Posted inଖେଳ

ଆଇପିଏଲ୍‌-୨୦୨୩: ଖେଳାଯିବ ୭୦ ଲିଗ୍‌ ମ୍ୟାଚ୍‌; ଜାଣନ୍ତୁ କେଉଁଦିନ, କାହା ସହ କାହାର ହେବ ମୁକାବିଲା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)ର ୧୬ ତମ ସିଜନ ପାଇଁ ବିସିସିଆଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ଆଇପିଏଲ୍‌ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ମୋଟ ୭୦ ଲିଗ୍‌ ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ’ ୨୧ ଯାଏ ଗ୍ରୁପ୍‌ ଷ୍ଟେଜ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ମେ’ ୨୮ରେ ଫାଇନାଲ ଖେଳାଯିବ।

ଏଥର ଆଇପିଏଲରେ ଓପନିଂ ମ୍ୟାଚ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ(ଜିଟି) ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସହିତ ହେବ। ଏହି ଉଦ୍‌ଘାଟନୀ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ।

ଟୁର୍ନାମେଣ୍ଟରେ ୧୦ ଦଳ ମଧ୍ୟରେ ମୋଟ ୭୦ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏଥିରେ ପ୍ରଶଂସକମାନେ ୧୮ ଡବଲ ହେଡର୍‌ ଦେଖିବାକୁ ପାଇବେ। ଡବଲ ହେଡର୍‌ ଅର୍ଥାତ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ସା ମ୍ୟାଚ୍‌ ୭.୩୦ ରୁ ଖେଳାଯିବ, ଅପରାହ୍ନ ମ୍ୟାଚ ଅପରାହ୍ନ ୩.୩୦ ରୁ ଖେଳାଯିବ।

ଆଇପିଏଲ୍‌ର ସମସ୍ତ ୧୦ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ଗ୍ରୁପ ପର୍ଯ୍ୟାୟରେ ୧୪-୧୪ ମ୍ୟାଚ ଖେଳିବେ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ଦଳ ନିଜ ଘରୋଇ ମଇଦାନରେ ୭ ଟି ମ୍ୟାଚ ଖେଳିବାକୁ ଥିବାବେଳେ ବାକି ୭ ଟି ମ୍ୟାଚ ବିରୋଧୀ ଦଳଙ୍କ ମଇଦାନରେ ଖେଳିବାକୁ ପଡିବ।

ଆଇପିଏଲ୍‌ ୨୦୨୩ର ଗ୍ରୁପ୍‌:

ଗ୍ରୁପ-ଏ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ ରାଜଧାନୀ, ଲକ୍ଷ୍ନୌ ସୁପର ଜିଆଣ୍ଟସ

ଗ୍ରୁପ-ବି: ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟାନ୍ସ

ମୋଟ ୧୨ ସ୍ଥାନରେ ଆଇପିଏଲ୍‌ ୨୦୨୩ ଖେଳାଯିବ। ଏଥର ଗୁଆହାଟି, ଧର୍ମଶାଳାରେ ମଧ୍ୟ ଆଇପିଏଲ୍‌ ମ୍ୟାଚ ଆୟୋଜନ କରିବାର ସୁଯୋଗ ପାଇଛନ୍ତି। ଏହାଛଡ଼ା ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ ଷ୍ଟାଡିୟମରେ ଖେଳାଯିବ।

IPL-2023-Schedule-Page-1

 

IPL-Full-Schedule-Page-2

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୋପିରିନଙ୍କୁ ସିଙ୍ଗାପୁର ଏଟିପି ଟାଇଟଲ

ସିଙ୍ଗାପୁର,୧।୩: ଅଷ୍ଟ୍ରେଲିଆର ଆଲେକ୍ସେଇ ପୋପିରିନ୍‌ ସିଙ୍ଗାପୁର ଏଟିପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ସେ କାଜାଖସ୍ତାନର ଆଲେକଜାଣ୍ଡର ବଲବିକ୍‌ଙ୍କୁ ୪-୬, ୬-୦,...

ଓସିଏ ଟି୨୦ କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ...

ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି: କୁମ୍ବଲେ

ପଣଜୀ,୯।୮(ପି.ଟି.)- ଆଜିକାଲି ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ତଥା କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ଏବେ ସ୍ବାର୍ଥ...

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ...

ଜାତୀୟ ହକି ପ୍ରଶିକ୍ଷଣ ଶିବିର ବୀରେନ୍ଦ୍ର, ଅମିତ୍‌

ନୂଆଦିଲ୍ଲୀ,୧୪।୧୦(ପି.ଟି.)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ହକି ଇଣ୍ଡିଆ ରବିବାର ୨୨ ଖେଳାଳିଙ୍କୁ...

ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮...

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌

ଢାକା, ୧୬।୯: ବାଂଲାଦେଶ କ୍ରିକେଟ୍‌ ଦଳର ଯୁବ ବ୍ୟାଟ୍ସମ୍ୟାନ ସୈଫ୍‌ ହାସନ ଦ୍ୱିତୀୟଥର ଲାଗି କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ହାସନ କରୋନା ପଜିଟିଭ ଚିହ୍ନଟ...

Advertisement
Archives

Model This Week