ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ ଆସି ମୋତେ କହିଲା, ”ସାର, ଆପଣ ତ ପ୍ରାୟ ପ୍ରତିଦିନ ଏଠାକୁ ଆସୁଛନ୍ତି ପ୍ରାତଃ ଭ୍ରମଣ ପାଇଁ। ପାଖାପାଖି ବର୍ଷେରୁ ଅଧିକ ଦିନ ଆପଣ ମୋତେ ଦେଖିଆସୁଛନ୍ତି,ମୁଁ ଆପଣଙ୍କ ସମୟରେ ଏଠାରେ ଡ୍ୟୁଟି କରେ। ତେବେ ଆପଣ ଜାଣିବାରେ ଆଜ୍ଞା,ମୁଁ କ’ଣ ପାର୍କକୁ ଆସୁଥିବା କେହି ସାର୍‌ କି ମାଡାମଙ୍କ ପ୍ରତି କେବେ ଖରାପ ବ୍ୟବହାର କରିଛି କି?“
ତା’ ମୁହଁରୁ ଏଭଳି କଥା ଶୁଣି ମୁଁ ଭାବିଲି, ବୋଧହୁଏ ତା’ପ୍ରତି କୌଣସି ଅପ୍ରତ୍ୟାଶିତ ଆହ୍ବାନ ଆସିଛି କିମ୍ବା କେହି ତା’ ବିରୋଧରେ କିଛି ନା କିଛି ଅଭିଯୋଗ ଆଣିଛନ୍ତି। ଯା’ର ମନ୍ଦ ପ୍ରଭାବରେ ସେ ମ୍ରିୟମାଣ ହୋଇ ମୋତେ ଏ ପ୍ରଶ୍ନ ପଚାରୁଛି! ମୁଁ ତା’ ଭାବାବେଗକୁ ଭଲଭାବେ ବୁଝି କହିଲି, ”କ’ଣ ହେଲା କି ? ମୋ ଜାଣିବାରେ, ଯେତିକି ସମୟ ମୁଁ ଏ ପାର୍କ ଭିତରେ ବିତାଏ, ତୁମେ ତ କାହା ସହ ଖରାପ ବ୍ୟବହାର କରିନାହଁ। ବରଂ ତୁମର କଥାବାର୍ତ୍ତା ଓ ବ୍ୟବହାର ମୋତେ ଇମ୍ପ୍ରେସ କରେ।“ ସେ ଛେପ ଢୁକି ନିଜ ଭିତରେ ଦମ୍ଭ ସଞ୍ଚି ମୋତେ କହିଲା,”ସାର୍‌, ମୁଁ କୁଆଡ଼େ ସିନିୟର ସିଟିଜେନଙ୍କ ସହ ଖରାପ ବ୍ୟବହାର କରୁଛି ବୋଲି ମୋ ବିରୋଧରେ ଅଭିଯୋଗ ଆସିଛି! ଏ ନେଇ ଆମ ସଂସ୍ଥାର ଏଠିକାର ସୁପରଭାଇଜର ସାର୍‌ ମୋତେ ଚେତେଇ ଦେଇ କହିଛନ୍ତି, ”ଦେଖ ବେଟା, ଜ୍ୟାଦା ଓଭରସ୍ମାର୍ଟ ଦେଖାଉଛୁ ନାଇଁ? ବୁଝିଲୁ,ସିଧା ତୋତେ ଏ ଜାଗାରୁ ଅନ୍ୟ କେଉଁ ଦୂର ଜାଗାକୁ ଟ୍ରାନ୍ସଫର କରିଦେବି ! “
ଆଜ୍ଞା,ମୋତେ ଯଦି ସୁପରଭାଇଜର ସାର୍‌ ଦୂର ଜାଗାକୁ ଟ୍ରାନ୍ସଫର କରିଦେବେ, ତେବେ ମୁଁ ବହୁତ ହଇରାଣ ହୋଇଯିବି।“ ତା’ ଚିନ୍ତା, ଉଦ୍‌ବେଗ,ଆଶଙ୍କାର ଭାବକୁ ହୃଦ୍‌ବୋଧକରି ମୁଁ ତାକୁ କହିଲି, ”ଦେଖ, ମୋତେ ଯାହା ଲାଗୁଛି, ଅସଲ କଥା ହେଲା,ତୁମ ସୁପରଭାଇଜର ବାବୁଙ୍କର ଇଏ ହୁଏତ ଏକ ମନଗଢ଼ା କାହାଣୀ! ସେ ହୁଏତ ତାଙ୍କ ମତଲବରେ ଥାଇପାରନ୍ତି! ତୁମ ବିରୋଧରେ ଏମିତି ମିଥ୍ୟା ଅଭିଯୋଗ ସୃଷ୍ଟିକରି ତୁମକୁ ହଟେଇ ତୁମ ଜାଗାରେ ସେ ତାଙ୍କର କେହି ନିଜ ଲୋକଙ୍କୁ ରଖିବାର ମସୁଧାରେ ହୁଏତ ଆଗକୁ ବଢୁଥିବେ ! ତେଣୁ ଏ ଘଟଣା ଉପରେ ତୁମକୁ ମୋର ସୁଚିନ୍ତିତ ପରାମର୍ଶ ହେଉଛି, ତୁମେ ଆଦୌ ପ୍ରତିକ୍ରିୟାଶୀଳ ନ ହୋଇ ତାଙ୍କୁ ନମ୍ରଭାବରେ କହିବ,”ଦେଖନ୍ତୁ ସାର୍‌, ମୁଁ କୌଣସି ସିନିୟର ସିଟିଜେନ୍‌ଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇନାହିଁ। ମୁଁ ସେମାନଙ୍କୁ ସମ୍ମାନ ଜଣାଇ ପ୍ରତିଦିନ ନମସ୍କାର କରେ। ଆପଣଙ୍କ ସଦୟ ଗୋଚରାର୍ଥେ ପାର୍କକୁ ଆସୁଥିବା ସାର୍‌ ଓ ମାଡାମମାନଙ୍କର ଦସ୍ତଖତ ଓ ମୋବାଇଲ ନମ୍ବର ସମ୍ବଳିତ ଏଜ୍‌ ଲେଖା ମୁଁ ଆପଣଙ୍କୁ ଅବଶ୍ୟ ପ୍ରଦାନ କରିବି। ଆପଣ ସିଧାସଳଖ ସେମାନଙ୍କ ସହ କଥାବାର୍ତ୍ତା ହୋଇ ସତ କ’ଣ, ମିଛ କ’ଣ, ତାହା ଅବଶ୍ୟ ଜାଣିପାରିବେ !“ମୋର ଏମନ୍ତ ପରାମର୍ଶ ଶ୍ରବଣାନ୍ତେ ତା’ ଭିତରେ ସମ୍ଭବତଃ ଆତ୍ମବିଶ୍ୱାସ ଆସିଗଲା!
ଅତ୍ୟନ୍ତ ଉତ୍ସାହିତ ଓ ଅନୁପ୍ରେରିତ ହୋଇ ସେ ମୋତେ କହିଲା,”ଧନ୍ୟବାଦ ସାର୍‌ ! ଏଣିକି ମୋତେ ଆପଣଙ୍କ କଥାନୁସାରେ କାମ କରିବାକୁ ହେବ।“
ପାଠକେ,ଏ ସିକ୍ୟୁରିଟି ଗାର୍ଡ ସାମ୍ନାକରିଥିବା ଆହ୍ବାନରୁ ଏ କଥା ସ୍ପଷ୍ଟ ଯେ, କୌଣସି କାରଣ ନ ଥାଇ ଅନେକ କ୍ଷେତ୍ରରେ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆଣିବା ଏକ ପ୍ରକାର ସଉକ ହୋଇଗଲାଣି। ନିଜ ନିଜର ସ୍ବାର୍ଥସାଧନ, ପରିଚୟ,ପ୍ରତିଷ୍ଠା ପାଇଁ ଆମେ ଏତେ ମାତ୍ରାରେ ବ୍ୟଗ୍ରାତୁର ଯେ, ପାନରୁ ଟିକେ ଚୂନ ଖସିଗଲେ ଅର୍ଥାତ୍‌ ସ୍ବାର୍ଥସାଧନରେ କିଞ୍ଚିତ ଆଞ୍ଚ ଆସିଲେ ଆମେ ପ୍ରତିପକ୍ଷକୁ ପାନେ ଦେବା ପାଇଁ ତାଙ୍କ ବିରୋଧରେ ଅଭିଯୋଗ ଥୋପିଦେଇପାରୁ।
ଅବଶ୍ୟ ହୋଇପାରେ, କେଉଁଠି ନା କେଉଁଠି ଅଭିଯୋଗର ସୁଦୃଢ଼ ଭିତ୍ତି ଓ ପ୍ରମାଣ ଥାଇପାରେ।
ଅଭିଯୁକ୍ତ ଆଇନ ହାତରୁ କଦାପି ଖସିଯାଇ ନ ପାରେ! କିନ୍ତୁ,ଏବେ ଯେଉଁ ହାରରେ ରାଜନୀତିର ଖେଳ ଚାଲିଛି, ଖୁଲମଖୁଲା ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଛି, କ୍ଷମତାର ଅପବ୍ୟବହାର ହେଉଛି, ବିଧିବ୍ୟବସ୍ଥା, ଆଇନକାନୁନର ଉଲ୍ଲଂଘନ ହେଉଛି, ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର’ ନୀତିରେ ଅନ୍ୟାୟ ଅବିଚାରକୁ ନ୍ୟାୟ ଓ ବିଚାର ସାବ୍ୟସ୍ତ କରାଯାଉଛି, ଶୃଙ୍ଖଳା, ଆଦର୍ଶ, ମୂଲ୍ୟବୋଧ, କର୍ମସଂସ୍କୃତି ଓ ସମୟାନୁବର୍ତ୍ତିତାର ଅବଜ୍ଞା ହେଉଛି; ସେସବୁ କ୍ଷେତ୍ରରେ ତୁଚ୍ଛାରେ କି ମିଛରେ ଅନ୍ୟ ବିରୋଧରେ ଅଭିଯୋଗ ଆଣିବା ଅତି ସହଜ ଓ ସ୍ବାଭାବିକ କଥା ନୁହେଁ କି?
