Posted inଖେଳ

ଆଇପିଏଲ-୨୦୨୦: ଅଗଷ୍ଟ ୧୮ ସୁଦ୍ଧା ପ୍ରାୟୋଜକ ଚୂଡ଼ାନ୍ତ

ନୂଆଦିଲ୍ଲୀ, ୧୧।୮(ପି.ଟି.)-
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁଷ୍ଠାନିକଭାବେ ଭାରତ ସରକାରଙ୍କଠାରୁ ଅନୁମତି ପାଇଛି। ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୋମବାର ଏହା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟର ନୂଆ ଟାଇଟଲ ପ୍ରାୟୋଜକଙ୍କ ନାମ ଅଗଷ୍ଟ ୧୮ସୁଦ୍ଧା ଘୋଷଣା କରାଯିବ। ଆଉ ୭ ଦିନ ସମୟ ଥିବାରୁ ଆଗ୍ରହୀ କମ୍ପାନୀମାନେ ସେମାନଙ୍କ ବିଡ୍‌ ଦାଖଲ କରିପାରିବେ ବୋଲିି ସେ ସୂଚନା ଦେଇଛନ୍ତି। ୟୁଏଇରେ ଆଇପିଏଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ଶାରଜା, ଆବୁଧାବି ଓ ଦୁବାଇରେ ମ୍ୟାଚ ଗୁଡ଼ିକ ଖେଳାଯିବ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୟୁଏଇରେ ଏହି ମର୍କ୍ୱି ଲିଗ୍‌ ଆୟୋଜନ ପାଇଁ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ନିକଟରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଥିଲା। ”ଆମେ ଏବେ ଗୃହ ମନ୍ତ୍ରଣାଳୟ ଓ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରୁ ଲିଖିତ ଅନୁମତିପତ୍ର ପାଇଛୁ“ ବୋଲି ପଟେଲ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୌଣସି ଭାରତୀୟ କ୍ରୀଡ଼ା ସଂଘ ଯେତେବେଳେ ଘରୋଇ ଟୁର୍ନାମେଣ୍ଟ ବିଦେଶରେ କରିବାକୁ ଯାଏ ସେତେବେଳେ ଗୃହ, ବହିର୍ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର କ୍ଲିୟରାନ୍ସ ଆବଶ୍ୟକ କରିଥାଏ। ” ଆମେ ସରକାରଙ୍କ ନିକଟରୁ ମୌଖିକ ଅନୁମତି ପାଇବାପରେ ଏମିରେଟ୍ସ କ୍ରିକେଟ ବୋର୍ଡକୁ ଜଣାଇ ଦେଇଥିଲୁ। ଏବେ ଆମେ ଲିଖିତ କାଗଜପତ୍ର ଆମର ହସ୍ତଗତ ହୋଇଛି। ତେଣୁ ଫ୍ରାଞ୍ଚାଇଜ୍‌ମାନେ ଏଣିକି ସେମାନଙ୍କ ଯୋଜନା ମୁତାବକ ଆଗେଇ ପାରିବେ“ ବୋଲି ବିସିସିଆଇର ଜଣେ ଭେଟେରାନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅଧିକାଂଶ ଫ୍ରାଞ୍ଚାଇଜ୍‌ ଅଗଷ୍ଟ ୨୦ ପରେ ୟୁଏଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଯିବା ପୂର୍ବରୁ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ୨ ଥର ବାଧ୍ୟତାମୂଳକ ଭାବେ ଆରଟି-ପିସିଆର(କୋଭିଡ-୧୯) ଟେଷ୍ଟ କରିବାକୁ ପଡ଼ିବ। ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଅଗଷ୍ଟ ୨୨ରେ ୟୁଏଇ ଯିବାକୁ ଯୋଜନା କରିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗ୍ରହ ପ୍ରକାଶ କରିଥିବାରୁ ଯିବା ପୂର୍ବରୁ ଚେନ୍ନାଇର ଚେପକ୍‌ରେ ଏକ ଛୋଟ କ୍ୟାମ୍ପ ଅନୁଷ୍ଠିତ ହେବ।
ଟାଇଟଲ ସ୍ପୋନସରଶିପ୍‌ରୁ ଚାଇନିଜ୍‌ ମୋବାଇଲ କମ୍ପାନୀ ଭିଭୋ ବାଦ୍‌ ପଡ଼ିବାପରେ ବିସିସିଆଇ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଛି। ଭିଭୋ ସହିତ ୪୪୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ନୂଆ ଟାଇଟଲ ସ୍ପନଶର ପାଇଁ ବାବା ରାମଦେବଙ୍କ ପତଞ୍ଜଳି ଆଗ୍ରହ ପ୍ରକାଶ କରିଛି। ”ଭିଭୋ ଓହରି ଯିବାରୁ ଆମକୁ ସେପରି ଝଟ୍‌କା ଲାଗିନାହିଁ। ଟାଇଟଲ ପ୍ରାୟୋଜକ ପାଇଁ ଏକାଧିକ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଭାରତୀୟ କମ୍ପାନୀ ହେଉ କି ବିଦେଶୀ ଯାହାର ବିଡ୍‌ ପସନ୍ଦ ହେବ ତାକୁ ପ୍ରାୟୋଜକ ଅଧିକାର ମିଳିବ। ଆମେ ଅଗଷ୍ଟ ୧୮ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବୁ ବୋଲି ପଟେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଖେଳିପାରନ୍ତି ପୃଥ୍ବୀ ଶ’

ଲଣ୍ଡନ,୮।୧୧-ଡୋପ୍‌ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ ଫେରିବେ।...

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

ସବୁ ତାରକା ଫେଲ୍‌

ଲିଡ୍ସ,୨୫।୮ : ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେଙ୍କ ଭଳି ତାରକା ଖଚ୍ଚିତ ଭାରତୀୟ ବ୍ୟାଟିଂ ଲାଇନଅପ୍‌ ଫେଲ୍‌...

କୋହଲିଙ୍କୁ ଚେତାବନୀ ଦେଲେ ଗମ୍ଭୀର

ନୂଆଦିଲ୍ଲୀ,୩।୧୧: ଟି -୨୦ ବିଶ୍ୱକପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ସେମିଫାଇନାଲ ଦୌଡ଼ରେ ଭାରତ ପଛରେ...

ଡିଫେଣ୍ଡିଂ ଚାମ୍ପିୟନ ପାଇଁ ଅଭୁଲା ଦିନ

ଦୁବାଇ,୨୩।୧୦: ୨୦୧୬ରେ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ୍‌ ଜିତିଥିବା ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଚଳିତ ବିଶ୍ୱକପ୍‌ର ପ୍ରଥମ...

ବିଶ୍ୱ ରେକର୍ଡ ନିକଟରେ କୋହଲି

ନୂଆଦିଲ୍ଲୀ,୧୩।୬: ଶିଖର ଧାଓ୍ବନଙ୍କ ଅନୁପସ୍ଥିତି ଅଧିନାୟକ ବିରାଟ କୋହଲିଙ୍କ କାନ୍ଧ ଉପରେ ଆହୁରି ଦାୟିତ୍ୱ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି...

ଦୁଇଟି ବିଶ୍ୱଯୁଦ୍ଧ ଯାହା କରିପାରି ନ ଥିଲା, ତାହା କରି ଦେଖାଇଲା କୋଭିଡ୍‌-୧୯

କଲମ୍ବୋ,୨୭।୪ : ଶ୍ରୀଲଙ୍କାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଯୋଗୁ ବାଧାପ୍ରାପ୍ତ ହୋଇଛି ଦେଶର ଦୁଇ ସ୍କୁଲ ମଧ୍ୟରେ ହେବାକୁ ଥିବା ପାରମ୍ପରିକ କ୍ରିକେଟ...

ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍‌

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି।...

Advertisement
Archives

Model This Week