Posted inଖେଳ

ରୟାଲ୍ସର ପ୍ରଥମ ପରାଜୟ

ଦୁବାଇ, ୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରେକର୍ଡ ରନ ଚେଜ୍‌ କରିଥିବା ରାଜସ୍ଥାନ ରୟାଲ୍ସ ବୁଧବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କୋଲକାତା ନାଇଟ ରାଇଡର୍ସଠାରୁ ଆଶ୍ଚର୍ଯ୍ୟଜନକ ଭାବେ ୩୭ ରନରେ ହାରି ଯାଇଛି। ୧୭୫ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ କରି ପାରିଥିଲା। ୩ ମ୍ୟାଚରୁ ରୟାଲ୍ସର ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ଦଳଗତ ପ୍ରଦର୍ଶନ ଯୋଗୁ ନାଇଟ ରାଇଡର୍ସର ବିଜୟ ସମ୍ଭବ ହୋଇଛି। କ୍ରମାଗତ ଦ୍ୱିତୀୟ ବିଜୟ ସହ ଏହି ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ରୟାଲ୍ସ ତୃତୀୟ ସ୍ଥାନକୁ ଖସିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ୨୨୪ ରନର ବିଜୟ ଲକ୍ଷ୍ୟକୁ ଚେଜ୍‌ କରିଥିବା ରୟାଲ୍ସ ବ୍ୟାଟ୍ସମ୍ୟାନମାନେ ଏଠାରେ ଆଶ୍ଚର୍ଯ୍ୟଜନକଭାବେ ଫେଲ୍‌ ମାରିଥିଲେ। ଅଧିନାୟକ ଷ୍ଟିଭ୍‌ ସ୍ମିଥ ୩, ସଞ୍ଜୁ ସାମସନ ୮, ରବିନ ଉଥପ୍ପା ୨, ରିୟାନ ପରାଗ ୧, ରାହୁଲ ଟଓ୍ବୋଟିଆ ୧୪, ଜୋସ ବଟଲର ୨୧ ରନରେ ଆଉଟ ହେବାରୁ ଦଳ ସହଜରେ ପରାଜୟ ବରଣ କରିଥିଲା। ଟମ୍‌ କୁରାନ(୫୪ ରନ, ୩୬ ବଲ, ୨ ଚୌକା, ୩ ଛକା) ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। କୋଲକାତା ପକ୍ଷରୁ ଶିବମ୍‌ ମାଭି, କମଲେଶ୍‌ ନାଗରକୋଟି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ପ୍ୟାଟ୍‌ କୁମିନ୍ସ, ସୁନୀଲ ନାରିନ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ରୟାଲ୍ସ ଅଧିନାୟକ ଷ୍ଟିଭ୍‌ ସ୍ମିଥ। କୋଲକାତାର ଦୁଇ ଓପନର ଶୁବମନ ଗିଲ୍‌ ଓ ସୁନୀଲ ନାରିନ ଆକ୍ରମଣାତ୍ମକ ଆରମ୍ଭ କରିପାରି ନ ଥିଲେ। ଓପନିଂ ଯୋଡ଼ିରେ ୨୯ ବଲ୍‌ରୁ ୩୬ ରନ ଯୋଗ ହେବାପରେ ନାରିନ ୧୫(୧୪ ବଲ, ୨ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ବିପକ୍ଷ ଦଳର ଜୟଦେବ ଉନାଡକଟ୍‌ଙ୍କୁ ପ୍ରଥମ ସଫଳତା ମିଳିଥିଲା। ଟପ୍‌ ଅର୍ଡରରେ ନୀତୀଶ ରାଣା ୨୨ (୧୭ ବଲ, ୨ ଚୌକା, ୧ଛକା) କରିପାରିଥିବାବେଳେ ଶୁବମନ ୪୭(୩୪ ବଲ, ୫ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ମିଡଲ ଅର୍ଡରରେ ଅଧିନାୟକ ଦୀନେଶ କାର୍ତ୍ତିକ ପୁଣି ଫେଲ୍‌ ମାରିଥିଲେ। ଏଥର ସେ ମାତ୍ର ୧ ରନ କରିଥିବାବେଳେ ଜୋଫ୍ରା ଆର୍ଚରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ କୋଲକାତା ବଡ଼ ସ୍କୋର କରିବାରେ ସକ୍ଷମ ହୋଇ ନ ଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମାତ୍ର ୨୪(୧୪ ବଲ, ୩ ଛକା) ରନରେ ଆଉଟ ହେବାରୁ ଦଳକୁ ଶକ୍ତ ଧକ୍କା ହୋଇଥିଲା। ଶେଷ ଭାଗରେ ଇଅନ ମୋର୍ଗାନ ୨୩ ବଲ୍‌ରୁ ୩୪(୧ ଚୌକା, ୨ ଛକା) ରନ କରିବାରୁ କୋଲକାତା ୨୦ ଓଭରରେ ୬ ଉଇକେଟ ହରାଇ ୧୭୪ ରନରେ ପହଞ୍ଚତ୍ ପାରିଥିଲା। ରୟାଲ୍ସ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ଏବଂ ଜୟଦେବ ଉନାଡକଟ, ରାହୁଲ ଟଓ୍ବୋଟିଆ, ଅଙ୍କିତ ରାଜପୁତ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୪/୬ (ଶୁବମନ-୪୭, ମୋର୍ଗାନ-୩୪*, ରସେଲ-୨୪, ନୀତୀଶ-୨୨, ଆର୍ଚର-୨/୧୮, ଉନାଡକଟ-୧/୧୪, ଟଓ୍ବୋଟିଆ-୧/୬, ଅଙ୍କିତ-୧/୩୯, କୁରାନ-୧/୩୭)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୭/୯ (ଟମ୍‌ କୁରାନ-୫୪*, ବଟଲର-୨୧, ମାଭି-୨/୨୦, ନାଗରକୋଟି-୨/୧୩, ନାରିନ-୧/୪୦, କୁମିନ୍ସ-୧/୧୩, ବରୁଣ-୨/୨୫, କୁଲଦୀପ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri