Posted inଖେଳ

ୟୁଏଇରେ ଆଇପିଏଲ୍‌: ଖେଳାଳିଙ୍କ ପାଇଁ ପ୍ରୋଟୋକଲ

ଦୁବାଇ, ୧ା୮ – ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ହେବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ କେବଳ ଅପେକ୍ଷା କରିଛି। ଏହି ଲିଗ୍‌ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ହେବାକୁ ଆପାତତଃ ଧାର୍ଯ୍ୟ କରାଯାଇଛି। ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ ଅଗଷ୍ଟ ୨ରେ ଅନୁଷ୍ଠିତ ହେବ। ଏଥିରେ କାର୍ଯ୍ୟସୂଚୀ ଏବଂ ଅନ୍ୟ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯିବ। ଫଳରେ ୮ ଫ୍ରାଞ୍ଚାଇଜ୍‌ ପ୍ରତିଯୋଗିତାର ରୂପରେଖ ସମ୍ପର୍କରେ ସବିଶେଷ ଜାଣି ପାରିବେ। ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କିଛିଦିନ ତଳେ କହିଥିଲେ ଯେ, ଏହି ଲିଗ୍‌ ୟୁଏଇର ୩ଟି ସ୍ଥାନ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବ। ତେବେ ଭାରତ ସରକାରଙ୍କ ଅନୁମୋଦନ ପରେ ଯାଇ ଏହି ଲିଗ୍‌ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଥିଲେ। ବ୍ୟୟ ବହୁଳ ଆଇପିଏଲ ପ୍ରକୃତରେ ଗତ ମାର୍ଚ୍ଚରୁ ମେ’ ମଧ୍ୟରେ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଯେଉଁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)ପ୍ରସ୍ତୁତ କରିଥିଲା ତାହା ଏଠାରେ ମଧ୍ୟ ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଲିଗ୍‌ ପୂର୍ବରୁ ଫ୍ରାଞ୍ଚାଇଜ୍‌ମାନେ ୟୁଏଇ ଯାଇ ସେଠାକାର ସୁବିଧା ସୁଯୋଗ ଅନୁଧ୍ୟାନ କରିବା ଆଶା କରାଯାଉଛି।
କ୍ୱାରାଣ୍ଟାଇନ୍‌ ନିୟମ: ଦୁବାଇରେ ସାମ୍ପ୍ରତିକ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ଯାହା ପାଖରେ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ଥିବ ତାକୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ। ଯାହା ପାଖରେ ନ ଥିବ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ ଏବଂ ପରୀକ୍ଷା କରାଇବେ।
କୋଭିଡ୍‌-୧୯ ଟେଷ୍ଟ: ଖେଳାଳିମାନଙ୍କୁ ୪ ରାଉଣ୍ଡ କୋଭିଡ-୧୯ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତ ଛାଡ଼ିବା ପୂର୍ବରୁ ୨ ଥର ଏବଂ ୟୁଏଇରେ ୨ ଥର । ୟୁଏଇରେ ପହଞ୍ଚତ୍ବାପରେ ସମସ୍ତ ଯାତ୍ରୀଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ ଏବଂ ତାହା ଖେଳାଳିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁହେବ।
ଜୈବ-ସୁରକ୍ଷିତ ପରିବେଶ: ପ୍ରତି ଫ୍ରାଞ୍ଚାଇଜ୍‌ ଜୈବ-ସୁରକ୍ଷିତ ପରିବେଶ ପ୍ରତି ଧ୍ୟାନ ଦେବେ। ନିଜସ୍ବ ଇକୋସିଷ୍ଟମ କିମ୍ବା ବିସିସିଆଇ ପକ୍ଷରୁ ଯେଉଁ ଏରିଆ ଦିଆ ଯାଇଥିବ ସେଠାରେ ଖେଳାଳିମାନେ ଯଥାସମ୍ଭବ କମ୍‌ ଲୋକଙ୍କ ସହିତ ମିଶିପାରିବେ। ସମାନ ନିୟମ ଆଇଏମଜି ଷ୍ଟାଫ୍‌, ବ୍ରଡକାଷ୍ଟର୍ସ ଆଦିଙ୍କ ପାଇଁ ଲାଗୁ ହେବ।
ଡିଏକ୍ସବି ଆପ୍‌: ଆଇପିଏଲ୍‌ ୨୦୨୦ରେ ଖେଳିବାକୁ ଆସୁଥିବା ସମସ୍ତ ଖେଳାଳିଙ୍କୁ ଡିଏକ୍ସବି ଆପ୍‌ ସେମାନଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରିବାକୁ ପଡ଼ିବ। ଏହା ଭାରତର ଆରୋଗ୍ୟ ସେତୁ ଆପ୍‌ର ସମତୁଲ୍ୟ। ପଡ଼ିଆ ଭିତରେ ଏବଂ ବାହାରେ ସାମାଜିକ ଦୂରତ୍ୱ ରଖିବାକୁ ହେବ।
ଭ୍ରମଣ ଏବଂ ରହିବା: ରିପୋର୍ଟ ଅନୁସାରେ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ୟୁଏଇରେ ସେମାନଙ୍କ ରହିବା ଏବଂ ଭ୍ରମଣ କଥା ବୁଝିବାକୁ ପଡ଼ିବ। ୟୁଏଇ କର୍ମକର୍ତ୍ତାଙ୍କ ସହ ବିସିସିଆଇ ଯୋଗାଯୋଗ ରକ୍ଷାକରି ହୋଟେଲ ପାଇଁ କେତେ ରିହାତି ହୋଇ ପାରିବ ତାହା ଫ୍ରାଞ୍ଚାଇଜ୍‌ଙ୍କୁ ଜଣାଇବ। ତେବେ ଫ୍ରାଞ୍ଚାଇଜ୍‌ମାନେ ବିସିସିଆଇ କରିଥିବା ବ୍ୟବସ୍ଥାରେ ରହିବେ କିମ୍ବା ନିଜେ ବ୍ୟବସ୍ଥା କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ।
ଡ୍ରେସିଂରୁମ୍‌: ଖେଳାଳିମାନେ ସେମାନଙ୍କ ଦଳ ସହ ଏକା ସମୟରେ ଯୋଗଦେବେ। ସର୍ବାଧିକ ୧୫ ଖେଳାଳି ଡ୍ରେସିଂରୁମ୍‌ ଭିତରେ ଏକତ୍ରିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri