ଜୁଆଆଡ୍ଡାରେ ଚଢ଼ାଉ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ, ଆଇଆଇସି ଗୁରୁତର

ଦାରିଙ୍ଗିବାଡ଼ି/ବ୍ରାହ୍ମଣୀଗାଁ,୧ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଅତର୍କିିତ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଆଇଆଇସି ରଞ୍ଜିତ କୁମାର ମୁନୀ ଗୁରୁତର ହୋଇଥିବା ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ସେ ଏବଂ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ପ୍ରମୁଖ ଖବର ପାଇ ବାଲିଗୁଡ଼ାରୁ ବାହାରି ଘଟଣାସ୍ଥଳରେ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରିବା ସହ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଥିବା କହିଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହିଛନ୍ତି। ଏଥିରେ ସଂପୃକ୍ତ ଅନ୍ୟମାନେ ଏବେ ମଧ୍ୟ ଫେରାର ରହିଛନ୍ତି। ରବିବାର ସକାଳୁ ଏସ୍‌ଡିପିଓ ବାରିକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମେରାମାହାରେ ପହଞ୍ଚି ଫ୍ଲାଗମାର୍ଚ୍ଚ କରିଛି। ପୋଲିସ ଭୟରେ ଗାଁରେ ପୁରୁଷଶୂନ୍ୟ ହୋଇଯାଇଥିବା ଏସ୍‌ଡିପିଓ ବାରିକ କହିଛନ୍ତି। ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି। ସେମାନଙ୍କ ନାମରେ ପୋଲିସ ୮୯/୨୦ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ହେଉଛି ଜଳସଙ୍କଟ

ବରୀ,୪ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର...

ପ୍ରଧାନ ଶିକ୍ଷକଙ୍କ ଭରସାରେ ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟ

ଚନ୍ଦ୍ରପୁର,୨୫।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍‌ଘାଟିତ...

ଏନ୍‌ଜିଟିରେ ମାମଲା ସତ୍ତ୍ୱେ ବାଲି ଉତ୍ତୋଳନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ସାଆଁଳା ବାଲିଘାଟ ଅଭିଯୋଗ ସଂକ୍ରାନ୍ତରେ ଏନଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ନଂ.୩୫/୨୦୨୦ରେ ମାମଲା...

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ...

ବିଭାଗ ନୀରବ, ନିମ୍ନମାନର କାର୍ଯ୍ୟ କରୁଛନ୍ତି ଠିକାଦାର

ଦଶମନ୍ତପୁର, ୨୩ା୧ ( ଡି.ଏନ୍‌.ଏ. ) ଆରମ୍ଭରୁ ନିମ୍ନମାନର ରାସ୍ତା ନିର୍ମାଣ କରୁଛନ୍ତି ଠିକାଦାର। ସରକାରୀ ନିୟମ ଅନୁସାରେ କାମ କରିବାକୁ କହିଲେ ଶୁଣୁନାହାନ୍ତି। ଏଭଳି...

ପରିଚାଳନା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି ଅଧ୍ୟକ୍ଷ, ଉପାଧ୍ୟକ୍ଷ: ଆର୍‌ଏମ୍‌ସି ଦାୟିତ୍ୱ ତୁଲାଉଛନ୍ତି କିରାଣି

ରାହାମା,୬।୧ (ଡି.ଏନ୍‌.ଏ.): ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ପରିଚାଳନାଗତ ତ୍ରୁଟି ଯୋଗୁ ନାନା ଅସୁବିଧା ସୃଷ୍ଟି ହେଉଥିବା...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବନ୍ତଳା, ୩୧।୧୨(ଡି.ଏନ.ଏ): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣା କୋଟ ଥାନା ରେଞ୍ଜ ଅଧୀନରେ ଥିବା ଗୋପାଳପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି।...

Advertisement
Archives

Model This Week