ତଦନ୍ତ ନା ପ୍ରତିଶୋଧ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ସମୟରେ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଭାଜପା ନେତା ଗିରୀଶ ମହାଜନଙ୍କ ବିରୋଧରେ ଆଇପିଏସ୍‌ ଅଧିକାରୀ ଭାଗ୍ୟଶ୍ରୀ ନାଭାଟେକ କରିଥିବା ଅଭିଯୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମହାଜନ ୧,୨୦୦ କୋଟି ଟଙ୍କା ଦୁର୍ନୀତିର ତଦନ୍ତ ବନ୍ଦ କରିବାକୁ ତାଙ୍କୁ ଧମକ ଦେଇଥିବା ଭାଗ୍ୟଶ୍ରୀ କହିଛନ୍ତି। ଜାଲଗାଓଁରେ ଥିବା ଭାଇଚାନ୍ଦ ହୀରାଚାନ୍ଦ ରାଇସୋନି କ୍ରେଡିଟ ସୋସାଇଟିର ଏକ ଯୋଜନା ଉପରେ ୨୦୨୦ରୁ ୨୦୨୨ ମଧ୍ୟରେ ଯାଞ୍ଚକରି ସେ ରହସ୍ୟ ଉନ୍ମୋଚନ କରିଥିଲେ। ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ ବର୍ତ୍ତମାନର ଅଭିଯୋଗ ଯୋଗୁ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ମାମଲାରେ ଜାଲିଆତି ଏବଂ ଷଡ଼ଯନ୍ତ୍ରକୁ ନେଇ ତାଙ୍କ ସମ୍ପୃକ୍ତି ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଯାଞ୍ଚ କରୁଛି। ଅଭିଯୋଗ କରିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ, କିନ୍ତୁ ଏହା ଯୋଗୁ ସ୍ଥିତି କିଭଳି ପରିବର୍ତ୍ତନ ହୋଇ ନାଭାଟେକଙ୍କ ପାଇଁ ବିପରୀତ ହେଲା ତାହା ଦେଖିବା କଥା। ପୁଣେ ଡିସିପି (ଇକୋନୋମିକ ଅଫେନ୍ସ ୱିଙ୍ଗ୍‌) ଭାବରେ ଦାୟିତ୍ୱରେ ଥିବାବେଳେ ସେ ଜମାକାରୀଙ୍କ ପ୍ରାୟ ୧୦୦ କୋଟି ଟଙ୍କା ପାଣ୍ଠିକୁ ଫେରାଇବାରେ ସଫଳ ହୋଇଥିବା ଜଣାପଡ଼ିଛି। ସୋସାଇଟିକୁ ବନ୍ଦକରି ଉଭୟ ମହାଜନ ଏବଂ ଜଣେ ବ୍ୟବସାୟୀ ଠକେଇରୁ ଲାଭ ଉଠାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଆବେଦନରେ ନାଭାଟେକ ଦାବି କରିଛନ୍ତି ଯେ ସତ୍ୟକୁ ପ୍ରକାଶ କରିବାକୁ ଚେଷ୍ଟା କରିବା ଯୋଗୁ ତାଙ୍କୁ ଟାର୍ଗେଟ କରାଯାଇଛି ଏବଂ ତାଙ୍କ ଉପରେ ଦୋଷ ଲଦି ଦିଆଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାରେ ସିବିଆଇର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଆଇନଗତ ଅନୁସନ୍ଧାନ ନା ଏକ ପ୍ରତିଶୋଧ?
ଅଧିକ ଆନୁଗତ୍ୟ
ନିକଟରେ ଟିନା ଡାବି ନାମ୍ନୀ ଜଣେ ଅଧିକାରୀ ଭାଜପା ନେତା ସତୀଶ ପୁନିଆଙ୍କ ପାଖରେ ବାରମ୍ବାର ନତମସ୍ତକ ହେବା ବା ଆନୁଗତ୍ୟ ପ୍ରକାଶ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ୟୁପିଏସ୍‌ସି ଟପ୍ପର ତଥା ବର୍ତ୍ତମାନ ରାଜସ୍ଥାନର ବାରମର ଜିଲାପାଳ ଡାବିଙ୍କ ଏଭଳି ସ୍ବଭାବ ଭାରତର ଅମଲାତନ୍ତ୍ରର ସମ୍ମାନ ଏବଂ ସ୍ବାଧୀନତାର ସମନ୍ବୟ ଉପରେ ପ୍ରଶ୍ନ ଉଠାଇଛି। ସିଭିଲ ସର୍ଭାଣ୍ଟମାନେ ନିରପେକ୍ଷ ନ ରହି ବହୁ ସମୟରେ ରାଜନୈତିକ ନେତାଙ୍କୁ ସହଯୋଗ କରିବା ପାଇଁ ଚାହାନ୍ତି। ସେମାନେ ସିଭିଲ ସର୍ଭାଣ୍ଟଙ୍କ କ୍ୟାରିୟରକୁ ଅଧିକ ପ୍ରଭାବିତ କରିଥାନ୍ତି। ଅମଲାତନ୍ତ୍ରର ବଦଳି, ପଦୋନ୍ନତି ଏବଂ ସାମଗ୍ରିକ ପ୍ରଗତିକୁ କିଭଳି ରାଜନୀତି ପ୍ରଭାବିତକରେ ଏବଂ କାର୍ଯ୍ୟକୁ ଅଧିକ ଜଟିଳ କରିଦିଏ, ତାହା ୨୦୨୨ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ।
କେତେଜଣଙ୍କ ମତରେ ଡାବିଙ୍କ ଆନୁଗତ୍ୟ ରାଜନୈତିକ ସମ୍ବେଦନଶୀଳ ସ୍ଥିତିରେ ବଞ୍ଚିବାର ଏକ ସଙ୍କେତ ତଥା ଉପାୟ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଏକ ନିରପେକ୍ଷ, ସ୍ବାଧୀନ ସେବା ଭାବରେ ପରିକଳ୍ପନା କରାଯାଇଥିଲେ ମଧ୍ୟ ଅନେକ ସମୟରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଚାପର ସମ୍ମୁଖୀନ ହୋଇ ବିଶ୍ୱସ୍ତତା ପ୍ରଦର୍ଶନ କରିବା ପାଇଁ ବାଧ୍ୟ ହୁଅନ୍ତି। ଦେଖିବାକୁ ଗଲେ ଡାବି ପ୍ରକାଶ କରିଥିବା ଆନୁଗତ୍ୟ ରାଜନୈତିକ ଅହଂକାରକୁ ସଫଳତାର ସହ ପରିଚାଳନା କରିବାର ଏକ ସଙ୍କେତ। ସୋସିଆଲ ମିଡିଆରେ ଡାବିଙ୍କ ଏଭଳି ସ୍ବଭାବ ଏକ ବୃହତ୍‌ ପ୍ରସଙ୍ଗକୁ ସୂଚିତକରେ। ସିଭିଲ ସର୍ଭିସ୍‌ରେ ନିରପେକ୍ଷତାର ଆଦର୍ଶ ଏକ ରାଜନୈତିକ ପରିବେଶରେ ଦିନକୁ ଦିନ ଚାପଗ୍ରସ୍ତ ହେଉଛି। ଡାବିଙ୍କ ଭିଡିଓ ବାବୁମାନଙ୍କୁ ସ୍ମରଣ କରାଇଦିଏ ଯେ, କର୍ତ୍ତବ୍ୟ ଏବଂ କୂଟନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ।
ଜଣେ ବାବୁଙ୍କୁ ୨ ଚାକିରି
ନିକଟରେ କେନ୍ଦ୍ର ଏବଂ କେରଳ ସରକାର ପ୍ରଣବଜ୍ୟୋତି ନାଥ (୨୦୦୫ ବ୍ୟାଚ୍‌ କେରଳ କ୍ୟାଡର ଆଇଏଏସ୍‌)ଙ୍କୁ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଦୁଇଟି ଭିନ୍ନ ପଦରେ ନିଯୁକ୍ତ କରିଛନ୍ତି। କେରଳ ସରକାର ନାଥଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଥିବାବେଳେ ନାଲ୍‌କୋର ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ) ଭାବରେ ନାଥ ଅଧିକ ଉପଯୁକ୍ତ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଛି। ତେବେ ଦୁଇଟି ଦାୟିତ୍ୱର ତାମସାରେ ଶନିବାର କେରଳର ସିଇଓ ଭାବରେ ନାଥ କାର୍ଯ୍ୟଭାର ଗ୍ରହଣ କରିଥିଲେ, ଯାହା ଏକ ଦ୍ୱନ୍ଦ୍ୱର ବିଷୟ ଏବଂ ତ୍ରୁଟିର ସଙ୍କେତ। ସଞ୍ଜୟ ଏମ୍‌. କୌଲ (୨୦୦୫ ବ୍ୟାଚ୍‌ କେରଳ କ୍ୟାଡର ଆଇଏଏସ୍‌) କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯିବା ପରେ କେରଳର ସିଇଓ ପଦବୀ ୨୦୨୪ ଅଗଷ୍ଟ ୫ରୁ ଖାଲି ଥିଲା। ୱାୟନାଡ୍‌ ଏବଂ ଚେଲାକକାରରେ ଉପନିର୍ବାଚନ ହେଉଥିବାରୁ ନିର୍ବାଚନ ଆୟୋଗ ନାଥଙ୍କୁ ସିଇଓ ଭାବେ ନିଯୁକ୍ତ କରିବା ପାଇଁ ଶୁକ୍ରବାର କେରଳ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହାର କିଛି ଘଣ୍ଟା ମଧ୍ୟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ତରବରିଆ ଭାବେ ନାଥଙ୍କୁ ନାଲ୍‌କୋ ଦାୟିତ୍ୱ ନ୍ୟସ୍ତ କରିଥିଲା। ସୂତ୍ରରୁ ପ୍ରକାଶ ଯେ, କେରଳ ତାଙ୍କୁ ସିଇଓ ଭାବରେ ନିଯୁକ୍ତି ଦେବା ପାଇଁ ଯୋଜନା କରିବା ପୂର୍ବରୁ କେନ୍ଦ୍ରୀୟ ଡେପୁଟେଶନ ନିମନ୍ତେ ନାଥଙ୍କୁ ଅନୁମତି ଦେଇଥିଲା। ତେବେ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଡିଓପିଟି ନିର୍ବାଚନ ପରେ ନାଥଙ୍କୁ ସିଭିଓ ଭାବରେ ଯୋଗଦେବାକୁ ଅନୁମତି ଦେଉଛି । ଆଜିର ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଥିବା ଏକ ଦୁନିଆରେ ଜଣେ ଅଧିକାରୀଙ୍କ ନିଯୁକ୍ତିରେ ସମନ୍ବୟ ରକ୍ଷାକରିବା ଜଟିଳ ବିଷୟ ହେବା କଥା ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?