Posted inଖେଳ

ଅଲ୍‌କାରାଜ୍‌ ଚାମ୍ପିୟନ

ନ୍ୟୁୟର୍କ,୧୩ା୯(ପି.ଟି):ୟୁଏସ୍‌ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇ ନେଇଛନ୍ତି ସ୍ପେନର କାର୍ଲୋସ୍‌ ଅଲକାରାଜ୍‌ ଗାର୍ଫିଆ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ନରଓ୍ବେ କାସ୍ପର ରୁଡ୍‌ଙ୍କୁ ୪ସେଟ୍‌ ବିଶିଷ୍ଟ ମୁକାବିଲାରେ ହରାଇବା ସହିତ ମାତ୍ର ୧୯ ବର୍ଷରେ ଏଟିପି ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୩ ଘଣ୍ଟା ୫୧ ମିନିଟ ଧରି ଏହି ମ୍ୟାଚଟି ଚାଲିଥିବା ବେଳେ ୬-୪, ୨-୬, ୭-୬ (୧) ଓ ୬-୩ରେ ଏହି ମ୍ୟାଚକୁ ଜିତି ନେଇଥିଲେ ଅଲକାରାଜ୍‌। କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ହେଁ ବିଜୟୀ ହେବାରେ ଅସମର୍ଥ ରହିଛନ୍ତି ୨୩ ବର୍ଷୀୟ ନରଓ୍ବେ ଖେଳାଳି। ଜୁନ୍‌ ମାସରେ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ରାଫେଲ ନାଡାଲଙ୍କ ନିକଟରୁ ସେ ପରାଜିତ ହୋଇଥିଲେ। ୧୯ ବର୍ଷରେ ୟୁଏସ୍‌ ଓପନ ଫାଇନାଲରେ ପହଞ୍ଚି ପିଟ୍‌ ସାମ୍ପ୍ରାସଙ୍କ ୧୯୯୦ ମସିହା ରେକର୍ଡର ସମକକ୍ଷ ହୋଇଛନ୍ତି ଅଲ୍‌କାରାଜ୍‌ ।୧୯୯୦ ମସିହାରେ ୧୯ ବର୍ଷ ବୟସରେ ସାମ୍ପ୍ରାସ ୟୁଏସ୍‌ ଓପନ ଜିତିଥିଲେ। ୧୯୭୩ରେ ଏଟିପି ର଼୍ୟାଙ୍କିଙ୍ଗ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ସର୍ବକନିଷ୍ଠ ଖେଳାଳି ଭାବରେ ସେ ୧ ନମ୍ବର ମାନ୍ୟତା ହାସଲ କରିଛନ୍ତି। ପ୍ରଥମ ସେଟକୁ ବିଶ୍ୱ ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ଅଲ୍‌କାରାଜ୍‌ ଜିତିଥିବା ବେଳେ ଦ୍ୱିତୀୟ ସେଟକୁ ଜିତି ନେଇ ପ୍ରତ୍ୟାବର୍ତ୍ତନ କରିଥିଲେ ୨୩ ବର୍ଷୀୟ ରୁଡ୍‌। ତେବେ ତୃତୀୟ ସେଟରେ ୬-୫ରେ ପଛୁଆ ରହିଥିବା ବେଳେ ଅଲକାରାଜ୍‌ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ରୁଡଙ୍କ ସର୍ଭିସ୍‌ ରହିଥିଲେ ମଧ୍ୟ ଏହାକୁ ବ୍ରେକ କରି ସେଟକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ସଫ୍ଟହ୍ୟାଣ୍ଡ ଭଲିର ଉପଯୋଗ ସହିତ ଏହି ସେଟକୁ ଟାଇବ୍ରେକରକୁ ନେଇ ଜିତିଥିଲେ। ସେହିପରି ୪ର୍ଥ ସେଟକୁ ଜିତି ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସମର୍ଥ ହୋଇଥିଲେ। ପୂର୍ବରୁ ସେମି ଫାଇନାଲରେ ଅଲ୍‌କାରାଜ୍‌ ଆମେରିକାର ଫ୍ରାନ୍ସେସ ଟିଆଫୋଙ୍କୁ ପରାଜିତ କରିଥିବା ବେଳେ ୫୫ ଶଟ୍‌ ରାଲି ମ୍ୟାଚରେ ରୁଷିଆର କାରେନ୍‌ ଖାଚାନୋଭଙ୍କୁ ପରାସ୍ତ କରିଥିଲେ କାସ୍ପର ରୁଡ୍‌।
କ୍ରେଜିକୋଭା-ସିନିକୋଭାଙ୍କୁ ଡବଲ୍ସ: ଚେକ୍‌ ରିପବ୍ଲିକ୍‌ର ବାର୍ବୋରା କ୍ରେଜିକୋଭା ଓ କାଟେରିନା ସିନିକୋଭାଙ୍କ ଯୋଡି ହାତେଇଛି ୟୁଏସ୍‌ ଓପନ ମହିଳା ଡବଲ୍ସ ଟାଇଟଲ। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଏହି ଯୋଡି ୩-୬, ୭-୫ ଓ ୬-୧ ସେଟରେ ଅଣସିଡେଡ ଆମେରିକୀୟ ଯୋଡି କେଟି ମ୍ୟାକନେଲି ଓ ଟେଲର ଟାଉନସେଣ୍ଡଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟରେ ଚେକ୍‌ ରିପବ୍ଲିକ୍‌ ଯୋଡି ପରାଜିତ ହୋଇଥିଲେ। ତେବେ ପରବର୍ତ୍ତୀ ଦୁଇ ସେଟରେ ନିଜ ଅଭିଜ୍ଞତାର ଉପଯୋଗ କରି ଅଣସିଡେଡ ଯୋଡିଙ୍କୁ ପରାସ୍ତ କରିଥିଲେ କ୍ରେଜିକୋଭା-ସିନିକୋଭା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?