Posted inଖେଳ

ୟୁଏଇରେ ଆଇପିଏଲ୍‌ ୨୦୨୦: ଏକ ନୀରବ ମରୁ ଝଡ଼

ଦୁବାଇ,୨୦।୯(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ଭାରତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ଏହା ଭାରତ ବଦଳରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସମ୍ଭବ ହୋଇଛି। ତେବେ ମହାମାରୀ କାରଣରୁ ବାୟୋ- ବବଲ ଓ ଫାଙ୍କା ଷ୍ଟାଡିୟମ ଯୋଗୁ ଆଇପିଏଲ୍‌ର ଆରମ୍ଭ ସେତେଟା ଚମକପ୍ରଦ ହୋଇନାହିଁ। ୮୦ ଓ ୯୦ ଦଶକରେ ଶାରଜାରେ ଯେଉଁଭଳି କ୍ରିକେଟର କ୍ରେଜ୍‌ ଥିଲା ଏଥର ଆଇପିଏଲରେ ତାହା ପରିଲକ୍ଷିତ ହୋଇନାହିଁ। କିନ୍ତୁ ଆଇପିଏଲ୍‌ ଆଗାମୀ ଦିନରେ ମରୁଭୂମିର ନୀରବ ଝଡ ସାବ୍ୟସ୍ତ ହେବ। ବିଶ୍ୱର ସବୁ ତାରକା ତଥା ଶ୍ରେଷ୍ଠ କ୍ରିକେଟର ୟୁଏଇରେ ଏକାଠି ହୋଇଛନ୍ତି।
ମ୍ୟାଚ୍‌ ଖେଳିବା ଓ ଟ୍ରେନିଂ ସେସନରେ ଅଂଶଗ୍ରହଣ କରିବା ବ୍ୟତୀତ ଖେଳାଳିମାନେ ବାହାରକୁ ବାହାରିପାରିବେ ନାହିଁ। ୩ଟି ଯାକ ଭେନ୍ୟୁରେ କୌଣସି ଦର୍ଶକ ମ୍ୟାଚ୍‌ ଦେଖିପାରିବେ ନାହିଁ। ଗତ ଦୁଇ ଦଶନ୍ଧି ହେବ ଶାରଜାରେ କ୍ରିକେଟ ଓ ସେଲିବ୍ରିଟିଙ୍କର ଅପୂର୍ବ ମିଳନ ଦେଖିବାକୁ ମିଳିଛି। ୨୦୧୪ରେ ଦେଶରେ ସାଧାରଣ ନିର୍ବାଚନ କାରଣରୁ ଆଇପିଏଲର ପ୍ରଥମ ଅର୍ଦ୍ଧେକ ମ୍ୟାଚ୍‌ ୟୁଏଇରେ ଖେଳାଯାଇଥିଲା। ଶାରଜାରେ ସେତେବେଳେ ୬ଟି ମ୍ୟାଚ୍‌ ଖେଳାଯାଇଥିଲା। ତେବେ ଏଥର ୫୬ଟିରୁ ୧୨ଟି ମ୍ୟାଚ୍‌ ଶାରଜାରେ ଖେଳାଯିବ। ବାକି ମ୍ୟାଚ୍‌ ଦୁବାଇ ଓ ଆବୁଧାବିରେ ଖେଳାଯିବ।
ପୂର୍ବରୁ ଶାରଜାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେଉଥିଲା। ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ ପୂରା ଉତ୍ସବମୁଖର ହୋଇ ଉଠୁଥିଲା। କିନ୍ତୁ ଆଇପିଏଲ୍‌ରେ ଏଥର ସେଭଳି ଚମକ ଦେଖିବାକୁ ମିଳିବନି। ଦର୍ଶକଙ୍କ ଅନୁପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ସେଭଳି ରୋମାଞ୍ଚ ଦେଖିବାକୁ ମିଳିବ ନାହିଁ। ଏହାପୂର୍ବରୁ ୨୦୧୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୟୁଏଇରେ ଏସିଆ କପ୍‌ ଆୟୋଜନ କରିଥିଲା। ଶାରଜାରେ ମ୍ୟାଚ୍‌ ଖେଳାଯାଇ ନ ଥିଲା। ଏଥର ମଧ୍ୟ ଶାରାଜାରେ ଅଧିକ ମ୍ୟାଚ୍‌ ଖେଳାଯିବନାହିଁ। ଦୁବାଇରେ ୨୪ ଓ ଆବୁଧାବିରେ ୨୦ଟି ମ୍ୟାଚ୍‌ ଆୟୋଜନ ହେବ।
ଫାଙ୍କା ଷ୍ଟାଡିୟମରେ ଖେଳାଳିଙ୍କ ଉତ୍ସାହ କମିବ ନାହିଁ ବୋଲି ହାଇଦ୍ରାବାଦ ମେଣ୍ଟର ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି। ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଏଠାରେ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କୁ ମୋଟିଭେଶନର ଆବଶ୍ୟକତା ନାହିଁି ବୋଲି ସେ କହିଛନ୍ତି। ସେହିପରି ଜଣେ ପେସାଦାର ଖେଳାଳି ପାଇଁ ଦର୍ଶକଙ୍କ ଉପସ୍ଥିତି ଓ ଅନୁପସ୍ଥିତି ଫରକ ଆଣିବ ନାହିଁ ବୋଲି ପୂର୍ବତନ ପାକିସ୍ତାନ ଖେଳାଳି ଜାଭେଦ ମିଆଁଦାଦ କହିଛନ୍ତି। ଶାରଜାରେ ଖେଳିବାକୁ ଭଲ ଲାଗିଥାଏ ଓ ଏଠାରେ କ୍ରିକେଟକୁ ନେଇ ପ୍ରବଳ ଉତ୍ସାହ ରହିଛି ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ହେଡ୍‌ କୋଚ୍‌ ରିକି ପଣ୍ଟିଂ କହିଛନ୍ତି।
ତେବେ ଦର୍ଶକଙ୍କ ଅନୁପସ୍ଥିତିରେ ଖେଳିବା ନିଶ୍ଚିତ ଭାବେ କଷ୍ଟକର ବୋଲି ପୂର୍ବତନ କ୍ରିକେଟର ଦିଲୀପ ଭେଙ୍ଗସରକାର ମତ ଦେଇଛନ୍ତି। ତେବେ ଏଥର ପରିସ୍ଥିତି ଅଲଗା। ତେଣୁ ଫାଙ୍କା ଷ୍ଟାଡିୟମରେ ଖେଳିବାକୁ ପଡିବ ଓ ଖେଳାଳିମାନଙ୍କୁ ନିଜର ଦକ୍ଷତା ପ୍ରମାଣ କରିବାକୁ ପଡିବ। ମ୍ୟାଚ୍‌ ଫିକ୍ସିଂ ଓ ଅଣ୍ଡରଓ୍ବାଲର୍‌ଡର ପ୍ରଭାବ କାରଣରୁ ଶାରଜାରେ କ୍ରିକେଟ ବେଶ୍‌ ବଦ୍‌ନାମ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ ବୋଲି ଆୟୋଜକମାନେ କହିଛନ୍ତି। କୌଣସି ମ୍ୟାଚ୍‌, ବ୍ୟକ୍ତି, ଖେଳାଳି, ଅମ୍ପାୟର ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ବୋଲି କୁହାଯାଇଛି। ଆଇପିଏଲ୍‌ ଆରମ୍ଭ ହେବା ପରେ ଆରବର ମରୁଭୂମିରେ ଏବେ କ୍ରିକେଟର ଝଡ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭୁବନେଶ୍ୱରରେ ଜାତୀୟ ଫୁଟ୍‌ବଲ କ୍ୟାମ୍ପ

ନୂଆଦିଲ୍ଲୀ, ୧୪।୭(ପି.ଟି.)-ଭାରତୀୟ ଫୁଟ୍‌ବଲ ଦଳ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ କାତାର ଓ ଆଫଗାନିସ୍ତାନ ବିପକ୍ଷରେ ୨ଟି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ...

ରିଟାୟର୍ଡ ହର୍ଟ ଆଉଟ୍‌ କ’ଣ: ଆଇପିଏଲ୍‌ ଇତିହାସରେ ପ୍ରଥମଥର ଏହି ନିୟମ ବ୍ୟବହାର କଲେ ଅଶ୍ୱିନ୍‌

ମୁମ୍ବାଇ,୧୧।୪: ଆଇପିଏଲ ଇତିହାସରେ ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଖେଳାଳି ଭାବେ ରିଟାୟର୍ଡ ଆଉଟ୍‌ ହୋଇଛନ୍ତି। ଆଇପିଏଲ ୨୦୨୨ର ବିଂଶତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ...

ଚତୁର୍ଥ ଇନିଂସରେ ୨୦୦ ଟାର୍ଗେଟ: ପରାଜୟ ସ୍ବାଦ ଚାଖିନି ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୪।୭- କରୋନା ସଂକ୍ରମଣ ଜନିତ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟରେ ବିଜୟ ସ୍ବାଦ ଚାଖିଛି ଓ୍ବେଷ୍ଟଇଣ୍ଡିଜ। ସ୍ଥାନୀୟ...

ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା...

ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲା: ୨୭ ଶତକ ମାରିବା ସତ୍ତ୍ୱେ ଦଳରରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ୩ଟି ଏକଦିବସୀୟ ଏବଂ ୩ ଟି -୨୦ ମ୍ୟାଚ ପାଇଁ ଦଳର ଓପନର୍‌ ଶିଖର...

ବୋଟାସଙ୍କୁ ପୋଲ୍‌ ପୋଜିଶନ

ସିଲଭରଷ୍ଟୋନ୍‌, ୯ା୮ (ଏପି)-ଫର୍ମୁଲା ଓ୍ବାନ୍‌ର ୭୦ତମ ବାର୍ଷିକୀ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ ଟିମ୍‌ମେଟ୍‌ ଲିଓ୍ବିସ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଏଠାରେ ପୋଲ...

୪ ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ

ନୂଆଦିଲ୍ଲୀ,୮।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟକୁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ଏଥି ସହିତ ଟେଷ୍ଟର ପାରମ୍ଭରିକ ଫର୍ମାଟରେ କୌଣସି ପରିବର୍ତ୍ତନ ନ...

କନ୍ୟା ସନ୍ତାନର ଜନନୀ ହେଲେ ସ୍ତୋସୁରଙ୍କ ପାର୍ଟନର

ମେଲବୋର୍ନ, ୧୪ା୭ (ଏ.ପି.)-ୟୁଏସ୍‌ ଓପନ ୨୦୧୧ ଚାମ୍ପିୟନ ସାମନ୍ଥା ସ୍ତୋସୁରଙ୍କ ପାର୍ଟନର ଲିଜ୍‌ ଗତ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହେଲେ ସେ...

Advertisement
Archives

Model This Week