ପ୍ରତିରକ୍ଷାର ଅଦୃଶ୍ୟ ରେଖା

କିଛିଦିନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ପ୍ରଶମିତ ହେବା ସହ ଉତ୍ତେଜନା ଥମିଯାଇଛି। କିନ୍ତୁ ତୁମର ପଡ଼ୋଶୀ ଯଦି ସୀମା ଟପି ଗୋଳାବାରୁଦ ପକାଏ, ତେବେ ସୁରକ୍ଷା ପାଇଁ ତୁମ ପାଖରେ କିଛି ଯୋଜନା ରହିବା ଦରକାର। ପାକିସ୍ତାନର ଏଭଳି ଆକ୍ରମଣାତ୍ମକ ମନୋଭାବକୁ ଦେଖି ଭାରତ ଯୋଜନା କରିଛି। ଏହି ଯୋଜନା କ୍ଷେପଣାସ୍ତ୍ର ଏବଂ ଆଲୋଚନା ବିଷୟରେ ନୁହେଁ, ବରଂ ଏହା ହେଉଛି ବଙ୍କର ସମ୍ପର୍କିତ। ଏହି ଭୂତଳ ଆଶ୍ରୟସ୍ଥଳଗୁଡ଼ିକ ଜମ୍ମୁ-କଶ୍ମୀର ବିଶେଷକରି ଲାଇନ ଅଫ୍‌ କଣ୍ଟ୍ରୋଲ ନିକଟରେ ବିଛାଇହୋଇ ରହିଛି। ଏଗୁଡ଼ିକ ଏବକାର ଉତ୍ତେଜନା ପ୍ରକାଶ ପାଇବାର ବହୁ ପୂର୍ବରୁ ନିର୍ମାଣ ହୋଇଥିଲା। ଏସବୁ ବଙ୍କର କେବଳ ସେନା ପ୍ରସ୍ତୁତି ପାଇଁ ନୁହେଁ, ଏହା ବାସ୍ତବରେ ନାଗରିକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ନିକଟରେ ହୋଇଥିବା ଯୁଦ୍ଧରେ ପୁଞ୍ଚ ଅଞ୍ଚଳରେ ଏହା ଅଧିକ କାମ କରିନାହିଁ ବୋଲି ଜଣାପଡ଼ିଥିଲା। କାରଣ ଆକାଶ ଅଶାନ୍ତ ହୋଇଯିବାବେଳେ ସୀମା ନିକଟରେ ଥିବା ନାଗରିକମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ ପଡ଼ିଥିବା ବାବୁମାନେ କହିଛନ୍ତି। ସେମାନଙ୍କ ମତରେ ଏହା କୌଣସି ଆରାମଦାୟକ ସ୍ଥଳୀ ନୁହେଁ। ଏହା ଖୁବ୍‌ ମଜଭୁତ ଓ ଜରୁରୀ ସମୟରେ ଜୀବନ ବଞ୍ଚାଏ। ସୂତ୍ରରୁ ଜଣାପଡ଼ିଛି, ଏହି ବଙ୍କରଗୁଡ଼ିକ ପାରମ୍ପରିକ ଯୁଦ୍ଧ ପାଇଁ ନୁହେଁ। ଭାରତ ଏଭଳି ସୁଦୃଢ଼ ତଥା ବିଶାଳ ବଙ୍କଗୁଡ଼ିକୁ ଆଣବିକ ଆକ୍ରମଣରୁ ସୁରକ୍ଷା ଲାଗି ନିର୍ମାଣ କରିଛି। ବେଳେବେଳେ ସୁରକ୍ଷା ଲଢୁଆ ବିମାନ ଓ ଉଚ୍ଚସ୍ତରୀୟ ଆଲୋଚନାରେ ହୁଏ ନାହିଁ। ବେଳେବେଳେ ଏହା ଯୋଗାଣ, ସୁରକ୍ଷିତ ସ୍ଥାନ ଓ ଏକ ଯୋଜନା ଦ୍ୱାରା ସମ୍ଭବ ହୋଇଥାଏ। ପ୍ରତିରକ୍ଷାର ଅଦୃଶ୍ୟ ରେଖା ଭାବେ ଦୃଢ଼ କଂକ୍ରିଟ ବଙ୍କରଗୁଡ଼ିକ ସୂଚାଇ ଦିଏ ଯେ ପ୍ରକୃତ ପ୍ରତିରକ୍ଷା ଭୂତଳରୁ ଆରମ୍ଭ ହୋଇଛି। ଏହା କେବଳ ସେନା ପାଇଁ ନୁହେଁ , ନାଗରିକଙ୍କ ସୁରକ୍ଷା ବି ଏଥିରେ ଜଡ଼ିତ ରହିଛି।
୨ ବ୍ୟାଚ୍‌ର କ୍ଷମତା ଲଢ଼େଇ
ଶୀର୍ଷ ପ୍ରଶାସନିକ ପଦବୀରେ ପହଞ୍ଚିବା ପାଇଁ ସିଭିଲ ସର୍ଭାଣ୍ଟଙ୍କ ପ୍ରତିଯୋଗୀ ମନୋଭାବ ଥିବାବେଳେ ସମାନ ବ୍ୟାଚ୍‌ର ଅଧିକାରୀଙ୍କ ଭିତରେ ମଧ୍ୟ ପାରସ୍ପରିକ ବିଶ୍ୱାସ ରହଥାଏ। କିନ୍ତୁ ୧୯୮୯ ଓ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଯେଉଁଭଳି ସୂକ୍ଷ୍ମ କ୍ଷମତା ଲଢ଼େଇ ଅଛି ତାହା ଅନ୍ୟ କୌଣସି ବ୍ୟାଚ୍‌ରେ ଅଧିକ ସ୍ପଷ୍ଟ ନୁହେଁ। ତେବେ ୧୯୮୯ ବ୍ୟାଚ୍‌ରୁ ଆରମ୍ଭ କରିବା। ସେମାନେ ଆରମ୍ଭରୁ ଯୋଜନାବଦ୍ଧ ଭାବେ ଦିଲ୍ଲୀ ଓ ଜମ୍ମୁ-କଶ୍ମୀର ଭଳି ଦେଶର ହଟ୍‌ ଜୋନ୍‌ରେ ନିଜକୁ ଅବସ୍ଥାପିତ କରିଛନ୍ତି। ଅଟଳ ଡୁଲ୍ଲୁ ସମ୍ବେଦନଶୀଳ ଜମ୍ମୁ-କଶ୍ମୀର ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବାବେଳେ ଧମେନ୍ଦ୍ର ଦିଲ୍ଲୀର ଅମଲାତାନ୍ତ୍ରିକ କ୍ଷେତ୍ରକୁ ସଞ୍ଚାଳନ କରୁଛନ୍ତି। ଏହା ସହ ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଏବଂ କର୍ନାଟକରେ ଏହି ବ୍ୟାଚ୍‌ କେବଳ କାମ କରିବାକୁ ନୁହେଁ, ବରଂ ନିୟନ୍ତ୍ରଣ କରିବାକୁ ଆସିଥିଲେ। ଏବେ ଦିଲ୍ଲୀ କିମ୍ବା ଶ୍ରୀନଗରରେ ୧୯୯୧ ବ୍ୟାଚ୍‌ ପ୍ରାୟତଃ ନାହାନ୍ତି, କିନ୍ତୁ ସେମାନେ ସାତଟି ରାଜ୍ୟରେ ଖେଳାଇ ହୋଇ ରହିଛନ୍ତି, ଯାହା ଏକ ବିଶାଳ ପ୍ରଶାସନିକ ଶକ୍ତି। ତାମିଲନାଡୁ ଓ ପଶ୍ଚିମବଙ୍ଗଠାରୁ ଆରମ୍ଭକରି କେରଳ, ଅରୁଣାଚଳ ଓ ନାଗାଲାଣ୍ଡ ପର୍ଯ୍ୟନ୍ତ ୧୯୯୧ ବ୍ୟାଚ୍‌ ଅଧିକାରୀମାନେ କଠିନ ତଥା ସମସ୍ୟାବହୁଳ ଅଞ୍ଚଳର ଭୌଗୋଳିକ ତଥା ରାଜନୈତିକ ସ୍ଥିତିର ସଞ୍ଚାଳନ କରୁଛନ୍ତି। ୧୯୮୯ ବ୍ୟାଚ୍‌ କେନ୍ଦ୍ରଶାସିତ ଅଞ୍ଚଳ ଓ ଅଧିକ ସମସ୍ୟାରେ ଥିବା ସୀମାନ୍ତ ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି। ଅନ୍ୟପଟେ ୧୯୯୧ ବ୍ୟାଚ୍‌ ଅଧିକ ରାଜ୍ୟରେ ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି । ଗୋଟିଏ କଥା ସ୍ପଷ୍ଟ ଯେ, ଭାରତରେ ଶାସନ କେବଳ ନୀତିର ବିଷୟ ନୁହେଁ, ବରଂ ପଦବୀର। ବେଳେବେଳେ ଅମଲାତାନ୍ତ୍ରିକ ତନ୍ତ୍ରକୁ ସକ୍ରିୟ ରଖିବାକୁ ବ୍ୟାଚ୍‌ ମଧ୍ୟରେ ସାମାନ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ।
ପ୍ରକ୍ରିୟାଗତ ତ୍ରୁଟି
ଆଇଏଏସ୍‌ ଅଧିକାରୀ ଏନ୍‌. ପ୍ରଶାନ୍ତଙ୍କ ନିଲମ୍ବନକୁ ରାଜ୍ୟ ସରକାର ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ଏହା କେବଳ ଏକ ଅସ୍ବାଭାବିକ ସ୍ଥିତି ନୁହେଁ, ବରଂ ସମ୍ପୂର୍ଣ୍ଣ ଅପାରଦର୍ଶିତାକୁ ସୂଚାଉଛି। ୨ ସପ୍ତାହ ମଧ୍ୟରେ ଦୁଇଟି ନିଲମ୍ବନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମଟି ଏପ୍ରିଲ ୨୩ରେ ବିଦାୟୀ ମୁଖ୍ୟ ଶାସନ ସଚିବ ସାରଦା ମୁରଲୀଧରନଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଓ ଏଥିରେ ନିଲମ୍ବନ ଉଠାଇନେବାକୁ ସୁପାରିସ କରାଯାଇଥିବା ଜଣାପଡ଼ିଛି। ଏହାର କିଛିଦିନ ପରେ ଦ୍ୱିତୀୟ ବୈଠକ ନୂଆ ମୁଖ୍ୟ ଶାସନ ସଚିବ ଏ. ଜୟତିଳକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା, ଯିଏ କି ପ୍ରଶାନ୍ତଙ୍କ ସହ ତାଙ୍କ ଝଗଡ଼ାକୁ ନେଇ ସେ ବେଶ୍‌ ଜଣାଶୁଣା। ଏହି ବୈଠକରେ ପ୍ରଶାନ୍ତଙ୍କ ନିଲମ୍ବନ ଅବଧି ବଢ଼ାଇବା ଲାଗି ସୁପାରିସ କରାଯାଇଥିଲା। ସର୍ବଭାରତୀୟ ସେବା ଆଇନ (ଏଆଇଏସ୍‌) ଅନୁଯାୟୀ, ଜଣେ ଅଧିକାରୀଙ୍କୁ ୬ ମାସରୁ ଅଧିକ ନିଲମ୍ବନ ପାଇଁ କେନ୍ଦ୍ରର ଅନୁମତି ଦରକାର। କିନ୍ତୁ ପ୍ରଶାନ୍ତଙ୍କ ମାମଲାରେ କେନ୍ଦ୍ର ସରକାରଙ୍କ ସହମତି ଲୋଡ଼ାଯାଇଥିଲା ନା ଗ୍ରହଣ କରାଯାଇଥିଲା ତାହା ଉପରେ କିଛି କୁହାଯାଇନାହିଁ। ବୈଧାନିକ ଆବଶ୍ୟକତାକୁ ଅଣଦେଖା କରିବା ଏକ ପ୍ରକ୍ରିୟାଗତ ତ୍ରୁଟି। ଗୋଟିଏ ଦିଗରୁ ଦେଖିବାକୁ ଗଲେ ଏହା ପ୍ରକ୍ରିୟାଗତ ଅସ୍ପଷ୍ଟତାର ସମସ୍ୟାବହୁଳ ସ୍ଥିତି। ଅନ୍ୟପଟେ, ଏହା ଶାସନ ନାମରେ ପ୍ରତିଶୋଧର ଏକ ଭାବନ ଭଳି ମନେହୁଏ। ଏହା ନିଶ୍ଚିତ ଯେ, ସିଭିଲ ସର୍ଭାଣ୍ଟମାନେ ଆଇନର ଊର୍ଦ୍ଧ୍ୱରେ ନୁହନ୍ତି, କିନ୍ତୁ ସେମାନଙ୍କୁ ପରିଚାଳନା କରୁଥିବା ବ୍ୟବସ୍ଥା ଏମିତି ହେବା ଉଚିତ ନୁହେଁ। ଯଦି ଆଇନ ସବୁ କିଛି, ତେବେ ରାଜ୍ୟକୁ ଠିକ୍‌ ପ୍ରକ୍ରିୟାରେ ଚାଲିବାକୁ ପଡ଼ିବ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri