ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର ନାହିଁ କି ଚିତ୍ରିତ କାନ୍ଥ ନାହିଁ, ପିଲାମାନେ ତମ୍ବୁତଳେ ଏକାଠି ବସି ପଢୁଛନ୍ତି। କୃଷ୍ଣ ସେମାନଙ୍କୁ ପଢ଼ାଇବା ସହ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛନ୍ତି। ସେ ଦିଲ୍ଲୀ ସରକାରୀ ସ୍କୁଲର ଜଣେ ଶିକ୍ଷକ ଏବଂ ସ୍କୁଲ ଡ୍ୟୁଟି ଶେଷକରି ସେମାନଙ୍କୁ ସନ୍ଧ୍ୟାରେ ମାଗଣାରେ ପଢ଼ାଉଛନ୍ତି।
ସେ ପ୍ରଥମେ ଜଣେ ଝିଅକୁ ଭିକ୍ଷା ମାଗୁଥିବା ଦେଖି ତାଙ୍କୁ ବହି ଦେଇ ପଢ଼ାଇବା ଆରମ୍ଭ କରିଥିଲେ। ପରେ ଅନ୍ୟ ପିଲାମାନେ ଆସି ପଢ଼ିବାକୁ ବସିଗଲେ। ଏବେ ପ୍ରତି ସନ୍ଧ୍ୟାରେ ୬୦- ୭୦ ପିଲା ପଢ଼ୁଛନ୍ତି। କୃଷ୍ଣ ସେମାନଙ୍କ ନାମ ମଧ୍ୟ ସରକାରୀ ସ୍କୁଲରେ ଲେଖାଉଛନ୍ତି।
ରାସ୍ତାକଡ଼ରେ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିବା ପରେ ସାରା ଭାରତରୁ ରାଶନ କିଟ୍‌, ପାଠ୍ୟ ଉପକରଣ ଆଦି ସାହାଯ୍ୟ ମିଳୁଛି। କୃଷ୍ଣ କୁମାରଙ୍କ ଘର ରାଜସ୍ଥାନ ହନୁମାନଗଡ଼ରେ। ଆର୍ଥିକ ଅଭାବରୁ ସେ ପିଲାଦିନେ ପଢ଼ା ଛାଡ଼ି ଦେଇଥିତ୍ଲେ। ପରେ ସେ ପୁନର୍ବାର କଠିନ ପରିଶ୍ରମ କରି ରୋଜଗାର କରିବା ସହ ପଢ଼ି ଆଗକୁ ବଢ଼ିଛନ୍ତି ଓ ଦିଲ୍ଲୀରେ ଶିକ୍ଷକ ହୋଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri