ପ୍ରତିରକ୍ଷାର ଅଦୃଶ୍ୟ ରେଖା

କିଛିଦିନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ପ୍ରଶମିତ ହେବା ସହ ଉତ୍ତେଜନା ଥମିଯାଇଛି। କିନ୍ତୁ ତୁମର ପଡ଼ୋଶୀ ଯଦି ସୀମା ଟପି ଗୋଳାବାରୁଦ ପକାଏ, ତେବେ ସୁରକ୍ଷା ପାଇଁ ତୁମ ପାଖରେ କିଛି ଯୋଜନା ରହିବା ଦରକାର। ପାକିସ୍ତାନର ଏଭଳି ଆକ୍ରମଣାତ୍ମକ ମନୋଭାବକୁ ଦେଖି ଭାରତ ଯୋଜନା କରିଛି। ଏହି ଯୋଜନା କ୍ଷେପଣାସ୍ତ୍ର ଏବଂ ଆଲୋଚନା ବିଷୟରେ ନୁହେଁ, ବରଂ ଏହା ହେଉଛି ବଙ୍କର ସମ୍ପର୍କିତ। ଏହି ଭୂତଳ ଆଶ୍ରୟସ୍ଥଳଗୁଡ଼ିକ ଜମ୍ମୁ-କଶ୍ମୀର ବିଶେଷକରି ଲାଇନ ଅଫ୍‌ କଣ୍ଟ୍ରୋଲ ନିକଟରେ ବିଛାଇହୋଇ ରହିଛି। ଏଗୁଡ଼ିକ ଏବକାର ଉତ୍ତେଜନା ପ୍ରକାଶ ପାଇବାର ବହୁ ପୂର୍ବରୁ ନିର୍ମାଣ ହୋଇଥିଲା। ଏସବୁ ବଙ୍କର କେବଳ ସେନା ପ୍ରସ୍ତୁତି ପାଇଁ ନୁହେଁ, ଏହା ବାସ୍ତବରେ ନାଗରିକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ନିକଟରେ ହୋଇଥିବା ଯୁଦ୍ଧରେ ପୁଞ୍ଚ ଅଞ୍ଚଳରେ ଏହା ଅଧିକ କାମ କରିନାହିଁ ବୋଲି ଜଣାପଡ଼ିଥିଲା। କାରଣ ଆକାଶ ଅଶାନ୍ତ ହୋଇଯିବାବେଳେ ସୀମା ନିକଟରେ ଥିବା ନାଗରିକମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ ପଡ଼ିଥିବା ବାବୁମାନେ କହିଛନ୍ତି। ସେମାନଙ୍କ ମତରେ ଏହା କୌଣସି ଆରାମଦାୟକ ସ୍ଥଳୀ ନୁହେଁ। ଏହା ଖୁବ୍‌ ମଜଭୁତ ଓ ଜରୁରୀ ସମୟରେ ଜୀବନ ବଞ୍ଚାଏ। ସୂତ୍ରରୁ ଜଣାପଡ଼ିଛି, ଏହି ବଙ୍କରଗୁଡ଼ିକ ପାରମ୍ପରିକ ଯୁଦ୍ଧ ପାଇଁ ନୁହେଁ। ଭାରତ ଏଭଳି ସୁଦୃଢ଼ ତଥା ବିଶାଳ ବଙ୍କଗୁଡ଼ିକୁ ଆଣବିକ ଆକ୍ରମଣରୁ ସୁରକ୍ଷା ଲାଗି ନିର୍ମାଣ କରିଛି। ବେଳେବେଳେ ସୁରକ୍ଷା ଲଢୁଆ ବିମାନ ଓ ଉଚ୍ଚସ୍ତରୀୟ ଆଲୋଚନାରେ ହୁଏ ନାହିଁ। ବେଳେବେଳେ ଏହା ଯୋଗାଣ, ସୁରକ୍ଷିତ ସ୍ଥାନ ଓ ଏକ ଯୋଜନା ଦ୍ୱାରା ସମ୍ଭବ ହୋଇଥାଏ। ପ୍ରତିରକ୍ଷାର ଅଦୃଶ୍ୟ ରେଖା ଭାବେ ଦୃଢ଼ କଂକ୍ରିଟ ବଙ୍କରଗୁଡ଼ିକ ସୂଚାଇ ଦିଏ ଯେ ପ୍ରକୃତ ପ୍ରତିରକ୍ଷା ଭୂତଳରୁ ଆରମ୍ଭ ହୋଇଛି। ଏହା କେବଳ ସେନା ପାଇଁ ନୁହେଁ , ନାଗରିକଙ୍କ ସୁରକ୍ଷା ବି ଏଥିରେ ଜଡ଼ିତ ରହିଛି।
୨ ବ୍ୟାଚ୍‌ର କ୍ଷମତା ଲଢ଼େଇ
ଶୀର୍ଷ ପ୍ରଶାସନିକ ପଦବୀରେ ପହଞ୍ଚିବା ପାଇଁ ସିଭିଲ ସର୍ଭାଣ୍ଟଙ୍କ ପ୍ରତିଯୋଗୀ ମନୋଭାବ ଥିବାବେଳେ ସମାନ ବ୍ୟାଚ୍‌ର ଅଧିକାରୀଙ୍କ ଭିତରେ ମଧ୍ୟ ପାରସ୍ପରିକ ବିଶ୍ୱାସ ରହଥାଏ। କିନ୍ତୁ ୧୯୮୯ ଓ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଯେଉଁଭଳି ସୂକ୍ଷ୍ମ କ୍ଷମତା ଲଢ଼େଇ ଅଛି ତାହା ଅନ୍ୟ କୌଣସି ବ୍ୟାଚ୍‌ରେ ଅଧିକ ସ୍ପଷ୍ଟ ନୁହେଁ। ତେବେ ୧୯୮୯ ବ୍ୟାଚ୍‌ରୁ ଆରମ୍ଭ କରିବା। ସେମାନେ ଆରମ୍ଭରୁ ଯୋଜନାବଦ୍ଧ ଭାବେ ଦିଲ୍ଲୀ ଓ ଜମ୍ମୁ-କଶ୍ମୀର ଭଳି ଦେଶର ହଟ୍‌ ଜୋନ୍‌ରେ ନିଜକୁ ଅବସ୍ଥାପିତ କରିଛନ୍ତି। ଅଟଳ ଡୁଲ୍ଲୁ ସମ୍ବେଦନଶୀଳ ଜମ୍ମୁ-କଶ୍ମୀର ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବାବେଳେ ଧମେନ୍ଦ୍ର ଦିଲ୍ଲୀର ଅମଲାତାନ୍ତ୍ରିକ କ୍ଷେତ୍ରକୁ ସଞ୍ଚାଳନ କରୁଛନ୍ତି। ଏହା ସହ ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଏବଂ କର୍ନାଟକରେ ଏହି ବ୍ୟାଚ୍‌ କେବଳ କାମ କରିବାକୁ ନୁହେଁ, ବରଂ ନିୟନ୍ତ୍ରଣ କରିବାକୁ ଆସିଥିଲେ। ଏବେ ଦିଲ୍ଲୀ କିମ୍ବା ଶ୍ରୀନଗରରେ ୧୯୯୧ ବ୍ୟାଚ୍‌ ପ୍ରାୟତଃ ନାହାନ୍ତି, କିନ୍ତୁ ସେମାନେ ସାତଟି ରାଜ୍ୟରେ ଖେଳାଇ ହୋଇ ରହିଛନ୍ତି, ଯାହା ଏକ ବିଶାଳ ପ୍ରଶାସନିକ ଶକ୍ତି। ତାମିଲନାଡୁ ଓ ପଶ୍ଚିମବଙ୍ଗଠାରୁ ଆରମ୍ଭକରି କେରଳ, ଅରୁଣାଚଳ ଓ ନାଗାଲାଣ୍ଡ ପର୍ଯ୍ୟନ୍ତ ୧୯୯୧ ବ୍ୟାଚ୍‌ ଅଧିକାରୀମାନେ କଠିନ ତଥା ସମସ୍ୟାବହୁଳ ଅଞ୍ଚଳର ଭୌଗୋଳିକ ତଥା ରାଜନୈତିକ ସ୍ଥିତିର ସଞ୍ଚାଳନ କରୁଛନ୍ତି। ୧୯୮୯ ବ୍ୟାଚ୍‌ କେନ୍ଦ୍ରଶାସିତ ଅଞ୍ଚଳ ଓ ଅଧିକ ସମସ୍ୟାରେ ଥିବା ସୀମାନ୍ତ ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି। ଅନ୍ୟପଟେ ୧୯୯୧ ବ୍ୟାଚ୍‌ ଅଧିକ ରାଜ୍ୟରେ ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି । ଗୋଟିଏ କଥା ସ୍ପଷ୍ଟ ଯେ, ଭାରତରେ ଶାସନ କେବଳ ନୀତିର ବିଷୟ ନୁହେଁ, ବରଂ ପଦବୀର। ବେଳେବେଳେ ଅମଲାତାନ୍ତ୍ରିକ ତନ୍ତ୍ରକୁ ସକ୍ରିୟ ରଖିବାକୁ ବ୍ୟାଚ୍‌ ମଧ୍ୟରେ ସାମାନ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ।
ପ୍ରକ୍ରିୟାଗତ ତ୍ରୁଟି
ଆଇଏଏସ୍‌ ଅଧିକାରୀ ଏନ୍‌. ପ୍ରଶାନ୍ତଙ୍କ ନିଲମ୍ବନକୁ ରାଜ୍ୟ ସରକାର ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ଏହା କେବଳ ଏକ ଅସ୍ବାଭାବିକ ସ୍ଥିତି ନୁହେଁ, ବରଂ ସମ୍ପୂର୍ଣ୍ଣ ଅପାରଦର୍ଶିତାକୁ ସୂଚାଉଛି। ୨ ସପ୍ତାହ ମଧ୍ୟରେ ଦୁଇଟି ନିଲମ୍ବନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମଟି ଏପ୍ରିଲ ୨୩ରେ ବିଦାୟୀ ମୁଖ୍ୟ ଶାସନ ସଚିବ ସାରଦା ମୁରଲୀଧରନଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଓ ଏଥିରେ ନିଲମ୍ବନ ଉଠାଇନେବାକୁ ସୁପାରିସ କରାଯାଇଥିବା ଜଣାପଡ଼ିଛି। ଏହାର କିଛିଦିନ ପରେ ଦ୍ୱିତୀୟ ବୈଠକ ନୂଆ ମୁଖ୍ୟ ଶାସନ ସଚିବ ଏ. ଜୟତିଳକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା, ଯିଏ କି ପ୍ରଶାନ୍ତଙ୍କ ସହ ତାଙ୍କ ଝଗଡ଼ାକୁ ନେଇ ସେ ବେଶ୍‌ ଜଣାଶୁଣା। ଏହି ବୈଠକରେ ପ୍ରଶାନ୍ତଙ୍କ ନିଲମ୍ବନ ଅବଧି ବଢ଼ାଇବା ଲାଗି ସୁପାରିସ କରାଯାଇଥିଲା। ସର୍ବଭାରତୀୟ ସେବା ଆଇନ (ଏଆଇଏସ୍‌) ଅନୁଯାୟୀ, ଜଣେ ଅଧିକାରୀଙ୍କୁ ୬ ମାସରୁ ଅଧିକ ନିଲମ୍ବନ ପାଇଁ କେନ୍ଦ୍ରର ଅନୁମତି ଦରକାର। କିନ୍ତୁ ପ୍ରଶାନ୍ତଙ୍କ ମାମଲାରେ କେନ୍ଦ୍ର ସରକାରଙ୍କ ସହମତି ଲୋଡ଼ାଯାଇଥିଲା ନା ଗ୍ରହଣ କରାଯାଇଥିଲା ତାହା ଉପରେ କିଛି କୁହାଯାଇନାହିଁ। ବୈଧାନିକ ଆବଶ୍ୟକତାକୁ ଅଣଦେଖା କରିବା ଏକ ପ୍ରକ୍ରିୟାଗତ ତ୍ରୁଟି। ଗୋଟିଏ ଦିଗରୁ ଦେଖିବାକୁ ଗଲେ ଏହା ପ୍ରକ୍ରିୟାଗତ ଅସ୍ପଷ୍ଟତାର ସମସ୍ୟାବହୁଳ ସ୍ଥିତି। ଅନ୍ୟପଟେ, ଏହା ଶାସନ ନାମରେ ପ୍ରତିଶୋଧର ଏକ ଭାବନ ଭଳି ମନେହୁଏ। ଏହା ନିଶ୍ଚିତ ଯେ, ସିଭିଲ ସର୍ଭାଣ୍ଟମାନେ ଆଇନର ଊର୍ଦ୍ଧ୍ୱରେ ନୁହନ୍ତି, କିନ୍ତୁ ସେମାନଙ୍କୁ ପରିଚାଳନା କରୁଥିବା ବ୍ୟବସ୍ଥା ଏମିତି ହେବା ଉଚିତ ନୁହେଁ। ଯଦି ଆଇନ ସବୁ କିଛି, ତେବେ ରାଜ୍ୟକୁ ଠିକ୍‌ ପ୍ରକ୍ରିୟାରେ ଚାଲିବାକୁ ପଡ଼ିବ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?