Posted inଖେଳ

ଆଇପିଏଲ୍‌ରେ ଦୁର୍ନୀତି: ଏସିୟୁର ତଦନ୍ତ

ନୂଆଦିଲ୍ଲୀ, ୪ା୧୦ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳୁଥିବା ଜଣେ କ୍ରିକେଟରଙ୍କୁ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ହେବା ଲାଗି ପ୍ରଲୋଭିତ କରାଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ଏହା ଉପରେ ନଜର ରଖିଥିବାବେଳେ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି। ଆଇପିଏଲ୍‌ର ୧୩ତମ ସଂସ୍କରଣ ୟୁଏଇରେ ଜୈବ-ସୁରକ୍ଷିତ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ଏପରିସ୍ଥଳରେ ଜଣେ ଖେଳାଳିଙ୍କୁ ସିଧାସଳଖ ଆପ୍ରୋଚ୍‌ କରିବା ସହଜ ନୁହେଁ। କେବଳ ଅନ୍‌ଲାଇନ୍‌ ନେଟଓ୍ବର୍କ ଦ୍ୱାରା ସମ୍ଭବ ହୋଇପାରେ। ବିସିସିଆଇ ଏସିୟୁ ମୁଖ୍ୟ ଅଜିତ୍‌ ସିଂ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଦୁର୍ନୀତିରେ ଲିପ୍ତ ହେବା ଲାଗି ଆପ୍ରୋଚ କରିଥିବା ବ୍ୟକ୍ତିଙ୍କୁ ଟ୍ରାକିଂ କରାଯାଉଛି। ତାଙ୍କର କି ସ୍ବାର୍ଥ ରହିଛି ତାହା ଯାଞ୍ଚ କରାଯାଉଛି। ଦୁର୍ନୀତି ନିବାରଣ ପ୍ରୋଟୋକଲ ଅନୁସାରେ ଗୋପନୀୟତା ଦୃଷ୍ଟିରୁ ବର୍ତ୍ତମାନ ଖେଳାଳି (ଭାରତୀୟ ଅବା ବିଦେଶୀ) ଅବା ଫ୍ରାଞ୍ଚାଇଜ୍‌ ନାମ ପ୍ରକାଶ କରାଯାଇ ନାହିଁ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ବାୟୋ-ବବଲ ପରିବେଶରେ ଅବସ୍ଥାନ କରୁଛନ୍ତି। ତେଣୁ ଯଥା ସମ୍ଭବ ଅନ୍‌ଲାଇନରେ ଦୁର୍ନୀତି ଆପ୍ରୋଚ୍‌ ସମ୍ଭାବନା ଥିବାରୁ ଏସିୟୁ ତାହା ଉପରେ ନଜର ରଖିଛି। ଅଧିକାଂଶ ବିଶେଷ କରି ଯୁବ ଖେଳାଳିମାନେ ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ବିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟହାର କରୁଛନ୍ତି। ଅଜ୍ଞାତ ବ୍ୟକ୍ତିଙ୍କ ପ୍ରଲୋଭନର ହେବାର ଆଶଙ୍କା ରହିଛି। ଯେଉଁ ଖେଳାଳିଙ୍କୁ ଆପ୍ରୋଚ୍‌ କରାଯାଇଥିଲା ସେ ତୁରନ୍ତ ଏ ବିଷୟରେ ଏସିୟୁକୁ ଅବଗତ କରିଛନ୍ତି। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଟୁର୍ନାମେଣ୍ଟ ପୂର୍ବରୁ ପ୍ରତ୍ୟେକ ଖେଳାଳି ଏପରିକି ୧୯ବର୍ଷରୁ କମ୍‌ ଖେଳାଳିଙ୍କୁ ଦୁର୍ନୀନି ନିବାରଣ ପ୍ରୋଟୋକଲ୍‌ ସମ୍ପର୍କରେ ସଚେତନ କରାଯାଇଛି। ସିଂଙ୍କ ନେତୃତ୍ୱରେ ଏକ ୮ ଜଣିଆ ଦଳ ୟୁଏଇରେ ଡେରା ପକାଇଛନ୍ତି। ବିସିସିଆଇ ୟୁକେର ସ୍ପୋର୍ଟରାଡାର ନାମକ ଏକ କମ୍ପାନୀ ସହ ଚୁକ୍ତି କରିଛି। ଏହା ଫ୍ରଡ୍‌ ଡିଟେକ୍ସନ ସର୍ଭିସ ଯୋଗାଇଦେବ। ଆଇପିଏଲ୍‌ ବେଳେ ବେଟିଂ ଓ ଅନ୍ୟାନ୍ୟ ଦୁର୍ନୀତି କାର୍ଯ୍ୟ ରୋକିବା କ୍ଷେତ୍ରରେ ଏହା ସହାୟତା କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri