେଇଥିଲା। ଏହାପରେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ରୁ ୧୮ ବର୍ଷଙ୍କ ପାଇଁ କୋଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ, ୧୯ା୫: ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଦେଶରେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ଟ୍ରାଏଲ...

ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର...

ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା

ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ...

ଚନ୍ଦ୍ରଚୂଡ଼ଙ୍କ ଶପଥ ଗ୍ରହଣକୁ ରୋକିବା ପିଟିଶନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧୧ : ଦେଶର ନୂତନ ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଶପଥ ଗ୍ରହଣ ବିରୋଧରେ ଦାଖଲ ହୋଇଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର ଲାଗି ବିଜେଡିର ୨ ଦିନିଆ ସମ୍ମିଳନୀ

ଭୁବନେଶ୍ବର,୨୮।୯(ବ୍ୟୁରୋ): ରାଜ୍ୟରେ ଏବେ ରାଜନୈତିକ ଲଢ଼େଇ ଧୀରେ ଧୀରେ ବଢ଼ିବା ଆରମ୍ଭ କରିଛି। ଅନେକ ଦିନ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର...

ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି: କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮ : କେନ୍ଦ୍ର କ୍ୟାବିନେଟ ବୁଧବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେଇ ଏହି ସଂଖ୍ୟା...

ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୨୪।୫: ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ବୁଧବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ପକ୍ଷରୁ ଚଢାଉ କରାଯାଇଛି । ଏହି ସମୟରେ ସଞ୍ଜୟ ସିଂ ବର୍ତ୍ତମାନ ଦିଲ୍ଲୀ...

ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା

ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି।...

Advertisement
Archives

Model This Week