Posted inଖେଳ

ଆଇପିଏଲ୍‌- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି

ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ସବୁଠାରୁ ସଫଳ ହ୍ବାଇଟ୍‌ବଲ ଅଧିନାୟକ କୁହାଯାଉଥିବା ଇଂଲଣ୍ଡର ଇଅନ ମୋର୍ଗାନଙ୍କ ନେତୃତ୍ୱରେ କୋଲକାତା ଅଭିଯାନ ଆରମ୍ଭ କରିବ। ଅନ୍ୟପଟେ ଲିଗ୍‌ର ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ହାଇଦ୍ରାବାଦ କୋଲକାତାକୁ କଡ଼ା ଚ୍ୟାଲେଞ୍ଜ ଦେବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଏହି ଦୁଇ ଦଳ ଆଇପିଏଲ୍‌ ଟାଇଟଲ ହାସଲ କରିଛନ୍ତି ଓ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଦୀନେଶ କାର୍ତ୍ତିକଙ୍କଠାରୁ ମୋର୍ଗାନ ଲିଗ୍‌ ମଝିରେ ନେତୃତ୍ୱ ନେଇଥିଲେ। ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ରନ୍‌ ରେଟ୍‌ରେ ଅଗ୍ରଗତି କରିଥିଲେ। ତେବେ କୋଲକାତା କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା।
ପ୍ରଥମଥର ପାଇଁ ମୋର୍ଗାନ ଫୁଲ୍‌ଟାଇମ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ନିହାତି ସାଧାରଣ ଦେଖାଯାଉଥିବା କୋଲକାତା ଦଳକୁ ସେ ପୂର୍ବ ପରିଚୟ ଦେବାକୁ ପ୍ରୟାସ କରିବେ। ଆଇପିଏଲ୍‌ରେ କୋଲକାତା ପୂର୍ବରୁ ୨ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଯୁବ ଓପନର ଶୁବମନ ଗିଲ୍‌ ଟପ୍‌ଅର୍ଡରରେ ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ରାହୁଲ ତ୍ରିପାଠୀ, ନୀତୀଶ ରାଣା ଓ ଅଭିଜ୍ଞ ଦୀନେଶ କାର୍ତ୍ତିକଙ୍କୁ ଟପ୍‌ ଅର୍ଡର ବେଶ୍‌ ଶକ୍ତିଶାଳୀ ମନେହେଉଛି। ନେତୃତ୍ୱ ଦାୟିତ୍ୱରୁ ବାଦ୍‌ ପଡିଥିବାରୁ କାର୍ତ୍ତିକ ଏଥର ନିଜର ସ୍ବାଭାବିକ ଖେଳ ପ୍ରଦର୍ଶନ କରିବେ। ପୁଣି ଅଧିନାୟକ ଇଅନ ମୋର୍ଗାନ ମଧ୍ୟ ଦଳର ବ୍ୟାଟିଂ ଲାଇନ୍‌ର ମେରୁଦଣ୍ଡ ରୂପେ ଦାୟିତ୍ୱ ସମ୍ଭାଳିବେ। ସେହିପରି ୨୦୧୯ର ମୋଷ୍ଟ ଭାଲ୍ୟୁଏବଲ୍‌ ଖେଳାଳି ବିବେଚିତ ହୋଇଥିବା ଆନ୍ଦ୍ରେ ରସେଲ ନିଜ ବିସ୍ଫୋରକ ବ୍ୟାଟିଂରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବାର ଦକ୍ଷତା ରଖୁଛନ୍ତି। ଅବଶ୍ୟ ଗତ ସଂସ୍କରଣରେ ରସେଲ ଫେଲ୍‌ ମାରିଥିଲେ। ସେ ୯ ଇନିଂସରେ ୧୩ ହାରରେ ରନ ସଂଗ୍ରହ କରିଥିଲେ। ଗୋଟିଏ ହେଲେ ମ୍ୟାଚ୍‌ରେ ସେ ବିଜୟ ସୂଚକ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଦଳ ତାଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭର କରିଥିଲା। ଫଳରେ କୋଲକାତାକୁ ଗତ ସେସନରେ ମୂଲ୍ୟ ଦେବାକୁ ପଡିଥିଲା। ସେହିପରି ଅନ୍ୟତମ ଓ୍ବେଷ୍ଟଇଣ୍ଡିଜ ଖେଳାଳି ସୁନୀଲ ନାରିନ ମଧ୍ୟ ସଫଳ ହୋଇପାରି ନ ଥିଲେ। ୨୦୧୨ ଓ ୨୦୧୪ରେ ଦଳକୁ ଚାମ୍ପିୟନ କରାଇବାରେ ନାରିନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଗତଥର ସେ ନିଜର ବୋଲିଂ ଆକ୍ସନ ଓ ବ୍ୟାଟିଂ ବିଫଳତା ପାଇଁ ଚର୍ଚ୍ଚାରେ ରହିଥିଲେ। ଶର୍ଟ ବଲ୍‌ ଖେଳିବାରେ ତାଙ୍କର ସମସ୍ୟା ଥିଲା। ନାରିନଙ୍କ ବଦଳରେ ସାକବ ଅଲ ହାସନଙ୍କୁ ନେଇ କୋଲକାତା ଏକ୍ସପେରିମେଣ୍ଟ କରିବା ଉଚିତ ହେବ। ଚିପକ୍‌ର ଏହି ମନ୍ଥର ଟ୍ରାକ୍‌ରେ ୪୦ ବର୍ଷୀୟ ଅଭିଜ୍ଞ ସ୍ପିନର ହରଭଜନ ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଥର କୋଲକାତା ପାଇଁ ସେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଅବଶ୍ୟ ଦଳରେ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଯୁବ ସ୍ପିନର ରହିଛନ୍ତି।
ଅପରପକ୍ଷରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ପରେ ହାଇଦ୍ରାବାଦ ଦଳ ଆହୁରି ଦୃଢ଼ ହୋଇଛି। ଗତଥର ସେ ମାତ୍ର ୪ଟି ମ୍ୟାଚ୍‌ ଖେଳିଥିଲେ ଓ ଇଞ୍ଜୁରି ପାଇଁ ଦଳରୁ ବାଦ୍‌ ପଡିଥିଲେ। ଗତ ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ବଲ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭୁବନେଶ୍ୱର ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନଙ୍କ ସହ ଦଳର ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଆଫଗାନିସ୍ତାନ ସ୍ପିନର ରସିଦ ଖାଁ ଦଳକୁ ଆହୁରି ମଜଭୁତ କରିବେ। ଦୁଇ ଓପନର ଡେଭିଡ୍‌ ଓ୍ବାର୍ନର ଓ ଜନି ବେୟାରଷ୍ଟୋ ଦଳ ପାଇଁ ମୁଖ୍ୟ ଅସ୍ତ୍ର ବିବେଚିତ ହୋଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବେ। ଓ୍ବାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଏଥର କିଛି ଅଲଗା କରି ଦେଖାଇବାକୁ ପ୍ରୟାସ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ମନୀଷ ପାଣ୍ଡେ ଟପ୍‌ ଅର୍ଡରକୁ ଆହୁରି ଦୃଢ଼ କରିବେ। କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗତଥର ହାଇଦ୍ରାବାଦ୍‌ ପାଇଁ ଇନିଂସ ଓପନ୍‌ କରିଥିଲେ। ଏଥର ମଧ୍ୟ ସେ ନିଜ ଦକ୍ଷତା ପ୍ରମାଣ କରିବାକୁ ଚାହିଁବେ। ରିଷଭ ପନ୍ତଙ୍କ ସାହସିକ ଖେଳ ଯୋଗୁ ସେ ଅଣଦେଖାର ଶିକାର ହୋଇଛନ୍ତି। କିନ୍ତୁ ଶେଷ ୫ ଓଭରରେ ହାଇଦ୍ରାବାଦ ପାଇଁ ଫିନିଶରଙ୍କ ଅଭାବ ରହିଛି। ଫିନିଶର ଭୂମିକାରେ କେଉଁ ଖେଳାଳି ଅବତୀର୍ଣ୍ଣ ହେବେ ତାହା ଦେଖିବାକୁ ବାକି ରହିଲା। ଅବଶ୍ୟ ହାଇଦ୍ରାବାଦ ବିପକ୍ଷରେ କୋଲକାତାର ରେକର୍ଡ ଭଲ ରହିଛି। ଏ ପର୍ଯ୍ୟନ୍ତ କୋଲକାତା ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ହାଇଦ୍ରାବାଦଠାରୁ ୭ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି।
କୋଲକାତା ଦଳ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନ ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌, ଚେନ୍ନାଇ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?