Posted inଖେଳ

ବଦଳିଲା ଆଇପିଏଲ୍‌ ନିୟମ

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ ୨୦୨୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇ ମାସ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟର ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଖେଳକୁ ଆହୁରି ରୋମାଞ୍ଚକର କରିବ।
ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍‌କୁ ଆଉ ୧୫ ଦିନରୁ କମ୍‌ ସମୟ ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଟସ୍‌ ପଡିବା ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ଦଳ ଘୋଷଣା କରିବାକୁ ପଡୁଥିଲା। ବିସିସିଆଇ ପକ୍ଷରୁ ଧାରା ୧.୨.୧ରେ ପରିବର୍ତ୍ତନ କରାଯିବା ଫଳରେ ଏଣିକି ଟସ୍‌ ପଡିବା ପରେ ମଧ୍ୟ ଟିମ୍‌ ଘୋଷଣା କରଯାଇପାରିବ। ଏହା ସହିତ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦଳ ଚାହିଁଲେ ଏହାର ଚୂଡାନ୍ତ ଏକାଦଶ ପରିବର୍ତ୍ତନ କରି ପାରିବ। ଏ ନେଇ ପ୍ରତିପକ୍ଷ ଦଳର ଅଧିନାୟକଙ୍କ ଅନୁମତି ଆବଶ୍ୟକ ପଡିବ ନାହିଁ ବୋଲି କୁହାଯାଇଛି। ଧାରା ୧.୨.୯ ଅନୁସାରେ ଏହା ସମ୍ଭବ ନଥିବା ବେଳେ ଏଥିରେ ସଂଶୋଧନ କରାଯାଇଛି। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ୧୧ ଜଣିଆ ଚୂଡାନ୍ତ ଦଳ ଓ ୫ ଜଣ ସବଷ୍ଟିଚ୍ୟୁଟ ଫିଲ୍ଡରଙ୍କ ତାଲିକା ପ୍ରକାଶ କରିବାକୁ ବାଧ୍ୟ ରହିବେ। ଏହା ସହିତ ଉଇକେଟ କିପିଂ ପାଇଁ ରହିଥିବା ନିୟମରେ ମଧ୍ୟ ବଡ ପରିବର୍ତ୍ତନ କରାଯାଇଛି। ଆଗୁଆ ବଲ୍‌ ସଂଗ୍ରହ ବା ବ୍ୟାଟର ବଲ୍‌କୁ ଛୁଇଁ ନଥିବା ବେଳେ ସ୍ଥାନ ପରିବର୍ତ୍ତନ କଲେ ପେନାଲ୍ଟିର ବ୍ୟବସ୍ଥା କରାଯାଇଛି। ଉଇକେଟ କିପର ସ୍ଥାନ ପରିବର୍ତ୍ତନ କଲେ ବଲ୍‌କୁ ଡେଡ୍‌ ବଲ୍‌ ଘୋଷଣା କରାଯିବ। ଯଦି ଓ୍ବାଇଡ୍‌ କିମ୍ବା ନୋ ବଲ୍‌ ଥିବ ତେବେ ୧ ରନ୍‌ ସହିତ ୫ ରନ୍‌ର ପେନାଲ୍ଟି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫିଲ୍ଡରେ ରହିଥିବା ଦୁଇ ଅମ୍ପାୟାର ଏହି ନିଷ୍ପତ୍ତି ନେବେ ଓ ଅଧିନାୟକଙ୍କୁ ସୂଚିତ କରିବେ। ସେହିପରି ୫ ଜଣ ସବଷ୍ଟିଚ୍ୟୁଟ ଫିଲ୍ଡରଙ୍କ ତାଲିକାରେ ଥିବା ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ହିଁ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍‌ ଖେଳାଳି ଭାବରେ ସାମିଲ କରାଯାଇପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri