Posted inଖେଳ

ଛାତ ଉପରେ ସ୍ତ୍ରୀଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିଲେ ଏହି ଖେଳାଳି, ଏବେ କଲେ କମାଲ୍‌

ଆଇପିଏଲ୍‌ ୨୦୨୦ରେ କୋଲକାତା ନାଇଟ ରାଇଡର୍ସ ଯୁବ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରିଥିଲେ। ଚେନ୍ନାଇ ବିପକ୍ଷରେ ୬୧ ବଲରେ ସେ ୮୭ ରନର ଇନିଂସ ଖେଳିଥିଲେ। ଏହି ପାଳିରେ ରାଣା ୪ଟି ଛକା ଓ ୧୦ଟି ଚୌକା ମାରିଥିଲେ। ନୀତୀଶ ରାଣା ଜଣେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କିନ୍ତୁ ଗତ ୩ଟି ମ୍ୟାଚରେ କୋଲକାତା ତାଙ୍କୁ ଓପନର୍‌ ଭାବରେ ଖେଳାଉଛି। ୩ଟି ମ୍ୟାଚ ମଧ୍ୟରୁ ୨ଟିରେ ନୀତିଶ ରାଣା ଅର୍ଦ୍ଧଶତକ ହାସଲ କରିଛନ୍ତି।ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ନୀତିଶ ରାଣା ତାଙ୍କ ସ୍ତ୍ରୀଙ୍କ ସହ ଛାତ ଉପରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ରାଣା ସୋସିଆଲ ମିଡିଆରେ ସ୍ତ୍ରୀ ସାଚ୍ଚି ମାରୱାଙ୍କ ସହ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ଏହି ଆଇପିଏଲ ସମୟରେ ସାଚ୍ଚି ତାଙ୍କ ପିତାଙ୍କୁ ହରାଇଥିଲେ। ନୀତିଶ ରାଣା ମଧ୍ୟ ଅର୍ଦ୍ଧଶତକ ହାସଲ ପରେ ଜର୍ସି ଦେଖାଇ ତାଙ୍କ ଶ୍ୱଶୁରଙ୍କୁ ଉତ୍ସର୍ଗ କରିଥିଲେ।

 

View this post on Instagram

 

No ground No problem 🏏

A post shared by Nitish Rana (@nitishrana_official) on


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ଆଇପିଏଲ୍ ୨୦୨୪ ପ୍ଲେୟାର ନିଲାମ ତାଲିକା

ମୁମ୍ବାଇ,୧୧।୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପ୍ଲେୟାର ନିଲାମ ପାଇଁ ରୋଷ୍ଟର ପ୍ରକାଶିତ ହୋଇଛି। ଦୁବାଇର କୋକାକୋଲା ଏରେନାରେ ଡିସେମ୍ବର ୧୯, ୨୦୨୩ ରେ...

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍‌‌ଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର,୧୧।୧୨: ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ...

ସନ୍ତରଣରେ ଡାନିଲଙ୍କ ବିଶ୍ୱ ରେକର୍ଡ

ଓଟୋପେନି,୧୧ା୧୨: ଆୟର୍ଲାଣ୍ଡ ସନ୍ତରଣକାରୀ ଡାନିଲ ଓ୍ବିଫେନ୍‌ ପୁରୁଷ ୮୦୦ ମିଟର ଫ୍ରିଷ୍ଟାଇଲରେ ଏକ ଶର୍ଟକୋର୍ସ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡର...

୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଜାନୁୟାରୀ ୨୦ରେ ଭାରତ ଖେଳିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୧।୧୨: ପୁରୁଷ ଅଣ୍ଡର -୧୯ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟ ୧୯ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି। ଫାଇନାଲ ମ୍ୟାଚ ୧୧ ଫେବୃୟାରୀରେ...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୧୧।୧୨: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ନିଜ ଦଳ ଘୋଷଣା କରିଛି। ଜାନୁୟାରୀ...

ପ୍ରଥମ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାକୁ ଉଦ୍‍ଘାଟନ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ,୧୧।୯: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଛନ୍ତି । ୧୪ଶହ...

ବିସିସିଆଇ ଚାହୁଁନାହିଁ ଭାରତରେ କରିବ ଡେ-ନାଇଟ ପିଙ୍କ ବଲ ଟେଷ୍ଟ ମ୍ୟାଚର ଆୟୋଜନ

ନୂଆଦିଲ୍ଲୀ,୧୧।୧୨: ଆପଣ ଡେ-ନାଇଟି କିମ୍ବା ପିଙ୍କ ବଲ ଟେଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି କି। ଯଦି ଆପଣ ଭାରତୀୟ ଟେଷ୍ଟ କ୍ରିକେଟର ଜଣେ ପ୍ରଶଂସକ,...

କାହିଁକି ଅବସର ନେବାକୁ ଚିନ୍ତା କଲେ ଦକ୍ଷିଣ ଆଫ୍ରିକାର ଏହି ଟେଷ୍ଟ ସ୍ପେଶାଲିଷ୍ଟ

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବ। ଏହି ସିରିଜ ପରେ ଦକ୍ଷିଣ ଆଫ୍ରିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri