ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ହେଲେ କେଉଁ ଦଳ ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୨୦୨୨ର ଅନ୍ତିମ ମ୍ୟାଚ ଅର୍ଥାତ୍‌ ଫାଇନାଲ୍‌ ଆଜି ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟ କ୍ୱାଲିଫାୟର ୧ରେ ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ଏଲିମିନେଟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରି ଫାଇନାଲ ଟିକେଟ କାଟିଛି। ଗୁଜରାଟ ଆଇପିଏଲର ଏହି ସିଜନରେ ଡେବ୍ୟୁ କରିଥିବାବେଳେ ଟୁର୍ଣ୍ଣାମେଣ୍ଟ ଇତିହାସରେ ରାଜସ୍ଥାନ ପ୍ରଥମ ବିଜେତା ରହିଛି
ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚକୁ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି ଯେ ଯଦି ଆଜିର ମ୍ୟାଚରେ ବର୍ଷା ଆସେ, ତେବେ ଗୁଜରାଟ ଏବଂ ରାଜସ୍ଥାନ ମଧ୍ୟରେ କେଉଁ ଦଳ ବିଜେତା ହେବ।
ଫାଇନାଲ୍‌ ମ୍ୟାଚ ରାତି ୮ଟାରେ ଖେଳାଯିବ। ଖରାପ ପାଗ ହେତୁ ଯଦି ମ୍ୟାଚ ଆରମ୍ଭରେ ବିଳମ୍ବ ହୁଏ, ତେବେ ମ୍ୟାଚ ରାତି ୧୦.୧୦ରୁ ଆରମ୍ଭ ହେବ। ବିଶେଷ କଥା ହେଉଛି ଦୁଇ ଘଣ୍ଟା ବିଳମ୍ବ ସହ ମ୍ୟାଚ ଆରମ୍ଭ ହେବା ପରେ ମଧ୍ୟ ଓଭର କଟିବ ନାହିଁ। ଯଦି କୌଣସି କାରଣରୁ ଫାଇନାଲ ମ୍ୟାଚ ୫-୫ ଓଭରର ହେବ। ଅନ୍ୟପକ୍ଷରେ, ଯଦି ଫାଇନାଲ ଦିନ ଖରାପ ପାଗ ହେତୁ ଗୋଟିଏ ବଲ୍‌ ବୋଲିଂ କରାଯାଇ ନ ପାରେ, ତେବେ ଏଥିପାଇଁ ଏକ ରିଜର୍ଭ ଦିନ ରଖାଯାଇଛି ।
ନୂତନ ନିୟମ ଅନୁଯାୟୀ, ଯଦି ବର୍ଷା ହେତୁ ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ ମଧ୍ୟଭାଗରେ ବନ୍ଦ ହେବାକୁ ପଡେ, ତା’ହେଲେ ପରଦିନ ରିଜର୍ଭ ଡେରେ ଯେଉଁଠାରୁ ଖେଳ ବନ୍ଦ ହୋଇଯାଇଥିଲା ସେଠାରୁ ଆରମ୍ଭ ହେବ। ଯଦି ଟସ ପରେ ଖେଳ ବନ୍ଦ ହୋଇଯାଏ ଏବଂ କୌଣସି ବଲ ବୋଲିଂ କରାଯାଇ ନ ଥାଏ, ତେବେ ରିଜର୍ଭ ଦିନରେ ଟସ୍‌ ପୁନର୍ବାର ଅନୁଷ୍ଠିତ ହେବ। ଏଥି ସହିତ, ରିଜର୍ଭ ଦିନରେ ମଧ୍ୟ ଯଦି ବର୍ଷା ହେତୁ ଖେଳ ବାଧାପ୍ରାପ୍ତ ହୁଏ, ତେବେ ସୁପର ଓଭର ବ୍ୟବହାର ହେବ ଏବଂ ବର୍ଷା ହେତୁ ସୁପର ଓଭର ସମ୍ଭବ ନୁହେଁ, ତେବେ ପଏଣ୍ଟ ଟେବୁଲରେ ଅଗ୍ରଣୀ ଦଳ ଚାମ୍ପିଅନ ହେବେ। ଗୁଜରାଟ ଟାଇଟାନ୍ସ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ଥିବାବେଳେ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri