ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ ସ୍ଥାନୀୟ ଭାଷାର ଉଚ୍ଚାରଣ ଓ ଭୌଗୋଳିକ ସ୍ଥିତିକୁ ନେଇ କରାଯାଇଥିଲା। ପରେ ତାହାର ପ୍ରଭାବ ଅନ୍ୟ ସ୍ଥାନଗୁଡ଼ିକ ଉପରେ ପଡ଼ିଥିଲା। କିଛିମାସ ତଳେ କେରଳ କେରଳମ୍‌ରେ ପରିବର୍ତ୍ତିତ ହୋଇଥିଲା। ଆମ ରାଜ୍ୟ ଓଡ଼ିଶା ଓ ଏହାର କେତେକ ସ୍ଥାନୀୟ ନାମର ଇଂଲିଶ ବନାନ ସଂଶୋଧନ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଇଂଲିଶରେ କୁହାଯାଉଥିବା ‘ଇଣ୍ଡିଆ’ର ନାମ ହଟାଯାଇ ତା’ ସ୍ଥାନରେ ‘ଭାରତ’ ରଖାଯିବା ପାଇଁ ଗୋଟେ ମସୁଧା ୨୦୨୩ ସେପ୍ଟେମ୍ବରରେ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବର ୯ ଓ ୧୦ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ରର ବଡ଼ ନେତାମାନେ ଆସିଥିଲେ। ତା’ ପୂର୍ବରୁ ଭାରତର ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଉଲ୍ଲେଖ ଥିବାରୁ ତାହାକୁ ନେଇ ବିବାଦ ଉପୁଜିଥିଲା। ଏହା ପଛରେ ଥିବା ରାଜନୈତିକ ଚିନ୍ତାଧାରା ସେତେବେଳେ ଚର୍ଚ୍ଚାକୁ ଆସିଥିଲା। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଗତିରୋଧ କରିବା ଲାଗି ବିରୋଧୀ ମଞ୍ଚର ନାମ ରଖାଯାଇଥିଲା ଇଣ୍ଡିଆନ୍‌ ନ୍ୟାଶନାଲ ଡେଭଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)। ଇଣ୍ଡିଆ ଯେହେତୁ ଭାରତର ଇଂଲିଶ ନାମ ସେହି ଦୃଷ୍ଟିରୁ ଏନ୍‌ଡିଏ ସରକାର ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣପତ୍ର ପ୍ରେରଣ କରିଥିବା ଦେଖାଯାଇଥିଲା।
ଇତିହାସକୁ ଦେଖିଲେ ଭାରତବର୍ଷର ଆକାର ଆଜିର ‘ଇଣ୍ଡିଆ’ର ମାନଚିତ୍ର ସହିତ ସମ୍ପୂର୍ଣ୍ଣ ଭାବେ ଖାପ ଖାଉନାହିଁ।। ଉଦାହରଣ ସ୍ବରୂପ ଦକ୍ଷିଣ, ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଅନେକ ଅଂଶ ଐତିହାସିକ ଭାରତବର୍ଷର ଅଙ୍ଗ ନ ଥିଲା। ‘ଭାରତ’ ସହିତ ସମାନ ସାଦୃଶ ଥିବା ପ୍ରଥମ ଶବ୍ଦ ଏକ ବଂଶସତ୍ତା ଭାବରେ ପାଣିନୀଙ୍କ ଅଷ୍ଟାଧ୍ୟାୟୀ ୪.୨.୧୧୩ରେ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ଦେଖାଯାଏ, ଯେଉଁଠାରେ ଭାରତ ଉତ୍ତର ଭାରତର ପୂର୍ବ ଭାଗରେ ଏକ ଗୋତ୍ର ଭାବେ ଉଲ୍ଲିଖିତ ରହିଥିଲା। ଏଥିରେ ପ୍ରାଚ୍ୟର ପୂର୍ବ ଭାଗ ଅଞ୍ଚଳକୁ ବାଦ୍‌ ଦିଆଯାଇଥିଲା। ଋଗ୍‌ବେଦରେ ‘ଭାରତ’ ନାମକ ଏକ ଜନଜାତି ଥିଲା। କିନ୍ତୁ ଏହା କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡକୁ ବୁଝାଉ ନ ଥିଲା। ବରଂ ଭୂଖଣ୍ଡର ନାମ ‘କୁରୁ’ ଭାବେ ପରିଚିତ ଥିଲା। ପୁଣି ଦେଖିବାକୁ ଗଲେ ‘ଭାରତବର୍ଷ’ ଶବ୍ଦର ପ୍ରଥମ ଲିପିବଦ୍ଧ ବ୍ୟବହାର ପ୍ରଥମ ଶତାବ୍ଦୀ ସିଇ (କମନ୍‌ ଏରା)ରେ ହାତୀଗୁମ୍ଫାର ଶିଳାଲେଖରେ ଦେଖାଯାଏ। ଏହା କଳିଙ୍ଗ ରାଜା ଖାରବେଳଙ୍କ ସହ ଜଡ଼ିତ ଥିଲା। ଏହି ଐତିହାସିକ ଶିଳାଲେଖରେ ରାଜା ଖାରବେଳ ଗର୍ବର ସହିତ ‘ଭାରତବର୍ଷ’ର ବିଜୟର ଉଲ୍ଲେଖ କରିଛନ୍ତି। ଅବଶ୍ୟ ସେହି ସମୟରେ ‘ଭାରତବର୍ଷ’ କଳିଙ୍ଗ କିମ୍ବା ଉପମହାଦେଶର ପୂର୍ବ ଭାଗର ଓଡ଼ିଶା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁ ନ ଥିଲା। ଏଥିରୁ ବୁଝାଯାଇଛି ଯେ, ସମ୍ରାଟ ଖାରବେଳଙ୍କ ଶିଳାଲେଖରେ ସେ ଭାରତବର୍ଷ ଉପରେ ତାଙ୍କର ସୈନ୍ୟ ବିଜୟର ବିବରଣୀ ଦେଇଛନ୍ତି। କଳିଙ୍ଗର ରାଜନୈତିକ ସାର୍ବଭୌମତ୍ୱ ସେହି ସମୟର କେନ୍ଦ୍ରୀୟ ବା ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକଠାରୁ ଅଲଗା ଓ ସ୍ବାଧୀନ ଥିଲା ବୋଲି କେତେକ ଐତିହାସିକ ମତ ଦିଅନ୍ତି।
ଏସୀୟ ମହାଦେଶର ଏହି ଭୂଖଣ୍ଡର ଇତିହାସ ଓ ଭୌଗୋଳିକ ସୀମା ବୁଝିବା କଷ୍ଟକର। ଏଠାରେ ଉଲ୍ଲେଖ କରାଯାଇ ହେବ ଯେ, ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକର କୋଡ୍‌ ଯେଉଁସବୁ ପୁରୁଣା ନାମ ପୂର୍ବରୁ ଯାହା ରହି ଆସିଛି ତାହା ପରିବର୍ତ୍ତନ କରିବା ସମ୍ଭବପର ନୁହେଁ। ଉଦାହରଣ ସ୍ବରୂପ ମୁମ୍ବାଇ ବିମାନବନ୍ଦର କୋଡ୍‌ ବମ୍ବେ ପାଇଁ BOM (ବିଓଏମ୍‌), କୋଲ୍‌କାତା ଏବେ ବି କଲିକତା ପାଇଁ CCU (ସିସିୟୁ), ଚେନ୍ନାଇ ବର୍ତ୍ତମାନ ମଧ୍ୟ ମାଡ୍ରାସ ଲାଗି MAA (ଏମ୍‌ଏଏ) ରହିଛି। ଏଗୁଡ଼ିକ ବଦଳାଇବା ସକାଶେ ଭାରତ ସରକାର ସକ୍ଷମ ନୁହେଁ। ଏହା ପରିବର୍ତ୍ତନ କରିପାରିବ ଇଣ୍ଟରନ୍ୟାଶନାଲ ସିଭିଲ ଏଭିଏଶନ ଅର୍ଗାନାଇଜେଶନ (ଆଇସିଏଓ)। ସେହି ସଂସ୍ଥା ବ୍ୟତୀତ ଏହିସବୁ ସଂକ୍ଷିପ୍ତ ନାମ କୌଣସି ଦେଶର ସରକାର ବଦଳାଇ ପାରିବେ ନାହିଁ। ଏହାବ୍ୟତୀତ ସ୍ବାଧୀନତାଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ଅନେକ ଲକ୍ଷ ରାୟ ଦେଇଆସିଥିବା ଉଚ୍ଚ ନ୍ୟାୟାଳୟ ନିଜର ନାମ ପରିବର୍ତ୍ତନ କରିବାରେ ଅକ୍ଷମ କାରଣ ଏହିସବୁ ନାମ ସହିତ ସେହି ହାଇକୋର୍ଟର ପୂର୍ବ ରାୟଗୁଡ଼ିକ ଜଡ଼ିତ। ବିଶେଷକରି ଆଜିର ଡିଜିଟାଲ ଯୁଗରେ ବମ୍ବେ ହାଇକୋର୍ଟରୁ ପ୍ରକାଶ ପାଇଥିବା ୭୦ ମସିହାର କୌଣସି ଏକ ରାୟ ଖୋଜିଲେ ମିଳିପାରିବ। କିନ୍ତୁ ମୁମ୍ବାଇ ହାଇକୋର୍ଟ ହୋଇଗଲେ ଖୋଜିବା କଷ୍ଟକର ହେବ। ଏଥିପାଇଁ ଖର୍ଚ୍ଚ ଯେଉଁ ପରିମାଣରେ ହେବ ତାହା କଳ୍ପନା ବାହାରେ। କୁହାଯାଉଛି ୨୦୧୧ ମସିହାରେ ଓଡ଼ିଶାକୁ ‘ଓଡ଼ିଶା’ ପରିବର୍ତ୍ତନ କରିବାରେ ପ୍ରାୟ ୩୦୦ କୋଟିରୁ ଅଧିକ ସରକାରୀ ବା କରଦାତାଙ୍କ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଏହି ବନାନ ପରିବର୍ତ୍ତନ କେବଳ ଇଂଲିଶ ଅକ୍ଷରରେ ହୋଇଥିବାରୁ ରାଜ୍ୟବାସୀଙ୍କ ଦୈନନ୍ଦିନ ଜୀବନରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଅନୁରୂପ ଭାବେ ପ୍ରତିଟି ଭାରତୀୟ ଟଙ୍କା ଉପରେ ଲେଖାଯାଇଥିବା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପ୍ରତିଶ୍ରୁତି ଥିବା ବେଳେ ୧ ଟଙ୍କିଆ କାଗଜ ନୋଟ୍‌ ଉପରେ ଗଭର୍ନମେଣ୍ଟ ଅଫ୍‌ ଇଣ୍ଡିଆ ଲେଖା ରହିବା ସହିତ ଅର୍ଥ ସଚିବଙ୍କ ଦସ୍ତଖତ ରହୁଛି। ଅବଶ୍ୟ ଆଉ ୧ ଟଙ୍କିଆ ନୋଟ୍‌ କ୍ୱଚିତ ମିଳୁଛି। ଯେତେ ପରିବର୍ତ୍ତନ କଲେ ବି ମୂଳରେ ରହୁଛି ଇଣ୍ଡିଆ।
ଏବେ ଏକ ଦୃଷ୍ଟିକୋଣରୁ ଯଦି ଇଣ୍ଡିଆ ରହିଲେ ତାହା କୌଣସି ରାଜନୈତିକ ଗୋଷ୍ଠୀକୁ ଇଙ୍ଗିତ କରୁଛି ବୋଲି ଦର୍ଶାଇ ଭାରତକୁ ନାମ ପରିବର୍ତ୍ତନ କରାଯାଉଛି, ତେବେ ଭାରତ ଶବ୍ଦକୁ ଭବିଷ୍ୟତରେ ରାଜନୈତିକ ରଙ୍ଗ ଦେଇ ପୁନଃ ପରିବର୍ତ୍ତନ କରିବାର ସୁଯୋଗ ସୃଷ୍ଟି ହୋଇପାରେ। ନାମ ପରିବର୍ତ୍ତନକୁ କେହି ବିରୋଧ କରିବାର ପ୍ରୟୋଜନ ନାହିଁ। କିନ୍ତୁ ସେହି ପରିବର୍ତ୍ତନ ପଛରେ ଥିବା ଐତିହାସିକ କାରଣ ଜନସାଧାରଣଙ୍କୁ ଜଣାଇବା ଅତ୍ୟନ୍ତ ଆବଶ୍ୟକ। ଏହି ଆବଶ୍ୟକତା ଉପୁଜୁଛି, କାରଣ ନାମ ପରିବର୍ତ୍ତନ କରିବାକୁ ଗଲେ ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ ହେବ ଏବଂ ଯେଉଁ ଜଟିଳ ପ୍ରକ୍ରିୟା ସୃଷ୍ଟି ହେବ, ତାହାର ବୋଝ ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ। ଆଜିର ବିଶ୍ୱ ପରିସ୍ଥିତିକୁ ଦେଖିଲେ ଅଳ୍ପ କେତେକ ରାଜନୈତିକ ଦୃଷ୍ଟିଭଙ୍ଗୀକୁ ସନ୍ତୁଷ୍ଟ କରିବାକୁ ଯାଇ ଭାରତର ୧୫୦ କୋଟି ନାଗରିକଙ୍କୁ ଏଭଳି କଷ୍ଟର ସମ୍ମୁଖୀନ ହେବାକୁ ବାଧ୍ୟ କରାଯିବା ଉଚିତ କି ନୁହେଁ, ତାହା ବିଚାରଯୋଗ୍ୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?