ଆଜ୍ଞା,ପାଣି ଅନ୍ଧ,ନିଆଁ ଅନ୍ଧ,ପ୍ରେମ ଅନ୍ଧ, ରାଜା ଅନ୍ଧ ସୂତ୍ର ପରି ଏବେର ଶାସକ, ପ୍ରଶାସକ ବି ଅନ୍ଧ! ଆସୁଥିବା ଅଭିଯୋଗର ଆଧାର ଓ ସତ୍ୟାସତ୍ୟ ଜାଣିବା ପୂର୍ବରୁ ଆଡ଼ବାୟା ପ୍ରକୃତିର ବଶବର୍ତ୍ତୀ ହୋଇ ତଥାକଥିତ ସର୍ବୋଚ୍ଚ କ୍ଷମତାଧାରୀ କମାଣ୍ଡ ଦିଅନ୍ତି, ଇମିଡି଼ଏଟ୍‌ ଆକ୍ସନ। ଅର୍ଥାତ୍‌ ତୁରନ୍ତ ପଦକ୍ଷେପ।
ଅତଏବ, ରାଜନୀତିର ଚକ୍ରବୂ୍ୟହ ଓ କୂଟନୀତିର ପଶାପାଲିରେ ମିଥ୍ୟା ଅଭିଯୋଗ ସତ୍ୟ ସାବ୍ୟସ୍ତ ହେଉଛି। ସଚ୍ଚୋଟ, ସତ୍ୟନିଷ୍ଠ, ନିରୀହ, କର୍ମଠ ବ୍ୟକ୍ତି ମଧ୍ୟ ଦଣ୍ଡ ଭୋଗୁଛନ୍ତି! ଖାଲି ତତ୍ତ୍ୱକୁ ଜାଣିବା କଥା, ଯାହା କହୁଛି, ଆମ ଦେଶର ଆଇନସଂହିତା , ହଜାରେ ଦୋଷୀ ଖସିଯାଆନ୍ତୁ ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ। ହେଲେ ଏବେର ହେଉ କି ପୂର୍ବର ହେଉ, ଯେଉଁସବୁ ଘଟଣା ଦୁର୍ଘଟଣାର ରୂପ ନେଇଛି କିମ୍ବା ନେଉଛି, ସେସବୁର ସତ୍ୟାସତ୍ୟ ଜାଣିବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ତଦନ୍ତ, ବିଚାରବିଭାଗୀୟ ତଦନ୍ତ, ମନ୍ତ୍ରୀସ୍ତରୀୟ ତଦନ୍ତ, ସଚିବସ୍ତରୀୟ ତଦନ୍ତ, ଗୃହ କମିଟି ତଦନ୍ତ, କ୍ରାଇମବ୍ରାଞ୍ଚ ତଦନ୍ତ ଇତ୍ୟାଦି ତଦନ୍ତ ଚାଲିଛି। ହେଲେ,‘ବହ୍ବାଡ଼ମ୍ବରେ ଲଘୁକ୍ରିୟା’ ସମ ସବୁ ତଦନ୍ତ ପ୍ରାୟତଃ ଓ ବସ୍ତୁତଃ ହେଉଛି ବାଟବଣା । ପର୍ବତର ମୂଷିକ ପ୍ରସବ ପ୍ରାୟ ପ୍ରତ୍ୟେକ ତଦନ୍ତର ଫଳାଫଳ ଶୂନ। ଶୀତଳଭଣ୍ଡାରରେ ତଦନ୍ତର ଫାଇଲ ନାଲିଫିତାରେ ବନ୍ଧାହୋଇ ରହିଯାଉଛି ସବୁଦିନ ସେମିତି!
ଶେଷକୁ ରିଆଲିଟି ଶୋ ! ମଞ୍ଚ ଉପରେ ଅଭିଯୁକ୍ତ, ଅପରାଧୀ ବିନ୍‌ଦାସ୍‌ରେ ଉଦଣ୍ଡନୃତ୍ୟ କରୁଥିବାବେଳେ ନିର୍ଦ୍ଦୋଷ, ନିରପରାଧମାନେ ଭୋଗିଚାଲିଛନ୍ତି ସେମିତି ସବୁଦିନ କଷଣ, ପେଷଣ, ଯାତନା, ଲାଞ୍ଛନା। ଏ ରିଆଲିଟି ଶୋ’ରେ ଯବନିକାପାତ ହେବା ନିହାତି ଆବଶ୍ୟକ। କ’ଣ ଆଜ୍ଞା, ମୁଁ କିଛି ଭୁଲ୍‌ କହିଲି କି।
ମର୍କତନଗର,କଟକ, ମୋ:୯୪୩୭୦୯୦୯୮୫

ରାଧାଶ୍ୟାମ ରାଉଳ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?