ପିସି କାରବାରରେ ବନ୍ଧା ପିଏମ୍‌ଜିଏସ୍‌ୱାଇ

ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍‌ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ ଘୁଞ୍ଚେ ନାହିଁ ବୋଲି କେତେଜଣ ଠିକାଦାର ଅଭିଯୋଗ କରିଛନ୍ତି। ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ ଡୁବିଖାଲ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଏଭଳି ଅଭିଯୋଗ ହେବା ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ପିଏମ୍‌ଜିଏସ୍‌ୱାଇରେ ଅନ୍ୟ ଏକ ଅନିୟମିତତା ଅଭିଯୋଗ ହୋଇଛି। ବଡଚଣା ବ୍ଲକର କୃଷ୍ଣଦାସପୁର-ରତ୍ନଗିରି ପୂର୍ତ୍ତ ବିଭାଗ ରାସ୍ତାର କୋଲଣଗିରିଠାରୁ ହଳଧରପୁର-ବାଲିକୁଦା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରକଳ୍ପ ସରିବା ପରେ ନିୟମ ଅନୁସାରେ ୫ ବର୍ଷ ପର୍ଯ୍ୟନ୍ତ କୌଣସି ମରାମତି ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜ୍ୟ ଗ୍ରାମ୍ୟ ନିର୍ମାଣ(ଆର୍‌ଡବ୍ଲ୍ୟୁ) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ା୯ା୨୦୨୨ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗର ଆବଶ୍ୟକ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ପୂର୍ବରୁ ଏଭଳି ଅନେକ ଅନିୟମିତତା ଉପରେ ତଦନ୍ତ ନିର୍ଦ୍ଦେଶ ହୋଇଆସୁଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ କିମ୍ବା ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ନଜିର ନାହିଁ।
ପିଏମ୍‌ଜିଏସ୍‌ୱାଇରେ ଜାରକା ଡିଭିଜନ ପକ୍ଷରୁ ଗତ ୩ ବର୍ଷରେ ୧୨ ପ୍ରକଳ୍ପରେ ୩୬ କି.ମି. ରାସ୍ତା ନିର୍ମାଣ ହୋଇଛି। ହେଲେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଏବଂ ସମାପ୍ତ ପରେ ଚୁକ୍ତି ଅନୁଯାୟୀ ମରାମତି ହେଉ ନ ଥିବାରୁ ରାସ୍ତା ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ। ଏହାର ଉଦାହରଣ କୃଷ୍ଣଦାସପୁର-ରତ୍ନଗିରି ପୂର୍ତ୍ତ ବିଭାଗ ରାସ୍ତାର କୋଲଣଗିରିଠାରୁ ହଳଧରପୁର-ବାଲିକୁଦା ପର୍ଯ୍ୟନ୍ତ ୧.୫ କିମି ରାସ୍ତାରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ୨୦୦୮ରେ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ପ୍ଲାନ ଓ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ କରା ନ ଯିବା ଇତ୍ୟାଦି ଗ୍ରାମବାସୀଙ୍କ ଦୃଷ୍ଟିକୁ ଆସିବାରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା। କିନ୍ତୁ ଉକ୍ତ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଗଲା। ତେଣୁ ବର୍ତ୍ତମାନ ଏହି ରାସ୍ତାର ଅର୍ଦ୍ଧେକ ଅଂଶର ଚିପ୍‌ସ, ବଜୁରି ଉଠିଗଲାଣି। ବର୍ଷାଦିନେ ରାସ୍ତାଟି କାଦୁଅ ହୋଇ ଅନେକ ଜାଗାରେ ଖାଲ ସୃଷ୍ଟି କରି ଗମନାଗମନ ଅନୁପଯୋଗୀ ହୋଇଛି। ୧୪ ବର୍ଷ ମଧ୍ୟରେ ଏହି ରାସ୍ତାର ମରାମତି ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ମରାମତି କରିବାକୁ ରାଜ୍ୟ ସଚିବାଳୟ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଉପବିଭାଗ ଅଧିକାରୀ ଅନିରୁଦ୍ଧ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନ୍‌ଏଚ୍‌-୫(କ)ଠାରୁ ଭରତପୁର ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ହୋଇଛି। କିନ୍ତୁ ଠିକାଦାରଙ୍କ ପିସିରେ ସମ୍ପୃକ୍ତ ଯନ୍ତ୍ରୀମାନେ ବନ୍ଧା ଥିବାରୁ କୌଣସି ସଫଳତା ମିଳି ନ ଥିବା ପ୍ରଭାବିତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳିସ୍ଥିତିରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପୁଣି ଏକ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯ା୯(ଡି.ଏନ.ଏ.):ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ। ସ୍ବାଧୀନତା ଦିବସରେ ପ୍ରତ୍ୟେକ...

ସରୁନି ପ୍ରକଳ୍ପ: ପାଣି ପାଇଁ ହାହାକାର

ବନ୍ତ, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ଥିବା...

କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା...

ପ୍ରଦୀପଙ୍କୁ ଭୋଟ ଦିଅନ୍ତୁ ପଦ୍ମପୁରବାସୀ: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର,୨୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଚର୍ଚ୍ଚା ଦିନକୁ ଦିନ ଜୋର ଧରିବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ...

ଶ୍ରାବଣରେ ଟାଇଁ ଟାଇଁ ଖରା

ତେଲକୋଇ, ୩।୮(ଡି.ଏନ.ଏ.): କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଏକ ଚାଷ ବହୁଳ ଆଦିବାସୀ ଅଞ୍ଚଳ। ଏହି ଅଞ୍ଚଳରେ ଚାଷୀମାନେ ଖରିଫ ଫସଲ (ଧାନ) ଉପରେ ବେଶୀ...

୫ ଦିନ ପରେ ଧରାପଡ଼ିଲେ ଚମ୍ପଟ କଏଦୀ

ବଡବିଲ, ୧୮।୮ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲସ୍ଥିତ ସବ୍‌ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସାୱନ ପାତ୍ର ଓରଫ କୁନାଙ୍କୁ ୫...

ଦାଦନ ଶ୍ରମିକଙ୍କୁ ବନ୍ଦକ ପକାଇ ଗିରଫ ହେଲେ ସର୍ଦ୍ଦାର

କୋକସରା,୨୦।୩: କଳାହାଣ୍ଡି ଜିଲା କୋକସରା ଏବଂ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ନେଇଯାଇଥିଲେ...

ବାଇକକୁ ଧକ୍କା ଦେଲା ବୁଲେଟ, ୪ ଗୁରୁତର

ପରଜଙ୍ଗ, ୯ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁକ୍ତାପଶି-ବଡ଼କମର ଗ୍ରାମ୍ୟ ନିର୍ମାଣ (ଆର୍ଡ଼ି) ରାସ୍ତାର କଟାବାହାଳ ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ବୁଲେଟ...

Advertisement
Archives

Model This Week