Posted inଖେଳ

ୟୁଏଇରେ ଆଇପିଏଲ୍‌: ଖେଳାଳିଙ୍କ ପାଇଁ ପ୍ରୋଟୋକଲ

ଦୁବାଇ, ୧ା୮ – ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ହେବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ କେବଳ ଅପେକ୍ଷା କରିଛି। ଏହି ଲିଗ୍‌ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ହେବାକୁ ଆପାତତଃ ଧାର୍ଯ୍ୟ କରାଯାଇଛି। ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ ଅଗଷ୍ଟ ୨ରେ ଅନୁଷ୍ଠିତ ହେବ। ଏଥିରେ କାର୍ଯ୍ୟସୂଚୀ ଏବଂ ଅନ୍ୟ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯିବ। ଫଳରେ ୮ ଫ୍ରାଞ୍ଚାଇଜ୍‌ ପ୍ରତିଯୋଗିତାର ରୂପରେଖ ସମ୍ପର୍କରେ ସବିଶେଷ ଜାଣି ପାରିବେ। ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କିଛିଦିନ ତଳେ କହିଥିଲେ ଯେ, ଏହି ଲିଗ୍‌ ୟୁଏଇର ୩ଟି ସ୍ଥାନ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବ। ତେବେ ଭାରତ ସରକାରଙ୍କ ଅନୁମୋଦନ ପରେ ଯାଇ ଏହି ଲିଗ୍‌ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଥିଲେ। ବ୍ୟୟ ବହୁଳ ଆଇପିଏଲ ପ୍ରକୃତରେ ଗତ ମାର୍ଚ୍ଚରୁ ମେ’ ମଧ୍ୟରେ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଯେଉଁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)ପ୍ରସ୍ତୁତ କରିଥିଲା ତାହା ଏଠାରେ ମଧ୍ୟ ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଲିଗ୍‌ ପୂର୍ବରୁ ଫ୍ରାଞ୍ଚାଇଜ୍‌ମାନେ ୟୁଏଇ ଯାଇ ସେଠାକାର ସୁବିଧା ସୁଯୋଗ ଅନୁଧ୍ୟାନ କରିବା ଆଶା କରାଯାଉଛି।
କ୍ୱାରାଣ୍ଟାଇନ୍‌ ନିୟମ: ଦୁବାଇରେ ସାମ୍ପ୍ରତିକ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ଯାହା ପାଖରେ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ଥିବ ତାକୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ। ଯାହା ପାଖରେ ନ ଥିବ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ ଏବଂ ପରୀକ୍ଷା କରାଇବେ।
କୋଭିଡ୍‌-୧୯ ଟେଷ୍ଟ: ଖେଳାଳିମାନଙ୍କୁ ୪ ରାଉଣ୍ଡ କୋଭିଡ-୧୯ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତ ଛାଡ଼ିବା ପୂର୍ବରୁ ୨ ଥର ଏବଂ ୟୁଏଇରେ ୨ ଥର । ୟୁଏଇରେ ପହଞ୍ଚତ୍ବାପରେ ସମସ୍ତ ଯାତ୍ରୀଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ ଏବଂ ତାହା ଖେଳାଳିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁହେବ।
ଜୈବ-ସୁରକ୍ଷିତ ପରିବେଶ: ପ୍ରତି ଫ୍ରାଞ୍ଚାଇଜ୍‌ ଜୈବ-ସୁରକ୍ଷିତ ପରିବେଶ ପ୍ରତି ଧ୍ୟାନ ଦେବେ। ନିଜସ୍ବ ଇକୋସିଷ୍ଟମ କିମ୍ବା ବିସିସିଆଇ ପକ୍ଷରୁ ଯେଉଁ ଏରିଆ ଦିଆ ଯାଇଥିବ ସେଠାରେ ଖେଳାଳିମାନେ ଯଥାସମ୍ଭବ କମ୍‌ ଲୋକଙ୍କ ସହିତ ମିଶିପାରିବେ। ସମାନ ନିୟମ ଆଇଏମଜି ଷ୍ଟାଫ୍‌, ବ୍ରଡକାଷ୍ଟର୍ସ ଆଦିଙ୍କ ପାଇଁ ଲାଗୁ ହେବ।
ଡିଏକ୍ସବି ଆପ୍‌: ଆଇପିଏଲ୍‌ ୨୦୨୦ରେ ଖେଳିବାକୁ ଆସୁଥିବା ସମସ୍ତ ଖେଳାଳିଙ୍କୁ ଡିଏକ୍ସବି ଆପ୍‌ ସେମାନଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରିବାକୁ ପଡ଼ିବ। ଏହା ଭାରତର ଆରୋଗ୍ୟ ସେତୁ ଆପ୍‌ର ସମତୁଲ୍ୟ। ପଡ଼ିଆ ଭିତରେ ଏବଂ ବାହାରେ ସାମାଜିକ ଦୂରତ୍ୱ ରଖିବାକୁ ହେବ।
ଭ୍ରମଣ ଏବଂ ରହିବା: ରିପୋର୍ଟ ଅନୁସାରେ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ୟୁଏଇରେ ସେମାନଙ୍କ ରହିବା ଏବଂ ଭ୍ରମଣ କଥା ବୁଝିବାକୁ ପଡ଼ିବ। ୟୁଏଇ କର୍ମକର୍ତ୍ତାଙ୍କ ସହ ବିସିସିଆଇ ଯୋଗାଯୋଗ ରକ୍ଷାକରି ହୋଟେଲ ପାଇଁ କେତେ ରିହାତି ହୋଇ ପାରିବ ତାହା ଫ୍ରାଞ୍ଚାଇଜ୍‌ଙ୍କୁ ଜଣାଇବ। ତେବେ ଫ୍ରାଞ୍ଚାଇଜ୍‌ମାନେ ବିସିସିଆଇ କରିଥିବା ବ୍ୟବସ୍ଥାରେ ରହିବେ କିମ୍ବା ନିଜେ ବ୍ୟବସ୍ଥା କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ।
ଡ୍ରେସିଂରୁମ୍‌: ଖେଳାଳିମାନେ ସେମାନଙ୍କ ଦଳ ସହ ଏକା ସମୟରେ ଯୋଗଦେବେ। ସର୍ବାଧିକ ୧୫ ଖେଳାଳି ଡ୍ରେସିଂରୁମ୍‌ ଭିତରେ ଏକତ୍ରିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri