Posted inଖେଳ

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ଏହାକୁ ସେ ଖଣ୍ଡନ କରିଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ର କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ସିଏସକେର ଶେଷ ଲିଗ ମ୍ୟାଚରେ ଧୋନୀ ଘୋଷଣା କରିଛନ୍ତି ଯେ ସେ ଆଇପିଏଲରେ ଖେଳିବେ ଏବଂ ବର୍ତ୍ତମାନ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଟସ୍‌ବେଳେ କ୍ରିକେଟ ସମୀକ୍ଷକ ଡାନି ମୋରିସନ ପଚାରିଥିଲେ ଯେ ଏହା ହଳଦିଆ ଜର୍ସିରେ ଆପଣଙ୍କର ଶେଷ ଆଇପିଏଲ ମ୍ୟାଚ ହେବ କି? ଧୋନୀ ସିଧାସଳଖ ଏହାର ଉତ୍ତର ଦେଇଛନ୍ତି – ନା, ନା, ଏହା ମୋର ହଳଦିଆ ଜର୍ସିର ଶେଷ ମ୍ୟାଚ ନୁହେଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ଅଲବିଦା କହିଥିବା ଧୋନୀ ୨୦୨୧ ଆଇପିଏଲ୍‌ ମଧ୍ୟ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାରାମାଉଣ୍ଟ-ରାମେଶ୍ୱର ଫାଇନାଲ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା କମଳା ପରିଡ଼ା ସ୍ମାରକୀ ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ୧୪ ବର୍ଷରୁ...

ଡବଲ୍ସରେ ଆହାନଙ୍କୁ ଟାଇଟଲ

ଭୁବନେଶ୍ୱର, ୩୦।୩, (ତପନ ସ୍ବାଇଁ): କୋଲକାତାର ଶ୍ୟାମ ବଜାରଠାରେ ୧୪ ବର୍ଷରୁ କମ୍‌ ଏସିଆନ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଶେଷ ହୋଇଥିବା...

ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ମ୍ୟାଚ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ...

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri