Posted inଖେଳ

ଏପଟେ ଆଉଟ୍‌ କଲେ ସେପଟେ ଟିପ୍ସ ନେଲେ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି ଏବଂ ୧୭ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ଭଳି ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା କୌଣସି ବୋଲରଙ୍କ ପାଇଁ ଗର୍ବର ବିଷୟ। ଯଦି ଜଣେ ଯୁବ ବୋଲର ଏହି କାମ କରନ୍ତି, ତେବେ ତାଙ୍କ ପାଇଁ ଖୁସିର ସୀମା ରହେ ନାହିଁ। କୋଲକାତା ନାଇଟ ରାଇଡର୍ସ ସ୍ପିନର ବରୁଣ ଚକ୍ରବର୍ତ୍ତୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନୀଙ୍କୁ ବୋଲ୍ଡ କରିଥିଲେ। ଦିନେ ଧୋନୀଙ୍କ ପାଇଁ ପାଗଳ ଥିବା ବରୁଣ ତାଙ୍କୁ ଦେଖିବା ପାଇଁ ସବୁବେଳେ ଚେନ୍ନାଇର ଚିପକ୍‌ ପଡିଆକୁ ଯାଉଥିଲେ। ତାଙ୍କୁ ବାରମ୍ବାର ଆଉଟ୍‌ କରିବା ବରୁଣଙ୍କ ପାଇଁ ଗର୍ବର ବିଷୟ ଥିଲା। ମ୍ୟାଚ ପରେ ନିଜ ପ୍ରିୟ ବ୍ୟାଟ୍ସମ୍ୟାନ୍‌ ଧୋନୀଙ୍କୁ ସେ ଭେଟିବାକୁ ଯାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବରୁଣ ଚକ୍ରବର୍ତ୍ତୀ ଧୋନୀଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ଦେଖାଯାଉଛି ଯେ ସେ ଧୋନୀଙ୍କଠାରୁ କୌଣସି ଟିପ୍ସ ନେଉଛନ୍ତି। ୧୬ ସେକେଣ୍ଡର ଏହି ଭିଡିଓରେ ବରୁଣ ଚକ୍ରବର୍ତ୍ତୀ ଧୋନୀଙ୍କ କଥାକୁ ଭଲଭାବେ ଶୁଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେଡରର, ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ

ସିନସିନାଟି,୧୪।୮(ଏଏଫ୍‌ପି)- ଓ୍ବିମ୍ବେଲଡନ ଓପନ ଫାଇନାଲ ପରେ କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଓ ଶୀର୍ଷ ର଼୍ୟାଙ୍କଧାରୀ ନୋଭାକ ଜୋକୋଭିଚ୍‌ କୋର୍ଟକୁ ବିଜୟ...

ଆଉ ଏକ କ୍ରିକେଟ୍‌ ଟିମ୍‌ର ମାଲିକ ହେଲେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏବଂ କାରାବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଆମେରିକାର ଟି-୨୦ ଲିଗ୍‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ...

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ...

ବିଶ୍ୱରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆଡିଲେଡରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ ଏକ...

ଆଥଲେଟ୍ସ ଭିଲେଜରେ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି

ଟୋକିଓ, ୨ା୮(ଏପି)-କୋଭିଡ୍‌ କଟକଣା ସତ୍ତ୍ୱେ ଅଲିମ୍ପିକ ଆଥଲେଟ୍ସ ଭିଲେଜରେ ଏକ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାର ତଦନ୍ତ...

ଦକ୍ଷିଣ ଆଫ୍ରିକା ୧ ରନରେ ବିଜୟୀ

ଇଷ୍ଟ ଲଣ୍ଡନ, ୧୩।୨- ସ୍ଥାନୀୟ ବଫାଲୋ ପାର୍କରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି।...

କାଲିଠୁ ଆଇପିଏଲ୍‌ ମହାସମର: କେବଳ ପ୍ରସାରଣ ଟିମ୍‌ର ହେବ ୧୦ ହଜାର କରୋନା ଟେଷ୍ଟ

ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍‌ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି...

ପ୍ରଶଂସକଙ୍କୁ ଖୁସିଖବର ଦେଲେ ଏହି କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁନୀଲ ନାରିନ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ସୁନୀଲଙ୍କ ସ୍ତ୍ରୀ ନନ୍ଦିତା...

Advertisement
Archives

Model This Week