ଭୁବନେଶ୍ୱରରରେ ଲାଗିବ ଆଇପି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟେରାମାନେ ଲୋକଙ୍କ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଉଛନ୍ତି। ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା ନ ଥିବାରୁ ଲୁଟେରାମାନଙ୍କୁ ପୋଲିସ ସହଜରେ ଚିହ୍ନଟ କରିପାରୁ ନାହିଁ। ଏପରି କି ସେମାନଙ୍କୁ ଧରିବାରେ ଅନେକାଂଶରେ ଅସଫଳ ହେଉଛି। ଫଳରେ ଲୋକଙ୍କ ସମ୍ପତ୍ତି ଫେରାଇ ଆଣିବାରେ ମାସାଧିକ ସମୟ ଲାଗୁଛି। ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ ଏଥିରେ ରୋକ ଲଗାଇବାକୁ କମିଶନରେଟ ପୋଲିସ ତତ୍ପର ହୋଇଛି। ଆପାର୍ଟମେଣ୍ଟଗୁଡ଼ିକରେ ଅତ୍ୟାଧୁନିକ ଇଣ୍ଟରନେଟ ପ୍ରୋଟୋକଲ(ଆଇପି) କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ଶନିବାର ଏକ ଭିଡିଓ ଜାରି କରି ପରାମର୍ଶ ଦେଇଛନ୍ତି। ଏହାସହ ଏସମ୍ପର୍କରେ ଏକ ଗାଇଡ୍‌ଲାଇନ ଜାରି କରାଯାଇଥିବାବେଳେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏଶନ୍‌ସ (ଆର୍‌ଡବ୍ଲ୍ୟୁଏ)ର ସହଯୋଗ ଲୋଡ଼ା ଯାଇଛି। ଆପାର୍ଟମେଣ୍ଟ ପରିସରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଏହି ଆଇପି କ୍ୟାମେରା ଲଗାଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଏହାର ସମସ୍ତ ତଥ୍ୟ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ୍‌କୁ ଶେୟାର କରିବା ସହ ସଂଯୋଗ କରିବାକୁ କୁହାଯାଇଛି। ଏହାଦ୍ୱାରା ପୋଲିସ ତୁରନ୍ତ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇପାରିବ।

ସୂଚନା ଅନୁସାରେ, ଗତ ୧୦ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଚୋରି ମାମଲାର ରିପୋର୍ଟ ହୋଇଛି। ଏହି ଚୋରି ଘଟଣାରେ ୨୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେବି ବହୁ ଅପରାଧୀ ଫେରାର ରହିଛନ୍ତି। ତେଣୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି ବୋଲି ପୋଲିସ କମିଶନର ସିଂ ସୂଚନା ଦେଇ କହିଛନ୍ତି। ସେହିପରି ଚୋରି ମାମଲାରେ ଯଦି କୌଣସି ସୂଚନା କିମ୍ବା ଅଭିଯୋଗ ଥାଏ, ତେବେ ହ୍ବାଟ୍‌ସଆପ୍‌ ନମ୍ବର ୭୦୭୭୭୯୮୧୧୧ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ହାଇଟେକ ପ୍ଲାଜା ଆପାର୍ଟମେଣ୍ଟର ପୂର୍ବତନ ସଭାପତି ବିନୋଦ କୁମାର ପଣ୍ଡାଙ୍କ କହିବା ହେଲା, ଆଇପି କ୍ୟାମେରା ଲଗାଇବା ପ୍ରସ୍ତାବକୁ ନେଇ ବିଭିନ୍ନ ଆପାର୍ଟମେଣ୍ଟ ସୋସାଇଟି ସହ ଗତ ଫେବୃଆରୀରେ କମିଶନରେଟ ପୋଲିସ ସହ ବୈଠକ ହୋଇଥିଲା। ସୋସାଇଟିର ସଦସ୍ୟମାନେ ଏହାକୁ ସ୍ବାଗତ କରିଥିଲେ। କିଛି ଆପାର୍ଟମେଣ୍ଟରେ ମଧ୍ୟ ଲାଗି ସାରିଛି। ଆଉ ଯେଉଁ ଆପାର୍ଟମେଣ୍ଟରେ ଏହି କ୍ୟାମେରା ବ୍ୟବସ୍ଥା ଲାଗି ନାହିଁ, ସେମାନେ ତୁରନ୍ତ ଲଗାଇବା ଆବଶ୍ୟକ। ଯେଉଁମାନେ ଲଗାଇବାକୁ ଅବହେଳା କରୁଛନ୍ତି, ପୋଲିସ ମଧ୍ୟ ଉକ୍ତ ଆପାର୍ଟମେଣ୍ଟ ସୋସାଟିଇର ମୁଖ୍ୟମାନଙ୍କୁ ତାଗିଦ୍‌ କରିବା ଜରୁରୀ। ଫଳରେ ସେମାନେ ଏହାକୁ ଗୁରୁତର ସହ ନେବେ। ଏପରି କି ଆପାର୍ଟମେଣ୍ଟକୁ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ମଧ୍ୟ ସୋସାଇଟି ତରଫରୁ ପ୍ରତି ମାସରେ ପୋଲିସକୁ ଦେବା ଆବଶ୍ୟକ। ସେହିପରି ପୋଲିସ ମଧ୍ୟ ପାଟ୍ରୋଲିଂ ବ୍ୟବସ୍ଥାକୁ ଢିଲା ନ କରି କଡ଼ାକଡ଼ି କଲେ ଚୋରି ହ୍ରାସ ପାଇବ ବୋଲି ପଣ୍ଡା କହିଛନ୍ତି।

ଇଣ୍ଟରନେଟ ପ୍ରୋଟୋକଲ ଅର୍ଥାତ୍‌ ଆଇପି ହେଉଛି ଏକ ଅତ୍ୟାଧୁନିକ ଡିଜିଟାଲ୍‌ ଭିଡିଓ କ୍ୟାମେରା। ଏହା ଡାଟା ରିସିଭ କରିବା ସହ ଆଇପି ନେଟଓ୍ବର୍କ ଜରିଆରେ ଫଟୋ ପଠାଇଥାଏ। ସାଧାରଣ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହେଉଥିବା ଚିତ୍ରଠାରୁ ଏହା ଅଧିକ ସ୍ପଷ୍ଟ। ଏଥିରେ ଉତ୍ତୋଳିତ ହେଉଥିବା ଚିତ୍ର ଏବଂ ତଥ୍ୟ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ୍‌ ସହ ସଂଯୋଗ ରହିବ। ଏସିପି କେ. କେ. ହରିପ୍ରସାଦଙ୍କ ମୋବାଇଲ ନମ୍ବର ୭୬୦୬୦୬୬୭୬୬ରେ ଲିଙ୍କ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?