ଓଡ଼ିଆ ଭାଷାରେ ଆଇପିଏଲ୍‌ କମେଣ୍ଟ୍ରି ବନ୍ଦ

ଭୁବନେଶ୍ୱର,୩୦।୩(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷାକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଯେତିକି ଗୁରୁତ୍ୱ ମିଳିବା କଥା ସେତିକି ମିଳୁନାହିଁ। ଭାଷାର ବ୍ୟବହାର କମୁଛି। ଓଡ଼ିଶାର କିଛି ବି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ଗଲେ ସମସ୍ତେ ସିନା ଖୁସି ହୋଇ ଗର୍ବର କଥା ବୋଲି କହୁଛନ୍ତି, ମାତ୍ର କ୍ରମାଗତ ଭାବେ କିଭଳି ଓଡ଼ିଶା, ଓଡ଼ିଆ ଭାଷା ବିଶ୍ୱ ଦରବାରରେ ବଜାୟ ରହିବ ସେ ନେଇ ସେପରି ପ୍ରୟାସ ହେଉନାହିଁ। ଗତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କ୍ରିକେଟ ଖେଳ ସମୟରେ ବିଭିନ୍ନ ଆଞ୍ଚଳିକ ଭାଷାରେ କମେଣ୍ଟ୍ରି ଆରମ୍ଭ ହୋଇଥିଲା, ଯେଉଁଥିରେ ଓଡ଼ିଆ ଭାଷା ମଧ୍ୟ ସାମିଲ ଥିଲା। ଏହା ସମସ୍ତ ଓଡ଼ିଆଙ୍କୁ ଖୁସି ଦେଇଥିଲା। ମାତ୍ର ଏଥର ଅନ୍ୟାନ୍ୟ ଆଞ୍ଚଳିକ ଭାଷା ରହିଥିବାବେଳେ ବାଦ୍‌ ପଡ଼ିଛି ଓଡ଼ିଆ ଭାଷା। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଆଇପିଏଲ୍‌ ବ୍ରଡ୍‌କାଷ୍ଟରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଓଡ଼ିଶାବାସୀ। ‘ବଏକଟ୍‌ ଜିଓ ସିନେମା, ବ୍ରିଙ୍ଗ୍‌ ବ୍ୟାକ୍‌ ଆଇପିଏଲ୍‌ ଇନ୍‌ ଓଡ଼ିଆ’ ହ୍ୟାସ୍‌ଟ୍ୟାଗ୍‌କୁ ଅନେକେ ସମର୍ଥନ ଦେବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏପରିକି ଅନେକେ ୟୁଜର୍ସ ଦିନକ ପାଇଁ ଜିଓ ସିନେମା ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ କରି ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି। ଏପରିସ୍ଥିତିରେ ଆଇପିଏଲ୍‌ରେ ଓଡ଼ିଆ କମେଣ୍ଟ୍ରି ପୁଣି ଆରମ୍ଭ ପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ କାହିଁକି ଉଦ୍ୟମ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି।
ଗତବର୍ଷ ଆଇପିଏଲ୍‌ରେ ୧୨ଟି ଆଞ୍ଚଳିକ ଭାଷାରେ ପ୍ରଥମଥର ଜିଓ ସିନେମାରେ କମେଣ୍ଟ୍ରି ଆରମ୍ଭ ହୋଇଥିଲା। ଚଳିତବର୍ଷ ୨୨ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ ମେ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଇଂଲିଶ, ହିନ୍ଦୀ, ବେଙ୍ଗଲି, ମରାଠୀ, ତେଲୁଗୁ, ତାମିଲ, ଗୁଜରାଟୀ, କନ୍ନଡ଼, ମାଲୟାଲମ୍‌, ଭୋଜପୁରୀ, ପଞ୍ଜାବୀ, ହରିୟାଣି ଆଦି ଭାଷାରେ କମେଣ୍ଟ୍ରି ହେଉଛି। ଏଥର ଓଡ଼ିଆ ଭାଷାରେ ଆଇପିଏଲ୍‌ କମେଣ୍ଟ୍ରି ଶୁଣିବାକୁ ଓଡ଼ିଆ ଦର୍ଶକ ଅପେକ୍ଷା କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି। କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ କାହିଁକି ବାଦ୍‌ ପଡ଼ିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏମିତିକି ନିଜକୁ ବଡ଼ ବଡ଼ ସାହିତି୍ୟକ ବା ଭାଷାବିତ୍‌ କହୁଥିବା ବ୍ୟକ୍ତିବିଶେଷ କାହିଁକି ଏ ନେଇ ମୁହଁ ଖୋଲୁ ନାହାନ୍ତି ବୋଲି ସୋସିଆଲ ମିଡ଼ିଆରେ ସମାଲୋଚନା ହୋଇଛି। ଜିଓ ସିନେମା ଆପ୍‌କୁ ଡିଲିଟ କରି କିଛି ରେସପନ୍ସ ପାଇବାକୁ ସାମାଜିକ ଗଣାମାଧ୍ୟମ ‘ଏକ୍ସ’ରେ ମଧ୍ୟ କେତେଜଣ ୟୁଜର୍ସ ଦିନକ ପାଇଁ ‘ଅନଇନ୍‌ଷ୍ଟଲିଙ୍ଗ ଜିଓ ସିନେମା’ ହାସ୍‌ଟ୍ୟାଗ୍‌ର ଡାକରା ଦେଇଥିଲେ। ଅନେକେ ଏହି ଆପ୍‌କୁ ଅନଇନ୍‌ଷ୍ଟଲ କରି ସ୍କ୍ରିନ୍‌ଶଟ୍‌ ମଧ୍ୟ ଶେୟାର କରିଥିଲେ। ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ଓ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଅନେକ କିଛି ଯୋଜନା କରୁଛନ୍ତି। ମାତ୍ର କେଉଁ କାରଣ ପାଇଁ ଏଥର ଓଡ଼ିଆ ଭାଷାକୁ ବାଦ୍‌ ଦିଆଯାଇଛି ସେନେଇ ରାଜ୍ୟ ସରକାର ଚୁପ୍‌ ରହିଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?