ଆଇପିଏଲ୍‌-୨୦୨୦: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ଆବୁଧାବି :ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ କରିଥିଲା। ଜବାବରେ କେନ୍‌ ଓ୍ବିଲିୟମସନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ସନ୍‌ରାଇଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ପରାଜୟ ସହ ସନ୍‌ରାଇଜର୍ସର ଅଭିଯାନ ଏଠାରୁ ଶେଷ ହୋଇଛି। ଦିଲ୍ଲୀ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ହାଇ ପ୍ରୋଫାଇଲ୍‌ ଲିଗ୍‌ର ଫାଇନାଲ ମଙ୍ଗଳବାର ଦୁବାଇରେ ଖେଳାଯିବ। ଚଳିତ ଲିଗ୍‌ର କ୍ୱାଲିଫାୟର-୧ରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ମୁମ୍ବାଇ ଜିତି ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ଦିଲ୍ଲୀ ନିକଟରେ ଏବେ ପରାଜୟର ମଧୁର ପ୍ରତିଶୋଧ ନେବା ସୁଯୋଗ ରହିଛି। ୨୦୧୬ରେ ଚାମ୍ପିୟନ ହୋଇଥିବା ସନ୍‌ରାଇଜର୍ସ ୨୦୧୮ରେ ରନର୍ସଅପ୍‌ ଏବଂ ୨୦୧୩, ୨୦୧୭ ଓ ୨୦୧୯ରେ ୪ର୍ଥ ସ୍ଥାନ ଅଧିକାର କରିଥିଲା। ୨୦୧୪ ଓ ୨୦୧୫ରେ ଏହି ଦଳ ୬ଷ୍ଠ ସ୍ଥାନ ପାଇଥିବାବେଳେ ଏଥର ୩ୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର। ଶିଖର ଧାଓ୍ବନଙ୍କ ସହ ଇନିଂସ ଓପନ କରିଥିଲେ ମାର୍କୁସ ଷ୍ଟୋଇନିସ। ରଣନୀତି ବଢ଼ିଆ କାମ ଦେଇଥିଲା। ଦୁଇ ଓପନର ଆକ୍ରମଣାତ୍ମକ ବ୍ୟାଟିଂ କରି ପାଓ୍ବାରପ୍ଲେ ୬ ଓଭରରେ ଦଳୀୟ ସ୍କୋରକୁ ୬୫ରେ ପହଞ୍ଚାଇଥିଲେ। ୫୦ ବଲ୍‌ରୁ ୮୬ ରନ ସଂଗ୍ରହ ପରେ ଓପନିଂ ଯୋଡ଼ି ଭାଙ୍ଗିଥିଲା। ତାରକା ସ୍ପିନର ରଶିଦ ଖାଁ ସନ୍‌ରାଇଜର୍ସକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୭ଟି ବଲ୍‌ ଖେଳିଥିବା ଷ୍ଟୋଇନିସ ୫ ଚୌକା ଓ ୧ ଛକା ସହାୟତାରେ ୩୮ ରନ ସ୍କୋର କରି ରଶିଦଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ୯.୪ ଓଭରରେ ଦିଲ୍ଲୀ ସ୍କୋର ୧୦୦ ଅତିକ୍ରମ କରିଥିଲା। ସେତେବେଳକୁ ଭେଟେରାନ ଧାଓ୍ବନ କ୍ୟାରିୟରର ୪୧ତମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିସାରିଥିଲେ। ମଧ୍ୟଭାଗରେ ସନ୍‌ରାଇଜର୍ସ ବୋଲରମାନେ ଟାଇଟ୍‌ ବୋଲିଂ କରିଥିଲେ। ଫଳରେ ୧୦ରୁ ୧୫ ଓଭର ମଧ୍ୟରେ ଦିଲ୍ଲୀ ମାତ୍ର ୩୭ ରନ କରି ୧ ଉଇକେଟ ହରାଇଥିଲା। ଦ୍ୱିତୀୟ ଉଇକେଟରେ ଧାଓ୍ବନଙ୍କ ସହ ୪୦ ରନ ଯୋଡ଼ିବାପରେ ଆୟାର ବ୍ୟକ୍ତିଗତ ୨୧(୨୦ ବଲ, ୧ ଚୌକା) ରନ କରି ଆଉଟ ହୋଇଥିଲେ। ଶେଷଭାଗରେ ଧାଓ୍ବନ ଓ ଶିମରନ ହେଟମେର ଦ୍ରୁତ ହାରରେ ରନ ସଂଗ୍ରହ କରିଥିଲେ। ୧୮ ଓଭର ବେଳକୁ ଦିଲ୍ଲୀ ସ୍କୋର ୧୭୬/୨ ହୋଇଥିଲା। ତେବେ ୧୯ତମ ଓଭରରେ ଧାଓ୍ବନ ଆଉଟ ହୋଇଯିବାରୁ ଦିଲ୍ଲୀ ୨୦୦ର ନିକଟତର ହୋଇପାରି ନ ଥିଲା। ୫୦ଟି ବଲ୍‌ ଖେଳିଥିବା ଧାଓ୍ବନ ୬ ଚୌକା ଓ ୨ ଛକା ସହାୟତାରେ ୭୮ ରନ କରିଥିବାବେଳେ ସନ୍ଦୀପ ଶର୍ମାଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ବିଫଳ ହୋଇଥିଲେ। ତେବେ ଏହା ମଧ୍ୟରେ ସେ ଚଳିତ ଆଇପିଏଲ୍‌ରେ ୬୦୦ ରନ ପୂରଣ କରିଥିଲେ। ଶେଷ ୨ ଓଭରରୁ ମାତ୍ର ୧୩ ରନ ହୋଇ ପାରିଥିଲା। ହେଟମେର ୨୨ ବଲ୍‌ରୁ ଦ୍ରୁତ ୪୨(୪ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ। ସନ୍‌ରାଇଜର୍ସ ପକ୍ଷରୁ ରଶିଦ ଖାଁ, ଜାସନ ହୋଲ୍ଡର, ସନ୍ଦୀପ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ସ୍କୋର ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ସନ୍‌ରାଇଜର୍ସ ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଥମ ଓଭରରୁ ୧୨ ରନ ସଂଗ୍ରହ କରିଥିଲେ ହେଁ ଦ୍ୱିତୀୟ ଓଭର ବୋଲିଂ କରିଥିବା କାଗିଶୋ ରାବାଡ଼ାଙ୍କ ପ୍ରଥମ ବଲ୍‌ରେ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଓ୍ବାର୍ନର ମାତ୍ର ୨ ରନ କରିଥିବାବେଳେ ରାବାଡ଼ାଙ୍କ ବଲ୍‌ରେ ବୋଲ୍ଡ ହୋଇ ଯାଇଥିଲେ। ଅଧିନାୟକଙ୍କ ବିଦାୟରେ ଚାପଗ୍ରସ୍ତ ହୋଇଥିଲେ ହେଁ ବ୍ୟାଟିଂକ୍ରମରେ ଉପରେ ଆସିଥିବା ପ୍ରିୟମ ଗର୍ଗ ଓ ମନୀଷ ପାଣ୍ଡେ ଦ୍ରୁତ ହାରରେ ରନ ସଂଗ୍ରହ ଉପରେ ମନୋନିବେଶ କରିଥିଲେ। ତେବେ ୫ମ ଓଭରରେ ବୋଲିଂ କରିବାକୁ ଆସିଥିବା ଷ୍ଟୋଇନିସ ଗୋଟିଏ ବଲ୍‌ ବ୍ୟବଧାନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦିଲ୍ଲୀ ଶିବିରରେ ଉତ୍ସାହ ଭରି ଦେଇଥିଲେ। ଗର୍ଗ ୧୨ ବଲ୍‌ରୁ ୧୭(୨ ଛକା) ଓ ମନୀଷ ୧୪ ବଲ୍‌ରୁ ୨୧(୩ ଚୌକା) ରନ କରିଥିଲେ। ଆବଶ୍ୟକ ରନହାର ବଢ଼ୁଥିବାରୁ କେନ୍‌ ଓ୍ବିଲିୟମସନ ଓ ଜାସନ ହୋଲ୍ଡର ସୁଯୋଗ ମିଳିଲେ ବଡ଼ ଶଟ୍‌ ଖେଳିବା ଉପରେ ଏକାଗ୍ର ରହିଥିଲେ। ତେବେ ୪ର୍ଥ ଉଇକେଟରେ ୪୬ ରନ ଯୋଗ ହେବାପରେ ହୋଲ୍ଡର ୧୧ ରନକରି ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଚାପର ବଶବର୍ତ୍ତୀ ନ ହୋଇ ଓ୍ବିଲିୟମସନ ଲଢ଼ୁଆ ପ୍ରଦର୍ଶନ ଜାରି ରଖିଥିଲେ। ହୋଲ୍ଡରଙ୍କ ସହ ୪୬ ରନର ପାର୍ଟନରଶିପ୍‌ କରିଥିବା ଓ୍ବିଲିୟମସନ ଅବଦୁଲ ସମଦଙ୍କ ସହ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳପାଇଁ ଆଶା ଉଜ୍ଜୀବିତ ରଖିଥିଲେ। ମାତ୍ର ୧୬ତମ ଓଭରରେ ବୋଲିଂଭାର ପାଇଥିବା ଷ୍ଟୋଇନିସ ୫ମ ବଲ୍‌ରେ ଓ୍ବିଲିୟମସନଙ୍କୁ ରାବାଡ଼ାଙ୍କ ହାତରେ କ୍ୟାଚ କରାଇ ଦଳକୁ ବଡ଼ ସଫଳତା ଦେଇଥିଲେ। ଏହାଥିଲା ମ୍ୟାଚର ଟର୍ନିଂ ପଏଣ୍ଟ। ୪୫ଟି ବଲ୍‌ ଖେଳିଥିବା ଓ୍ବିଲିୟମସନ ୫ ଚୌକା ଓ ୪ ଛକା ସହାୟତାରେ ୬୭ ରନ କରିଥିଲେ। ଶେଷଭାଗରେ ସମଦ ଓ ରଶିଦ ଖାଁ କେତେକ ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ସନ୍‌ରାଇଜର୍ସ ଇନିଂସ ୧୭୨/୮ରେ ସୀମିତ ରହିଥିଲା। ରାବାଡ଼ା ୧୯ତମ ଓଭରର ୩ୟ ବଲ୍‌ରେ ସମଦ, ୪ର୍ଥ ବଲ୍‌ରେ ରଶିଦ ଓ ୫ମ ବଲ୍‌ରେ ଓ୍ବାଇଡ୍‌ ପରେ ଶ୍ରୀବତ୍ସ ଗୋସ୍ବମୀଙ୍କୁ ଆଉଟ କରିଥିଲେ। ସମଦ ୩୩(୧୬ ବଲ, ୨ ଚୌକା, ୨ ଛକା) ଓ ରଶିଦ ୧୧(୭ ବଲ୍‌, ୧ ଚୌକା, ୧ ଛକା) ରନ କରିଥିବାବେଳେ ଗୋସ୍ବାମୀ ଖାତା ଖୋଲିପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ରାବାଡ଼ା ୪ଟି, ଷ୍ଟୋଇନିସ ୩ଟି ଓ ଅକ୍ଷର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri