ସଲମାନଙ୍କ ପାଇଁ ଘର ଛାଡିଥିଲେ ଐଶ୍ୱର୍ଯ୍ୟା !

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ସମସ୍ତଙ୍କର ଖୁବ୍ ପସନ୍ଦ । ନୀଳନୟନା ଭାବେ ପରିଚିତା ଏହି ନାୟିକାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକର୍ଷିତ କରେ । ବଲିଉଡ୍‌ରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିବା ଐଶ୍ୱର୍ଯ୍ୟା ଏବେ କିଛିବର୍ଷ ହେବ ଫିଲ୍ମ ଦୁନିଆରୁ ଟିକେ ଦୂରରେ ରହିଛନ୍ତି । ଯେତେବେଳେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସେତେବେଳେ ସେ ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସିଥିଲେ ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍ ଭାଇଜାନ ସଲମାନଙ୍କ ସହ ତାଙ୍କର ଥିବା ରିଲେସନଶିପକୁ ନେଇ । ଉଭୟ ପରସ୍ପରକୁ ‘ହମ ଦିଲ ଦେ ଚୁକେ ସନମ’ ଫିଲ୍ମ ପରଠାରୁ ମନ ଦେଇ ବସିଥିଲେ । ହେଲେ ଏହି ସମ୍ପର୍କ ବେଶିଦିନ ତିଷ୍ଠି ପାରି ନ ଥିଲା । ସମାନ୍ୟ ଏକଜିଦିଆ ସଲମାନଙ୍କ କିଛି ଗୁଣ ଐଶ୍ୱର୍ଯ୍ୟାଙ୍କୁ ପସନ୍ଦ ଆସି ନ ଥିଲା । ଏମିତିକି ଦିନଥିଲା ଯେତେବେଳେ ଐଶ୍ୱର୍ଯ୍ୟା ସଲମାନଙ୍କ ପାଇଁ ନିଜ ମାତାପିତାଙ୍କଠାରୁ ଅଲଗା ହୋଇ ରହିଥିଲେ । ହେଲେ ସଲମାନଙ୍କ ରାଗ, ମାଡ, ଗାଳି ସହି ପାରି ନ ଥିଲେ ଐଶ୍ୱର୍ଯ୍ୟା । ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍ ଅପ୍ । ଆଉ ଐଶ ପରେ ବନିଯାଇଥିଲେ ବଚନ ପରିବାରର ବୋହୂ । ଅଭିଶେକ ବଚନଙ୍କୁ ବିବାହ କରି ଐଶ୍ୱର୍ଯ୍ୟା ଏବେ କନ୍ୟା ସନ୍ତାନର ଜନନୀ । ଭୁଲରେ ବି ଏହାପରେଠାରୁ କୁଆଡେ ସାମ୍ନା ସାମ୍ନି ହୋଇନାହାନ୍ତି ଐଶ୍ୱର୍ଯ୍ୟା-ସଲମାନ ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?