Posted inଖେଳ

ଆଇପିଏଲ୍‌ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍‌ ମଧ୍ୟରେ ଏଥର ୭୪ ମ୍ୟାଚ ଖେଳାଯିବ। ଦୀର୍ଘ ୪ବର୍ଷ ପରେ ଲିଗ୍‌ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ ଭେନ୍ୟୁରେ ଖେଳାଯିବ…

ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣ। ପ୍ରଥମଥର ହେଉଥିବା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଫାଇନାଲ ମାର୍ଚ୍ଚ ୨୬ ତାରିଖରେ ଖେଳାଯିବ। ଏହାପରେ ଆରମ୍ଭ ହେବ ଆଇପିଏଲ୍‌ ରୋମାଞ୍ଚ। ବିଶ୍ୱ କ୍ରିକେଟରେ ଏହି ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଟି୨୦ କ୍ରିକେଟର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ପାକିସ୍ତାନ ଖେଳାଳିଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ଆଇସିସି ସଦସ୍ୟ ଦେଶ ଏବଂ ଆସୋସିଏଟ ମେମ୍ବର ଦେଶର ଖେଳାଳି ଏହି ବ୍ୟୟ ବହୁଳ ଲିଗ୍‌ରେ ଅଂଶ ଗ୍ରହଣ କରନ୍ତି। ଯୁବ ପ୍ରତିଭା ସମ୍ପନ୍ନ ଖେଳାଳିମାନଙ୍କ ପାଇଁ ଆଇପିଏଲ୍‌ ଏକ ବଡ ପ୍ଲାଟଫର୍ମ। ଆଇପିଏଲ୍‌ ତୁଳନାରେ ବିଶ୍ୱ କ୍ରିକେଟରେ ଖେଳାଯାଉଥିବା ବିଗ୍‌ ବାସଲିଗ୍‌, କାରିବିୟନ ପ୍ରିମିୟର ଲିଗ୍‌, ପାକିସ୍ଥାନ ସୁପର ଲିଗ ଏବଂ ଶ୍ରୀଲଙ୍କା ପ୍ରମିୟର ଲିଗର ଆୟୋଜନ କ୍ରିକେଟ ପ୍ରେମୀମାନଙ୍କୁ ସେତେ ଆକୃଷ୍ଟ କରିପାରି ନାହିଁ। ଫ୍ରାଞ୍ଚାଇଜମାନଙ୍କ ଆଗ୍ରହ, ଦର୍ଶକମାନଙ୍କ ଉପସ୍ଥିତି, ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତି, ବିଜ୍ଞାପନ, ସର୍ବାଧିକ ପୁରସ୍କାର ରାଶି, ଗ୍ଲାମର ଆଦି ଦୃଷ୍ଟିକୋଣରୁ ଏହା ଏକ ସ୍ବତନ୍ତ୍ର ଲିଗ୍‌ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରମାଣ କରିଛି।
ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ଫାଇନାଲ ମେ’ ୨୮ରେ ଅନୁଷ୍ଠିତ ହେବ। ମୋଟ ୧୦ଟି ଟିମ୍‌ ମଧ୍ୟରେ ୭୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇସାରିଛି। ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଳୀ କ୍ୟାପିଟାଲ୍ସ, ଗୁଜରାଟ ଟାଇଟନ୍ସ, କୋଲକୋତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ଏହି ମେଗା ଲିଗ୍‌ରେ ଅବତୀର୍ଣ୍ଣ ହେବେ। ଦୀର୍ଘ ୪ବର୍ଷ ପରେ ଏହି ଲିଗ୍‌ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ଟି ଭେନ୍ୟୁରେ ଖେଳାଯିବ।
ଏଥର କିଛି ନୂତନ ନିୟମ ବିସିସିଆଇର ଟେକନିକାଲ କମିଟି ପ୍ରୟୋଗ କରିଛି। ପୂର୍ବରୁ ଟସ୍‌ ପଡିବା ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ଦଳ ଘୋଷଣା କରିବାକୁ ପଡୁଥିଲା। ଏଣିକି ଟସ୍‌ ପରେ ମଧ୍ୟ ଟିମ୍‌ ଘୋଷଣା କରାଯାଇପାରିବ। ଏହା ସହିତ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦଳ ଚାହିଁଲେ ଏହାର ଚୂଡାନ୍ତ ଏକାଦଶ ପରିବର୍ତ୍ତନ କରି ପାରିବ। ଏ ନେଇ ପ୍ରତିପକ୍ଷ ଦଳର ଅଧିନାୟକଙ୍କ ଅନୁମତି ଆବଶ୍ୟକ ପଡିବ ନାହିଁ ବୋଲି କୁହାଯାଇଛି। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ୧୧ ଜଣିଆ ଚୂଡାନ୍ତ ଦଳ ଓ ୫ ଜଣ ସବ୍‌ଷ୍ଟିଚ୍ୟୁଟ ଫିଲ୍ଡରଙ୍କ ତାଲିକା ପ୍ରକାଶ କରିବାକୁ ବାଧ୍ୟ ରହିବେ। ୫ ଜଣ ସବ୍‌ଷ୍ଟିଚ୍ୟୁଟ ଫିଲ୍ଡରଙ୍କ ମଧ୍ୟରୁ ଜଣଙ୍କୁ ହିଁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ୍‌ ଭାବରେ ସାମିଲ କରାଯିବ। ୪ବର୍ଷ ପରେ ପ୍ରଥମ ଥର ପାଇଁ ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ଟିମ୍‌ ପରସ୍ପର ସହିତ ମୋଟ ୧୪ଟି ମ୍ୟାଚ ଖେଳିବାକୁ ଥିବା ବେଳେ ୭ଟି ମ୍ୟାଚ ନିଜର ହୋମ ଭେନ୍ୟୁ ଏବଂ ଅନ୍ୟ ୭ଟି ମ୍ୟାଚ ବାହାର ଭେନ୍ୟୁରେ ଖେଳିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ଟି ଦଳ ଗ୍ରୁପ ପର୍ଯ୍ୟାୟ ପ୍ରଦର୍ଶନ ଆଧାରରେ ପ୍ଲେ ଅଫ ମ୍ୟାଚ ଖେଳିବାର ସୁଯୋଗ ପାଇବେ।
ଗୁଜୁରାଟ ଟାଇଟାନ୍ସର ହୋମ ଭେନ୍ୟୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ଅହମମ୍ମଦାବାଦ), ରୟାଲ ଚ୍ୟାଲେ ବାଙ୍ଗାଲୋରର ଚିନ୍ନାସ୍ବାମୀ ଷ୍ଟାଡିୟମ (ବାଙ୍ଗାଲୁର), ଚେନାଇ ସୁପର କିଙ୍ଗସ ଚିଦାମ୍ବରମ ଷ୍ଟାଡିୟମ (ଚେନ୍ନାଇ), ଦିଲ୍ଲୀ କ୍ୟାପିଟାଲ୍ସର ଅରୁଣ ଜେଟଲି ଷ୍ଟାଡିୟମ (ଦିଲ୍ଲୀ), ସନରାଇଜର୍ସ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନାଶନାଲ ଷ୍ଟାଡିୟମ (ହାଇଦ୍ରାବାଦ), ରାଜସ୍ଥାନ ରୟାଲ୍ସର ସବାଇ ମାନସିଂହ ଷ୍ଟାଡିୟମ (ଜୟପୁର), କୋଲକାତା ନାଇଟ ରାଇଡର୍ସର ଇଡେନ ଗାର୍ଡେନ୍ସ (କୋଲକାତା), ଲକ୍ଷ୍ନୌ ସୁପରଜାଣ୍ଟସ ଏକନା କ୍ରିକେଟ ଷ୍ଟାଡିୟମ (ଲକ୍ଷ୍ନୌ), ପଞ୍ଜାବ କିଙ୍ଗ୍ସର ମୋହାଲି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ) ରହିଛି। ୧୦ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଥିବା ବେଳେ ଗ୍ରୁପ ‘ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକୋତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ୍‌, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁରପଜାଣ୍ଟସ ରହିଛି। ସେହିପରି ବେଳେ ଗ୍ରୁପ୍‌ ‘ବି’ରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ସ୍ଥାନ ପାଇଛି।
ଆଇପିଏଲ୍‌-୧୫ରେ ଗୁଜୁରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିଲା। ଏହାର ଅଧିନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୋଚ୍‌ ଆଶିଷ ନେହେରା। ଏଥର ମଧ୍ୟ ଦୁହେଁ ଦଳର ଦାୟିତ୍ୱରେ ରହିଛନ୍ତି। ବିଦେଶୀ ଖେଳାଳି ରୂପେ ଡେଭିଡ ମିଲର, ମାଥ୍ୟୁ ୱେଡ, କେନ ୱିଲିୟମସନ, ରଶିଦ୍‌ ଖାନ ରହିଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ରହିଥିବା ବେଳେ କୋଚ ଅଛନ୍ତି କୁମାର ସଙ୍ଗକାରା। ବିଦେଶୀ ଖେଳାଳି ରୂପେ ଜୋସ୍‌ ବଟଲର, ଆଡାମ ଜାମ୍ପା, ଟ୍ରେଣ୍ଟ ବୋଲ୍ଟ, ଜାସନ୍‌ ହୋଲଡର, ଜୋ ରୁଟ୍‌, ସିମରନ୍‌ ହେଟମେର ରହିଛନ୍ତି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ହେଉଛନ୍ତି ଲୋକେଶ ରାହୁଲ ଓ କୋଚ ଆଣ୍ଡି ପ୍ଲାୱାର। ଦଳରେ କ୍ୱିଣ୍ଟନ ଡି କକ୍‌, କାଇଲ ମେୟର୍ସ, ନିକୋଲସ ପୁରନ, ମାକର୍‌ୁସ ଷ୍ଟୋଇନିସ, ମାର୍କ ଉଡ୍‌ଙ୍କ ଭଳି ନାମୀ ବିଦେଶୀ ଖେଳାଳି ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେଉଛନ୍ତି ଫାପ୍‌ ଡୁ’ପ୍ଲେସି। ଅନ୍ୟ ନାମୀ ବିଦେଶୀ ଖେଳାଳି ହେଲେ ଡେଭିଡ ୱିଲି, ଗ୍ଲେନ ମାକ୍ସୱେଲ, ଫିନ୍‌ ଆଲେନ। ରିଷଭ ପନ୍ତଙ୍କ ଆଘାତ ସମସ୍ୟା ଯୋଗୁ ଦିଲ୍ଳୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ୱ ଡେଭିଡ ୱାର୍ନରଙ୍କ ଉପରେ ନ୍ୟସ୍ତ ରହିଛି। ରିକି ପଣ୍ଟିଂ କୋଚ ରହିଥିବା ବେଳେ ରୋଭମାନ ପାୱେଲ, ମିଚେଲ ମାର୍ଶ, ଲୁନଗି ଏନଗିଡି, ରିଲେ ରୁଷୋ, ଏନରିଚ ନର୍ଜେ ହେଉଛନ୍ତି ବିଦେଶୀ ଖେଳାଳି। ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଶିଖର ଧାୱନ ଏବଂ କୋଚ ଟ୍ରେଭର ବେଲିସ। ବିଦେଶୀ ଖେଳାଳି ହେଲେ ସାମ କରନ, କାଗିଶୋ ରାବାଡା, ନାଥାନ୍‌ ଇଲିସ। କୋଲକତା ନାଇଟ ରାଇଡର୍ସ ଦଳର ଅଧିନାୟକ ଶ୍ରେୟାସ ଆୟର ଆହତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱରେ ରହିବେ। ବ୍ରେଣ୍ଡନ ମ୍ୟାକକୁଲମ ଦଳର କୋଚ୍‌ ଏବଂ ଲୋକି ଫର୍ଗୁସନ, ଟିମ୍‌ ସାଉଦୀ, ସୁନୀଲ ନାରିନ, ଶକିବ ଅଲ ହାସନ, ଲିଟନ ଦାସ ହେଉଛନ୍ତି ଦଳର ବିଦେଶୀ ଖେଳାଳି। ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଏଡେନ ମାରକ୍ରାମ ଏବଂ ବ୍ରାଏନ ଲାରା କୋଚ ଅଛନ୍ତି। ଦଳରେ ହ୍ୟାରି ବ୍ରୁକ୍‌ ଅବଦୁଲ ସମଦ୍‌, ଗ୍ଲେନ ଫିଲିପସ୍‌, ଆଦିଲ୍‌ ରସିଦ, ମାର୍କୋ ଜାସେନଙ୍କପରି ବିଦେଶୀ ଖେଳାଳି ରହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଦାୟିତ୍ୱ ପୁଣି ମହେନ୍ଦ୍ର ସିଂ ଧୋନୀଙ୍କୁ ଅର୍ପଣ କରାଯାଇଛି। ଅଭିଜ୍ଞ ଷ୍ଟିଫେନ ଫ୍ଲେମିଂ କୋଚ ପଦ ବଜାୟ ରଖିଛନ୍ତି। ଦଳରେ ବେନ୍‌ ଷ୍ଟୋକ୍ସ, ମିଚେଲ ସାଣ୍ଟନର, ମୋଇନ ଅଲ୍ଲୀ, ଡେଭନ କନୱେଙ୍କପରି ବିଦେଶୀ ଖେଳାଳି ଥିବାବେଳେ ସର୍ବାଧିକ ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ଏବଂ କୋଚ ମହିଲା ଜୟବର୍ଦ୍ଧନେ ରହିଛନ୍ତି। ଖେଳାଳି ନିଲାମରେ ଦାମି ଖେଳାଳି କାମେରନ୍‌ ଗ୍ରୀନ୍‌, ଟିମ୍‌ ଡେଭିଡ, ଜୋଫ୍ରା ଆର୍ଚରଙ୍କ ପରି ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି।
ଆଉ ଏକ ରୋମାଞ୍ଚକ ଆଇପିଏଲ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?