Posted inଖେଳ

ରୟାଲ୍ସର ପ୍ରଥମ ପରାଜୟ

ଦୁବାଇ, ୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରେକର୍ଡ ରନ ଚେଜ୍‌ କରିଥିବା ରାଜସ୍ଥାନ ରୟାଲ୍ସ ବୁଧବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କୋଲକାତା ନାଇଟ ରାଇଡର୍ସଠାରୁ ଆଶ୍ଚର୍ଯ୍ୟଜନକ ଭାବେ ୩୭ ରନରେ ହାରି ଯାଇଛି। ୧୭୫ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ କରି ପାରିଥିଲା। ୩ ମ୍ୟାଚରୁ ରୟାଲ୍ସର ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ଦଳଗତ ପ୍ରଦର୍ଶନ ଯୋଗୁ ନାଇଟ ରାଇଡର୍ସର ବିଜୟ ସମ୍ଭବ ହୋଇଛି। କ୍ରମାଗତ ଦ୍ୱିତୀୟ ବିଜୟ ସହ ଏହି ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ରୟାଲ୍ସ ତୃତୀୟ ସ୍ଥାନକୁ ଖସିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ୨୨୪ ରନର ବିଜୟ ଲକ୍ଷ୍ୟକୁ ଚେଜ୍‌ କରିଥିବା ରୟାଲ୍ସ ବ୍ୟାଟ୍ସମ୍ୟାନମାନେ ଏଠାରେ ଆଶ୍ଚର୍ଯ୍ୟଜନକଭାବେ ଫେଲ୍‌ ମାରିଥିଲେ। ଅଧିନାୟକ ଷ୍ଟିଭ୍‌ ସ୍ମିଥ ୩, ସଞ୍ଜୁ ସାମସନ ୮, ରବିନ ଉଥପ୍ପା ୨, ରିୟାନ ପରାଗ ୧, ରାହୁଲ ଟଓ୍ବୋଟିଆ ୧୪, ଜୋସ ବଟଲର ୨୧ ରନରେ ଆଉଟ ହେବାରୁ ଦଳ ସହଜରେ ପରାଜୟ ବରଣ କରିଥିଲା। ଟମ୍‌ କୁରାନ(୫୪ ରନ, ୩୬ ବଲ, ୨ ଚୌକା, ୩ ଛକା) ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। କୋଲକାତା ପକ୍ଷରୁ ଶିବମ୍‌ ମାଭି, କମଲେଶ୍‌ ନାଗରକୋଟି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ପ୍ୟାଟ୍‌ କୁମିନ୍ସ, ସୁନୀଲ ନାରିନ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ରୟାଲ୍ସ ଅଧିନାୟକ ଷ୍ଟିଭ୍‌ ସ୍ମିଥ। କୋଲକାତାର ଦୁଇ ଓପନର ଶୁବମନ ଗିଲ୍‌ ଓ ସୁନୀଲ ନାରିନ ଆକ୍ରମଣାତ୍ମକ ଆରମ୍ଭ କରିପାରି ନ ଥିଲେ। ଓପନିଂ ଯୋଡ଼ିରେ ୨୯ ବଲ୍‌ରୁ ୩୬ ରନ ଯୋଗ ହେବାପରେ ନାରିନ ୧୫(୧୪ ବଲ, ୨ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ବିପକ୍ଷ ଦଳର ଜୟଦେବ ଉନାଡକଟ୍‌ଙ୍କୁ ପ୍ରଥମ ସଫଳତା ମିଳିଥିଲା। ଟପ୍‌ ଅର୍ଡରରେ ନୀତୀଶ ରାଣା ୨୨ (୧୭ ବଲ, ୨ ଚୌକା, ୧ଛକା) କରିପାରିଥିବାବେଳେ ଶୁବମନ ୪୭(୩୪ ବଲ, ୫ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ମିଡଲ ଅର୍ଡରରେ ଅଧିନାୟକ ଦୀନେଶ କାର୍ତ୍ତିକ ପୁଣି ଫେଲ୍‌ ମାରିଥିଲେ। ଏଥର ସେ ମାତ୍ର ୧ ରନ କରିଥିବାବେଳେ ଜୋଫ୍ରା ଆର୍ଚରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ କୋଲକାତା ବଡ଼ ସ୍କୋର କରିବାରେ ସକ୍ଷମ ହୋଇ ନ ଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମାତ୍ର ୨୪(୧୪ ବଲ, ୩ ଛକା) ରନରେ ଆଉଟ ହେବାରୁ ଦଳକୁ ଶକ୍ତ ଧକ୍କା ହୋଇଥିଲା। ଶେଷ ଭାଗରେ ଇଅନ ମୋର୍ଗାନ ୨୩ ବଲ୍‌ରୁ ୩୪(୧ ଚୌକା, ୨ ଛକା) ରନ କରିବାରୁ କୋଲକାତା ୨୦ ଓଭରରେ ୬ ଉଇକେଟ ହରାଇ ୧୭୪ ରନରେ ପହଞ୍ଚତ୍ ପାରିଥିଲା। ରୟାଲ୍ସ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ଏବଂ ଜୟଦେବ ଉନାଡକଟ, ରାହୁଲ ଟଓ୍ବୋଟିଆ, ଅଙ୍କିତ ରାଜପୁତ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୪/୬ (ଶୁବମନ-୪୭, ମୋର୍ଗାନ-୩୪*, ରସେଲ-୨୪, ନୀତୀଶ-୨୨, ଆର୍ଚର-୨/୧୮, ଉନାଡକଟ-୧/୧୪, ଟଓ୍ବୋଟିଆ-୧/୬, ଅଙ୍କିତ-୧/୩୯, କୁରାନ-୧/୩୭)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୭/୯ (ଟମ୍‌ କୁରାନ-୫୪*, ବଟଲର-୨୧, ମାଭି-୨/୨୦, ନାଗରକୋଟି-୨/୧୩, ନାରିନ-୧/୪୦, କୁମିନ୍ସ-୧/୧୩, ବରୁଣ-୨/୨୫, କୁଲଦୀପ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?