ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍‌କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଆଇପିଏଲ୍‌ ୨୦୨୧ରେ ବାୟୋ ବବଲ ଉଲ୍ଲଂଘନ ନେଇ ଖବର ଚର୍ଚ୍ଚାରେ ରହିଥିଲା। ଏହାକୁ ନେଇ ସିଜନ୍‌କୁ ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ପରେ ୟୁଏଇରେ ବାକି ମୁକାବିଲା ଆୟୋଜିତ ହୋଇଥିଲା। ୨୦୨୨ରେ ଯେଉଁଭଳି ସେଭଳି କିଛି ପରିସ୍ଥିତି ନ ଉପୁଜେ ତାକୁ ଦୃଷ୍ଟିରେ ରଖି ବିସିସିଆଇ ଆଭିମୁଖ୍ୟକୁ କଠୋର କରିଛି। ସେଭଳି କରିବା ଦ୍ୱାରା ଦଳ ସହ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମ୍ୟାଚ୍‌ରୁ ବହିଷ୍କାର, ଦଳର ଅଙ୍କ ହ୍ରାସ ପାଇବା ସହ ୧ କୋଟିର ଜରିମାନା ଲଗାଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ପ୍ରଥମ ଥର ବାୟୋ ବବଲ୍‌ ନିୟମ ଭାଙ୍ଗିଲେ ୭ ଦିନର କ୍ୱାରାଣ୍ଟାଇନ୍‌ ସହ ଉକ୍ତ ଅବଧିରେ ହୋଇଥିବା ମ୍ୟାଚ୍‌ ଲାଗି କୌଣସି ପ୍ରାପ୍ୟ ମିଳିବ ନାହିଁ। ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୭ ଦିନର କ୍ୱାରାଣ୍ଟାଇନ୍‌ ସହ ଗୋଟିଏ ମ୍ୟାଚ୍‌ ପାଇଁ ପ୍ରତିବନ୍ଧକ ଲଗାଯିବ। ଏଥିଲାଗି ଦେୟ ମିଳିବ ନାହିଁ। ତୃତୀୟ ଥର ଏଭଳି କଲେ ଅବଶିଷ୍ଟ ଟୁର୍ନାମେଣ୍ଟରୁ ବାହାର ହେବା ସହ ରିପ୍ଲେସମେଣ୍ଟ ପାଇଁ ଅନୁମତି ମିଳିବ ନାହିଁ।

ସେହିଭଳି ଖେଳାଳିଙ୍କ ପରିବାରଲୋକଙ୍କ ମଧ୍ୟରୁ କୌଣସି ସଦସ୍ୟ ବାୟୋ ବବଲ୍‌ ନିୟମ ଭାଙ୍ଗିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମ ଥର ପାଇଁ ୭ ଦିନର କ୍ୱାରାଣ୍ଟାଇନ୍‌, ଦ୍ୱିତୀୟ ଥର ପାଇଁ ବାୟୋବବଲ୍‌ରୁ ବାହାର କରିଦିଆଯିବ।
କୌଣସି ଫ୍ରାଞ୍ଚାଇଜ୍‌ ବାହାରର କୌଣସି ବ୍ୟକ୍ତିଙ୍କୁ ବାୟୋ ବବଲ୍‌କୁ ଆଣିଲେ ଦଣ୍ଡ ସ୍ବରୂପ ୧ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ। ଏଭଳି ଘଟଣା ଦ୍ୱିତୀୟ ଥର ନ ହେବା ଲାଗି ଦଳର ୧ ଅଙ୍କ ଏବଂ ତୃତୀୟ ଥର ନ ହେବା ଲାଗି ୨ ଅଙ୍କ କାଟିଦିଆଯିବ ବୋଲି ଜଣାପଡ଼ଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?