ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ ସ୍ଥାନୀୟ ଭାଷାର ଉଚ୍ଚାରଣ ଓ ଭୌଗୋଳିକ ସ୍ଥିତିକୁ ନେଇ କରାଯାଇଥିଲା। ପରେ ତାହାର ପ୍ରଭାବ ଅନ୍ୟ ସ୍ଥାନଗୁଡ଼ିକ ଉପରେ ପଡ଼ିଥିଲା। କିଛିମାସ ତଳେ କେରଳ କେରଳମ୍‌ରେ ପରିବର୍ତ୍ତିତ ହୋଇଥିଲା। ଆମ ରାଜ୍ୟ ଓଡ଼ିଶା ଓ ଏହାର କେତେକ ସ୍ଥାନୀୟ ନାମର ଇଂଲିଶ ବନାନ ସଂଶୋଧନ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଇଂଲିଶରେ କୁହାଯାଉଥିବା ‘ଇଣ୍ଡିଆ’ର ନାମ ହଟାଯାଇ ତା’ ସ୍ଥାନରେ ‘ଭାରତ’ ରଖାଯିବା ପାଇଁ ଗୋଟେ ମସୁଧା ୨୦୨୩ ସେପ୍ଟେମ୍ବରରେ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବର ୯ ଓ ୧୦ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ରର ବଡ଼ ନେତାମାନେ ଆସିଥିଲେ। ତା’ ପୂର୍ବରୁ ଭାରତର ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଉଲ୍ଲେଖ ଥିବାରୁ ତାହାକୁ ନେଇ ବିବାଦ ଉପୁଜିଥିଲା। ଏହା ପଛରେ ଥିବା ରାଜନୈତିକ ଚିନ୍ତାଧାରା ସେତେବେଳେ ଚର୍ଚ୍ଚାକୁ ଆସିଥିଲା। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଗତିରୋଧ କରିବା ଲାଗି ବିରୋଧୀ ମଞ୍ଚର ନାମ ରଖାଯାଇଥିଲା ଇଣ୍ଡିଆନ୍‌ ନ୍ୟାଶନାଲ ଡେଭଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)। ଇଣ୍ଡିଆ ଯେହେତୁ ଭାରତର ଇଂଲିଶ ନାମ ସେହି ଦୃଷ୍ଟିରୁ ଏନ୍‌ଡିଏ ସରକାର ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣପତ୍ର ପ୍ରେରଣ କରିଥିବା ଦେଖାଯାଇଥିଲା।
ଇତିହାସକୁ ଦେଖିଲେ ଭାରତବର୍ଷର ଆକାର ଆଜିର ‘ଇଣ୍ଡିଆ’ର ମାନଚିତ୍ର ସହିତ ସମ୍ପୂର୍ଣ୍ଣ ଭାବେ ଖାପ ଖାଉନାହିଁ।। ଉଦାହରଣ ସ୍ବରୂପ ଦକ୍ଷିଣ, ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଅନେକ ଅଂଶ ଐତିହାସିକ ଭାରତବର୍ଷର ଅଙ୍ଗ ନ ଥିଲା। ‘ଭାରତ’ ସହିତ ସମାନ ସାଦୃଶ ଥିବା ପ୍ରଥମ ଶବ୍ଦ ଏକ ବଂଶସତ୍ତା ଭାବରେ ପାଣିନୀଙ୍କ ଅଷ୍ଟାଧ୍ୟାୟୀ ୪.୨.୧୧୩ରେ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ଦେଖାଯାଏ, ଯେଉଁଠାରେ ଭାରତ ଉତ୍ତର ଭାରତର ପୂର୍ବ ଭାଗରେ ଏକ ଗୋତ୍ର ଭାବେ ଉଲ୍ଲିଖିତ ରହିଥିଲା। ଏଥିରେ ପ୍ରାଚ୍ୟର ପୂର୍ବ ଭାଗ ଅଞ୍ଚଳକୁ ବାଦ୍‌ ଦିଆଯାଇଥିଲା। ଋଗ୍‌ବେଦରେ ‘ଭାରତ’ ନାମକ ଏକ ଜନଜାତି ଥିଲା। କିନ୍ତୁ ଏହା କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡକୁ ବୁଝାଉ ନ ଥିଲା। ବରଂ ଭୂଖଣ୍ଡର ନାମ ‘କୁରୁ’ ଭାବେ ପରିଚିତ ଥିଲା। ପୁଣି ଦେଖିବାକୁ ଗଲେ ‘ଭାରତବର୍ଷ’ ଶବ୍ଦର ପ୍ରଥମ ଲିପିବଦ୍ଧ ବ୍ୟବହାର ପ୍ରଥମ ଶତାବ୍ଦୀ ସିଇ (କମନ୍‌ ଏରା)ରେ ହାତୀଗୁମ୍ଫାର ଶିଳାଲେଖରେ ଦେଖାଯାଏ। ଏହା କଳିଙ୍ଗ ରାଜା ଖାରବେଳଙ୍କ ସହ ଜଡ଼ିତ ଥିଲା। ଏହି ଐତିହାସିକ ଶିଳାଲେଖରେ ରାଜା ଖାରବେଳ ଗର୍ବର ସହିତ ‘ଭାରତବର୍ଷ’ର ବିଜୟର ଉଲ୍ଲେଖ କରିଛନ୍ତି। ଅବଶ୍ୟ ସେହି ସମୟରେ ‘ଭାରତବର୍ଷ’ କଳିଙ୍ଗ କିମ୍ବା ଉପମହାଦେଶର ପୂର୍ବ ଭାଗର ଓଡ଼ିଶା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁ ନ ଥିଲା। ଏଥିରୁ ବୁଝାଯାଇଛି ଯେ, ସମ୍ରାଟ ଖାରବେଳଙ୍କ ଶିଳାଲେଖରେ ସେ ଭାରତବର୍ଷ ଉପରେ ତାଙ୍କର ସୈନ୍ୟ ବିଜୟର ବିବରଣୀ ଦେଇଛନ୍ତି। କଳିଙ୍ଗର ରାଜନୈତିକ ସାର୍ବଭୌମତ୍ୱ ସେହି ସମୟର କେନ୍ଦ୍ରୀୟ ବା ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକଠାରୁ ଅଲଗା ଓ ସ୍ବାଧୀନ ଥିଲା ବୋଲି କେତେକ ଐତିହାସିକ ମତ ଦିଅନ୍ତି।
ଏସୀୟ ମହାଦେଶର ଏହି ଭୂଖଣ୍ଡର ଇତିହାସ ଓ ଭୌଗୋଳିକ ସୀମା ବୁଝିବା କଷ୍ଟକର। ଏଠାରେ ଉଲ୍ଲେଖ କରାଯାଇ ହେବ ଯେ, ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକର କୋଡ୍‌ ଯେଉଁସବୁ ପୁରୁଣା ନାମ ପୂର୍ବରୁ ଯାହା ରହି ଆସିଛି ତାହା ପରିବର୍ତ୍ତନ କରିବା ସମ୍ଭବପର ନୁହେଁ। ଉଦାହରଣ ସ୍ବରୂପ ମୁମ୍ବାଇ ବିମାନବନ୍ଦର କୋଡ୍‌ ବମ୍ବେ ପାଇଁ BOM (ବିଓଏମ୍‌), କୋଲ୍‌କାତା ଏବେ ବି କଲିକତା ପାଇଁ CCU (ସିସିୟୁ), ଚେନ୍ନାଇ ବର୍ତ୍ତମାନ ମଧ୍ୟ ମାଡ୍ରାସ ଲାଗି MAA (ଏମ୍‌ଏଏ) ରହିଛି। ଏଗୁଡ଼ିକ ବଦଳାଇବା ସକାଶେ ଭାରତ ସରକାର ସକ୍ଷମ ନୁହେଁ। ଏହା ପରିବର୍ତ୍ତନ କରିପାରିବ ଇଣ୍ଟରନ୍ୟାଶନାଲ ସିଭିଲ ଏଭିଏଶନ ଅର୍ଗାନାଇଜେଶନ (ଆଇସିଏଓ)। ସେହି ସଂସ୍ଥା ବ୍ୟତୀତ ଏହିସବୁ ସଂକ୍ଷିପ୍ତ ନାମ କୌଣସି ଦେଶର ସରକାର ବଦଳାଇ ପାରିବେ ନାହିଁ। ଏହାବ୍ୟତୀତ ସ୍ବାଧୀନତାଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ଅନେକ ଲକ୍ଷ ରାୟ ଦେଇଆସିଥିବା ଉଚ୍ଚ ନ୍ୟାୟାଳୟ ନିଜର ନାମ ପରିବର୍ତ୍ତନ କରିବାରେ ଅକ୍ଷମ କାରଣ ଏହିସବୁ ନାମ ସହିତ ସେହି ହାଇକୋର୍ଟର ପୂର୍ବ ରାୟଗୁଡ଼ିକ ଜଡ଼ିତ। ବିଶେଷକରି ଆଜିର ଡିଜିଟାଲ ଯୁଗରେ ବମ୍ବେ ହାଇକୋର୍ଟରୁ ପ୍ରକାଶ ପାଇଥିବା ୭୦ ମସିହାର କୌଣସି ଏକ ରାୟ ଖୋଜିଲେ ମିଳିପାରିବ। କିନ୍ତୁ ମୁମ୍ବାଇ ହାଇକୋର୍ଟ ହୋଇଗଲେ ଖୋଜିବା କଷ୍ଟକର ହେବ। ଏଥିପାଇଁ ଖର୍ଚ୍ଚ ଯେଉଁ ପରିମାଣରେ ହେବ ତାହା କଳ୍ପନା ବାହାରେ। କୁହାଯାଉଛି ୨୦୧୧ ମସିହାରେ ଓଡ଼ିଶାକୁ ‘ଓଡ଼ିଶା’ ପରିବର୍ତ୍ତନ କରିବାରେ ପ୍ରାୟ ୩୦୦ କୋଟିରୁ ଅଧିକ ସରକାରୀ ବା କରଦାତାଙ୍କ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଏହି ବନାନ ପରିବର୍ତ୍ତନ କେବଳ ଇଂଲିଶ ଅକ୍ଷରରେ ହୋଇଥିବାରୁ ରାଜ୍ୟବାସୀଙ୍କ ଦୈନନ୍ଦିନ ଜୀବନରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଅନୁରୂପ ଭାବେ ପ୍ରତିଟି ଭାରତୀୟ ଟଙ୍କା ଉପରେ ଲେଖାଯାଇଥିବା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପ୍ରତିଶ୍ରୁତି ଥିବା ବେଳେ ୧ ଟଙ୍କିଆ କାଗଜ ନୋଟ୍‌ ଉପରେ ଗଭର୍ନମେଣ୍ଟ ଅଫ୍‌ ଇଣ୍ଡିଆ ଲେଖା ରହିବା ସହିତ ଅର୍ଥ ସଚିବଙ୍କ ଦସ୍ତଖତ ରହୁଛି। ଅବଶ୍ୟ ଆଉ ୧ ଟଙ୍କିଆ ନୋଟ୍‌ କ୍ୱଚିତ ମିଳୁଛି। ଯେତେ ପରିବର୍ତ୍ତନ କଲେ ବି ମୂଳରେ ରହୁଛି ଇଣ୍ଡିଆ।
ଏବେ ଏକ ଦୃଷ୍ଟିକୋଣରୁ ଯଦି ଇଣ୍ଡିଆ ରହିଲେ ତାହା କୌଣସି ରାଜନୈତିକ ଗୋଷ୍ଠୀକୁ ଇଙ୍ଗିତ କରୁଛି ବୋଲି ଦର୍ଶାଇ ଭାରତକୁ ନାମ ପରିବର୍ତ୍ତନ କରାଯାଉଛି, ତେବେ ଭାରତ ଶବ୍ଦକୁ ଭବିଷ୍ୟତରେ ରାଜନୈତିକ ରଙ୍ଗ ଦେଇ ପୁନଃ ପରିବର୍ତ୍ତନ କରିବାର ସୁଯୋଗ ସୃଷ୍ଟି ହୋଇପାରେ। ନାମ ପରିବର୍ତ୍ତନକୁ କେହି ବିରୋଧ କରିବାର ପ୍ରୟୋଜନ ନାହିଁ। କିନ୍ତୁ ସେହି ପରିବର୍ତ୍ତନ ପଛରେ ଥିବା ଐତିହାସିକ କାରଣ ଜନସାଧାରଣଙ୍କୁ ଜଣାଇବା ଅତ୍ୟନ୍ତ ଆବଶ୍ୟକ। ଏହି ଆବଶ୍ୟକତା ଉପୁଜୁଛି, କାରଣ ନାମ ପରିବର୍ତ୍ତନ କରିବାକୁ ଗଲେ ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ ହେବ ଏବଂ ଯେଉଁ ଜଟିଳ ପ୍ରକ୍ରିୟା ସୃଷ୍ଟି ହେବ, ତାହାର ବୋଝ ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ। ଆଜିର ବିଶ୍ୱ ପରିସ୍ଥିତିକୁ ଦେଖିଲେ ଅଳ୍ପ କେତେକ ରାଜନୈତିକ ଦୃଷ୍ଟିଭଙ୍ଗୀକୁ ସନ୍ତୁଷ୍ଟ କରିବାକୁ ଯାଇ ଭାରତର ୧୫୦ କୋଟି ନାଗରିକଙ୍କୁ ଏଭଳି କଷ୍ଟର ସମ୍ମୁଖୀନ ହେବାକୁ ବାଧ୍ୟ କରାଯିବା ଉଚିତ କି ନୁହେଁ, ତାହା ବିଚାରଯୋଗ୍ୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ…

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri