Posted inଖେଳ

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟଟି ଅନୁଷ୍ଠିତ ହେବ। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୨୬, ୨୭ ଓ ୨୯ରେ ଲିଜେଣ୍ଡ୍ସ କ୍ରିକେଟ୍‌ ଲିଗ୍‌ର ୩ଟି ମ୍ୟାଚ ଖେଳାଯିବ। ୨୬ ତାରିଖରେ ଇରଫାନ ପଠାନଙ୍କ ଭିଲ୍‌ଓ୍ବାରା କିଙ୍ଗ୍ସ ଓ ହରଭଜନ ସିଂଙ୍କ ମହିପାଲ ଟାଇଗର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଲିଜେଣ୍ଡ୍ସ ଲିଗ୍‌ର ସହ ପ୍ରତିଷ୍ଠାତା ରମଣ ରାହେଜା ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏହି ଲିଗ୍‌ ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ନିଜକୁ ଦେଶର ସ୍ପୋଟର୍‌ସ ହବ୍‌ ଭାବରେ ପ୍ରତିଷ୍ଠିତ କରିଛି। ଓଡ଼ିଶାରେ ଲିଜେଣ୍ଡ୍ସ ଲିଗ୍‌ ଆୟୋଜନ ହେଉଥିବାରୁ ଆମେ ଅତ୍ୟନ୍ତ ଖୁସି ବୋଲି ସେ ପ୍ରକାଶ କରିଥିଲେ। ଓଡ଼ିଶାରେ ହକି, ଫୁଟ୍‌ବଲ, ଖୋ ଖୋ ଏବଂ କବାଡ଼ି ପରି ଖେଳ ବେଶ୍‌ ଲୋକପ୍ରିୟ ହୋଇପାରିଥିବା ବେଳେ ଆଗାମୀ ଦିନରେ ଲିଜେଣ୍ଡ୍ସ ଲିଗ୍‌ ମଧ୍ୟ ସମାନ ଲୋକପ୍ରିୟତା ହାସଲ କରିବ ବୋଲି ରାହେଜା ପ୍ରକାଶ କରିଥିଲେ। ସଦ୍ୟ ଅବସରପ୍ରାପ୍ତ କିମ୍ବଦନ୍ତୀ କ୍ରିକେଟରମାନଙ୍କୁ ଏହି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଲିଗ୍‌ରେ ଦେଖିବାକୁ ମିଳିବ। ଚଳିତ ସଂସ୍କରଣରେ ୧୧୦ ଖେଳାଳି ନିଜକୁ ପଞ୍ଜୀକୃତ କରିଛନ୍ତି ବୋଲି ସେ କହିଥିଲେ।
ଏହି ଲିଗ୍‌ରେ ସମସ୍ତ ୧୬ ମ୍ୟାଚ୍‌ରେ ଆଇସିସି ସ୍ବୀକୃତିପ୍ରାପ୍ତ ମହିଳା ଅମ୍ପାୟର ଓ ରେଫରିମାନେ ମ୍ୟାଚ ପରିଚାଳନା କରିବାର ସୁଯୋଗ ପାଇବେ। ବୀରେନ୍ଦ୍ର ସେହ୍ବାଗଙ୍କ ଇଣ୍ଡିଆନ ମହାରାଜା ଏବଂ ଜ୍ୟାକ୍ସ କାଲିସଙ୍କ ଓ୍ବାଲର୍‌ଡ ଜାଏଣ୍ଟ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ସମସ୍ତ ଆୟ ଖୁସି ଫାଉଣ୍ଡେଶନ ମାଧ୍ୟମରେ ମହିଳା ସଶକ୍ତୀକରଣ ଦିଗରେ ବ୍ୟୟ କରାଯିବ। ଏହି ଲିଗ୍‌ ଜରିଆରେ ବୀରେନ୍ଦ୍ର ସେହ୍ବାଗ, ଜାକ୍ସ କାଲିସ୍‌, ମହମ୍ମଦ କୈଫ୍‌, ୟୁସୁଫ୍‌ ପଠାନ, ଆର.ପି. ସିଂ, କ୍ରିସ୍‌ ଗେଲ୍‌, ଡାନିଏଲ୍‌ ଭିଟୋରୀ ଓ ମଣ୍ଟି ପନିସରଙ୍କ ଭଳି କ୍ରିକେଟରଙ୍କୁ ଦର୍ଶକମାନେ ଦେଖିବାର ସୁଯୋଗ ପାଇବେ। ଏହି ଲିଗ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁପର ସବ୍‌(ପ୍ରତି ଦଳରେ ୧୨ ଖେଳାଳି) ନିୟମ ଆରମ୍ଭ କରାଯାଇଛି। ସେହିପରି ପ୍ରତ୍ୟେକ ଖେଳାଳିଙ୍କ ବ୍ୟାଟ୍‌ରେ ଏକ ସେନ୍‌ସର ରହିବ, ଯାହାଦ୍ୱାରା ବ୍ୟାଟ୍‌ର ସ୍ପିଡ୍‌ ସମ୍ପର୍କରେ ସୂଚନା ମିଳିବ। ଆସନ୍ତା ୨୫ ତାରିଖରେ ଭିଲ୍‌ଓ୍ବାରା କିଙ୍ଗସ ଓ ଗୋଟିଏ ଦିନ ପରେ ଅନ୍ୟ ୩ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବ। ୩୫୦ ଓ ୫୦୦ ଟଙ୍କା ମୂଲ୍ୟରେ ବୁକ୍‌ ମାଇଁ ଶୋ’ ଓ୍ବେବ୍‌ସାଇଟରେ ଟିକେଟ ଉପଲବ୍ଧ ହେବ ଓ ମ୍ୟାଚ୍‌ ଦିନରେ ଷ୍ଟାଡିୟମରେ ବୁକ୍‌ ମାଇଁ ଶୋ’ ପକ୍ଷରୁ ଏକ କାଉଣ୍ଟର ଖୋଲାଯିବ। ସମୁଦାୟ ୪ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା ବେଳେ ଚାମ୍ପିୟନ ଦଳକୁ ୨.୭୫ କୋଟି, ରନର୍ସ ଅପ୍‌ ଦଳକୁ ୧ କୋଟି ଏବଂ ଅବଶିଷ୍ଟ ଅର୍ଥରାଶି ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦ ସିରିଜ୍‌ ବିବେଚିତ ଖେଳାଳିଙ୍କୁ ପ୍ରଦାନ କରାଯିବ। ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ପକ୍ଷରୁ ମିଳିଥିବା ସମସ୍ତ ପ୍ରକାର ସହାୟତା ଲାଗି ରାହେଜା ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲିଜେଣ୍ଡ୍ସ ଲିଗର ପରାମର୍ଶଦାତା ବାସୁଦେବ ଭଟ୍ଟ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?