ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ ‘ସିମ୍‌’ ବୋଲି ଡାକିଲେ। ଏବେ ‘ସିମ୍‌’ ନାଆଁଟା କଲେଜରେ ପୂରା ଭାଇରାଲ ହୋଇଗଲାଣି। ଆଜିକାଲି ମମି ମୁହଁରୁ ବି ‘ଶ୍ରୀମୟ’ ଡାକ ଶୁଣିଲେ ପୁଅ ରାଗୁଛି। ‘ସିମ୍‌’ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛି। ଆଜି ଫଳ ବାହାରିବ। ଦିନ ୧୦ଟା ବାଜିଲାଣି। ପୁଅ ଓସାରିଆ ମୋବାଇଲକୁ ଜାବୁଡ଼ି ଧରି ଶୋଇଛି। ମମି ଡାକିଲାରୁ କହିଲା, ଉଠିକି କଣଟା କରିବି? ଏବେ ସମସ୍ତେ ଲଗ୍‌-ଇନ୍‌ କରିବେ। ସାଇଟ୍‌ ଜାମ୍‌ ଥିବ। ସଞ୍ଜବେଳକୁ ଭିଡ ନ ଥିବ, ଆରାମରେ ବସିକି ରେଜଲ୍ଟ ଦେଖିବା। ଏତିକି କହି ପୁଣି ଆଖି ବୁଜି ଶୋଇଲା।
ଚେୟାର ଉପରେ ବସି ଖବରକାଗଜ ପଢୁଥିବା ଡାଡି ପୁଅର କଥା ଶୁଣି ହସିଦେଇ ସୁମୀକୁ ଅନେଇଲେ। ସୁମୀ କହିଲା, ତୁମେ ଟିକେ ରେଜଲ୍ଟ ଦେଖି ଦିଅ। ଏହା କହି ପତିଙ୍କ ହାତକୁ ପୁଅର ଆଡ୍‌ମିଟ୍‌ କାର୍ଡ ବଢ଼େଇ ଦେଲା। ଡାଡି ଇଣ୍ଟରନେଟ୍‌ ଖୋଲି ଫଳ ଖୋଜିଲେ। ଫଳ ନା ମୂଳ। େଓବ୍‌ସାଇଟ୍‌ ଜାମ୍‌। ଇଣ୍ଟରନେଟ୍‌ ବନ୍ଦ କରି ସୁମୀକୁ କହିଲେ, ମୁଁ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି। ପୁଅ ତ ଡାକ୍ତରୀ-ଇଞ୍ଜିନିୟରିଂ ପାଇଁ କିଛି ପରୀକ୍ଷା ଦେଲାନାହିଁ। ଜିଦ୍‌ ଧରିଛି, ଅନର୍ସ ନେଇ ବିଜ୍ଞାନ ପଢ଼ିବ। ସୁମୀ କହିଲା, ଅସୁବିଧା କଅଣ? ପଦାର୍ଥ ବିଜ୍ଞାନ କି ରସାୟନ ବିଜ୍ଞାନ ନେଇକି ପଢୁ। ଡାଡି କହିଲେ, ଖାଲି କଅଣ ସେଇ ଦୁଇଟା ବିଷୟ ଅଛି? ଆଜିକାଲି ଶହେ ଅନର୍ସ ଖୋଲିଲାଣି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଭୂତତ୍ତ୍ୱ ବିଜ୍ଞାନ, ଜୀବବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ, କମ୍ପ୍ୟୁଟର-ପ୍ରୟୋଗ ବିଜ୍ଞାନ, ପରିସଂଖ୍ୟାନ, ଏମିତି ପଣ ପଣ ବିଜ୍ଞାନ। ସୁମୀ ପଚାରିଲା, କୋଉଟା ନେଲେ ଭଲ ହେବ ଭାବୁଛ? ଡାଡି କହିଲେ, ଏବେ ଏତେଗୁଡ଼ା ନୂଆ ନୂଆ ବିଜ୍ଞାନ ବିଷୟ ଆସିଗଲାଣି ଯେ କୋଉଟା ଭଲ କୋଉଟା ଖରାପ ହଠାତ୍‌ କହିହେବନି। ମୁଁ ତା’ର କେବଳ ବି.ଏସ୍‌ସି. ପଢ଼ିବା କଥା ନୁହଁ, ତା’ ପରେ ଏମ୍‌.ଏସ୍‌ସି. ଓ ଗବେଷଣା କଥା ବି ଭାବୁଛି। ଯଦି ବି ପୁଅଟାକୁ ପଦାର୍ଥ ବିଜ୍ଞାନ ଅନର୍ସ ମିଳିଗଲା, ବି.ଏସ୍‌ସି. ପରେ ଭାବିବ କୋଉଥିରେ ପି.ଜି. କରିବ? ପଦାର୍ଥ ବିଜ୍ଞାନରେ ନା ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନରେ, ଇଲେକ୍‌ଟ୍ରୋନିକ୍‌ସରେ ନା ମହାସାଗର ବିଜ୍ଞାନରେ ଇତ୍ୟାଦି ଇତ୍ୟାଦି। ପି.ଜି. ସରିଲେ ଭାବିବ କୋଉ ଉପରେ ଗବେଷଣା କରିବ। ଜ୍ୟୋତିର୍ବିଜ୍ଞନ ନା କଠିନ ପଦାର୍ଥର ବିଜ୍ଞାନ, କଣିକା ବିଜ୍ଞାନ ନା ନିଉକ୍ଲିୟ ବିଜ୍ଞାନ, ଲେଜରତତ୍ତ୍ୱ, ପାରମ୍ପରିକ ପଦାର୍ଥ ବିଜ୍ଞାନ ନା କ୍ୱାଣ୍ଟମ୍‌ତତ୍ତ୍ୱ, ଏମିତି ଅନେକ। ସୁମୀ ପଚାରିଲା, ଯଦି ରସାୟନ ବିଜ୍ଞାନ ନେବ? ଡାଡି କହିଲେ, ସେଠି ମଧ୍ୟ ବିଜ୍ଞାନର ବଣ। ଫିଜିକାଲ-ଅର୍ଗାନିକ୍‌-ଇନୋର୍ଗାନିକ୍‌-ଆନାଲିଟିକାଲ-ବାୟୋକେମିଷ୍ଟ୍ରୀ ଇତ୍ୟାଦିର ଲମ୍ବା ଧାଡ଼ି। କୋଉଟା ପଢ଼ିବ କୋଉଟା ଛାଡ଼ିବ, ନିର୍ଣ୍ଣୟ କରିବା କଷ୍ଟକର।
ମମିଡାଡିଙ୍କ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକେଇ ‘ସିମ୍‌’ ନିଦରୁ ଉଠି ବିରକ୍ତି ସ୍ବରରେ କହିଲା, ମମି, ସକାଳେ ମତେ ଟିକେ ଶାନ୍ତିରେ ଶୋଇବାକୁ ଦେବନି। ସୁମୀ କହିଲା, ବାପାରେ, ଏବେ କଅଣ ସକାଳ ହୋଇଛି? ଦିନ ଆସି ୧୧ଟା ହେଲାଣି ପରା। ସିମ୍‌ କହିଲା, ମୁଁ ରାତିସାରା ଅନିଦ୍ରା ରହୁଛି।
ତେଣୁ ସକାଳେ ଶୋଇଲେ ତୁମର କଅଣ ଅସୁବିଧା ହେଉଛି? ନିଜେ ତ ରାତି ୧୦ଟା ବେଳକୁ ଶୋଇପଡୁଛ। ମୋ ପରି ରାତିସାରା ଅନିଦ୍ରା ରହିକି ଦେଖାଓ, ମୁଁ ମାନିବି। ସୁମୀ କହିଲା, ତୁ ଏମିତି କହୁଛୁ, ଯେମିତି ରାତିସାରା ଉଜାଗର ରହି ପାଠ ପଢୁଛୁ। ତୁ ପଢ଼ା ସାରା ରାତି ମୋବାଇଲକୁ ଅନେଇଛୁ। ‘ସିମ୍‌’ ବିରକ୍ତି ସ୍ବରରେ କହିଲା, ସବୁବେଳେ ପାଠ କଥା କାହିଁକି କହୁଛ? ବହି ବାହାରେ ଅନେକ ବିଷୟ ରହିଛି। ମୋବାଇଲ ଭିତରେ ବହୁତ ଜ୍ଞାନ ଅଛି। ଡାଡି କହିଲେ, ‘ସିମ୍‌’ ଠିକ୍‌ କହିଛି। ରାତିସାରା ମୋବାଇଲ ଦେଖିଲେ ବହୁତ କଥା ଜାଣିବ। ହଇଓ, ତୁମେ ପରା ନିଜେ ପୁଅକୁ ଏତେ ବଡ଼ ମୋବାଇଲ୍‌ ଦେଇଛ। ସେଇଟାକୁ ସବୁବେଳେ ନ ଧରିଲେ ଜିନିଷଟା ପଡ଼ି ପଡ଼ି ନଷ୍ଟ ହୋଇଯିବ। ସେ ବହି ବାହାରେ ରହିଥିବା ବିଭିନ୍ନ କଥା ଜାଣିବା ପାଇଁ ମୋବାଇଲ ଦେଖୁଛି ବୋଲି ରାତି ସାରା ଚାହୁଁଛି। ତେଣୁ ଦିନସାରା ଶୋଇବା ଅଧିକାର ତା’ର ଅଛି। ତୁମେ ଅଯଥା ବିବ୍ରତ ହୁଅନାହିଁ।
ସୁମୀ ଟିକିଏ ରହିଯାଇ ପୁଣି କହିଲା, ହଉ, ମୋ ବାପାଟା ପରା, ଡାଡି ତୋ ପାଇଁ କେତେ କଅଣ ପ୍ଲାନ୍‌ କଲେଣି। ଏବେ ଉଠିପଡ଼। ସିମ୍‌ କହିଲା, ଏତେ ପ୍ଲାନ୍‌ କାହିଁକି? ପ୍ଲସ୍‌-ଟୁ ଦୁଇ ବର୍ଷ ବିଜ୍ଞାନ ପଢ଼ି ପଢ଼ି ଇଂଟିଗ୍ରେସନ୍‌-ଡେରିଭେଟିଭ୍‌-ଡିଡକ୍‌ସନ୍‌-ଡେରିଭେସନ୍‌ କରି କରି ମୁଁ ପାଗଳ ହୋଇଗଲିଣି। ମତେ ଆଉ ସେ ବିଜ୍ଞାନ-ଫିଜ୍ଞାନ ପଢ଼ିବାକୁ କହିବନି। ଶ୍ରୀମୟର କଥା ଶୁଣି ଡାଡି ଆଶ୍ଚର୍ଯ୍ୟ ହୋଇ ପୁଅକୁ ପଚାରିଲେ, ଏମିତି କଅଣ କହୁଛୁ? ତୁ ପରା କହିଥିଲୁ ଅନର୍ସ ନେଇ ବିଜ୍ଞାନ ପଢ଼ିବୁ। ସିମ୍‌ ଉତ୍ତରଦେଲା, ହଁ, କହିଥିଲି। ରାଜନୀତି ବିଜ୍ଞାନ କଥା କହିଥିଲି। ରାଜନୀତି ବିଜ୍ଞାନ ନେଇ +୩ ପଢ଼ିବି। ମତେ ପି.ଜି. ପଢ଼ିବାକୁ କିମ୍ବା ଗବେଷଣା କରିବାକୁ କହିବନି, ପୁଣି କଥା ଖରାପ ହେବ। ସୁମୀ ପଚାରିଲା, ଆଉ କଅଣ କରିବୁ? ସିମ୍‌ କହିଲା, +୩ ସରିଲେ ରାଜନୀତି କରିବି। ଆମ ଏମ୍‌.ଏଲ୍‌.ଏ. ଅଙ୍କଲ କହିଛନ୍ତି, ମତେ ପୂରା ଗାଇଡ୍‌ କରିବେ। ବର୍ଷ ଦୁଇଟା ସକ୍ରିୟ ରାଜନୀତି କରିଦେଲେ ଟିକେଟ୍‌ ମିଳିଯିବ।
ସୁମୀ ପଚାରିଲା, କୋଉ ଟିକେଟ୍‌? ସିମ୍‌ ବୁଝେଇଦେଲା, ଏମ୍‌.ଏଲ୍‌.ଏ. ଲଢ଼ିବା ପାଇଁ ଟିକେଟ୍‌। ଅଙ୍କଲ କହୁଥିଲେ ସେଥିପାଇଁ ଟିକେ ବେଶି ପଇସା ଖର୍ଚ୍ଚ ହେବ। ହଉ ଖର୍ଚ୍ଚ। ଆମର ଏତେ କୋଠାବାଡ଼ି ସେତେବେଳେ ମୋ କାମରେ ଆସିବ। ଥରେ ଏମ୍‌.ଏଲ୍‌.ଏ. ହୋଇଗଲେ, କେତେ କୋଠାବାଡ଼ି ମୁଁ କରିପାରିବି। ପୁଅର ଭବିଷ୍ୟତ ଯୋଜନା ଶୁଣି ଡାଡି ସୁମୀକୁ ଅନେଇଲେ। ସୁମୀର ଆଖି ବଡ଼ ବଡ଼ ଦିଶୁଥିଲା। ଡାଡି ହସି ଦେଇ କହିଲେ, ମୁଁ ସତରେ ବିଜ୍ଞାନ-ବଣରେ ବୁଲି ବୁଲି ବାଇଆ ହେଉଛି। ପୁଅ ତ ଅସଲ ପ୍ଲାନ୍‌ କରିସାରିଛି। ସତରେ ସୁମୀ, ତୁମେ ‘ପୁତ’ ଜନମ କରି ‘ପୁତ୍‌’ ନାମକ ନର୍କଦଣ୍ଡରୁ ମୁକ୍ତି ପାଇଗଲ ଜାଣ। ତୁମ ସହିତ ମତେ ବି ମୁକ୍ତି ମିଳିଯିବ।

ଡ. କମଳାକାନ୍ତ ଜେନା

ଓ.ଇ.ଏସ୍‌. (ଏ), କଂଟ୍ରୋଲର, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର,
ମୋ:୯୪୩୯୫୦୧୬୫୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri