୭୦ ହଜାର ମୁହାଁ ସୁନା ଦର

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା): ଦିନକୁ ଦିନ ସୁନାଦର ବଢ଼ିବାରେ ଲାଗିଛି। ଚଳିତ ମାସରେ ଭାରତୀୟ ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟରେ ୪ରୁ ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ମାର୍ଚ୍ଚ ପହିଲାରେ ୨୨ କ୍ୟାରେଟ୍‌ ସୁନାଦର ୧୦ଗ୍ରାମ୍‌ ପିଛା ୫୮,୨୩୦ ଟଙ୍କା ରହିଥିବାବେଳେ ଏହା କ୍ରମାଗତ ବୃଦ୍ଧି ପାଇ ବୁଧବାର ୬୨, ୩୪୨ ଟଙ୍କାରେ ପହଞ୍ଚତ୍ଛି। ଅର୍ଥାତ୍‌ ମାସକରେ ୪,୧୧୨ ଟଙ୍କା ବଢ଼ିଛି। ୨୪ କ୍ୟାରେଟ ସୁନାଦର ମାସ ଆରମ୍ଭରୁ ୧୦ ଗ୍ରାମ୍‌ ପିଛା ୬୩ ହଜାର ୫୬୯ ଟଙ୍କା ରହିଥିବାବେଳେ ଏଥିରେ ୪,୪୯୦ଟଙ୍କା ବଢ଼ି ବର୍ତ୍ତମାନ ୬୮, ୦୫୯ ଟଙ୍କାରେ ପହଞ୍ଚତ୍ଛି। ସେହିପରି ସପ୍ତାହକରେ ୨୨ କ୍ୟାରେଟ୍‌ ସୁନାଦର ୧,୧୫୪ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନାଦରରେ ୧୨୬୧ ଟଙ୍କା ବଢ଼ଛି। ଏପରି ସ୍ଥିତି ଲାଗି ରହିଲେ ଖୁବ୍‌ଶୀଘ୍ର ଏହା ୭୦ହଜାର ଡେଇଁବ ଓ ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଭରି ୭୫ ହଜାର ଛୁଇଁପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ରୁପା ଦରରେ ମଧ୍ୟ ବୃଦ୍ଧି ଘଟି ୭୪ ହଜାର ୨୭୫.୨୫ ଟଙ୍କାରେ ପହଞ୍ଚତ୍ଛି। ଫେବୃଆରୀ ୨୯ ସୁଦ୍ଧା ଏହା ୬୯, ୪୫୦.୬୨ ଟଙ୍କା ରହିଥିଲା। ତେଣୁ ମାସକରେ ରୁପା ଦର ୪,୮୨୪.୨୭୫.୨୫ ଟଙ୍କା ବୃ୍‌ଦ୍ଧି ହୋଇଛି। ସୁନା ଓ ରୁପାର ଏପରି ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ। ବିଶେଷକରି ଯେଉଁମାନଙ୍କର ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି, ସେମାନେ ଅଧିକ ଚିନ୍ତାରେ ପଡିଛନ୍ତି। ତେବେ ଗ୍ରାହକଙ୍କୁ ଆକଷ୍ଟ କରିବାକୁ ସହରର ବିଭିନ୍ନ ବଡବଡ଼ ଗହଣା ଷ୍ଟୋର୍‌ ବିଭିନ୍ନ ପ୍ରକାର ଅଫର ରଖିଛନ୍ତି।
ଅନ୍ତର୍ଜାତୀୟ ବଜାର ସୁନା କାରବାର ଭାରତୀୟ ବଜାରକୁ ପ୍ରଭାବିତ କରୁଛି। ଗୁରୁବାର ଏଥିରେ ୧.୯୦ ପ୍ରତିଶତ ହ୍ରାସ ପାଇ ୨୨୫୪.୮୦ ଆମେରୀକୀୟ ଡଲାରରେ କାରବାର ବନ୍ଦ ରହିଥିଲା। ଶୁକ୍ରବାର ଗୁଡ୍‌ ଫ୍ରାଇଡେ’ ରହିଥିବାରୁ ମାର୍କେଡ ବନ୍ଦ ରହିଥିବାବେଳେ ସୋମବାର କାରବାର ଆରମ୍ଭ ହେବ। ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମୁଥିବାରୁ ସୁନାଦର ବଢ଼ୁଥିବା ବିଶେଷଜ୍ଞଙ୍କ ମତ ରହିଛି। ଋଷ ସହ ୟୁକ୍ରେନ ଓ ହମାସ ସହ ଇସ୍ରାଏଲ ଯୁଦ୍ଧ ସୁନାଦର ବୃଦ୍ଧିର ଆଉଏକ କାରଣ ବୋଲି କୁହାଯାଉଛି।
ଗହଣା ଷ୍ଟୋର୍‌ ଜୟଲୁକ୍କାସର ବ୍ରାଞ୍ଚ ମ୍ୟାନେଜର ସୁବାଶ ଏକ୍କଙ୍କ କହିବାନୁସାରେ, ବଢ଼ୁଥିବା ଦର ବ୍ୟବସାୟକୁ ପ୍ରଭାବିତ କରିନାହିଁ। ଗ୍ରାହକଙ୍କ ପାଇଁ ଷ୍ଟୋର୍‌ ପକ୍ଷରୁ ଗଢ଼ା ମଜୁରି ଉପରେ ସର୍ବାଧିକ ରିହାତି ପ୍ରଦାନ କରାଯାଉଛି। ସେହିପରି ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ ଷ୍ଟୋରର ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ୱର ରଥ କହିଛନ୍ତି, ମାସକ ମଧ୍ୟରେ ୪ରୁ ୫ ହଜାର ଟଙ୍କା ସୁନାଦର ବୃଦ୍ଧି ପାଇଥିଲେ ମଧ୍ୟ ଗ୍ରାହକଙ୍କ ଅତୁଟ ଭରସା ଯୋଗୁ ବ୍ୟବସାୟ ପ୍ରଭାବିତ ହୋଇନାହିଁ। ସେହିଭଳି ଗ୍ରାହକଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ପୂର୍ବରୁ ଗହଣା ବୁକିଂ କରୁଥିବା ଗ୍ରାହକ ବୁକିଂ ତାରିଖ ବା ଗହଣା କିଣିବା ଦିନ ମଧ୍ୟରୁ ଯେଉଁଦିନ ସର୍ବନିମ୍ନ ମୂଲ୍ୟ ରହୁଛି ସେଇ ଦରରେ ଗହଣା କ୍ରୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri