Posted inଫୁରସତ

୪ କି.ଗ୍ରା.ର ନିମନ୍ତ୍ରଣ ପତ୍ର

ବାହାଘରେ ନିମନ୍ତ୍ରଣ ପତ୍ର ସମସ୍ତେ ଛପାନ୍ତି। ନିଜ ପସନ୍ଦ ଓ ସକ୍ଷମ ମୁତାବକ ଭିନ୍ନ ଭିନ୍ନ ପ୍ରକାରର କାର୍ଡ ଛପାଯାଏ। ହେଲେ କେବେ ୪ କି.ଗ୍ରା. ଓଜନର ନିମନ୍ତ୍ରଣ ପତ୍ର ସମ୍ପର୍କରେ ଶୁଣିଛନ୍ତି? ଗୁଜରାଟର ବ୍ୟବସାୟୀ ମୁଲେଶ ଭାଇ ନିଜ ପୁଅ ବିବାହରେ ୪ କି.ଗ୍ରା. ନିମନ୍ତ୍ରଣ ପତ୍ର ଛପାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି କାର୍ଡ ଦେଖିବାକୁ ବହୁତ ସୁନ୍ଦର। ହାଲ୍କା ଗୋଲାପୀ ରଙ୍ଗର ଏହି ନିମନ୍ତ୍ରଣ ପତ୍ର ଦେଖିବାକୁ ଏକ ବକ୍ସ ପରି। ଏହାକୁ ଖୋଲିଲେ ଭିତରେ ରେଶମୀ କପଡ଼ାରେ ଚାରୋଟି ଛୋଟ ଛୋଟ ବାକ୍ସ ଦେଖିବାକୁ ମିଳିବ। ସେହି ଛୋଟ ବାକ୍ସରେ ଡ୍ରାଏ ଫ୍ରୁଟ୍‌ ଯେମିତି କି କାଜୁ, କିସ୍‌ମିସ୍‌, ବାଦାମ ଓ ଚକୋଲେଟ୍‌ ରଖାଯାଇଥାଏ। ଏହା ତଳେ ୭ ପୃଷ୍ଠା ସମ୍ବଳିତ ତିନି ଦିନର ବିବାହ କାର୍ଯ୍ୟକ୍ରମ ଥିବା ସୂଚୀ ରହିଛି। ଉକ୍ତ ନିମନ୍ତ୍ରଣ ପତ୍ରର ଠିକ୍‌ ଓଜନ ୪ କି.ଗ୍ରା. ୨୮୦ ଗ୍ରାମ୍‌ ଅଟେ। କାର୍ଡର ମୂଲ୍ୟ ୭ ହଜାର ଟଙ୍କା। ଆଉ ବିବାହ ରାଜସ୍ଥାନର ଯୋଧପୁରରେ ହେଉଛି। ମୁଲେଶ ଭାଇଙ୍କର ଭଗବାନ ଶ୍ରୀ କୃଷ୍ଣଙ୍କ ଉପରେ ବହୁତ ଆସ୍ଥା ରହିଛି। ତେଣୁ କାର୍ଡରେ ଶ୍ରୀକୃଷ୍ଣଙ୍କର ଛବି ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଧରିତ୍ରୀ ଦିବସ: ଆମ ପୃଥିବୀର ପୁନରୁଦ୍ଧାର

ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ଧରିତ୍ରୀ। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ...

ଜନ୍ମାଷ୍ଟମୀରେ ପୁଅ ଜନ୍ମ ହେବାରୁ ନାଁ ‘କୃଷ୍ଣ’ଦେଲେ ଏହି ମୁସଲମାନ ବ୍ୟକ୍ତି: ଆଉ ତା ପରେ..

ରାଜନୈତିକ ପ୍ରରୋଚନା ଆଳରେ ସମାଜରେ ଧର୍ମ ନାମରେ ଦଙ୍ଗା ହେବାର ନଜିର ରହିଛି। ହେଲେ ଆଜି ବି ହିନ୍ଦୁ ମୁସଲମାନମାନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସମନ୍ବୟ ପୂର୍ବଭଳି...

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ...

ଆଇଟି ଚାକିରି ଛାଡି ବିକୁଛନ୍ତି ଗଧ କ୍ଷୀର

ଅନେକେ ଭାବୁଥିବେ ଗଧ ନାମକ ପ୍ରାଣୀଟି କୌଣସି କାମକୁ ନୁହେଁ। ଭାର ଉଠାଇବା ଛଡା ଏହା ଅନ୍ୟ କୌଣସି କାମରେ ଆସୁ ନ ଥିବ। କିନ୍ତୁ...

ଜାଣନ୍ତୁ ଶିବଲିଙ୍ଗ ଉପରେ କାହିଁକି ଶଙ୍ଖରେ ଢଳାଯାଏନା ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ...

ବଲ୍‌ବ ପରି ଜଳେ ଏହି ଛତୁ

ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି...

ବାମ ପଟେ ନୋଜ୍‌ ରିଂ…

ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର...

ମନ୍ଦିର ମରାମତି ସମୟରେ ମିଳିଲା ୫ଶହ ଗ୍ରାମ ସୁନା, ଆଉ ତା’ ପରେ…

କର୍ନାଟକର କାଞ୍ଚତ୍ପୁରମ୍‌ ଅଞ୍ଚଳରେ ଥିବା ଏକ ପ୍ରାଚୀନ ମନ୍ଦିରର ମରାମତି ସମୟରେ ୫ଶହ ଗ୍ରାମ ସୁନା ମିଳିଥିଲା। ଏହାକୁ ଜବତ କରିବା ପାଇଁ ଆସିଥିବା ଜିଲା...

Advertisement
Archives

Model This Week